04 ଫେବୃୟାରୀ 2021, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଉପରେ ମାଆ ଲକ୍ଷ୍ମୀଙ୍କ ରହିବା ଆଶୀର୍ବାଦ ! ଆର୍ଥିକ ମାମଲାରେ ଆସିବା ସୁଧାର !

04 ଫେବୃୟାରୀ 2021, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଉପରେ ମାଆ ଲକ୍ଷ୍ମୀଙ୍କ ରହିବା ଆଶୀର୍ବାଦ ! ଆର୍ଥିକ ମାମଲାରେ ଆସିବା ସୁଧାର !

04 ଫେବୃୟାରୀ 2021, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଉପରେ ମାଆ ଲକ୍ଷ୍ମୀଙ୍କ ରହିବା ଆଶୀର୍ବାଦ ! ଆର୍ଥିକ ମାମଲାରେ ଆସିବା ସୁଧାର ! କର୍ମକ୍ଷେତ୍ରରେ ମୋନବାଞ୍ଛା ପୂରଣ ହେବ ।

ଆଜି ଆମେ ଆପଣଙ୍କୁ ୦୪ ଫେବୃୟାରୀ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଶୁଭଫଳ ପ୍ରଦାନ କରିବ । ଆଜିର ଉଚ୍ଚସ୍ଥ ଚନ୍ଦ୍ର ଯୋଗୁଁ ପରିଜନ ସହ ବନ୍ଧୁମିଳନର ମଜା ଉଠାଇବେ । ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିବ । ଦୀର୍ଘଦିନର ଆଶା ପୂରଣ ହେବା ସଙ୍ଗକୁ ଅର୍ଥଲାଭ ଓ ସମ୍ମାନ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ । ବ୍ୟବସାୟ ବାଣିଜ୍ୟକୁ କେନ୍ଦ୍ର କରି ମନରେ ନୂଆ ବିଚାର ଆସିବ । ବିଭିନ୍ନ ସୂତ୍ରରୁ ରୋଜଗାର କରିବେ, ଯାହାକି ଆପଣଙ୍କୁ ସାମୟିକ ଆନନ୍ଦ ପ୍ରଦାନ କରିବ । ଅଫିସରେ ଉଚ୍ଚଅଧିକାରୀଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହେବ । ଜମିଜମା ବିବାଦ, ପରିବହନ ଝଗଡ଼ାର ସମାଧାନ ହୋଇପାରିବ । ପୈତୃକ ସମ୍ପତ୍ତିିକୁ କେନ୍ଦ୍ରକରି ଭ୍ରାତୃବିବାଦ ଦେଖାଦେବାର ଆଶଙ୍କା ରହିଛି । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସମସ୍ୟା ଓ ପ୍ରତିବନ୍ଧକ କାରଣରୁ ବିଭିନ୍ନ ପ୍ରକାରର ନକାରାମତ୍କ ଚିନ୍ତାଧାରା ମନକୁ ବିଭ୍ରାନ୍ତ କରାଇପାରେ । କିନ୍ତୁ ଉଚ୍ଚାରୋହୀ ଶୁକ୍ରଙ୍କ ଯୋଗୁଁ ସ୍ଵାସ୍ଥ୍ୟରେ ଉନ୍ନତି ଯୋଗୁଁ ସାମୟିକ ଆନନ୍ଦ ଅନୁଭବ କରିବେ । କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ । ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉତେଜିତ ହୋଇ ଭୁଲ୍‌ କରିପାରନ୍ତି । ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦବ୍ୟବହାର କରିବା କାଠିକର ପାଠ ହେବ । ଧର୍ମକାର୍ଯ୍ୟ, ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ମଧୁରତା ଆସିବ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କର ସମାଲୋଚିତ ହେବେ । ଆଲୋଚନା, ଚୁକ୍ତିପତ୍ର ଆଦି କ୍ଷେତ୍ରରେ ତରବରିଆ ଭାବେ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ପ୍ରତୀକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇବା ସହ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ନକରାତ୍ମକ ଚିନ୍ତାଧାରା ଓ ମାନସିକ ଉତ୍ତେଜନା ମଧ୍ୟରେ ସାରା ଦିନ ଅତିବାହିତ କରିବେ । ଚନ୍ଦ୍ରଙ୍କ କୋଣାବସ୍ଥାନ ହେତୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ଭଲରେ ଅତିବାହିତ ହେବ । ବିଭିନ୍ନ ସମସ୍ୟାମୂଳକ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି କିନ୍ତୁ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ଟଙ୍କା, ପଇସାକୁ କେନ୍ଦ୍ର କରି କଳହ ଘଟିପାରେ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୌଣସି ବନ୍ଧୁଙ୍କ ସହ ସମ୍ପର୍କ ହାନି ହୋଇପାରେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ଉଚ୍ଚବର୍ଗର ଲୋକ ଜଣେ ସାହାଯ୍ୟ କରିବେ । ପାରିବାରିକ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ । ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତାର ସହ ତୁଲାଇବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କ ମିଷ୍ଟ ବ୍ୟବହାର ଆପଣଙ୍କୁ ଯଥେଷ୍ଟ ଲାଭ ଆଣିଦେବ । ବ୍ୟୟାଧିପ ସପ୍ତମସ୍ଥ ଯୋଗୁଁ ଆର୍ଥିକ ଅନଟନ ହେତୁ ଚାହୁଁଥିବା ଜିନିଷ ପ୍ରାପ୍ତିର ଆଶା ପୂରଣ ହୋଇପାରିବ ନାହିଁ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହୋଇପାରନ୍ତି । କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇପାରେ । ପାରସ୍ପରିକ ଭୁଲ୍‌ ନିଷ୍ପତ୍ତି ହେତୁ ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ । ଦାମ୍ପତ୍ୟ ଜୀବନରେ ପରଶ୍ଵର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭଦ୍ରକାଳୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ଦ୍ୱାଦଶସ୍ଥ ରାହୁ ଯୋଗୁ କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡିପାରନ୍ତି । କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ବ୍ୟବସାୟ ବାଣିଜ୍ୟର ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଆର୍ଥିକଦିଗରୁ ସୁବିଧାହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ପୁରୁଣା ସମସ୍ୟା ଓ ପୁରୁଣା ରୋଗ ପୁନରାୟ ମୁଣ୍ଡ ଟେକିବ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି । ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ଭେଟ ସୁଖଦ ହେବ। ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ବୃହସ୍ପତିଙ୍କ ପ୍ରଭାବରେ ନିଜ ପରିସରର ବ୍ୟକ୍ତିମାନଙ୍କ ଅନୁରୋଧ କ୍ରମେ ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଆଜି ଆପଣ ଏକସାଥିରେ ଅର୍ଥଲାଭ, ମନୋରଞ୍ଜନ, ସମ୍ପର୍କ ସ୍ଥାପନ, ବସ୍ତ୍ରାଳଙ୍କାର ପ୍ରାପ୍ତି କରାଇପାରେ । ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବାରୁ ଖୁସି ଅନୁଭବ କରିବେ । କୌଣସି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରିପାରିବେ । ଅଫିସରେ କୌଣସି ନୂଆ ଦାୟିତ୍ଵ ମିଳିବ । ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ କିମ୍ବା ସମର୍ଥକମାନଙ୍କ ଶୁଭ କାମନାରୁ ଖୁସି ରହିବେ । ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମାୟିକ ଚନ୍ତିତ ରହି ପାରନ୍ତି । କଳା, କାରିଗରୀ, ନିର୍ମାଣ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା କପିଳାସ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ସକାରାତ୍ମକ ଫଳ ପ୍ରଦାନ କରିବ । ଶୁଭଭାବସ୍ଥ କର୍ମାଧିପ ଯୋଗୁ ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ । ଆଜିର ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ରରେ ଦିନଟି ଭାରି ଭଲ ରହିବ । ବ୍ୟବସାୟରେ ପୂର୍ଣ୍ଣ ସଫଳତା ହାସଲ କରିବେ । ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ, କିନ୍ତୁ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିବେ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା ଆଶଙ୍କା ରହିଛି । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ମଧୁରମୟ ରହିବା । ଚନ୍ଦ୍ରଙ୍କ ରାଶି ପ୍ରତି ସମଦୃଷ୍ଟି ଯୋଗୁଁ ଦୀର୍ଘ ଦିନରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିଚାଲିବେ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ କିନ୍ତୁ ବୁଝାମଣା ଅଭାବରୁ ଆକସ୍ମିକ ଭାବରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ବହୁତ ଦିନ ହେଲା ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବିବାଦୀୟ ଘଟଣାରେ ବିଜୟ ଲାଭର ଆଶା ଗୈାଣ ମନେ ହେବ । ପାରସ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କର୍ମସ୍ଥାନରେ ଶୁକ୍ର ରହିଥିବା ଯୋଗୁଁ ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନା କାର୍ଯ୍ୟକାରୀ କରିବେ । କାର୍ଯ୍ୟ ହାସଲ କରିବା ସକାଶେ ବିଶେଷ ଅସୁବିଧା ହେବ ନାହିଁ । ନୂତନ କାର୍ଯ୍ୟ ଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟରୁ ଆଶାନୁରୂପ ଲାଭ ପାଇବେ । ସାମାଜିକ ସମାରୋହରେ ସହଭାଗିତା କରିବାରେ ସୁଯୋଗ ମିଳିବ । ରାଜନୀତି, କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ତଥା ସଭାସମିତି କାମରେ ବ୍ୟସ୍ତତା ବୃଦ୍ଧି ପାଇବ । ଯେଉଁ ବିବାଦୀୟ ଘଟଣା ସକାଶେ ମନରେ ଆଶଙ୍କା ଉପୁଜୁଛି ସେଥିରେ ବିଶେଷ ଭୟ କରିବାର ନାହିଁ । ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ଭାବିଚିନ୍ତି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରୁ ଓଲଟପାଲଟ ଚିନ୍ତାଧାରାର ଅବସାନ ଘଟିବ । ଦଶମ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ଚଞ୍ଚଳ ରହିବେ । ପରିବାର, ବନ୍ଧୁମିଳନ, ସଭାସମିତି, ଆନୁଷ୍ଠାନିକ କାମକୁ ସମ୍ପନ୍ନ କରିବାରେ ସମର୍ଥ ହୋଇ ପାରନ୍ତି । କିନ୍ତୁ ସମାଜର କିଛି ଖଳ ପ୍ରକୃତିର ଲୋକଙ୍କ ଦ୍ଵାରା ନିଜର ମାନ-ସମ୍ମାନରେ ଦାଗ ଲାଗିପାରେ । ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ରହିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସ୍ଥିତି ଭଲ ଥିଲେ ମଧ୍ୟ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସରେ ପ୍ରତ୍ୟେକ କଥାକୁ ଭଲ ରୂପେ ବିଚାର ନ କରି କାମ କଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ । ସ୍ଵାର୍ଥ ହାସଲ ନ ହେବା କାରଣରୁ ସମ୍ପର୍କୀୟମାନେ ପାଖତଡ ମାଡିବେ ନାହିଁ । ମାନସିକ ଚାପ କାରଣରୁ ରକ୍ତଚାପ ବଢ଼ିପାରେ । ସହଧର୍ମଙ୍କ ପ୍ରେରଣା ପାଇ କେତେକ କାର୍ଯ୍ୟ ସହଜରେ ସମ୍ପାଦନ କରିପାରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବା । କର୍ମଭାବରେ ରାହୁର ପ୍ରଭାବ ଯୋଗୁଁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ଏବଂ ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରିବା ପାଇଁ ପ୍ରଯତ୍ନ କରିବେ ଓ ବନ୍ଧୁଙ୍କ ସାହାଯ୍ୟ ଲୋଡିବେ । ଅଫିସ୍ କାର୍ଯ୍ୟାଳୟରେ ଅଯଥାରେ ସହକର୍ମୀମାନଙ୍କ ସହ ଶତ୍ରୁତା ବଢିବାର ସମ୍ଭାବନା ରହିଛି, ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ବ୍ୟବସାୟୀମାନେ କାରବାର ମାନ୍ଦା ରହିବ । ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ତରବାରିଆ ପଦକ୍ଷେପ ନିଅନ୍ତୁ ନାହିଁ । ସଭାସମିତିରେ ଯୋଗ ଦେଲେ ମଧ୍ୟ ଅନ୍ୟମାନଙ୍କ ମତ ଗ୍ରହଣ କରିବାକୁ ବାଧ୍ୟ ହେବେ । ପାରିବାରିକ ସ୍ତରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଆପଣଙ୍କ ନିଜ ପରିଶ୍ରମର ବଢ଼ିଆ ପରିଣାମ ପାଇବେ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ କାମରେ ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିପାରେ, ଯାହାଫଳରେ ଆଶାନୁଯାୟୀ ଅଗ୍ରଗତି କରିପାରିବେ ନାହିଁ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ମଧ୍ୟାହ୍ନରେ ସହକର୍ମୀଙ୍କ ସହ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହାତ ହୋଇପାରେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବା ସହ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । କୌଣସି ଘଟଣାର ମଧ୍ୟସ୍ଥତା କରନ୍ତୁ ନାହିଁ, ନଚେତ ଅଯଥାରେ ଅପମାନିତ ହେବାକୁ ପଡିବ । ପରିବାରରେ ଉଭୟ ପତିପତ୍ନୀ ମଧ୍ୟରେ ସହଯୋଗ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *