05 ଜୁଲାଇ, ସୋମବାର :- ଏହି ୭ଟି ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ପରିପାର୍ଶ୍ଵକ ସ୍ଥିତି ବଦଳିବା ସହ

05 ଜୁଲାଇ, ସୋମବାର :- ଏହି ୭ଟି ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ପରିପାର୍ଶ୍ଵକ ସ୍ଥିତି ବଦଳିବା ସହ

05 ଜୁଲାଇ, ସୋମବାର :- ଏହି ୭ଟି ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ପରିପାର୍ଶ୍ଵକ ସ୍ଥିତି ବଦଳିବା ସହ କର୍ମକ୍ଷେତ୍ରରେ କାରବାରରେ ଆଶାତୀତ ସଫଳତା ପାଇବେ ।

ଆଜି ଆମେ ଆପଣଙ୍କୁ ୦୫ ଜୁଲାଇ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

କର୍ମକ୍ଷେତ୍ରରେ, ମାଙ୍ଗଳିକ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟମାନଙ୍କ ଆଦରଣୀୟ ହୋଇପାରିବେ । ପରିସ୍ଥିତି ଅନୁଯାୟୀ ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନ ଆପଣା ଛାଏଁ ଦୂରେଇ ଯିବ । ଉପସ୍ଥିତ ବୁଦ୍ଧି ଖଟାଇ ଆପଣ ନିଜ କାର୍ଯ୍ୟଗୁଡିକ ଅନ୍ୟମାନଙ୍କ ଦ୍ଵାରା ସମ୍ପନ୍ନ କରିପାରିବେ । ଆର୍ଥିକ ଜନିତ ସମସ୍ୟା ଦୂରେଇବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି । ପ୍ରଶାସନିକ ସ୍ତରରେ ଉପରିସ୍ଥ କର୍ମଚାରୀଙ୍କ ଚାପରେ ପଡ଼ି କେତେକ କାମ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ସିନା ଶୁଭଫଳ ପାଇପାରିବେ ନାହିଁ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ । ଅନ୍ୟମାନଙ୍କ କଥାରେ ଅନୁପ୍ରେରିତ ହୋଇ ଭୁଲ ରାସ୍ତାରେ ପରିଚାଳିତ ହୋଇପାରନ୍ତି । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଙ୍ଗଳମୟ ରହିବ । କର୍ମକ୍ଷେତ୍ରରେ ଆଶାନୁରୂପ ଅର୍ଥ, ସମ୍ମାନ, ସହଯୋଗ ମିଳିବ । ସାମାଜିକ ସ୍ତରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ଆନୁଷ୍ଠାନିକ କାମରେ ଯୋଗଦାନ କରି ପ୍ରଶଂସିତ ହୋଇପାରନ୍ତି । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛି ଦିନ ନିମନ୍ତେ ଅଟକି ରହିଯାଇପାରେ । ରାଜନୀତି କ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଦାୟୀ ହେବାକୁ ପଡ଼ିପାରେ । କୌଣସି ନିକଟ ସମ୍ପର୍କୀୟ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବେ । ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ବୈବାହିକ ଜୀବନରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜର ବୁଦ୍ଧି ବିବେକ ଅନୁଯାୟୀ କାର୍ଯ୍ୟ କରନ୍ତୁ । ଦ୍ୱନ୍ଦ୍ୱରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ଦେଖାଦେଲେ ମଧ୍ୟ ଧୌର୍ଯ୍ୟର ସହ ପରିସ୍ଥିତିର ସମ୍ମୁଖୀନ କରିବେ । ମଧୁର ବାକ୍ୟାଳାପ ଦ୍ଵାରା ଅନ୍ୟମାନଙ୍କ ଦ୍ଵାରା କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରିବେ । କେତେକ କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀମାନେ ସାହାଯ୍ୟର ହାତ ବଢାଇବେ । ଶେୟାର ମାର୍କେଟରେ ପୁଞ୍ଜି ନିବେଶ କରିଲେ ଲାଭବାନ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି । କିନ୍ତୁ ନୀଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ । ପରିବାରର କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନରେ ଚିନ୍ତା ଲାଗିରହିବ । ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ପାଇବା ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବ ନାହିଁ । ମନରେ ଲାଗିରହିଥିବା ଓଲଟପାଲଟ ଚିନ୍ତାଧାରାର ଅବସାନ ଘଟିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ଥିଲେ ମଧ୍ୟ କେତେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । ଅଧିନସ୍ଥ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମନରେ ସରସତା ରହିବ ନାହିଁ । ଅଫିସରେ ଆୟୋଜିତ ବୈଠକରେ ଇଚ୍ଛା ନଥିଲେ ମଧ୍ୟ ଅନ୍ୟମାନଙ୍କ ମତକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ପୂର୍ଣ୍ଣତଃ ଆରୋଗ୍ୟଲାଭ କରି ନ ପାରନ୍ତି । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ବନ୍ଧୁଙ୍କ ସାହାଯ୍ୟରେ ଅର୍ଥଲାଭର ସୁଯୋଗ ପାଇବେ । ସମସ୍ୟାର ସରଳ ସମାଧନ କରିବା ପାଇଁ ଉଦ୍ୟମ କରିବେ ଓ ଉପକୃତ ମଧ୍ୟ ହେବେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ ଏବଂ ଆଶାନୁରୂପକ ସଫଳତା ପାଇବେ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ନିମନ୍ତେ ବନ୍ଧୁଙ୍କ ସହ ଆଲୋଚନା କରିବେ । ଅଫିସ୍‌ କାମରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି । ସଭାସମିତି, ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ-ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବା ଫଳରେ ପରିପାର୍ଶ୍ଵକ ସ୍ଥିତିରେ ସୁଧାର ଆସିବ । ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତିରେ ସୁଧାର ଆସିବ । ଦେଖାଦେଇଥିବା ସମସ୍ୟା ଆପେ ଆପେ ଦୂରେଇ ଯିବ । ଅଫିସର ବାତାବରଣ ସୁସ୍ଥ ଥିଲେ ମଧ୍ୟ ଅପରାହ୍ନରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଋଣ ଭାର, ପରୋକ୍ଷ ଶତ୍ରୁତା, ରୋଗ ପୀଡା ଯୋଗୁଁ ମନରେ ଚିନ୍ତା ଲାଗିରହିବ । ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଗୁ କାମଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସତର୍କତାର ସହ କାର୍ଯ୍ୟ ସମ୍ପାଦନ କରନ୍ତୁ । ବନ୍ଧୁଙ୍କ କଥାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟନଷ୍ଟ ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ସାମାଜିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ବିନମ୍ର ସହ କଥାବାର୍ତ୍ତା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ । ଅନ୍ୟର ବିବାଦୀୟ କ୍ଷେତ୍ରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ମାନସିକ ସ୍ତରରେ ଚିନ୍ତା ଲାଗିରହିବ । ସନ୍ତାନଙ୍କ ଭବିଷ୍ୟତ ଓ ପାଠପଢାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଜିର କାର୍ଯ୍ୟକଳାପରେ ସମ୍ୟକ୍ ବାଧା ଉପୁଜିପାରେ । ସବୁ ଥାଇ କିଛି ନ ଥିଲା ଭଳି ପରିସ୍ଥିତି ଭିତର ଦେଇ ଗତି କରିବାକୁ ବାଧ୍ୟ ହେବେ । ବ୍ୟବସାୟରେ ଉନ୍ନତି ସଙ୍ଗକୁ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି । ଅଫିସ କାମକୁ ପୂରା କରିବାରେ ସକ୍ଷମ ହେବେ ଓ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ବଢିବ ସିନା କମିବ ନାହିଁ । ବ୍ୟୟ ବୃଦ୍ଧି ଯୋଗୁ ବ୍ୟସ୍ତ ରହିପାରନ୍ତି । ଅତୀତର କୌଣସି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । ପୁରାତନ ରୋଗର ପୀଡ଼ା ଆପଣଙ୍କ ଦୃଢ଼ତାକୁ କେତେକାଂଶରେ କ୍ଷୁଣ୍ଣ କରିପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ ଆତ୍ମା ବିଶ୍ଵାସ ଦୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସ୍ଥିତି ମାନ୍ଦା ରହିବ ନାହିଁ, ତଥାପି ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅଫିସର ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ । ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବା କାରଣରୁ ଚିନ୍ତିତ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭ କରିବାର ସୁଯୋଗ ମିଳିବ । ଅଫିସରେ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ପ୍ରେରଣା ଓ ସହଯୋଗ ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ବ୍ୟବସାୟ କାରବାରରେ ଯଥେଷ୍ଟ ଉନ୍ନତି କରିବେ । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବା ଆଶଙ୍କା ରହିଛି । ମନ କଥା ମନରେ ରଖି ବନ୍ଧୁଙ୍କ ସହ ମିଶିବେ, ଯାହା ଓ ଯେତିକି ପାଇବା କଥା ଅବଶ୍ୟ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିବେ । ଅଫିସରେ ସହକର୍ମୀଙ୍କ ସାହାଯ୍ୟରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ହାସଲ କରିବେ । ଅଯଥା ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେବା ଫଳରେ ମନରେ ଚିନ୍ତା ଲାଗିରହିବ । ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି । ବୈବାହିକ ଜୀବନରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ, ଯାହାଫଳରେ ମନୋବଳ ଦୃଢ ହେବ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଆଜି କାର୍ଯ୍ୟହାସଲ ନିମିତ୍ତ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ଧୌର୍ଯ୍ୟର ସହ ପରିସ୍ଥିତିର ସମ୍ମୁଖୀନ କରିଲେ ବ୍ୟବସାୟୀକ ସ୍ଥିତିରେ ସୁଧାର ଆସିବ । ଅଫିସରେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମନରେ ସରସତା ରହିବ ନାହିଁ । ନିର୍ମାଣ କାର୍ଯ୍ୟ ଆକସ୍ମିକ ଭାବେ ଅଟକି ଯିବ । ପ୍ରଶାସନିଳ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ସମସ୍ୟା ସୃଷ୍ଟି କରିପାରନ୍ତି । ସ୍ଵାସ୍ଥ୍ୟରେ ଆଂଶିକ ଉନ୍ନତି ଆସିବା ସଙ୍ଗେସଙ୍ଗେ ପାରିବାରିକ ସ୍ଥିତିରେ ସୁସ୍ଥ ରହିବ । ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ବାବା ଲିଙ୍ଗରାଜା ।

Leave a Reply

Your email address will not be published. Required fields are marked *