04 ମାର୍ଚ୍ଚ 2021, ଗୁରୁବାର :- ସୂର୍ଯ୍ୟଙ୍କ ସ୍ଥିତିରେ ପରିବର୍ତ୍ତନ ! ୭ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ହେବ ପୂରଣ ! ପରିବାରରେ

04 ମାର୍ଚ୍ଚ 2021, ଗୁରୁବାର :- ସୂର୍ଯ୍ୟଙ୍କ ସ୍ଥିତିରେ ପରିବର୍ତ୍ତନ ! ୭ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ହେବ ପୂରଣ ! ପରିବାରରେ

04 ମାର୍ଚ୍ଚ 2021, ଗୁରୁବାର :- ସୂର୍ଯ୍ୟଙ୍କ ସ୍ଥିତିରେ ପରିବର୍ତ୍ତନ ! ୭ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ହେବ ପୂରଣ ! ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୦୪ ମାର୍ଚ୍ଚ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଭଲ ରହିବ । ଆଜି ଆପଣ ନିଜ ମନମୁତାବକ କାର୍ଯ୍ୟ କରିବେ । ପାରିବାରିକ କ୍ଷେତ୍ରରେ ମତାନ୍ତର ଦେଖାଦେଲେ ମଧ୍ୟ କାମ ବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗର କୌଣସି ଅଭାବ ପରିଲକ୍ଷିତ ହେବ ନାହିଁ । ଆର୍ଥିକ ପୂର୍ବ ଅପେକ୍ଷା ଭଲ ରହିବ । ଅଫିସରେ ସହକର୍ମୀଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଋଣ ପରିଶୋଧ, ବକେୟା ଅର୍ଥ ପ୍ରାପ୍ତି, ସ୍ଥଗିତ କାମକୁ ପୂର୍ଣ୍ଣ କରିବାରେ ସମର୍ଥ ହେବେ । ସାମାଜିକ କାର୍ଯ୍ୟରେ କେତେକ ଅସ୍ଵାଭାବିକ ଘଟଣା ଦେଖା ଦେଇପାରେ, ଯାହାକୁ କେନ୍ଦ୍ର କରି ନିଜକୁ ସଂକୁଚିତ ମନେ କରିବେ । ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ପରିବାରରେ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ବନ୍ଧୁତ୍ଵ ସମ୍ପର୍କ ପୁଣିଥରେ ଯୋଡି ହେବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଅବହେଳିତ ଯୋଗୁଁ କାର୍ଯ୍ୟରେ କିଛି ବ୍ୟତିକ୍ରମ ଦେଖାଦେଇପାରେ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ଲାଭ କରି ଆଗକୁ ବଢି ପାରିବେ ଓ କାର୍ଯ୍ୟ ହାସଲ କରିପାରିବେ । ଅଫିସ କାମରେ କିଛି ମାତ୍ରାରେ ଟେନ୍ସନ୍ କମିଯିବା କାରଣରୁ ମନକୁ ସାମୟିକ ଆଶ୍ୱସ୍ତି ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ସମ୍ମାନ ଲାଭ କରିବେ ଓ ପଦମର୍ଯ୍ୟାଦାକୁ ସୁରକ୍ଷିତ କରିପାରିବେ । ସାମାଜିକ କ୍ଷେତ୍ରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଯେତେ ଭଲ କାମ କରିଲେ ମଧ୍ୟ ସମାଜର କେତେକ ଖଳ ପ୍ରକୃତିର ଲୋକେ ନିନ୍ଦା ହିଁ କରିବେ । ଯାତ୍ରା ସମୟରେ ଚୋରି, ପକେଟମାର ଅଥବା ଅସାବଧାନତା କାରଣରୁ ଧନହାନିର ସମ୍ଭାବନା ରହିଛି । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆକସ୍ମିକ ଭାବରେ ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବ୍ୟବସାୟର ପ୍ରସାର ପ୍ରଚାର ଲାଗି ନାନା ପ୍ରକାର ଉଦ୍ୟମ ଜାରି ରଖିବେ । ରପ୍ତାନି, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସଙ୍କେତ ରହିଛି । ନୂତନ କାମର ପରିକଳ୍ପନା କରିବା ସଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ଅଫିସରେ ଟିକେ ଭିନ୍ନ ମାହୋଲ ରହିବ କିନ୍ତୁ କାମଗୁଡିକ ଠିକ୍ ସମୟରେ ପୂରା ନ ହେବାରୁ ଅସନ୍ତୁଷ୍ଟ ହୋଇପାରନ୍ତି । ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ । ଅଭାବ ନ ଥିଲେ ମଧ୍ୟ ଅନ୍ୟାନ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବାର ସୂଚନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ର ଓ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟାକୁ ସାମନା କରି ନ ପାରି ବିଚଳିତ ହୋଇପାରନ୍ତି । ଜଟିଳ ସମସ୍ୟାକୁ ବୁଦ୍ଧିମତାର ସହ ସମାଧାନ କରିନେବେ । ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ଭଲ । ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ । ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇବେ । ଚେଷ୍ଟା କରୁଥିବା କାମ, ଆନୁଷ୍ଠାନିକ କାର୍ଯ୍ୟ, କଚେରି ମାମଲା, ଜମିଜମା ବିବାଦରେ ଉପକୃତ ହୋଇପାରନ୍ତି । ନିଜର ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେଲେ ମଧ୍ୟ କାମ ଅଟକିବ ନାହିଁ । ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିବାରରେ ମନାମାଳିନ୍ୟ ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ । ନଚେତ୍ ଆକସ୍ମିକ ଭାବରେ କଳହ ଆସିପାରେ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ଅତ୍ୟାଧିକ ପରିଶ୍ରମ କଲେ ମଧ୍ୟ ଆଶାତୀତ ଫଳ ପ୍ରାପ୍ତି କରିପାରିବ ନାହିଁ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ରହିବ ଏବଂ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧରଣର ରହିବ । ପୁରାତନ ରୋଗରୁ ମୁକ୍ତି ମିଳିବ । ପରିବାରରେ ସାମୟିକ ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । କିନ୍ତୁ ସହଧର୍ମୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ସ୍ଵାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଉତ୍ସାହର ସହିତ ସବୁ କାମ କରିବେ । ସମାଜର ସମ୍ମାନନୀୟ ଓ ବରିଷ୍ଠ ଲୋକଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ । କର୍ମକ୍ଷେତ୍ରରେ ସାମୟିକ ଚିନ୍ତା କରିଲେ ମଧ୍ୟ କାମଗୁଡିକ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । କିନ୍ତୁ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଅଫିସରେ କେତେକ ଫାଇଲ୍‌ କାମ ସକାଶେ ହଇରାଣ ହରକତ୍ ହେବାକୁ ପଡିପାରେ । ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଉନ୍ନତିର ପଥରେ ଅଗ୍ରସର ହେବେ । ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି; ତାହା ସାମାନ୍ୟ ବିଳମ୍ବରେ ପାଇବେ । ପାରିବାରିକ ସ୍ତର, ହସଖୁସିରେ କଟିବ । ଅତ୍ୟଧିକ ପରିଶ୍ରମ, ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ । କଥା ଚାତୁରି ମାଧ୍ୟମରେ ଭାଇ, ବନ୍ଧୁ ତଥା ଅଜଣା ଅଶୁଣା ଲୋକମାନଙ୍କୁ ମନେଇବାରେ ସଫଳ ହେବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ବହୁପୂର୍ବରୁ ମନେ ମନେ ଭାବିଥିବା ନୂତନ କାର୍ଯ୍ୟଟିକୁ ଆରମ୍ଭ କରି କୃତକାର୍ଯ୍ୟ ହେବେ । କଠିନ ପରିଶ୍ରମ ଜନିତ କ୍ଳାନ୍ତି ଓ ଅବସାଦ ଦଖା ଦେଇପାରେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭଲ ରହିବ । କୌଣସି ନୂତନ କର୍ଜୟାରମ୍ଭ କରିବା ସକାଶେ ମନୋବଳାଇବେ । ଅଫିସରେ କିଛି ଅଧିକ ଦାୟିତ୍ଵ ନିର୍ବାହ କରିବାକୁ ପଡିପାରେ । ସହକର୍ମୀଙ୍କ ସହଯୋଗ ମିଳିବ । ଜନକଲ୍ୟାଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ସାଧାରଣ କଥାରେ ତର୍କବିତର୍କ କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ସଦଭାବନା ବୃଦ୍ଧି ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିବ । ଦୀର୍ଘ ଦିନରୁ ସ୍ଥଗିତ କାମକୁ ପୂରା ଦମରେ କରିଚାଲିବେ । କୌଣସି ନୂତନ ଯୋଜନାରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ଦୂରଦର୍ଶିତା ଓ ସହଯୋଗୀ ମନୋବୃତ୍ତି କାରଣରୁ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ । ବ୍ୟବସାୟରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟାକୁ ସୁଧାରି ନେଇ ପାରିବେ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ । ପାରିବାରିକ କ୍ଷେତ୍ରରେ ସମସ୍ୟା ପୂର୍ବପରି ରହିବା ଦୁଶ୍ଚିନ୍ତାର କାରଣ ହୋଇପାରେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କରେ ଚଳିବା ଭଲ ହେବେ । ବୈବାହିକ ଜୀବନରେ ପରସ୍ପରକୁ ସହଯୋଗ କରି ଚଳିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପୂର୍ବ ସମସ୍ୟା କେତେକାଂଶରେ ସୁଧୁରିଯିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଶନିଙ୍କ ଶୁଭଦୃଷ୍ଟି ଯୋଗୁଁ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଥାବାର୍ତ୍ତା ଓ ବ୍ୟବହାରରେ ପରିବର୍ତ୍ତନ କରିବା ଆପଣଙ୍କ ପାଇଁ ଭଲ ହେବ । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନସନ୍‌ ବଢିପାରେ । ବ୍ୟବସାୟରେ ଲାଗିରହିଥିବା ସମସ୍ୟା ଯେପରି କୌଣସି ବିବାଦୀୟ ପରିସ୍ଥିତି ଆଗକୁ ଗତି ନ କରିବା ସେଥିପ୍ରତି ଦୃଷ୍ଟି ଦେବା ଭଲ ହେବ ଓ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଅଫିସରେ ପୂର୍ବରୁ ସ୍ଥଗିତ କାର୍ଯ୍ୟକୁ ନେଇ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ମିଥ୍ୟା ଗୁଜବ ଖବର, ମାନସିକ ସ୍ଥିତିକୁ ଦୋହଲାଇ ଦେବ । ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନୋବଳ କ୍ରମଶଃ ବୃଦ୍ଧି ପାଇବ । ଆଜି ରାଶିରେ ଚନ୍ଦ୍ରଙ୍କ ଶୁଭ ଦୃଷ୍ଟି ଯୋଗୁଁ ବନ୍ଧୁତ୍ଵ ଓ ନିକଟ ସମ୍ପର୍କଙ୍କ ସହ ସମ୍ପର୍କ ମଜବୁତ ରହିବ କିନ୍ତୁ ସ୍ଵଭାବ ଓ ବ୍ୟବହାରରେ ଅସଂଯମତା ଯୋଗୁଁ କିଛି ସମୟ ପାଇଁ ବନ୍ଧୁମାନେ ଆପଣଙ୍କ ଉପରେ ରୁଷ୍ଟ ପ୍ରକାଶ କରିପାରନ୍ତି । ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ । ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ ଏବଂ ହଠାତ୍‌ କାୈଣସି ଖବର ପାଇ ଖୁସି ହେବେ । ଆର୍ଥିକ ସ୍ଥିତି ଭଲ ରହିବ କିନ୍ତୁ ଆବଶ୍ୟକତା ପୂର୍ଣ୍ଣ କରିବା କାଠିକର ପାଠ ହେବ । ପୂର୍ବ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପରିବାର ସଦସ୍ୟଙ୍କ ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି ଅଙ୍ଗୁଳି ନିର୍ଦ୍ଦେଶନା କରି କାର୍ଯ୍ୟକୁ ସାଫଲ୍ୟ କରିପାରିବେ । ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ଅନୁଭବ କରିବେ ନାହିଁ । ବ୍ୟବସାୟରେ ସ୍ଥିତି ଭଲ ରହିବ । କିନ୍ତୁ ଖଳ ଲୋକମାନଙ୍କ ଶୁଣାକଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ଭଲ ରହିବ, ଯାହାଫଳରେ ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ବ୍ୟାଙ୍କରେ ପୁଞ୍ଜି ନିବେଶ କରିପାରନ୍ତି କିମ୍ବା କୌଣସି ଇନସୁରାନ୍ସ କରିପାରନ୍ତି । ବାକ୍‌ ଅସଂଯମତା ଯୋଗୁଁ ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ବ୍ୟାହତ ହୋଇପାରେ । ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ଆଜି ଅଧିକାଂଶ ସମୟ କଟାଇବେ । ପାରିବାରିକ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ୱନାବାଣୀ ମନରେ ଆଶ୍ୱସ୍ତି ଭରିପାରେ । ସ୍ୱାସ୍ଥ୍ୟ ଭଲ ରହିବା ସଙ୍ଗେ ସଙ୍ଗେ ବୈବାହିକ ଜୀବନ ମଧ୍ୟ ପ୍ରୀତିମାୟା ରହିବ । ଶୁଭରଙ୍ଗ: ଆକାଶି ନୀଳ । ଆରାଧନା: ମାଆ ବିମଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଭାବୁଥିବା କାମଟି ସମ୍ପନ୍ନ କରିବା ସକାଶେ ବନ୍ଧୁଙ୍କୁ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିଲେ ମଧ୍ୟ ନୂତନ କାର୍ଯ୍ୟାରମ୍ଭ କରିବା ସକାଶେ ମନ ବଳାଇବେ । ଅଫିସ କର୍ଯ୍ୟାଳୟରେ କାର୍ଯ୍ୟର ଚାପ ଅଧିକ ରହିବ । ଇଚ୍ଛା ନ ଥିବା ସତ୍ତ୍ୱେ ଉଚ୍ଚାଧିକାରୀଙ୍କ ଆଦେଶାନୁସାରେ କେତେକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ସାଂସ୍କୃତିକ ଅନୁଷ୍ଠାନରେ ପ୍ରଶଂସନୀୟ କାମକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଭ୍ରାତୃ ସମ୍ପର୍କରେ ଥିବା ମତଭେଦ ଦୂରେଇ ଯିବା ଫଳରେ ସାମୟିକ ଖୁସୀ ଅନୁଭବ କରିବେ । ବାଦବିବାଦ, ଅଯଥା ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *