03 ମଇ 2021, ସୋମବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମହାଦେବଙ୍କ ଆଶୀର୍ବାଦ । ସମସ୍ୟାର

03 ମଇ 2021, ସୋମବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମହାଦେବଙ୍କ ଆଶୀର୍ବାଦ । ସମସ୍ୟାର

03 ମଇ 2021, ସୋମବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମହାଦେବଙ୍କ ଆଶୀର୍ବାଦ । ସମସ୍ୟାର ଆଶୁ ସମାଧାନ ହେବା ସହ କର୍ମକ୍ଷେତ୍ରରେ ମନୋବାଞ୍ଛା ପୂରଣ ହେବ ।

ଆଜି ଆମେ ଆପଣଙ୍କୁ ୦୩ ମଇ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ଚନ୍ଦ୍ର ପାପଗ୍ରହ ଯୁକ୍ତ ଓ କେତୁ ନକ୍ଷତ୍ରସ୍ଥ ହେତୁ ବ୍ୟବସାୟରେ କ୍ଷତି ସହିବାକୁ ପଡିବ ଓ କର୍ମକ୍ଷେତ୍ରରେ ଅଯଥାରେ ବିବାଦଗ୍ରସ୍ତ ହେବାକୁ ପଡିପାରେ । ଆଜି କର୍ମକ୍ଷେତ୍ରରେ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ପ୍ରଶଂସା ବଦଳରେ ନିନ୍ଦା ଶୁଣିବାବେ । ସ୍ଥଗିତ କାମ ପାଇଁ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ବ୍ୟବସାୟରେ ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ । ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିଲେ ମଧ୍ୟ କାର୍ଯ୍ୟହାନି କାରଣରୁ ମାନସିକ ସ୍ତରରେ ସାମାନ୍ୟ ଅସ୍ଥିରତା ଅନୁଭବ କରିବେ । ପ୍ରତିକୂଳ ପରିସ୍ଥିତି ଯୋଗୁଁ ପରିବାରରେ କିଛି ନକହିଲେ ମଧ୍ୟ ଅଯଥାରେ ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳିଜାଇ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟଧରି କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । କେତୁ ନକ୍ଷତ୍ରସ୍ଥ ଶୁକ୍ର ହେତୁ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ଲଘୁ କ୍ରୋଧ ସୃଷ୍ଟି କରିପାରେ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ । ବ୍ୟବସାୟରେ ଲାଭ ନ ହେଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । ଅଫିସର ବାତାବରଣ ମନକୁ ଆଶ୍ଵସ୍ତି ପ୍ରଦାନ କରିବ । ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ନିଜ ବାକ୍-ସଂଯମତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ନଚେତ ବିବାଦୀୟ ପରିସ୍ଥିତି ଉପୁଜିପରେ । ନିର୍ମାଣାଧୀନ କାର୍ଯ୍ୟ ସମସ୍ୟା ବହୁଳ ରହିବ । ପରିବାରରେ ଲାଗି ରହିବା ସମସ୍ୟା ପାଇଁ ଜଣେ ସମ୍ପର୍କୀୟ ଭାଇ ସାହାଯ୍ୟ କରିବେ ଓ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ । କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବନ୍ଧୁମାନଙ୍କ ସହ ହସଖୁସିର ଦିନଟି ଅତିବାହିତ କରିବେ । ବନ୍ଧୁଙ୍କ ଠାରୁ ଯାହା ଆଶା କରୁଛନ୍ତି ତାହା ଅବଶ୍ୟ ପାଇବେ । ତରବାରିଆ ନ ହୋଇ ଧୀରସ୍ଥିରରେ କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ପାଇବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିଲେ, ଅସୁବିଧାରେ ପଡ଼ିବେ । ଦୀର୍ଘ ଦିନରୁ ବ୍ୟବସାୟ ବାଣିଜ୍ୟରେ ଲାଗିଥିବା ସମସ୍ୟା ବନ୍ଧୁଙ୍କ ଦ୍ଵାରା ସମାଧାନ ହୋଇପାରିବ । ଦୀର୍ଘଦିନର ଚେଷ୍ଟା ପରେ ଆଜି ଋଣ ପରିଶୋଧ କରିବାକୁ ଚେଷ୍ଟା କରିବେ । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ନିଜ ଆତ୍ମୀୟ ସ୍ଵଜନମାନଙ୍କ ପରୋକ୍ଷ ଶତ୍ରୁତା ଯୋଗୁଁ ମନ ବିଚଳିତ ରହିବ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ଦିଅନ୍ତୁ ହେଲେ ନିଜ ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ । ଭାବପ୍ରବଣତା ବଶତଃ ଆଜି ଅନେକ କାଳ୍ପନିକ ଆଶା ଓ କାମନା ମନ ଭିତରେ ଉଜ୍ଜୀବିତ ହୋଇପାରେ । ବିଭିନ୍ନ କ୍ଷେତ୍ରରୁ ଅର୍ଥ ପାଇବେ ସତ, କିନ୍ତୁ ମାନସିକ ଶାନ୍ତି ପାଇବେ ନାହିଁ । ଧର୍ମସଙ୍କଟରେ ପଡ଼ି କେତେକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ଆପଣ ନେଇପାରିବେ ନାହିଁ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟଭାର ଅଧିକ ରହିବ ଅନ୍ୟପଟେ ସହକର୍ମୀଙ୍କ ଈର୍ଷାପରାୟଣ ମନୋଭାବ ଯୋଗୁଁ କାମ କରିବାକୁ ଇଚ୍ଛା ହେବ ନାହିଁ । ସାମୂହିକ କାର୍ଯ୍ୟ ଓ ଆନୁଷ୍ଠାନିକ ଆଲୋଚନାରେ ଲକ୍ଷ୍ୟ ହାସଲ କରିବେ । ପରିବାରର ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ଭଗବାନଙ୍କ ପ୍ରତି ବିଶ୍ଵାସ ରଖନ୍ତୁ, କାର୍ଯ୍ୟରେ ସିଦ୍ଧି ପ୍ରାପ୍ତି ମିଳିବ । ରାଶିରେ ପାପଗ୍ରହ ପ୍ରଭାବରେ ବିଭିନ୍ନ ପ୍ରକାରର ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ସହକର୍ମୀଙ୍କ ତରଫରୁ ସହଯୋଗ ପାଇବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାଧ୍ୟମ ଧାରଣର ରହିବ । ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିିଙ୍କଠାରୁ ଦୂରେଇ ରହିବା ସହ ସତର୍କତା ରକ୍ଷା କରିବା ଭଲ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିିଭାବ ସୃଷ୍ଟି ହୋଇପାରେ । ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ । କର୍ମକ୍ଷେତ୍ରରେ ଆପଣଙ୍କ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ । ବ୍ୟବସାୟରେ ଉନ୍ନତି ସଙ୍ଗକୁ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡିଯାଇ ପାରନ୍ତି । ଅପରାହ୍ନେ ଦୀର୍ଘଦିନର ଆଶା ଫଳବତୀ ହେବାରେ ଯଥେଷ୍ଟ ସମ୍ଭାବନା ରହିଛି । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରଖିବ ନାହିଁ । କୋଣଭାବସ୍ଥ ଧନାଧିପତିଙ୍କ ସଂସ୍ଥାନରୁ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି କରିବା ଯୋଗୁଁ ମନ ଆନନ୍ଦ ଉଲ୍ଲାସ ରହିବ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଯେତେ ସତର୍କରେ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ କିଛି ନା କିଛି ଟେନ୍ସନ ଲାଗି ରହିବ । ଅଫିସିଆଲ କାର୍ଯ୍ୟରେ କେତେକ ତ୍ରୁଟି ଯୋଗୁଁ ଉପରିସ୍ଥ ଅଧିକାରିବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ସମାଜରେ ଖଳ ପ୍ରକୃତିର ଲୋକମାନେ ଆପଣଙ୍କୁ ନିନ୍ଦା କରିବେ । ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ, ଅନ୍ୟଥା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଜୀବନ ସାଥିଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ସାମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସ୍ଥଗିତ କାମକୁ ପୂରା ଦମରେ ସମ୍ପନ୍ନ କରିବାକୁ ମନସ୍ଥ କରିବେ । ରାଶିରେ ରବିଙ୍କ ଦୁର୍ବଳତା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି ଲାଗି ରହିପାରେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଏକ ସାଧାରଣ କଥାକୁ କେନ୍ଦ୍ର କରି କଳହ ଉପୁଜିପାରେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ କିନ୍ତୁ ସହକର୍ମୀଙ୍କ ସହଯୋଗ ମିଳିବ । ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟର କୈଫତ୍ ମାଗିପରାନ୍ତି । ସମାଜରେ ସମୂହସ୍ଵାର୍ଥକୁ ପ୍ରାଧାନ୍ୟଦେବା କାରଣରୁ ଭାବମୂର୍ତ୍ତି ଉଜ୍ଜ୍ୱଳିତ ହେବ । ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ଆତ୍ମୀୟ ତଥା ନିକଟ ସମ୍ପର୍କୀୟଙ୍କ ହତାଦର ଭାବରୁ ସାମୟିକ ଦୁଃଖିତ ହୋଇପାରନ୍ତି । ପରିବାରରେ ଭୁଲ୍ ବୁଝାମଣା କାରଣରୁ ପରସ୍ପର ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବା ଯୋଗୁଁ ମନ ଉଦାସ ରହିବ । ବୁଧାଦିତ୍ୟ ଯୋଗ ପ୍ରଭାବରୁ ପାଖ, ପଡୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟାର ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣ ରହିବ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ । ଯେଉଁଥିପାଇଁ ମନରେ କିଛି ଦିନ ହେଲା ବ୍ୟଗ୍ରତା ଭରି ରହିଥିଲା, ଆଜି ହିଁ ତାହା ପ୍ରାପ୍ତ ହେବ ଯାହାଫଳରେ ମନକୁ ଖୁସୀ ମିଳିବ । ପରିବାର ସଦସ୍ୟମାନଙ୍କ ସହିତ ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ କରିବାକୁ ଯାଇପାରନ୍ତି । ପୁରାତନ ରୋଗ, ଋଣଭାର ବୃଦ୍ଧି ଓ ପରୋକ୍ଷ ଶତ୍ରୁତା ଯୋଗୁ ଅଧିକାଂଶ ସମୟ ବ୍ୟସ୍ତ ରହିବେ । ରାଜନୀତି ଓ ପ୍ରଶାସନିକ ସ୍ତର ସମସ୍ୟାମୁକ୍ତ ରହିବ । ପ୍ରତ୍ୟେକ ସ୍ଥଳରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କର ଭାବନା ଯଥେଷ୍ଟ ସକାରାତ୍ମକ ରହିବ । ମୁଖଭାବସ୍ଥ ଶୁକ୍ରଜନିତ ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇବ । ଅଫିସରେ କୌଣସି ସିନିଅରଙ୍କ ସହାୟତାରେ ସ୍ଥଗିତ ଥିବା କାମ ପୂରା ହୋଇଯିବ । ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ । ଯଥା ଏଣୁତେଣୁ କଥା ଚିନ୍ତା କରି ମାନସିକ ଭାରସାମ୍ୟ ହରାଇ ବସିବେ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟ ଦାୟକ ରହିବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ମାନ ଓ ପଦପଦବୀ ଲାଭ ମିଳିବାର ସମ୍ଭାବନା ରହିଛି । ପରିସ୍ଥିତି ବଶତଃ ବିବାଦୀୟ ଘଟଣାକୁ ନେଇ ଆଲୋଚନା କରିପାରନ୍ତି । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବେ । ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ପାଇଁ ସକାରାତ୍ମକ ରହିବ । କେତୁ ଯୁକ୍ତ ମଙ୍ଗଳ ପ୍ରଭାବରୁ ଯେ କୈାଣସି କ୍ଷେତ୍ରରେ ହେଉ ନା କାହିଁକି, ଠିକ୍‌ ନିଷ୍ପତି ନେବାରେ ସମସ୍ୟା ଦେଖାଦେଇପାରେ । ଅନ୍ୟମାନଙ୍କ ପ୍ରରୋଚନାରେ ଆପଣ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ । ପୂର୍ବ ଯୋଜନାନୁଯାୟୀ ପ୍ରତ୍ୟେକ କାର୍ଯ୍ୟ କରିବେ ତଥାପି କିିଛି ନା କିିଛି ପ୍ରତିବନ୍ଧକକୁ ସାମ୍‌ନା କରିବାକୁ ପଡିପାରେ । ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଶିଥିଳତା ଦେଖାଦେବ । ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ଆତ୍ମା ବିଶ୍ଵାସ ଦୃଦ୍ଧି ପାଇବ । ଶୁକ୍ରଙ୍କ ପ୍ରଭାବରୁ, ଆଜି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭ କରିବାର ସୁଯୋଗ ମିଳିବ । ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରବାରେ କଠୋର ଶ୍ରମ କରିବାକୁ ପଡିପାରେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସ୍ଥିତି ମାନ୍ଦା ରହିବ ନାହିଁ, ତଥାପି ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ଅଫିସର ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *