04 ମଇ 2021, ମଙ୍ଗଳବାର :- ପ୍ରଭୁ ହନୁମାନଙ୍କ କୃପାରୁ ୩ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ କୌଣସି

04 ମଇ 2021, ମଙ୍ଗଳବାର :- ପ୍ରଭୁ ହନୁମାନଙ୍କ କୃପାରୁ ୩ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ କୌଣସି

04 ମଇ 2021, ମଙ୍ଗଳବାର :- ପ୍ରଭୁ ହନୁମାନଙ୍କ କୃପାରୁ ୩ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବା ସହ କୌଣସି ନୂତନ କାର୍ଯ୍ୟାରମ୍ଭ କରିବେ କିମ୍ବା କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି ।

ଆଜି ଆମେ ଆପଣଙ୍କୁ ୦୪ ମଇ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ କାର୍ଯ୍ୟ ହାସଲ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ । କର୍ମକ୍ଷେତ୍ର ସମସ୍ୟା ବହୁଳ ରହିଲେ ମଧ୍ୟ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ଦ୍ଵାରା ସହଜରେ ସମାଧାନ କରିପାରିବେ । ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବାରୁ ଏକ ପ୍ରକାର ମନ ହାଲୁକା ହୋଇଯିବ । ପ୍ରତ୍ୟେକ ଦିଗରୁ ସହଯୋଗ ପାଇବେ ଓ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କର୍ମକ୍ଷେତ୍ରରେ ଅବା ଅଫିସରେ ଉପଯୁକ୍ତ ପ୍ରସ୍ତାବ ଦେଇ ସମସ୍ତଙ୍କ ଗହଣରେ ଆଦରଣୀୟ ହେବେ । ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ପାରନ୍ତି । ପରିବହନ ତଥା ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଶୁକ୍ରଙ୍କ ରାଶ୍ୟବସ୍ଥାନରୁ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବା ଏବଂ ବ୍ୟବସାୟରେ ଆୟ ଠାରୁ ବ୍ୟୟ ଅଧିକ ହେବ । କର୍ମକ୍ଷେତ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ସୂଚନା ଦେଖାଦେଇପାରେ । ସଭାସମିତି ଓ ଆଲୋଚନା ପରିସରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି । ପ୍ରତିକୂଳ ପରିସ୍ଥିତିରେ ଅଫିସରେ କାର୍ଯ୍ୟଭାର ବଢିବ । ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ବିରୋଦ୍ଧାଚରଣ କରୁଥିବା ଲୋକେ ଆପଣଙ୍କ ପ୍ରତିଟି କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିବେ ଓ କିଛି ନା କିଛି ଅସୁବଧା ସୃଷ୍ଟି କରିବେ । ଆର୍ଥିକ ସମସ୍ୟା କେତେକାଂଶରେ ପାରିବାରିକ ଆବଶ୍ୟକତାକୁ ଅଟକାଇ ଦେଇପାରେ । ପରିସ୍ଥିତି ଯାହା ହେଉନା କାହିଁକି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ । ନିଜର କାମ ପଛକୁ ପକାଇ ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧନାଧିପ କୋଣ ଭାବସ୍ଥ ଯୋଗୁ ଆର୍ଥିକ ଉନ୍ନତି ଘଟିବ ଏବଂ ନୂତନ କର୍ମାରମ୍ଭରେ କୌଣସି ଅସୁବିଧା ହେବ ନାହିଁ । କୌଣସି କାରଣ ନେଇ ଆପଣଙ୍କ ମନରେ ଯେଉଁ ଆଶଙ୍କା ରହିଛି ତାହା ଆଜି ଅପରାହ୍ନରେ ଦୂର ହୋଇଯିବ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହେବା ସଙ୍ଗେ ସଙ୍ଗେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହାଫଳରେ ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିପରାନ୍ତି । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟ ଦକ୍ଷତା ବଳରେ, ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ, ଯାହାଦ୍ୱାରା ସମସ୍ତଙ୍କ ପ୍ରଶଂସାର ଯୋଗ୍ୟ ହେବେ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ଓ କାମ ସକାଶେ ସାହାଯ୍ୟ ପାଇବେ । ଜାଣିଶୁଣି କେତେକ ଈର୍ଷାପରାୟଣ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଚନ୍ଦ୍ର ଓ ମଙ୍ଗଳଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ ମନ ଚାହୁଁଥିବା କାମଟି କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ କିନ୍ତୁ ଆଶାତୀତ ଫଳ ପାଇବେ ନାହିଁ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଅଫିସରେ ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ । ବନ୍ଧୁଙ୍କ ସହ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ କଳହ ଲାଗିପାରେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ କ୍ଷୋଭ ପ୍ରକାଶ କରିପାରନ୍ତି । କାଳେ ସହଯୋଗ କିମ୍ବା ସାହାଯ୍ୟ କରିବାକୁ ପଡିବ, ଏହି ମନୋବୃତ୍ତି ନେଇ ସମ୍ପର୍କୀୟମାନେ ପାଖତଡ ମାଡିବେ ନାହିଁ । ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଅଧିକାଂଶ ସମୟ ଟେନସନ ମଧ୍ୟରେ ଚଳିଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ । ରବି ସହ ରାହୁଙ୍କ ସଂଯୋଗ ସ୍ୱାସ୍ଥ୍ୟହାନିର କାରଣ ହୋଇପାରେ । ମନକଥା ମନରେ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ । ଅଫିସ୍‌ କାମରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସଭାସମିତିରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ଦେଇ ସମାଲୋଚିତ ହୋଇପାରନ୍ତି । ଈର୍ଷାଳୁ ସହକର୍ମୀଙ୍କ ଦ୍ୱାରା ମିଥ୍ୟା ଗୁଜବ, ମନକୁ ଆତଙ୍କିତ କରିପାରେ ଏବଂ ସେମାନେ ଆପଣଙ୍କ ଚଲା ପଥରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି । ସାମାଜିକ କ୍ଷେତ୍ରରେ ଗଠନ ମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ପାଖ ପଡୋଶୀ ସହାୟତା କରିବେ । ଦାମ୍ପତ୍ୟ ଜୀବନ ସଖୁଦମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ମୁଖ ଭାବରେ ଚନ୍ଦ୍ର ଅବସ୍ଥାନ କରିଥିବା ଯୋଗୁଁ ସୁସମ୍ବାଦ ପାଇବେ ଓ ପ୍ରତ୍ୟେକ କ୍ଷେତ୍ରରେ ମିଠା କଥା କହି ବନ୍ଧୁଙ୍କ ମନ ଜିଣିବେ । ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ଲୋକମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି । ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ଈର୍ଷାଳୁ ବ୍ୟକ୍ତିଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତି କ୍ରମଶଃ ବୃଦ୍ଧି ପାଉଥିବାରୁ ନୂତନ ଘର, ଜମି କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ଅଫିସରେ ଆଳସ୍ୟ ଓ ଅବହେଳା ଯୋଗୁଁ କାର୍ଯ୍ୟଗୁଡିକ ସ୍ଥଗିତ ରହିପାରେ, ଯାହାଫଳରେ ଉଚ୍ଚାଧିକାରୀଙ୍କୁ କୈଫିୟତ ଦେବାକୁ ପଡ଼ିପାରେ । ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ସ୍ଵାମୀ ଓ ସ୍ତ୍ରୀ ପରସ୍ପରଙ୍କ ମଧ୍ୟ ବିନୟପୂର୍ଣ୍ଣ ପ୍ରେମ ଭାବନା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ଆତ୍ମବିଶ୍ଵାସ ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ । କର୍ମାଧିପ ରାଶିସ୍ଥ ଯୋଗ, ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଆନୁଷଙ୍ଗକ ସାହାଯ୍ୟ ଓ ସହଯୋଗ ମିଳିବ । ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ସ୍ଥିତି ମାନ୍ଦା ରହିବ ନାହିଁ, ବିଭିନ୍ନ ଦିଗରୁ ଅର୍ଥ ପାରିବେ । ଆନୁଷ୍ଠାନିକ କାମରେ ଗଠନ ମୂଳକ ପରାମର୍ଶ ମିଳିବ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି ଏବଂ ଅଯଥାରେ ଭୁଲ୍ ବାହାର କରି ସମାଲୋଚତ କରିବେ । ଅବଶ୍ୟ ସମାଜରେ ଆପଣଙ୍କ ସ୍ଥିତି ମଜବୁତ ରହିବ ଓ ଜନକଲ୍ୟାଣ କାର୍ଯ୍ୟ କରି ପ୍ରଶଂସିତ ହେବ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହା କି ଅନର୍ଥର କାରଣ ହୋଇପାରେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ସାମୟିକ କଳହ ହେବାର ସୂଚନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବାକୁ ପଡିବ । କୋଣାଧିପ କେନ୍ଦ୍ରସ୍ଥ ଯୋଗୁଁ ଅଭିଳଷିତ ଜିନିଷ ହାସଲ କରାବାରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତା ମିଳିବ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ବ୍ୟବସାୟରେ ନାନା ପ୍ରକର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସମସ୍ୟାର ସମାଧାନ ନିମନ୍ତେ ବନ୍ଧୁଙ୍କୁ ଠାରୁ ସାହାଯ୍ୟ ଲୋଡିବେ । ଚାକିରୀ ଜୀବିମାନେ କର୍ମକ୍ଷେତ୍ରରେ ନିଜ ପଦମର୍ଯ୍ୟାଦାକୁ ସୁରକ୍ଷିତ ରଖିବାରେ ସମର୍ଥ ହେବେ । ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ସମ୍ଭାବନା ରହିଛି । ଶତ୍ରୁତା ଆରଚରଣ କରୁଥିବା ଲୋକଟି ଆପଣଙ୍କ ମନକୁ ବାଧିଲା ଭଳି ଭଳି କଥା କହିପାରେ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ବହୁ ଯୁକ୍ତିତର୍କ କରିବାକୁ ପଡିବ । ସମୟ ସ୍ରୋତରେ ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତି ଜଣକ ହଠାତ ଶତ୍ରୁତା ଆଚରଣ କରିବେ । ପାରିବାରିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ମଙ୍ଗଳ ସ୍ଥିତି ପ୍ରଭାବରେ ଆଲୋଚନା କ୍ଷେତ୍ରେରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ । ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିପାରେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ତରବାରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ସମୟ ଅତିବାହିତ କରିବେ । ପାରିବାରିକ କ୍ଷେତ୍ରରେ ଦୀର୍ଘଦିନର ଆଶା ଫଳବତୀ ହେବ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ମାନସିକ ଚାପଗ୍ରସ୍ତ କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ବାବା ଲିଙ୍ଗରାଜ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ । ମଙ୍ଗଳ ତୃତୀୟସ୍ଥ ଯୋଗୁ ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ । ଆପଣ ପରିସ୍ଥିତି ବଶତଃ ଆଲୋଚନା କ୍ଷେତ୍ରରେ ସତ କଥାଟି କହି ପାରିବେ ନାହିଁ । କିନ୍ତୁ କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିବେ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଏପରି କ୍ଷତି ସହିବାକୁ ପଡିବ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ଅଫିସରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଲକ୍ଷ୍ୟ ହାସଲ କରିବା ପରିପ୍ରେକ୍ଷୀରେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ । ସାମୟିକ ସମସ୍ୟା ଦେଖାଦେବାରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ନିର୍ମାଣାଧୀନ କାମ ଶେଷ ହେବା ସମୟରେ ଅନ୍ୟମାନେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବେ । ପରିବାରର କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନିଜ ଆତ୍ମୀୟ ସ୍ଵଜନଙ୍କ ବିଶ୍ଵାସଘାତ ଯୋଗୁଁ ମନ ଉଦାସ ରହିବ । କର୍ମକ୍ଷେତ୍ରରେ ସ୍ଵାର୍ଥହାସଲ ଅଭାବରୁ ନିଜ ଲୋକଟି ହଠାତ୍‌ ଶତ୍ରୁତା କରିବାକୁ ପଛାଇବ ନାହିଁ । ଆଜି ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ । ବ୍ୟବସାୟ ବାଣିଜ୍ୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଖାଇବା ପିଇବାରେ ଅବହେଳା କରିବେ । ଅଫିସରେ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ ଉପକୃତ ହେବେ । ଯାହା ଆପଣଙ୍କ ସ୍ୱାସ୍ଥ୍ୟହାନୀର କାରଣ ହୋଇପାରେ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବା ସହ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା ଲାଭ କରିବେ । ସାଙ୍ଗସାଥୀଙ୍କ ସହଯୋଗରୁ ଅପମାନଜନକ ସ୍ଥିତିରୁ ବର୍ତ୍ତୀ ପାରିବେ । ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ଦାମ୍ପତ୍ୟ ଜୀବନ ଖୁସିମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପରିସ୍ଥିତି ପ୍ରତି ସଜାଗ ରହି କାମ କରି ଚାଲିଲେ ପ୍ରତିବନ୍ଧକ ବେଶି ସମୟ ଅଟକାଇ ପାରିବ ନାହିଁ । ବ୍ୟୟଭାବସ୍ଥ ଶନି ଜନିତ ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ, ଅଶାନ୍ତିର କାରଣ ହେବ । ଦୃଢ଼ ଇଚ୍ଛାଶକ୍ତି ବଳରେ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ବଢିପାରେ । ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ସ୍ଥିତି ମଧ୍ୟମ ପ୍ରକାରର ରହିବ । ସଭାସମିତିରେ ଯୋଗ ଦେଲେ ମଧ୍ୟ ନୀରବତା ରହିବା ଶ୍ରେୟସ୍କାର ହେବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ମାଲିମକଦ୍ଦମାରେ ସଫଳତା ହାସଲ କରିବେ ଓ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିପାରନ୍ତି । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *