03 ଜୁନ୍ 2021, ଗୁରୁବାର :- ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ

03 ଜୁନ୍ 2021, ଗୁରୁବାର :- ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ

03 ଜୁନ୍ 2021, ଗୁରୁବାର :- ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ଆଶାନୁରୂପକ ଫଳ ପ୍ରାପ୍ତ କରିବା ସହ ଆର୍ଥିକ ଦିଗରୁ ସ୍ଥିତିରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୦୩ ମଇ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ହାତରୁ ଖାଇ ପର ପାଇଁ କାମ କରିବାକୁ ପଡିବ । ଯେକୌଣସି କାମ କରିଲେ ମଧ୍ୟ ଅତ୍ୟାଧିକ ଖର୍ଚ୍ଚାନ୍ତର କରିବାକୁ ପଡିବ । ବ୍ୟବସାୟ ଓ ବାଣିଜ୍ୟରେ କେତେକ ବ୍ୟତିକ୍ରମ ଦେଖାଦେବେ । କିନ୍ତୁ ଆଜି ବନ୍ଧୁମାନେ ପାଖେପାଖେ ରହିବେ ଓ ପ୍ରତି କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ, ଏପରି କି ନିଃଶ୍ଵାସ ନେବାକୁ ମଧ୍ୟ ସମୟ ପାଇବେ ନାହିଁ । ରାଜନୀତି, ପ୍ରଶାସନ, ପ୍ରକାଶନ, ଗଣମାଧ୍ୟମ ଓ ଯୋଗାଯୋଗ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ନିର୍ମାଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟଟିକୁ ସଂପୂର୍ଣ୍ଣ କରିନେବେ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ସମଲେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ ସମସ୍ୟାକୁ ପ୍ରତିହତ କରି ହାତକୁ ନେଇଥିବା କାମଗୁଡିକ ଠିକ୍‌ ଭାବେ ସମ୍ପନ୍ନ ହେବ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ଉଚ୍ଚ କତୃପକ୍ଷଙ୍କ ସହ ଆଲୋଚନା କରିବେ । ବ୍ୟବସାୟ ବାଣିଜ୍ୟରେ ଲାଭ ନ ହେଲେ ମଧ୍ୟ କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । କିନ୍ତୁ ଅଫିସରେ ପରୋକ୍ଷ ଶତ୍ରୁତା କାରଣରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିରେ ପ୍ରତିବନ୍ଧକ ଦେଖାଦେଇପାରେ । ସାମାଜିକ ସ୍ତରରେ ଏକାଧିକ କାର୍ଯ୍ୟ ହାତକୁ ନେଇ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ସମ୍ପର୍କୀୟଙ୍କ ଠାରୁ ଅଯାଚିତ ସହାଯ୍ୟ, ସହଯୋଗ ପ୍ରାପ୍ତ ହେବ । ପାରିବାରିକ ସ୍ତରରେ ସୁଖଶାନ୍ତି ଅତୁଟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ଲାଗିରହିବା କାରଣରୁ କର୍ମକ୍ଷେତ୍ରରେ ଏହାର କୁପ୍ରଭାବ ପଡିପାରେ । ଅଧିନସ୍ଥ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମନରେ ସରସତା ରହିବ ନାହିଁ । ଅଫିସରେ ଆୟୋଜିତ ବୈଠକରେ ଇଚ୍ଛା ନଥିଲେ ବିପକ୍ଷଙ୍କ ମନ୍ତବ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । କେତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । କର୍ମକ୍ଷେତ୍ରରେ କାରବାର ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ବନ୍ଧୁଙ୍କ ସହ କଥାବାର୍ତ୍ତା କରି ମନରେ ନୂତନ କାମର ପରିକଳ୍ପନା କରିବେ । ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ସାଧାରଣ କଥାକୁ ଅତି ରଞ୍ଜିତ କରି କଳହ ଉପୁଜିପାରେ । ନିଜ ଲୋକଙ୍କୁ ଭୁଲ୍‌ ବୁଝି ପରକଥାକୁ ବିଶ୍ୱାସ କରି ହଇରାଣ ହେବେ । କଠୋର ଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ପାରିବାରିକ ସମସ୍ୟାକୁ ଭିତ୍ତି କରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ​ଶୁଭରଙ୍ଗ: ଧଳା। ଆରାଧନା : ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭଗବାନଙ୍କୁ ସ୍ମରଣ କରନ୍ତୁ ଦିନଟି ଭଲରେ କଟିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ସଙ୍ଗେ ସଙ୍ଗେ ସମସ୍ୟା ବହୁଳ ରହିବ । ଅଫିସରେ ମଧ୍ୟ କାର୍ଯ୍ୟ ଚାପ ସଙ୍ଗେସଙ୍ଗେ ଉଚ୍ଚଧିକାରୀଙ୍କ କ୍ଷୁବ୍ଧ କଥାବାର୍ତ୍ତା ମନକୁ ବିଚଳିତ କରିବ । ମନ ବିଚଳିତ ରହିବା କାରଣରୁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପାରେ । ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ବନ୍ଧୁ ଓ ସହକର୍ମୀଙ୍କ ସହାୟତାରେ ସ୍ଥଗିତ ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ସ୍ୱାସ୍ଥ୍ୟରେ ଅବନତି ଦେଖାଦେବା ସହ ଆର୍ଥିକ ଅନଟନ ମାନସିକ ଦୁଶ୍ଚିନ୍ତାର କାରଣ ହେବ । ପରିବାରରେ ପାରସ୍ପରିକ ସହଯୋଗ, ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ଫଳରେ ମନକୁ ସମ୍ୟକ ଶାନ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନରେ ସକାରାତ୍ମକ ଭାବନା ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ବହୁତ ଦିନରୁ ଲାଗି ରହିଥିବା ଘରୋଇ ସମାସ୍ୟାର ସମାଧାନ ସକାଶେ ଆତ୍ମୀୟ ସାହାଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ । ଜମା ଭଲ ପଡୁ ନ ଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ ସଫଳ ହେବେ ନାହିଁ । ସତର୍କତା ସହିତ ନ ଚଳିଲେ କାର୍ଯ୍ୟକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ଚାକିରିଆଙ୍କୁ କର୍ମକ୍ଷେତ୍ରରେ ଭଲ ସୁବିଧା ସୁଯୋଗ ମିଳିବାର ସମ୍ଭାବନା ରହିଛି । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପାରିବାରିକ ସ୍ତରରେ ହସଖୁସିର ବାତାବରଣ ରହିଲେ ମଧ୍ୟ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛି ନା କିଛି କାରଣକୁ ନେଇ ଚିନ୍ତା ଲାଗିରହିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ବନ୍ଧୁଙ୍କ କଥାକୁ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଅସନ୍ତୁଷ୍ଟ ହୋଇପାରନ୍ତି । ଶିକ୍ଷା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ । ଆଖିରେ ନଦେଖି କେବଳ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ପରିବାର ସହ ସମୟ ଅତିବାହିତ କରିବେ । ଜୀବନସାଥୀଙ୍କ ପୁରା ସମର୍ଥନ ଓ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପାରିବାରିକ ସ୍ତରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବା ଫଳରେ ମାନସିକ ସ୍ତରରେ ଟେନସନ୍ ଲାଗିରହିବ । ପାରିବାରିକ ଅଶାନ୍ତି ଯୋଗୁଁ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବ । କର୍ମକ୍ଷେତ୍ରରେ ବାରମ୍ବାର ଅସଫଳତା ଯୋଗୁଁ କାର୍ଯ୍ୟ କରିବାକୁ ଇଚ୍ଛାଶକ୍ତି କମିଯିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ । ଅଫିସରେ ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ସମ୍ଭାବନା । ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ସାମାଜିକ ସ୍ତରରେ ଖଳ ଲୋକମାନେ ପଛରେ ନାନା ପ୍ରକାର କଥା କହିବେ । ପ୍ରତ୍ୟେକ ସ୍ତରରେ ସହମତି ଭିତିରେ କାର୍ଯ୍ୟ କରନ୍ତୁ କିମ୍ବା ସ୍ତ୍ରୀଙ୍କ ପ୍ରେରଣାରେ କାର୍ଯ୍ୟ କରିଲେ ଉପକୃତ ହେବେ । ଶାରୀରିକ ପରିଶ୍ରମଜନିତ ସାମୟିକ କ୍ଲାନ୍ତି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପାରିବାରିକ ସମସ୍ୟାରେ ସୁଧାର ଆସିବା ସହ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ଘଟିବା ସହ ଅର୍ଥ ଲାଭର ନୂତନ ସ୍ରୋତ ଖୋଜିପାଇବେ । କର୍ମକ୍ଷେତ୍ରରେ ଆଜି ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ନିଶ୍ଚୟ ସଫଳତା ପାଇବେ । ଅଫିସରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟ ନିମନ୍ତେ ସ୍ଵହସ୍ତରେ ଦାନ କରିବେ ଓ ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । ଆତ୍ମୀୟ ସ୍ଵଜନମାନେ ଇର୍ଷାନ୍ଵିତ ହୋଇ ଆପଣଙ୍କ ଉନ୍ନତି ପଥରେ ଅନ୍ତରାୟ ସୃଷ୍ଟି କରିବାକୁ ଚେଷ୍ଟା କରିବେ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

କୌଣସି ପୁରୁଣା କଥାକୁ ନେଇ ଆପଣ ମନସ୍ତାପରେ ରହିବେ । ବନ୍ଧୁଙ୍କ ସହ ଆଲୋଚନା ପରିସରରେ ନୀରବତା ଅବଲମ୍ବନ କରିବାକୁ ପସନ୍ଦ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ଚିନ୍ତା ବଢ଼ିପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ଭିନ୍ନ ଭିନ୍ନ କଥା କହିବେ । ପାଖ ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି କାମପାଇଁ ଆଗଭର ହୋଇପାରନ୍ତି । ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିଜ ଭାଷା ଉପରେ ସଂଯମ ରଖନ୍ତୁ । ପିତା କିମ୍ବା ମାତାଙ୍କ ସ୍ଵସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି କୌଣସି ପ୍ରସଙ୍ଗରେ ମଧ୍ୟ ମତାମତ ଦିଅନ୍ତୁ ନାହିଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ନୀରବତା ରହିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟା ଦେଖାଦେଲେ ମଧ୍ୟ ବିଚକ୍ଷଣ ବୁଦ୍ଧି ବଳରେ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଅଫିସରେ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ହେବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ । ଘର ଭଡା କିମ୍ବା ବକେୟା ଅର୍ଥ ଆଦାୟ କରିବାକୁ ଯାଇ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । ଅପରାହ୍ନରେ ବନ୍ଧୁଙ୍କ ସହ ନୂତନ ବ୍ୟବସାୟ ବିଷୟରେ ଆଲୋଚନା କରିବେ । ଦାମ୍ପତ୍ୟ ଜୀବନରେ ସମ୍ପର୍କ ମଧୁର ରହିବ । ଛୋଟ କଥାକୁ ନେଇ ପଡୋଶୀମାନେ କଳହ କରିପାରନ୍ତି । ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଯିବା ସହ ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଯୋଗୁଁ ମାନସିକ ସ୍ତରରେ ଦୁଃଶ୍ଚିନ୍ତା ଲାଗିରହିବ । ବୈବାହିକ ସମ୍ପର୍କରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ସନ୍ତାନଙ୍କ ଠାରୁ କିଛି ଭଲ ଖବର ପାଇବାର ସମ୍ଭାବନା ରହିଛି । ଯଦି ଆପଣ କର୍ମକ୍ଷେତ୍ରରେ ସାମାନ୍ୟ ଟିକେ ଅଧିକ ପରିଶ୍ରମ କରିବେ, ତେବେ ଯଥାଶୀଘ୍ର ଆପଣ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ନୂତନ ଯୋଜନାମାନ ଅନୁସରଣ କରି ଆର୍ଥିକ ସ୍ଥିତିକୁ ମଜବୁତ କରିବେ । ବ୍ୟବସାୟ, ପରିବହନ, ଶିଳ୍ପ, ବାଣିଜ୍ୟ ଏବଂ ନିର୍ମାଣ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ଘଟିବ । ଅଫିସରେ ପରିପାର୍ଶ୍ଵକ ସ୍ଥିତି ପ୍ରାୟତଃ ଭଲ ରହିବ । ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟକୁ ସମ୍ପାଦନ କରିବେ । ଆନୁଷ୍ଠାନିକ କାମରେ ବନ୍ଧୁ ଓ ବୁଦ୍ଧିଜିବୀମାନଙ୍କ ପରାମର୍ଶ ଗ୍ରହଣ କରି କାର୍ଯ୍ୟ କରିଲେ ଉପକୃତ ହେବେ । ବକ୍ ଅସଂଯମତା କାରଣରୁ ବନ୍ଧୁଙ୍କ ସହ ସାମୟିକ ମନାନ୍ତର ହୋଇପାରେ । ପାରିବାରିକ ସ୍ତରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *