04 ଜୁଲାଇ, ରବିବାର :- ଆର୍ଥିକ ଦୃଷ୍ଟିକୋଣରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । କର୍ମକ୍ଷେତ୍ରରେ

04 ଜୁଲାଇ, ରବିବାର :- ଆର୍ଥିକ ଦୃଷ୍ଟିକୋଣରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । କର୍ମକ୍ଷେତ୍ରରେ

04 ଜୁଲାଇ, ରବିବାର :- ଆର୍ଥିକ ଦୃଷ୍ଟିକୋଣରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବା ସହ ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୦୪ ଜୁଲାଇ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନ ଆନନ୍ଦ ଉଲ୍ଲାସ ରହିବ । ରାଶିରେ ଶ୍ରୀଚନ୍ଦ୍ର ପ୍ରଭାବରୁ ଗତକାଲିର ଅସମ୍ପୂର୍ଣ୍ଣ କାମଟିକୁ ଆଜି ଶେଷ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । କାରବାରରେ ପ୍ରତିଦ୍ୱନ୍ଦିତା ଲାଗିରହିବା ସତ୍ତ୍ୱେ ସ୍ଥିତି ମଜବୁତ ରହିବ । ଅଫିସରେ ସୁସ୍ଥ ବାତାବରଣ ଥିଲେ ମଧ୍ୟ ମଧ୍ୟାହ୍ନରେ ଏକ ସାଧାରଣ କଥାକୁ କେଦ୍ର କରି ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ସାମାଜିକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ମଜବୁତ ରହିବ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସଂଘର୍ଷମୟ ସ୍ଥିତିରେ ଗତି କରିବାକୁ ପଡିବ । ଆଜି ଶୁକ୍ର ଓ ମଙ୍ଗଳଙ୍କ ହେତୁ ନିଜର ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ । ବ୍ୟବସାୟ ବାଣିଜ୍ୟରେ କାରବାର ସାମାନ୍ୟ ମାନ୍ଦା ରହିବ । କିନ୍ତୁ ଆର୍ଥିକ କ୍ଷେତ୍ରରେ କୌଣସି ଅଭାବ ଅସୁବିଧା ରହିବ ନାହିଁ । ଅଫିସରେ ସହକର୍ମୀଙ୍କ ଅସହଯୋଗ କାରଣରୁ କାର୍ଯ୍ୟ କରିବାର ଶୈଳୀ ମନ୍ଥର ହୋଇଯିବ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ପରିବହନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ । ଆନୁଷ୍ଠାନିକ କାମ ସକାଶେ ଘର ସଜ୍ଜାରେ ସମୟ ଅତିବାହିତ କରିପାରନ୍ତି । ପାରିବାରିକ ସଦସ୍ୟଙ୍କ ମଧ୍ୟରେ କଥା କଟାକଟି କାରଣରୁ ମନଟା ବିଗିଡ଼ି ଯାଇପାରେ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: କ୍ରୀମ୍ ‌। ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମାନସିକ ଦୃଷ୍ଟିରୁ ସାମୟିକ ଚିନ୍ତା ଲାଗିରହିବ । ରାହୁଯୁକ୍ତ ବୁଧଙ୍କ ଯୋଗୁଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତତା ରହିବା କାରଣରୁ ମନ ମଧ୍ୟ ଭଲ ରହିବ ନାହିଁ । ଆଜି ବନ୍ଧୁ ଓ ସମ୍ପର୍କୀୟମାନେ ନିଜ ନିଜର ଫାଇଦା ହାସଲ କରିବା ପାଇଁ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ । ବ୍ୟବସାୟ ବାଣିଜ୍ୟରେ ପାଦେ ପାଦେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଅର୍ଥାଭାବର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ଅଫିସରେ ଆପଣ ଉପଯୁକ୍ତ ପରାମର୍ଶ ଦେଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ବିବୃତ୍ତିକୁ ଇଙ୍ଗିତ କରିବେ । ସାମାଜିକ କାର୍ଯ୍ୟ ଓ ଆନୁଷ୍ଠାନିକ କାର୍ଯ୍ୟରେ ଉଚ୍ଚ ସ୍ତରର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଅନିୟମିତତା ଖାଦ୍ୟପେୟ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରିଲେ ଉପକୃତ ହେବେ । ରାଶିରେ ବଳବାନ୍‌ ବୁଧଙ୍କ ପ୍ରଭାବ ଯୋଗୁଁ ଉଚ୍ଚାପଦାଧିକାରୀଙ୍କ ସହଯୋଗ ପ୍ରାପ୍ତ କରିବା ସହ ଅଫିସରେ ଆୟୋଜିତ ବୈଠକରେ ପ୍ରଶଂସିତ ହେବେ । କିନ୍ତୁ ବୃତ୍ତିଗତ କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଅଧିନସ୍ଥ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟକଳାପ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ଵାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି । ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ଜୀବନ ପ୍ରମମୟ ରହିବ । ପଡ଼ୋଶୀମାନେ କଣ୍ଟା ବାଡରେ ଲୁଗା ପକାଇ କଳହ କରିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ବଢିବ । ଶୁକ୍ର ଷଷ୍ଠାଧିପଙ୍କ କାରଣରୁ ଯେତେ ଭଲ କାମ କରିଲେ ମଧ୍ୟ ବନ୍ଧୁ ଓ ସମ୍ପର୍କମାନଙ୍କ ଦ୍ଵାରା ସମାଲୋଚନା ହେବାକୁ ପଡିବ । ବ୍ୟବସାୟ ବାଣିଜ୍ୟରେ ନାନାପ୍ରକାର ସମସ୍ୟା ଲାଗିରହିବ । ବୃତ୍ତିଗତ କର୍ମରେ ସହକର୍ମୀଙ୍କ ବେଖାରି କାର୍ଯ୍ୟକଳାପ ଯୋଗୁଁ କିଛିଟା ବ୍ୟତିକ୍ରମ ଦେଖାଦେବ । ଅଫିସରେ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ, ଉପକୃତ ହେବେ । ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ପଡ଼ୋଶୀଙ୍କ ନିକଟରୁ କେବଳ ସହାନୁଭୂତି ବ୍ୟତୀତ କିଛି ଲାଭ ହେବନି । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଶାରୀରିକ ସୁସ୍ଥତା ଅନୁଭବ କରିବେ କିନ୍ତୁ ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁଁ ମାନସିକ ସ୍ତରରେ ସନ୍ତୁଳତା ହରାଇପାରନ୍ତି । ଏହା ସାଙ୍ଗକୁ କେତୁଙ୍କ କୁପ୍ରଭାବରୁ ପଡ଼ୋଶୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେବ । କାର୍ଯ୍ୟକ୍ଷେତ୍ରରେ ନାନା ପ୍ରକାର ଅନ୍ତରାଳେ ଦେଖାଦେଲେ ମଧ୍ୟ କାର୍ଯ୍ୟସିଦ୍ଧି ହେବାରେ କୌଣସି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ବୃଦ୍ଧି ପାଇବା ଯୋଗୁଁ ବ୍ୟସ୍ତବିବ୍ରତ ହୋଇପାରନ୍ତି । ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ । ଧର୍ମାନୁଷ୍ଠାନ କିମ୍ବା ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେବେ । ଭୁଲ୍‌ ବୁଝାମଣାରୁ ପାରିବାରିିକ ଶାନ୍ତି ବ୍ୟାହତ ହୋଇପାରେ । ବିବାହିତଙ୍କ ଲାଗି ଦିନଟି ଭଲ ରହିବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ କ୍ରୟ କରିବା ସକାଶେ ମନ ବଳାଇବେ କିମ୍ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଆପଣ ନୀରବତା ରକ୍ଷା କରି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ଅବିଳମ୍ବେ ସଫଳତା ପ୍ରାପ୍ତି କରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ଲୋକସମ୍ପର୍କ ବୃଦ୍ଧି ହେବ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆତ୍ମୀୟ ସ୍ଵଜନଙ୍କ ଅସହଯୋଗ ମନୋଭାବ ଯୋଗୁଁ ମନ ଆନନ୍ଦିତ ରହିବ ରହିବ ନାହିଁ । ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନିଜ ଲୋକ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି, ତେଣୁ ସତର୍କତା ସହ ଦିନଚର୍ଯ୍ୟା କରନ୍ତୁ । ଅଫିସରେ ଆପଣଙ୍କୁ ପ୍ରତିଦିନ ଅସହଯୋଗ କରୁଥିବା ଆର୍ଥତ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଜନକ ଆପଣଙ୍କ ସହ ଅଯଥାରେ କଳହ ସୃଷ୍ଟି କରିବ କିନ୍ତୁ ଉଚ୍ଚାଧିକାରୀ ଆପଣଙ୍କ ପକ୍ଷରେ ରହି ସମସ୍ୟାକୁ ସମାଧାନ କରିନେବେ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ଦୃଷ୍ଟି ସୁସ୍ଥ ରହିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗିରହିବ । ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବିବାଦୀୟ ପରିସ୍ଥିତି ଲାଗି ରହିବା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ବ୍ୟବସାୟ, ପରିବହନରେ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ । ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ିପାରେ । ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ନିର୍ମାଣମୂଳକ କାର୍ଯ୍ୟ ସୁବିଧାରେ ହାସଲ କରିବା ପାଇଁ କଷ୍ଟକର ହୋଇପଡ଼ିବ । ପରିବାରର ଖର୍ଚ୍ଚ ପରିମାଣ ବଢ଼ିବା କାରଣରୁ ମାନସିକ ସ୍ଥିତି ବିଗିଡ଼ି ଯାଇପାରେ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଜର ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ପରୋକ୍ଷ କାର୍ଯ୍ୟାବଳୀ ମାନସିକ ଅସ୍ଥିରତାର କାରଣ ହେବ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସ କାର୍ଯ୍ୟକୁ ନେଇ ଅନ୍ୟତ୍ର ଯିବାକୁ ପଡିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ, କିନ୍ତୁ ଆତ୍ମୀୟସ୍ୱଜନଙ୍କ ପାଇଁ ଚିନ୍ତା ବଢିପାରେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ । ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶରୁ ଉପକୃତ ହେବେ । କୌଣସି ଅର୍ଥ ସମ୍ପର୍କିତ ନେଣଦେଣ ବା ଚୁକ୍ତିପତ୍ର ସ୍ବାକ୍ଷର ନ କରିବା ଭଲ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନରେ ସକାରାତ୍ମକ ପରିବର୍ତ୍ତନ ଆସିବ ଏବଂ ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ । ନିଷ୍ଠାପର କାର୍ଯ୍ୟ ଓ ଦାୟିତ୍ୱବୋଧ ପ୍ରଭାବରେ କର୍ମକ୍ଷେତ୍ରରେ ପରିସ୍ଥିତି ସଂପୂର୍ଣ୍ଣ ସୁସ୍ଥ ରହିବ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ କରିବେ । ସହକର୍ମୀମାନଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ ଆପଣଙ୍କୁ କୌଣସି ଗୁରୁଦାୟିତ୍ଵ ମିଳିବାର ସମ୍ଭାବନା ରହିଛି । ନିର୍ମାଣ, ପ୍ରଶାସନ, ଆଇନ, ପରିବହନ, ବ୍ୟବସାୟରେ ସମସ୍ୟାକୁ ପ୍ରତିହତ କରିପାରିବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କହାନୀ ହେବାର ସମ୍ଭାବନା ରହିଛି । ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଖଟା ମିଠା ରହିବ । ଚତୁର୍ଥସ୍ଥ ରବିଙ୍କ ସ୍ଥିତିରୁ ପରିବାର ଭିତରେ ସାଧାରଣ କଥାକୁ ବାରମ୍ବାର ଆଲୋଚନା କରିବା ଫଳରେ ବିବିଦୀୟ ସ୍ଥିତି ଉପୁଜିପାରେ । ବ୍ୟବସାୟ, ବାଣିଜ୍ୟରେ କାରବାର ମଧ୍ୟମ ଧରଣ ରହିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସରେ ଅଧସ୍ତନ କର୍ମଚାରୀଙ୍କ ଅକଥନୀୟ କଟୁକଥା ମନକୁ କ୍ଷୁବ୍ଧ କରିବ । ତଥାପି ଅଫିସରେ ସ୍ଥଗିତ ଥିବା କାମକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ସହଜରେ ହୋଇପାରିବ । ବନ୍ଧୁଙ୍କ ଦ୍ଵାରା ଅନୁପ୍ରେରିତ ହୋଇ ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ସହଭାଗିତା କରିବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ ଓ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

Leave a Reply

Your email address will not be published. Required fields are marked *