03 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିମାନେ ସାବଧାନତାର ସହ ଦିନଚର୍ଯ୍ୟା କରିବାକୁ ପଡିବ । କେଉଁଠି

03 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିମାନେ ସାବଧାନତାର ସହ ଦିନଚର୍ଯ୍ୟା କରିବାକୁ ପଡିବ । କେଉଁଠି

03 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିମାନେ ସାବଧାନତାର ସହ ଦିନଚର୍ଯ୍ୟା କରିବାକୁ ପଡିବ । କେଉଁଠି ଅର୍ଥକୁ ନେଇ ତ କେଉଁଠି ଯୁକ୍ତିତର୍କ ବିବାଦୀୟ ସ୍ଥିତି ଉପୁଜିପାରେ ।

ଆଜି ଆମେ ଆପଣଙ୍କୁ ୦୩ ମାର୍ଚ୍ଚ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ସାହାଯ୍ୟ ସହଯୋଗ ପାଇ ଉନ୍ନତିର ପଥରେ ଅଗ୍ରସର ହେବେ । ବିଭିନ୍ନ ଦିଗରୁ ସଫଳତାର ବାର୍ତ୍ତା ଶୁଣିବାକୁ ପାଇବେ କିନ୍ତୁ କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ଅତୀତର କେତେକ ଘଟଣାକୁ ମନେ ପକାଇ ମାନସିକ ସ୍ତରରେ ଚିନ୍ତିତ ରହିବେ । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । କର୍ମକ୍ଷେତ୍ରରେ ପାରସ୍ପରିକ ସହଯୋଗରେ କାର୍ଯ୍ୟ କଲେ ସମସ୍ୟାର ସରଳ ସମାଧାନ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପ୍ରକାଶନ, ପ୍ରଶାସନ, ଗବେଷଣା କ୍ଷେତ୍ରରେ ଶୁଭଫଳ ପାଇବେ । ନିର୍ମାଣାଧୀନ କାର୍ଯ୍ୟ କିଛି ଅଂଶ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ସ୍ଵାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ କାରବାର ମାନ୍ଦା ରହିବା ସହ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟହେବେ । ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତେଜିତ ରହିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ଆର୍ଥିକ ସ୍ଥିତି କ୍ରମଶଃ ଶୋଚନୀୟ ହୋଇପାରେ । ଅଫିସରେ କାର୍ଯ୍ୟଭାର ଅଧିକ ହେବା ଯୋଗୁଁ ମନ ଭାରକ୍ରାନ୍ତ ରହିବ । କିନ୍ତୁ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଘରୋଇ ଆବଶ୍ୟକ ପୂରଣ କରିବା ପାଇଁ ବନ୍ଧୁଙ୍କ ଠାରୁ ଧାର କରଜ କରିବାକୁ ପଡିପାରେ । ସାଧାରଣ କଥାକୁ କେନ୍ଦ୍ର କରି ପାରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ ଓ ବୀରତ୍ଵର ସହ ସମସ୍ୟାର ସମ୍ମୁଖୀନ କରିବେ । କିନ୍ତୁ ନିକଟ ସମ୍ପର୍କୀୟ ଓ ସହକର୍ମୀଙ୍କ କାର୍ଯ୍ୟକଳାପରେ ମନକୁ ଅସନ୍ତୁଷ୍ଟ କରିବ । କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଚିନ୍ତା କରିପାରିବେ ନାହିଁ । ବ୍ୟବସାୟରେ ପ୍ରଚାର ଓ ପ୍ରସାର ଫଳରେ ଆଶାତୀତ ଲାଭବାନ ହେବେ । ସମାଜର ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । କାର୍ଯ୍ୟବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି । ବେରୋଜଗାର ଥିବା ବ୍ୟକ୍ତିବିଶେଷମାନେ ନୂତନ କର୍ମକ୍ଷେତ୍ରରେ ନିଯୁକ୍ତି ପାଇବେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଶା ଅପୂରଣ ରହିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ । ଏକାଧାରରେ ଅର୍ଥ ସଙ୍ଗକୁ ବିଶିଷ୍ଟ ବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ ପାଇପାରନ୍ତି । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । ଅଚାନକ ଧନପ୍ରାପ୍ତି ହେବ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବ । କିନ୍ତୁ ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇପାରିବା କାରଣରୁ ଆତ୍ମୀୟ ସ୍ଵଜନମାନେ କ୍ରମଶ ଦୂରେଇ ଯାଇପାରନ୍ତି । ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟୟ ଅଟକଳ କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ବିଭିନ୍ନ ଦିଗରୁ ସଫଳତାର ବାର୍ତ୍ତା ଶୁଣିବାକୁ ପାଇବେ କିନ୍ତୁ କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନରେ ଏଣୁତେଣୁ କଥା ଗୁଡିକ ଚିନ୍ତା କରି ମନ ଅଶାନ୍ତ ରହିବ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଅବିବାହିତଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନ ଆନନ୍ଦ ଓ ଉଲ୍ଲାସ ରହିବ । ବନ୍ଧୁଙ୍କ ପରାମର୍ଶରେ କାର୍ଯ୍ୟ କଲେ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ ଓ ମନୋବଳ ବୃଦ୍ଧି ପାଇବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ କିଛି ଅସୁବିଧା ହେବ ନାହିଁ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ସାମାଜିକ ସ୍ତରରେ ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ନିର୍ମାଣଧୀନ କାର୍ଯ୍ୟ ଅଧାରେ ଅଟକିଯାଇପାରେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସ୍ତରରେ ଦୁର୍ଭାବନା ବଢି ବଢି ଚାଲିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜିର ଯାତ୍ରାରେ ସାମାନ୍ୟ ହଇରାଣ ହରକତ ହେବାକୁ ପଡ଼ିପାରେ । କିନ୍ତୁ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ମନ ପାଉନଥିଲେ ମଧ୍ୟ ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟ ମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ଯୁକ୍ତିତର୍କଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ନିଜ ନିଜର ସ୍ଵାର୍ଥସାଧନ କରିବା ଉଦ୍ଦେଶ୍ୟରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଜି ଆପଣଙ୍କ ଲାଗି ଉନ୍ନତିର ଏକ ନୂଆ ରାସ୍ତା ଉନ୍ମକ୍ତ ହେବ । କେତେକ ଅଦରକାରୀ ପଦାର୍ଥ ବିକ୍ରି କରିବା ପାଇଁ ଚିନ୍ତା କରବେ । ଆଜି ପ୍ରାତଃ କର୍ମାରମ୍ଭରେ କେତେକ ଅସ୍ବାଭାବିକ ଘଟଣାକୁ ନେଇ ଚିନ୍ତିତ ରହିବେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଯିବ । ପୂର୍ବ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବା କାରଣରୁ ମନକୁ ଆଶ୍ୱସ୍ତି ମିଳିବ । ଅଫିସରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ । ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ କିନ୍ତୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିବ । ପୂର୍ବ ପ୍ରସ୍ତୁତି ଯୋଜନାନୁଯାୟୀ କାର୍ଯ୍ୟସାଧନ କରିପାରିବା କଷ୍ଟକର ହୋଇପାରେ । ଅବଶ୍ୟ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିି ଅନୁଭବ କରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ରହିବ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ତାଳମେଳ ଭଲ ରହିବା ସହ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରିବେ । ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ଚିଡ଼ା ସ୍ଵଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି । କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରି, ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନ ପ୍ରସନ୍ନ ରହିବ । ଆଜି ସମସ୍ୟାର ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ । ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ଲାଭ କରି ନିଜ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କିନ୍ତୁ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ଦୀର୍ଘଦିନରୁ ଅଟକି ରହିଥିବା କାମକୁ ସଂପୂର୍ଣ୍ଣ କରିବା ଆପ୍ରାଣ ଉଦ୍ୟମ କରିବେ । ଅଫିସରେ ଆୟୋଜିତ ବୈଠକ କିମ୍ବା ସଭାସମିତରେ ଯୋଗ ଦେଇ ପ୍ରଶଂସିତ ହେବେ । ଋଣ ପରିଶୋଧ, ରୋଗ ପାଇଁ ଔଷଧ କିଣା ପାଇଁ ଖର୍ଚ୍ଚାନ୍ତ ହୋଇପାରେ । ନିଜ ଘର ନିକଟରେ ରହୁଥିବା ନିଜ ଲୋକମାନଙ୍କ ଦ୍ୱାରା କେତେକ ସୁବିଧା ପାଇବେ । ଘର କାମଗୁଡିକ ବିଳମ୍ବିତ ସମୟରେ ସମ୍ପନ୍ନ ହେବା ଯୋଗୁଁ ପରିବାରରେ ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଚର୍ଚିକା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେବେ । ଅତୀତକୁ ଧରିବସିଲେ ଏହି ସମୟର ସୁବିଧା, ସୁଯୋଗକୁ ହରାଇବାକୁ ପଡ଼ିବ । ପ୍ରତ୍ୟେକ କ୍ଷେତ୍ରରେ କାମ କରିବା ସକାଶେ ଉତ୍ସାହିତ ମିଳିବ ଓ ସଫଳତା ମଧ୍ୟ ହାସଲ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତମାନର ଫଳ ପାଇବେ । ଅଫିସରେ ସୁସ୍ଥ ବାତାବରଣ ଥିଲେ ମଧ୍ୟ ଆପଣଙ୍କ ନିକଟସ୍ଥ ଜଣେ ସହକର୍ମୀ ନିଜର ଫାଇଦା ହାସଲ ପାଇଁ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ସହ ପରିବହନରେ ସମସ୍ୟା ଯୋଗୁଁ ବ୍ୟସ୍ତ ହେବେ । ଦାମ୍ପତ୍ୟ ଜୀବନରେ ସାମୟିକ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଗତକାଲି ଠାରୁ ମନରେ ଲାଗିଥିବା ଚିନ୍ତାର ଅବସାନ ଘଟିବ । କିନ୍ତୁ ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ । ଅଫିସରେ ଭାବପ୍ରବଣବଶତଃ ହଠାତ୍ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ହେବ ନାହିଁ । ଆଜିର ଆଲୋଚନା କାଳରେ ବାକ୍ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । କଠିନ ପରିଶ୍ରମ ଯୋଗୁଁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ପରୋକ୍ଷରେ ଶତ୍ରୁତା କରୁଥିବା ଲୋକଙ୍କ ପ୍ରତି ସାବଧାନ ରହିବା ଶ୍ରେୟସ୍କାର ହେବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ । ପରିବାରରେ କେତେକ ବିବାଦୀୟ ଘଟଣାକୁ ନେଇ ମନରେ ଦୁଶ୍ଚିନ୍ତା ଲାଗି ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: କ୍ରୀମ୍ ‌। ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *