04 ଅପ୍ରେଲ୍ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାରୁ ୬ଟି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଆର୍ଥିକ ସ୍ଥିତିରେ ଆସିବ…

04 ଅପ୍ରେଲ୍ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାରୁ ୬ଟି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଆର୍ଥିକ ସ୍ଥିତିରେ ଆସିବ…

04 ଅପ୍ରେଲ୍ 2021, ରବିବାର :- ସୂର୍ଯ୍ୟଦେବଙ୍କ କୃପାରୁ ୬ଟି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଆର୍ଥିକ ସ୍ଥିତିରେ ଆସିବ ସୁଧାର । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ବିନା ବାଧାବିଘ୍ନରେ ସଂପୂର୍ଣ୍ଣ କରିବେ ।

ଆଜି ଆମେ ଆପଣଙ୍କୁ ୦୪ ଅପ୍ରେଲ୍ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । କୋଣଭାବସ୍ଥ ଚନ୍ଦ୍ର ପ୍ରଭାବରୁ ମାନସିକ ସ୍ଥିତି ଭଲ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ପୂର୍ଣ୍ଣ ସଫଳତା ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେଇପାରନ୍ତି । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ମନରେ କ୍ଷୁବ୍ଧ ଜାତ ହେବ । ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ । ରାହୁ ଯୁକ୍ତ ମଙ୍ଗଳ ହେତୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇପାରେ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବାକୁ ଚେଷ୍ଟା କରିବେ । ବ୍ୟବସାୟିକ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ କିନ୍ତୁ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିର ସୂଚନା ରହିଛି । ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିବା ସଙ୍ଗେ ସଙ୍ଗେ କାର୍ଯ୍ୟ ଚାପ ମଧ୍ୟ ବଢିଯିବ । ସାମାଜିକ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପ୍ରଶଂସିତ ହେବେ । ତର୍କବିତର୍କ, ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ପରିବାର ମଧ୍ୟରେ ଛୋଟିଆ ଛୋଟିଆ କଥାକୁ ଧରି ବସିଲେ ସମସ୍ୟା ବଢିବ ସିନା ସମସ୍ୟାର ସମାଧାନ ହୋଇପାରିବ ନାହିଁ । ପାରିବାରିକ ସମସ୍ୟାକୁ ଭିତ୍ତି କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଆପଣଙ୍କ ମନ ଚଞ୍ଚଲ ରହିବ ନାହିଁ, ବିଭିନ୍ନ ପ୍ରକାର ନକରାତ୍ମକ ଚିନ୍ତାଧାର ମନକୁ ଅସ୍ଥିର କରିବ । ରାଶିରେ ପାପ ଗ୍ରହର ଅବସ୍ଥାନ ହେତୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇପାରେ । ବ୍ୟବସାୟରେ ମାନ୍ଦା ସ୍ଥିତି ଉପୁଜିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । ବୃତ୍ତିଗତ କର୍ମ ଅବା କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ କେତେକ କାର୍ଯ୍ୟକୁ ମନ ଅସ୍ଥିର ରହିବ । ମନ ଅସ୍ଥିର ରହିବା କାରଣରୁ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଜମି ଦଲାଲଙ୍କ ସହିତ ନୂଆ ସଉଦା ଚୂଡ଼ାନ୍ତ ହେବ । ବ୍ୟବସାୟ ସମ୍ବନ୍ଧୀୟ କେତେକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇବାକୁ ବାଧ୍ୟ ହେବେ । ବନ୍ଧୁ ଗହଣରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭାଗ୍ୟ ଆପଣଙ୍କୁ ସାଥ ଦେବ । ମଙ୍ଗଳଙ୍କ ପୂର୍ଣ୍ଣଦୃଷ୍ଟି କାରଣରୁ ପରିବାରରେ ସୁଖ ଶାନ୍ତି ବଜାୟ ରହିବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ବ୍ୟବସାୟରେ ଆଶାତୀତ ଫଳ ପ୍ରାପ୍ତି ହେବ । ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ସକାରାତ୍ମକରେ ନେବେ । ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରିବେ ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ । ନିଜ ଲୋକମାନେ ଶତ୍ରୁତା କରିବା କାରଣରୁ ମନରେ କ୍ଷୋଭଭାବ ଜାତ ହେବ । ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଯାନ୍ତ୍ରିକ କାର୍ଯ୍ୟ, ରଚନାମତ୍କ କାମ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ଉଭୟ ସ୍ଵାମୀ-ସ୍ତ୍ରୀ ପରସ୍ପରକୁ ସହଯୋଗ କରି, ପରିବାରରେ ଦେଖାଦେଇଥିବା କେତେକେ ଅସ୍ବାଭାବିକ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣଙ୍କର କାମ ମନ୍ଥର ଗତିରେ ପୂରା ହେବାର ସମ୍ଭାବନା ରହିଛି । ମୁଖଭାବରେ ପାପଗ୍ରହ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । ବିଶେଷ କାମରେ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ପାଇବେ । ବ୍ୟବସାୟରେ ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ । ବ୍ୟବସାୟରେ ସୁଧାର ଆସିବ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ପରିବାରରେ ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବେପାର ମାମଲାରେ ମନରେ ନୂଆ ନୂଆ ବିଚାର ଆସିବ କିନ୍ତୁ ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ଯଦିଓ ବିଶେଷ କିଛି ଗୁରୁତର ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ । ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ । ଉନ୍ନତ ଚିନ୍ତା, ନିରଳସ ଉଦ୍ୟମ, ଆନ୍ତରିକତାପୂର୍ଣ୍ଣ କାର୍ଯ୍ୟ ଓ ମନ ବୁଝିଲା ଭଳି କଥା କହି ପ୍ରଶଂସିତ ହେବେ । ଶିକ୍ଷାକ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ପ୍ରେମ ସମ୍ପର୍କ, ଉନ୍ନତମାନର ଆଲୋଚନା, ପାରିବାରିକ ସଦ୍ଭାବ, ଶିଳ୍ପ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ । ପରିବାର ଲୋକଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା:ମାଆ ଭଦ୍ରକାଳୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଭାଗ୍ୟସ୍ଥାନରେ ଚନ୍ଦ୍ର ଯୋଗୁ ଆଜିର ଉଦ୍ୟମ ବ୍ୟର୍ଥ ଯିବ ନାହିଁ । ତଥାପି ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାମାଜରେ ମାନ ସମ୍ମାନ ବଢ଼ିବ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଅର୍ଥ ସମ୍ପର୍କିତ ଆଲୋଚନା ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ । ଭୁଲ୍‌ ବୁଝାମଣାରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଧର୍ମକାର୍ଯ୍ୟରେ ରୁଚି ବିଢ଼ିବ । ରବିଙ୍କ ସ୍ଥିତି ପ୍ରଭାବରେ ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭକରି ନିଜକୁ ଧନ୍ୟ ମନେକରିବେ । ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ଅଫିସରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟଗୁଡିକ ମଧ୍ୟ ସୁରୁଖୁରୁରେ ସମ୍ପର୍ଣ୍ଣ କରିପାରିବେ । ବ୍ୟବସାୟରେ ବଡ଼ ସଉଦା ହୋଇପାରେ । ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଦ୍ରବ୍ୟ କିଣାବିକା ସକାଶେ ମନ ବଳାଇବେ । ଯେଉଁ କାମଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କରିପାରୁ ନ ଥିଲେ, ଆଜି ଅପରାହ୍ନରେ ତାହା ସୁବିଧାରେ ସମ୍ପର୍ଣ୍ଣ ହୋଇଯିବ । ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିପାରନ୍ତି, ତେଣୁ ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିବା ସହ ଆଗାମୀ ମାଙ୍ଗଳିକ କାମ ପାଇଁ ଆଲୋଚନା କରିପାରନ୍ତି । ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ସ୍ଵସ୍ଥାନହନ୍ତା ବୃହସ୍ପତି ପରିବାର ସ୍ଥାନରେ ଥିବାରୁ ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପରିବର୍ତ୍ତିତ ମନୋଭାବରୁ କିଛିଟା ହଇରାଣ ହୋଇପାରନ୍ତି । ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହଛି । ସାହିତ୍ୟ, ସାମ୍ବାଦିକତା, ଜମିଜମା କାରବାର, ନିର୍ମାଣ, ପରିବହନରୁ ଲାଭ ପାଇବେ । ଆତ୍ମୀୟମାନଙ୍କ ମଧ୍ୟରେ ଟଙ୍କା ପଇସାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖା ଦେଇପାରେ । ଜମି କିମ୍ବା ନୂଆ ଘର କିଣିବା ଲାଗି ଯୋଜନା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଅଷ୍ଟମସ୍ଥ ଚନ୍ଦ୍ର ଆପଣଙ୍କ ଜଟିଳ ପରିସ୍ଥିତିକୁ ସଜାଡ଼ି ନେବାରେ ସହାୟକ ହେବ । ଆଜି କିଛି ନୂଆ କାମ କରି ପାରନ୍ତି । କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଗ୍ରହକଙ୍କ ସୁଅ ଛୁଟିବ, ଲାଭ ମଧ୍ୟ ଭଲ ହେବ । ସ୍ଵାତୀ ନକ୍ଷେତ୍ର ଯୋଗୁଁ ହାତ ଖାଲି ରହିବ ନାହିଁ, ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ ।ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଏହା ସଙ୍ଗେସଙ୍ଗେ ଗବେଷଣା, ଅନୁସନ୍ଧାନ, କୃଷି ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ମାଲିମୋକଦ୍ଦମା ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ଅବଶ୍ୟ ସାମୟିକ ଅସ୍ଥିରତା ସାଙ୍ଗକୁ ଆର୍ଥିକ ବ୍ୟୟବହୁଳତା ମନକୁ ଭାରାକ୍ରାନ୍ତ କରିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଭାବିଥିବା କାମ ଅତି ଶୀଘ୍ର ପୂରା କରିନେବେ । ଆନୁଷଙ୍ଗିକ ସାହାଯ୍ୟ, ସହଯୋଗରୁ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । ବ୍ୟବସାୟରେ କୌଣସି ପ୍ରକାର କ୍ଷତି ସହିବାକୁ ପଡିବ ନାହିଁ । ଚାକିରିଜୀବୀଙ୍କ ପଦୋନ୍ନତିର ସମ୍ଭାବନା ରହିଛି । ଆର୍ଥତ୍କ ଅଭିବୃଦ୍ଧି ଓ ପାରିବାରିକ ସଦ୍‌ଭାବ ମନକୁ ଖୁସି କରାଇବାରେ ସାହାଯ୍ୟ କରିବ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଆତ୍ମୀୟମାନଙ୍କ ଅସହଯୋଗ ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହେବେ । ସନ୍ଧ୍ୟାରେ ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟିବ । ଶୁଭରଙ୍ଗ: ଧୂସର । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ, ମନରେ ଆତ୍ମା ବିଶ୍ଵାସ ବଢିବ । ବକ୍ରୀ ଶନି କେତୁଯୁକ୍ତ ହୋଇ ରାଶିକୁ ଅବଲୋକନ କରିବେ, ଯାହା ଫଳରେ ବ୍ୟବସାୟରେ ମାନ୍ଦା ସ୍ଥିତି ଉତ୍ପନ ହେବ, ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହେବ ଏବଂ ପୂର୍ବରୁ ସ୍ଥିରୀକୃତ ହୋଇଥିବା ପୁଅ ଝିଅଙ୍କ ବିବାହ ପ୍ରସ୍ତାବରେ ସମ୍ୟକ ବାଧା ଉପୁଜିପାରେ । ଚାକିରି କ୍ଷେତ୍ରରେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସମାଲୋଚନାର ପାତ୍ର ହୋଇପାରନ୍ତି । ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ସ୍ଥଗିତ ରହିପାରେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିଜ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ବଳରେ ଆପଣ ନିଜକୁ ସମ୍ଭାଳି ନେବେ ଓ ମନରେ ରୋଜଗାରର ନୂତନ ପନ୍ଥା ମଧ୍ୟ ଆସିବା । ପାରିବାରିକ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

Leave a Reply

Your email address will not be published. Required fields are marked *