04 ଜୁନ୍ 2021, ଶୁକ୍ରବାର :- କର୍କଟ ରାଶି ସମେତ ଏହି ଅନ୍ୟ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ କର୍ମକ୍ଷେତ୍ରରେ ସ୍ଥିତି ମଜବୁତ

04 ଜୁନ୍ 2021, ଶୁକ୍ରବାର :- କର୍କଟ ରାଶି ସମେତ ଏହି ଅନ୍ୟ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ କର୍ମକ୍ଷେତ୍ରରେ ସ୍ଥିତି ମଜବୁତ

04 ଜୁନ୍ 2021, ଶୁକ୍ରବାର :- କର୍କଟ ରାଶି ସମେତ ଏହି ଅନ୍ୟ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ କର୍ମକ୍ଷେତ୍ରରେ ସ୍ଥିତି ମଜବୁତ ରହିବା ସହ ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ପାଇବ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ ।

ଆଜି ଆମେ ଆପଣଙ୍କୁ ୦୪ ମଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ କାର୍ଯ୍ୟ କରିବାକୁ ମନରେ ତତ୍ପରତା ପ୍ରକାଶ କରିବେ । ଦୀର୍ଘ ଦିନରୁ କର୍ମକ୍ଷେତ୍ରରେ ଲାଗିଥିବା ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟରେ ଆଶଜନକ ସଫଳତା ନ ମିଳିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କର୍ମକ୍ଷେତ୍ରରେ ବିନମ୍ର ସ୍ଵଭାବ ଯୋଗୁଁ ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଅଫିସରେ ସହକର୍ମୀମାନଙ୍କ ସହ ବ୍ୟବହାର ଭଲ ରହିବ । ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସରକାରୀ ସ୍ତରରୁ ଆଶା କରୁଥିବା ସାହାଯ୍ୟ ସହାୟତା ପାଇପାରିବେ । ବନ୍ଧୁଙ୍କ ସହ ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । କଥାବାର୍ତ୍ତାରେ ସଂଯମତା ରଖନ୍ତୁ ଏବଂ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ; ଆପଣଙ୍କ ପାଇଁ ଭଲ ରହିବ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରିବାରିକ ସ୍ତରରେ କେତେକ ବ୍ୟତିକ୍ରମ ଲାଗିଥିଲେ ମଧ୍ୟ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଶୁଭରଙ୍ଗ: ଗୋଳାପୀ । ଆରାଧନା: ମାଆ ବିମଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଇଷ୍ଟଦେବୀଙ୍କ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ଆଜି ପରିସ୍ଥିତି ଯେତିକି ଜଟିଳ ଭାବୁଛନ୍ତି ବାସ୍ତବରେ ସେହିପରି କିଛି ହେବ ନାହିଁ । ଧୌର୍ଯ୍ୟଧରି କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ପାଇବେ । ବ୍ୟବସାୟ ଜନିତ ନୂଆ ନୂଆ ବିଚାର ମନକୁ ଆସିବ । ଅଫିସ ପରିସରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚପ୍ରଶଂସିତ ହେବେ । ତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଅବହେଳାବଶତଃ ଗୁରୁତ୍ୱପୂର୍ଣ୍ଣ କାମଟିକୁ କରି ନ ପାରି ଦୁଃଖ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ପକ୍ଷପାତିତାକୁ ଭିତ୍ତି କରି ସମସ୍ୟାର ଜାଲରେ ଛନ୍ଦି ହୋଇପାରନ୍ତି କିନ୍ତୁ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ସ୍ୱାସ୍ଥ୍ୟ ଉନ୍ନତମନର ରହିବ । ମନରେ ନୂତନ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହେବ ଓ କର୍ମକ୍ଷେତ୍ରକୁ ସରସ ଓ ସୁନ୍ଦର କରିପାରିବେ । ବକ୍ ଚତୁରତାରେ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଦ୍ଵାରା କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ କାର୍ଯ୍ୟର ଚାପ ଅଧିକ ରହିବ । ସହକର୍ମୀଙ୍କ ସହାୟତାରେ କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡିବାକୁ ପଡିପାରେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ପରିବାରରେ ପିତାଙ୍କ ସହ ମତପାର୍ଥକ୍ୟ ଅଶାନ୍ତିର କାରଣ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । କର୍ମକ୍ଷେତ୍ରରେ ନିଜ ଇଚ୍ଛା ମୁତବକ କାର୍ଯ୍ୟ କରିବେ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ଏବଂ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଅଫିସରେ ଦୁଃସାଧ୍ୟ କାର୍ଯ୍ୟକୁ ହାତକୁ ନେଇ ସହଜରେ ସମ୍ପନ୍ନ କରିନେବେ, ଯାହାଫଳରେ ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ , ଆଲୋଚନା କ୍ଷେତ୍ର, ସଙ୍ଗଠନ ଓ ରାଜନୀତି ସକାଶେ ପ୍ରାୟତଃ ଅସୁବିଧା ହେବନାହିଁ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ସାମୟିକ ଖୁସି ହେବେ । ଅତି ବିଶ୍ୱସ୍ତ ଲୋକଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ଉନ୍ନତ ସ୍ଵାସ୍ଥ୍ୟ, ନୂତନ ସମ୍ପର୍କ ମଧ୍ୟରେ ମନ ପ୍ରଫୁଲ୍ଲ ରହିବ । ଜୀବନସାଥୀ ଏବଂ ପିଲାମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭଦ୍ରକାଳୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡିବ । ଯେତେ ଚେଷ୍ଟା କରିଲେ ମଧ୍ୟ ସତ କଥାଟିକୁ ଲୁଚାଇ ରଖିପାରିବେ ନାହିଁ । କାହା ସହିତ କଥାବାର୍ତ୍ତା କରିବା ସମୟରେ, ଶବ୍ଦ ସଂଯୋଜନା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବା ସହ ଖର୍ଚ୍ଚର ପରିମାଣ ହଠାତ୍ ବୃଦ୍ଧି ପାଇବା ଫଳରେ ମାନସିକ ସ୍ତରରେ ସରସତା ରହିବ ନାହିଁ । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଆର୍ଥିକ ଅନଟନ କାରଣରୁ କେତେକ କାର୍ଯ୍ୟ ହାତ ପାହାନ୍ତାରୁ ଚାଲିଯିବ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ କିନ୍ତୁ ସଂପୂର୍ଣ୍ଣ ହୋଇପାରିବ ନାହିଁ । ପାରିବାରିକ ସ୍ତରରେ ବିଭିନ୍ନ ବିଭିନ୍ନ ପ୍ରକାରର ଝମେଲା ମଧ୍ୟଦେଇ ଗତି କରିବାକୁଇ ପଡିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ପାଇଁ ଉଭୟ ସୁଖ ଓ ଦୁଃଖର ମିଶ୍ରଣ ନେଇ ଆସିବ । ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ, ଯାହାଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ବ୍ୟବସାୟରେ ସାମାନ୍ୟ ମନ୍ଥର ରହିବା, ଯାହାଫଳରେ ମନ ପ୍ରସନ୍ନ ରହିବା ନାହିଁ । ପ୍ରକାଶନ, ପ୍ରଶାସନ, ଆଲୋଚନା ପରିସର ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ବିତର୍କର ସମ୍ମୁଖୀନ ହେବେ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଖପାଖର ସୁଖଦ ବାତାବରଣ ମନକୁ ଆନନ୍ଦ ଦେବ କିନ୍ତୁ କର୍ମକ୍ଷେତ୍ରରେ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ବନ୍ଧୁ ଓ ସହକର୍ମୀଙ୍କ ସହାୟତା ମିଳିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସରେ ଉପରିସ୍ଥଙ୍କ ଆଦେଶରେ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି । ଶତ୍ରୁ କିମ୍ଭା ସହକର୍ମୀଙ୍କ ସହିତ ବାଦ-ବିବାଦ କିମ୍ବା ଉଗ୍ର ଚର୍ଚ୍ଚା ନ ହେଉ, ସେଥିପ୍ରତି ଧ୍ୟାନ ରଖନ୍ତୁ । ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ । ଭୁଲ୍‌ ଖବର ପାଇ ମାନସିକ ସ୍ତରରେ ବିଚଳିତ ହୋଇପାରନ୍ତି । ଆଲୋଚନା ଓ ସମାଲୋଚନା ମଧ୍ୟରେ ପାରିବାରିକ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ । ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦୁଃଖ ଓ କଷ୍ଟରୁ ମୁକ୍ତି ପାଇବା ପାଇଁ କେବଳ ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ନାନା ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗିରହିବା ଫଳରେ ମନରେ ଆନନ୍ଦ ରହିବ ନାହିଁ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ବିଶ୍ଵାସ କରୁଥିବା ଲୋକଟି ହିଁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବ । ଘୋରାଇ ଆବଶ୍ୟକତା ପୂରଣ କରିବା ନିମନ୍ତେ ବନ୍ଧୁ ଓ ସହକର୍ମୀଙ୍କ ଠାରୁ ଧାର କରଜ କରିବାକୁ ପଡିବ । ଅଫିସରେ ସମସ୍ତ କଥାକୁ ହାଲୁକା ଭାବରେ ଗ୍ରହଣ କରିଲେ ଅସୁବିଧାରେ ପଡିବେ । ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରିବା ଅର୍ଥ ମରିଚିତ ପଛରେ ଦୌଡିବା । ସମାଜିକ କ୍ଷେତ୍ରରେ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲାଗିରହିଥିବା ଦ୍ଵନ୍ଦ ଦୂର ହେବ । ଅର୍ଥ ଜନିତ ସଙ୍କଟ ଓ ପିଲାଙ୍କ ସ୍ୱାସ୍ଥ୍ୟହାନି ଯୋଗୁଁ ମାନସିକ ସ୍ତରରେ ଦ୍ଵନ୍ଦ ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଖର୍ଚ୍ଚର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି । ଯେକୌଣସି କାର୍ଯ୍ୟ ହାସଲ କରିଲେ ମଧ୍ୟ ମୋଟା ଅଙ୍କର ଅର୍ଥ ବ୍ୟୟ କରିବାକୁ ପଡିବ । ତେଣୁ ଆର୍ଥିକ ଦିଗ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କୁ ଜୋର ଦେଇ କହିବା କାରଣରୁ ସେମାନେ ମୁହଁ ଫୁଲାଇ ଆପଣଙ୍କୁ ଭୁଲ ବୁଝିବେ । ଅତି ବିଶ୍ୱସ୍ଥ ଲୋକ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । କେତେକ କ୍ଷେତ୍ରରେ ନିଜ ଲୋକମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେବେ । ସାମାଜିକ ସ୍ତରରେ କେବଳ କୌଶଳପୂର୍ଣ୍ଣ ଓ ବିନୟପୂର୍ଣ୍ଣ କଥା କହି କାମ ହାସଲ କରିବାକୁ ପଡିବ । ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିରହିଥିଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସମୟ କ୍ରମରେ ପରିସ୍ଥିତି ବଦଳିଯିବ ଓ ଅନୁକୂଳ ପରିସ୍ଥିତି ମଧ୍ୟରେ ଦିନ ଅତିବାହିତ କରିବେ । ବ୍ୟବସାୟ ବାଣିଜ୍ୟରେ ବୁଦ୍ଧି ଓ କୌଶଳକୁ ପାଥେୟ କରି ସମସ୍ୟାର ସମାଧାନ କରିନେବେ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ ପରିସରରେ ଅନୁଷ୍ଠିତ ଆଜିର ବୈଠକରେ ଯୁକ୍ତିଯୁକ୍ତ କଥା କହି ଅସଜଡା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ କର୍ମକ୍ଷେତ୍ରରେ ପାରିବାରିକ ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥ ପାଇବେ । କିନ୍ତୁ ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କହାନୀ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ । ବିବାହିତ ଜୀବନ ଅତ୍ୟନ୍ତ ସୁନ୍ଦର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସମ୍ୟକ କଷ୍ଟଦୟାକ ମଧ୍ୟରେ ଦିନଟି ଅତିବାହିତ ହେବ । ବୃତ୍ତିଗତ କର୍ମରେ ଅର୍ଥ ବିନିଯୋଗ କରିବା ପୂର୍ବରୁ ପାରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ଅବସ୍ଥା ଶୋଚନୀୟ ରହିବ । ଆଜି ଅଫିସରେ କିଛି ଭ୍ରଷ୍ଟାଚର ଅଫିସର ମିଥ୍ୟା ଆରୋପ ଲଗାଇବା ଫଳରେ ମନରେ କାର୍ଯ୍ୟ କରିବାର ଇଚ୍ଛା ମନ୍ଥର ହୋଇଯିବ । ବ୍ୟବସାୟକୁ ଅଗ୍ରଗତି କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପାରିବାରିକ ସ୍ତରରେ ଛୋଟିଆ ଛୋଟିଆ କଥାଗୁଡିକ ବଡ ଆକାରରେ ଚିନ୍ତା କରି ମାନସିକ ଅବସାଦର ଶିକାର ହୋଇପାରନ୍ତି । ଅଧିକାଂଶ କ୍ଷେତ୍ରରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ପରିବାରରେ ବୟସ୍କ ପିତା କିମ୍ବା ମାତାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସୁନ୍ଦରମୟ ପରିବେଶ ମଧ୍ୟରେ ପାରିବାରିକ ଜୀବନ ଅତିବାହିତ କରିବେ । ଆଜି କର୍ମକ୍ଷେତ୍ରରେ ନିଜର ଦୃଢ ପ୍ରତିଭା ଓ ଦକ୍ଷତା ବଳରେ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବେ । ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିବନ୍ଧକ କ୍ରମଶଃ ଦୂରେଇଯିବ ଓ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ସଭାସମିତି କିମ୍ବା ଆଲୋଚନା ପରିସରରେ କିଛି ଜଟିଳ ପରିସ୍ଥିତିର ସାମ୍ନା କରିପାରନ୍ତି, ତେଣୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । ସାମାଜିକ ଦାୟିତ୍ୱଗୁଡିକ ସୁରୁଖୁରୁରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ରାଜନୀତିକ ସ୍ତରରେ ଲୋକ ସମର୍ଥନ ପାଇବା ଫଳରେ ଉନ୍ନତି ପଥରେ ଆଗେଇବେ । ସ୍ୱାସ୍ଥ୍ୟରେ ଉତ୍ଥାନପତନ ଲାଗିରହିବ । ସୁଖଶାନ୍ତିର ସହ ବୈବାହିକ ଜୀବନ ଅତିବାହିତ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *