04 ଜାନୁୟାରୀ 2021, ସୋମବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ

04 ଜାନୁୟାରୀ 2021, ସୋମବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ

04 ଜାନୁୟାରୀ 2021, ସୋମବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ମନୋବାଞ୍ଛା ପୂରଣ ହେବ ଓ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୦୪ ଜାନୁୟାରୀ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ । ଚନ୍ଦ୍ର ସିଂହରାଶିରେ ରହି ଲାଭ ସ୍ଥାନକୁ ଦେଖୁଥିବାରୁ ପଦସ୍ଥବ୍ୟକ୍ତିଙ୍କ ଦ୍ୱାରା କାର୍ଯ୍ୟସିଦ୍ଧି ଘଟିବ । କାରବାରକୁ ନେଇ ମନରେ ନୂଆ ବିଚାର ଆସିବ । ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆଶାନୁରୂପକ ଫଳ ପ୍ରାପ୍ତ କରିବେ । ବ୍ୟବସାୟକୁ କେନ୍ଦ୍ର କରି ଦୂରଯାତ୍ରା କରିପାରନ୍ତି । ଅଫିସରେ ବିନା ବାଧାବିଘ୍ନରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ । ସଭାସମିତିରେ ବାକ୍ ଅସଂଯମତା ଯୋଗୁଁ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଯେଉଁ ଜିନିଷଟି ପାଇବା ପାଇଁ ଗତକାଲି ଠାରୁ ଚିନ୍ତା କରୁଥିଲେ, ଆଜି ତାହା ବିଳମ୍ବରେ ମିଳିବ । ପାରିବାରିକ କ୍ଷେତ୍ରରେ କିଛି ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ପରିବର୍ତ୍ତନ କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନ ଆନନ୍ଦ ଉଲ୍ଲାସ ରହିବ । କର୍ମାଧିପ ଭାଗ୍ୟାଧିପତିଙ୍କ ସହ ଥିବାରୁ ଆଜି ହାତକୁ ନେଇଥିବା କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବା । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ପ୍ରଶାସନିକ ସ୍ତରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍ ଦୂର ହେବ । କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପରିବାର, ସମାଜ ଓ ଅଫିସରେ ପ୍ରଶଂସିତ ହୋଇପାରନ୍ତି । ପରିବହନ, କଳା, ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ । ସ୍ୱାସ୍ଥ୍ୟ ପୂର୍ବ ଭଳି ରହିଲେ ମଧ୍ୟ ସାମୟିକ ଦୁର୍ବଳତା ଦେଖାଦେଇପାରେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ପରବର୍ତ୍ତୀ ସମୟରେ ଅନୁତାପ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବିମଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ । ବ୍ୟୟାଧିପ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ମାନସିକ ସ୍ଥିତି ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମକୁ ସଂପୂର୍ଣ୍ଣ କରିବା ପାଇଁ ମାନପ୍ରାଣ ଦେଇ ଉଦ୍ୟମ କରିବେ କିନ୍ତୁ ସଂପୂର୍ଣ୍ଣ କରିପାରିବେ ନାହିଁ । ଆର୍ଥିକ ସ୍ଥିତି ଶୋଚନୀୟ ରହିବା ଯୋଗୁଁ ମନରେ ସରସତା ରହିବ ନାହିଁ । ମନକଥା ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟା ଦୂର କରିବାକୁ ସକ୍ଷମ ହେବେ । ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କ ବିନମ୍ର ସ୍ଵଭାବ ଓ ବ୍ୟବହାର ଯୋଗୁଁ ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ରାଶ୍ୟାଧିପ ଧନସ୍ଥାନରେ ଅବସ୍ଥାନ କରି ଯୋଗୁଁ ଆର୍ଥିକ ଦୂରବସ୍ଥାରେ ସୁଧାରି ଆସିବ । ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ଧୌର୍ଯ୍ୟର ସହ ମୁକାବିଲା କରିବେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପରିସର ମଧ୍ୟରେ ପ୍ରଶଂସିତ ହେବେ । କଳହ ଲାଗିଥିବା ବନ୍ଧୁ ପ୍ରତି ସତର୍କ ନ ରହିଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ । ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବାର ଆଶଙ୍କା ରହିଛି । ପାରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ରାହୁଯୁକ୍ତ ଚନ୍ଦ୍ର ଯୋଗୁ ଧନହାନୀ, କଳହ କିମ୍ବା ମାନସିକ ଅଶାନ୍ତି ଲାଗି ରହିବ । ତଥାପି ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ବନ୍ଧୁମାନଙ୍କ ସାହାର୍ଯ୍ୟ ଓ ସହଯୋଗ ପାଇଁ କେତେକାଂଶରେ ଉପକୃତ ହେବେ । ସମ୍ଭାବ୍ୟ ସମସ୍ୟାକୁ ବନ୍ଧୁମାନେ ସୁରୁଖୁରୁରେ ସମାଧାନ କରିନେବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ଥିଲେ ମଧ୍ୟ ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି । ରାଜନୀତି, ଆନୁଷ୍ଠାନିକ କାର୍ଯ୍ୟ, ନୂତନ ଯୋଜନାରମ୍ଭ ଓ ଦୂରଯାତ୍ରା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ଅପରାହ୍ନରେ ଗୃହସୀମାକୁ କେନ୍ଦ୍ରକରି ବିବାଦ ବୃଦ୍ଧି ପାଇପାରେ । ଜମିବାଡ଼ି ସମ୍ବନ୍ଧୀୟ କ୍ଷେତ୍ରରେ ସବଧାନ ରୁହନ୍ତୁ । ପରିସ୍ଥିତିବଶତଃ ଆପଣ କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଚତୁଃପାଶ୍ୱର୍ରେ କେତେକ ଅପ୍ରୀତିକର ଘଟଣାର ସମ୍ମୁଖୀନ କରିବାକୁ ପଡିବ, ଯାହାଫଳରେ ମନରେ ଅଶାନ୍ତ ଅନୁଭବ କରିବେ । ଶନି ସହ ବୃହସ୍ପତିଙ୍କ ସ୍ଥିତି ପ୍ରଭାବରେ ସନ୍ଦେହୀ ମନୋଭାବ ହେତୁ କେତେକ ସମସ୍ୟା ଦେଖାଦେବ । ବ୍ୟବସାୟ ବାଣିଜ୍ୟରେ ଅନ୍ୟମନସ୍କତା ରହିବା ଫଳରେ ନିଜ ପରିସରରେ କାର୍ଯ୍ୟରତ ସହକର୍ମୀମାନେ ସନ୍ଦେହ ଦୃଷ୍ଟିରେ ଦେଖିବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ । ନିର୍ମାଣ, ଯୋଗାଯୋଗ, ସଙ୍ଗଠନ ଓ ପ୍ରଶାସନିକସ୍ତର ସମସ୍ୟାମୁକ୍ତ ରହିବ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବେପାର ବୃତ୍ତିରେ ସନ୍ତୋଷଜନକ ପରିଣାମ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରିବେ । ଚନ୍ଦ୍ରଙ୍କ ସହ ଶନିଙ୍କ ଷଡାଷ୍ଟକ ସ୍ଥିତି ହେତୁ କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ । ଆପଣଙ୍କ ଯାତ୍ରା, ବିବାଦୀୟ ସ୍ଥିତି, ରପ୍ତାନି ବାଣିଜ୍ୟ ଓ ପ୍ରତିଯୋଗିତା ଆଦି କ୍ଷେତ୍ରରେ ବିପରୀତ ଫଳ ପ୍ରଦାନ କରିବେ । ଅବଶ୍ୟ କର୍ମକ୍ଷେତ୍ରରେ ସହମତି ଭିତ୍ତିରେ ଆଲୋଚନା କଲେ କାର୍ଯ୍ୟ ହାସଲ ହେବାର ସମ୍ଭାବନା ରହିଛି । ପରିସ୍ଥିତିର ତାଡନାରେ ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସହକର୍ମୀ ଅବଶ୍ୟ ସାହାଯ୍ୟ କରିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ବାଦବିବାଦ ସ୍ଥିତିରେ ମଧ୍ୟସ୍ଥ କରନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । କର୍ମକ୍ଷେତ୍ର ପ୍ରତି ଶନି ଓ ରାହୁଙ୍କ କୁପ୍ରଭାବଜନିତ ସମସ୍ୟା ଓ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ । ନିଜର ମଣୁଥିବା ବ୍ୟକ୍ତି ଆପଣଙ୍କ ପଛରେ ବିଭିନ୍ନ କଥା କହିବେ । ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ । ବନ୍ଧୁମାନଙ୍କୁ ମଧୁର ବାକ୍ୟଲାପ ଦ୍ଵାରା କାର୍ଯ୍ୟ ହାସଲ କରିବେ । ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ । ଅଫିସରେ ସହକର୍ମୀମାନଙ୍କ ସାହାଯ୍ୟରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସାମାଜିକ ସ୍ତରରେ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ଅଯଥାରେ ନିନ୍ଦା କରିବେ । କୌଣସି ନୂଆ ଜାଗାକୁ ଭ୍ରମଣରେ ଯିବା ଲାଗି ଯୋଜନା କରିବେ । ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପୂଜାପାଠରେ ଅଧିକ ସମୟ ବିତିବ । ଶୁକ୍ର ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । କେତେକ କ୍ଷେତ୍ରରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲେ ମଧ୍ୟ ଓଲଟା ଫଳ ମିଳିବ । ଯାହାକୁ ନିଜର ବୋଲି ଖୋଲା ମନ ନେଇ ଗୋପନୀୟ କଥା କହିବେ, ସେ ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇପାରେ । ବ୍ୟବସାୟରେ ସ୍ଥିତି ପ୍ରାୟତଃ ଭଲ ରହିବ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ କିନ୍ତୁ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ ଏବଂ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ସମାଲୋଚିତ ହୋଇପାରନ୍ତି । ମାନସିକ ଦୁଶ୍ଚିନ୍ତାଜନିତ ଯୋଗୁଁ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଯୁକ୍ତିତର୍କ କାରଣରୁ ସ୍ତ୍ରୀଙ୍କ ସହ ମନାନ୍ତର ସୃଷ୍ଟି ହେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପୂଜାପାଠରେ ମନକୁ ଶାନ୍ତି ମିଳିବ । ଶୁକ୍ର ପାପଗ୍ରହ ରାହୁ ଯୁକ୍ତ କାରଣରୁ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଚ୍ଛନ୍ନ ରହିବ । କେତେକ ଅଭାବନୀୟ ପରିସ୍ଥିତି ସଙ୍ଗକୁ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ଅଫିସରେ ଅତ୍ୟଧିକ କାମ ରହିବା ଯୋଗୁଁ ମନରେ ବିରକ୍ତି ମନୋଭାବ ପ୍ରକାଶ କରିବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତିି ପ୍ରକାଶ କରିପାରନ୍ତି । ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ଆକସ୍ମିକ ଭାବେ ବନ୍ଧୁଙ୍କ ବ୍ୟବହାର ବଦଳି ଯିବ, ଯାହା କି ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବୁଧାଦିତ୍ୟ ଯୋଗ ପ୍ରଭାବରୁ କୌଣସି ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ପୁଣି ଥରେ ଯୋଡି ହୋଇଯିବ । ଆକସ୍ମିକ ଭାବେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି । ଆନୁଷ୍ଠାନିକ ଅଥବା ପ୍ରଶାସନିକ ସ୍ତରରେ ଏପରି କି ଶିଳ୍ପ, ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ । ନୂତନ ଭାବେ କୌଣସି କାର୍ଯ୍ୟାରମ୍ଭ ସକାଶେ ମନରେ ତତ୍ପରତା ବଢିପାରେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ମିଳିବା ସଙ୍ଗେସଙ୍ଗେ ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମଧ୍ୟ ମିଳିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଧର୍ମ କାର୍ଯ୍ୟରେ ସମୟ ବିତିବ । ଦେବଗୁରୁ ବୃହସ୍ପତିଙ୍କ ଅନୁକମ୍ପାରୁ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ସାବଧାନତାର ସହ ଜଗିରହି କାର୍ଯ୍ୟ ସମ୍ପାଦନ କରନ୍ତୁ । ଅପରାହ୍ନେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟନଷ୍ଟ ହେବାର ସୂଚନା ରହିଛି । ଆର୍ଥିକ ସ୍ଵଚ୍ଛଳତା ମାନ୍ଦା ରହିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କର୍ମକ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଦିନଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ । କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

Leave a Reply

Your email address will not be published. Required fields are marked *