05 ଜୁନ୍ 2021, ଶନିବାର :- ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ଉପରେ ଶନିଦେବଙ୍କ ଅପାର କୃପା ରହିବ, ଦୂର ହେବ

05 ଜୁନ୍ 2021, ଶନିବାର :- ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ଉପରେ ଶନିଦେବଙ୍କ ଅପାର କୃପା ରହିବ, ଦୂର ହେବ

05 ଜୁନ୍ 2021, ଶନିବାର :- ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ଉପରେ ଶନିଦେବଙ୍କ ଅପାର କୃପା ରହିବ, ଦୂର ହେବ ଦୁଃଖକଷ୍ଟ । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସମ୍ପର୍ଣ୍ଣ କରିବାରେ ସମର୍ଥ ହେବେ ।

ଆଜି ଆମେ ଆପଣଙ୍କୁ ୦୫ ମଇ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ରହିବ । ବନ୍ଧୁ, ସହକର୍ମୀ ଓ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ନିଜର ବିନମ୍ର ସ୍ଵଭାବ ଓ ବ୍ୟବହାରରେ ଦ୍ଵାରା ଅନ୍ୟର ମନ ଜିଣି ନେବେ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ । ଅଫିସରେ ଆୟୋଜିତ ବୈଠକରେ ପରିସ୍ଥିତି ଯେତେ ଜଟିଳ ହୋଇଥିଲେ ମଧ୍ୟ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିନେବେ । କିନ୍ତୁ ବିବାଦୀୟ ଘଟଣାରେ କୈାଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ । ସାମାଜିକ ସ୍ତରରେ ଲୋକଙ୍କ ସାହାଯ୍ୟ ପାଇ ଆଶା କରୁଥିବା କାର୍ଯ୍ୟଟିକୁ ସହଜ ଓ ସୁବିଧାରେ ସମ୍ପନ୍ନ କରିନେବେ । ପାରିବାରିକ ସ୍ତରରେ ଗୋଳମାଳିଆ ସ୍ଥିତିକୁ ସୁଧାରୀ ନେବେ । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପରିବାରରେ ସୁଖ ଶାନ୍ତି ପୁନଶ୍ଚ ଫେରି ଆସିବ । ଭବିଷ୍ୟତ ଦୃଷ୍ଟିରେ ରଖି ବର୍ତ୍ତମାନ ଆଜି କିଛି ଯୋଜନା ପ୍ରସ୍ତୁତ କରିବେ । ନିଜର ବିଚାରଧାରା ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ କରିବା ସଙ୍ଗକୁ ଅର୍ଥ ଲାଭର ଯୋଗ ରହିଛି । ବୃତ୍ତିଗତ କର୍ମ ଅବା କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ କାର୍ଯ୍ୟ ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଉଚ୍ଚାଧିକାରୀଙ୍କ ସହ କଥାବାର୍ତ୍ତା କରନ୍ତୁ । କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ । ଦେହ ଭଲ ରହିଲେ ମଧ୍ୟ କଠିନ ପରିଶ୍ରମ କିମ୍ବା ଭ୍ରମଣଜନିତ କ୍ଳାନ୍ତିବୋଧ କରିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଲଲ୍ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀରେ କାରବାର ଭଲ ରହିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନୂତନ ବ୍ୟବସାୟର ଆରମ୍ଭ କରିବା ପାଇଁ ମନରେ ଆଶା ବାନ୍ଧିବେ । କିନ୍ତୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । କୌଶଳ ପ୍ରୟୋଗ ପୂର୍ବକ ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇ ନେବାକୁ ଯଥାସାଧ୍ୟ ଚେଷ୍ଟା କଲେ ସାମାଜିକ ସ୍ତରରେ ଲୋକ ସମ୍ପର୍କ ଦୃଦ୍ଧି ପାଇବ । ଯୁକ୍ତିତର୍କ, ବାଦବିବାଦ ଠାରୁ ଦୂରେଇ ରହିବା ସହ ଅନ୍ୟର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାନ୍ତୁ ନାହିଁ । ପରିବାରିକ ସ୍ତରରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ହିଙ୍ଗୁଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କ ଉଦ୍ୟମକୁ ସଫଳ କରିବାରେ ନିଜ ଆତ୍ମୀୟ ସ୍ଵାଜନଙ୍କ ଅବଦାନ ଅବିସ୍ମରନୀୟ ରହିବ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରିବେ ଓ ସଫଳତା ମଧ୍ୟ ହାସଲ କରିପାରିବେ । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବେ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବା କାରଣରୁ ଋଣମୁକ୍ତ ପରିଶୋଧ କରିବାକୁ ଚିନ୍ତା କରିବେ । ଚାକିରି କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଆଜିର ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ, ସହକର୍ମୀଙ୍କ ସହ ପରସ୍ପର ସହମତିରେ କାର୍ଯ୍ୟ କରିବେ । ପାରିବାରିକ କ୍ଷେତ୍ରରେ ନିଜକୁ ଆଡଜଷ୍ଟ କରି ଚଳିବାକୁ ପଡିବ, ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିଲେ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଭୋଳାନାଥ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ଅଟକି ରହିଥିବା କାମଟି ହଠାତ୍‌ ହୋଇଯିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେଲେ ମଧ୍ୟ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସାନ୍ନିଧ୍ୟ ଲାଭ କରି ସମସ୍ୟାକର ସମାଧ୍ୟାନ କରିବାରେ ସକ୍ଷମ ହେବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ବଢିଆ ରହିବ । ପରିବାରରେ ଛୋଟ ବଡ଼ ସମସ୍ୟା ଦେଖାଦେଲେ ମଧ୍ୟ କୌଣସି ବିଶେଷ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହେବନାହିିଁ । ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ ଓ କାମଗୁଡିକ ସୁବିଧାରେ ସମ୍ପନ୍ନ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କୌଶଳ ଏବଂ ସାହସକୁ ପାଥେୟ କରି କର୍ମକ୍ଷେତ୍ରରେ ଦେଖାଦେଇଥିବା ବ୍ୟତିକ୍ରମକୁ ସମାଧାନ କରିବାରେ ସମର୍ଥ ହେବେ । କିନ୍ତୁ କେତେକ କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ମାନସିକ ସ୍ତରରେ ଦ୍ୱନ୍ଦ୍ୱ ଲାଗିରହିବ । ପର କଥାକୁ ଅନୁସରଣ କରି କାମ କରିଲେ ହଇରାଣ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ଉଚ୍ଚ ପଦାଧିକାରି ବ୍ୟକ୍ତିଙ୍କ ଠାରୁ ପ୍ରୋତ୍ସାହନ ପାଇବା ଫଳରେ ମନରେ କାର୍ଯ୍ୟ କରିବା ନିମନ୍ତେ ଆଗ୍ରହ ବଢିବ । ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ସରକାରଙ୍କ ତରଫରୁ ଲାଭ ପ୍ରାପ୍ତି କରି ପାରିବେ । ସାମାଜିକ ସ୍ତରରେ ଅପୂରଣୀୟ ଆଶା ମନକୁ ଆଲୋଡନ କରିବା କାରଣରୁ ସାମୟିକ ଅଶାନ୍ତ ରହିବେ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସମସ୍ୟା ମଧ୍ୟରେ ଦିନଟି କାଟିବାକୁ ପଡିବ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ ପାଇବା ନିରର୍ଥକ ହେବ । ତଥାପି କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ନିଜେ ହିଁ ସମାଧାନ କରିବାକୁ ଚେଷ୍ଟା କରିବେ ଓ କେତେକାଂଶରେ ଉପକୃତ ହେବେ । ପଦସ୍ଥ ବ୍ୟକ୍ତିଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ନିର୍ମାଣାଧୀନ କାମ ହଠାତ୍‌ ଅଟକି ଯାଇପାରେ । ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ପାଇଁ ପ୍ରଯତ୍ନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଉଦାସୀନତାର କଳା ବାଦଲ ମଧ୍ୟରେ ଦିନ ଅତିବାହିତ କରିବାକୁ ପଡିବ । ଆଜି ଏପରି କେତେକ ସମସ୍ୟାର ସମ୍ମୁଖୀନ କରିବେ ଯାହାକୁ ଅନ୍ୟମାନଙ୍କ ସମ୍ମୁଖୀନରେ ପରିପ୍ରକାଶ କରିପାରିବେ ନାହିଁ । ବ୍ୟବସାୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତା ନ କଲେ ଅପଦସ୍ଥ ହୋଇପାରନ୍ତି । ଅଫିସରେ ନିଜ ସ୍ଥଗିତ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡ଼ିପାରେ । ଆର୍ଥିକ ଅଭାବ ବୋଧଜନିତ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି । ପ୍ଲଟିଂ କାରବାରରେ ଅଗ୍ରଗତି କରିବେ କିନ୍ତୁ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ପରିବାରରେ ହସାସୁଖୀର ସୁସ୍ଥ ବାତାବରଣରେ ନିଜ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଘର କଥା ଓ ପିଲାଙ୍କ କିଛି ବ୍ୟତିକ୍ରମ ହେତୁ ମନ ଅସ୍ଥିର ରହିପାରେ । ବ୍ୟବସାୟ, ପରିବହନ, ବାଣିଜ୍ୟ ମାନ୍ଦା ହେବ ନାହିଁ । ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ କରିବାରେ କୌଣସି ଅସୁବିଧା ହେବ ନାହିଁ । କାର୍ଯ୍ୟକ୍ଷେତ୍ରରେ କର୍ମତତ୍ପରତା ବୃଦ୍ଧି ପାଇବ ଓ ଉଚ୍ଚପଦାଧିକାରୀ ବ୍ୟକ୍ତିଙ୍କ ଠାରୁ ଆଶା ଆଶ୍ୱାସନା ଲାଭ କରିବା ଫଳରେ ମାନସିକ ସ୍ତରରେ ଶାନ୍ତି ପାଇବେ । ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଉଚ୍ଚ କତୃପକ୍ଷଙ୍କ ସହଯୋଗ ପାଇବେ । ପରିବାରରେ ବିଶେଷ କିଛି ସମସ୍ୟା ନଥିଲେ ମଧ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସୁଖ ଆଉ ଦୁଃଖର ମିଶ୍ରଣରେ ଦିନଟି ଅତିବାହିକ କରିବେ । ଆଜି ଯେଉଁ କାମଟି ହାତକୁ ନେଇଛନ୍ତି ସେଥିରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ମିଳିବା ଯୋଗୁଁ ନିଶ୍ଚୟ କୃତକାର୍ଯ୍ୟ ହେବେ । ବୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିଲେ ମଧ୍ୟ ଆର୍ଥିକ ସ୍ଥିତିରେ ବିଶେଷ କିଛି ଅଭାବ ପରିଲକ୍ଷିତ ହେବ ନାହିଁ । କୈାଣସି ଗୁରୁତ୍ୱପୂର୍ଣ୍ଣ ବିଷୟାଲୋଚନା ପରିପ୍ରେକ୍ଷୀରେ ସମ୍ପର୍କୀୟ ପରାମର୍ଶ ଲୋଡ଼ିପାରନ୍ତି । ଅଯଥା ତର୍କବିତର୍କ କିମ୍ବା ଆଲୋଚନା ପରିସରରେ ଯୋଗ ଦେଲେ ମଧ୍ୟ ଚୁପ୍ ରହିବା ସବୁଠୁଁ ଭଲ ହେବେ । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କହିବାକୁ ଗଲେ ଦିନଟି ଆପଣଙ୍କ ଶୁଭଦାୟକ ରହିବ । ପୂର୍ବରୁ କରିଥିବା ପରିଶ୍ରମର ସକାରାତ୍ମକ ଫଳ ମିଳିବ । କିନ୍ତୁ ସାଙ୍ଗସାଥି ଓ ସହକର୍ମୀଙ୍କ ସହ ରହି ମିଳିଥିବା ସୁଯୋଗକୁ ହାତଛଡା କରିପାରନ୍ତି । ସାମଗ୍ରିକ ଦୃଷ୍ଟିକୋଣରୁ କହିବାକୁ ଗଲେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସନ୍ଦେହ ଯୋଗୁଁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ଵାସ କରିବେ ନାହିଁ । ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣଧୀନ କାର୍ଯ୍ୟରୁ ଭଲ ଫଳ ପାଇବେ । ଉଚ୍ଚାଧିକାରୀଙ୍କ ନିର୍ଦ୍ଦେଶରେ ଅଧିକ ସମୟ କାର୍ଯ୍ୟ କରିବାକୁ ପଡିବ । ଅନ୍ୟର ବିବାଦୀୟ ମାମଲାରେ ମୁଣ୍ଡ ପରାଇ ସମସ୍ୟାକୁ ଡାକି ଆଣିବେ । ସନ୍ଧ୍ୟାରେ ପରିବାରର ସଦସ୍ୟଙ୍କ ସହ ବସି ଆଲୋଚନା କରିବେ । ବୈବାହିକ ଜୀବନରେ କୌଣସି ପ୍ରକାର ମତପାର୍ଥକ୍ୟ ଦେଖାଦେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କର୍ତ୍ତବ୍ୟ ନିଷ୍ଟାର ସହ ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବେ । ସାଙ୍ଗସାଥିଙ୍କ ଅଭାବ ଅନୁଭବ କରିବେ ନାହିଁ । ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ନିଶ୍ଚୟ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । କିନ୍ତୁ କର୍ମକ୍ଷେତ୍ରରେ ଈର୍ଷା କରୁଥିବା ବ୍ୟକ୍ତିମାନଙ୍କ ଦ୍ଵାରା କେତେକ ଅନ୍ତରାୟର ସମ୍ମୁଖୀନ କରିବେ । ଅଫିସରେ ସୁସ୍ଥା ବାତାବରଣ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବା ସଙ୍ଗେସଙ୍ଗେ ଆପଣଙ୍କ କାର୍ଯ୍ୟରେ ପରିବାରର ସଦସ୍ୟଙ୍କ ସମର୍ଥ ପାଇବେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ । ମଧ୍ୟାହ୍ନରେ ଦୂରରେ ରହୁଥିବା କୌଣସି ବନ୍ଧୁଙ୍କ ଠାରୁ ଶୁଭଖବର ପାଇ ଖୁସି ହେବେ । ଖାଦ୍ୟପେୟ ଜନିତ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *