03 ଅପ୍ରେଲ୍ 2021, ଶନିବାର :- ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅର୍ଥ ସମ୍ବନ୍ଧୀୟ ସମସ୍ୟା

03 ଅପ୍ରେଲ୍ 2021, ଶନିବାର :- ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅର୍ଥ ସମ୍ବନ୍ଧୀୟ ସମସ୍ୟା

03 ଅପ୍ରେଲ୍ 2021, ଶନିବାର :- ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସଙ୍ଗେସଙ୍ଗେ ପାରିବାରିକ ସୁଖଶାନ୍ତି ପ୍ରାପ୍ତ କରିବେ ।

ଆଜି ଆମେ ଆପଣଙ୍କୁ ୦୩ ମାର୍ଚ୍ଚ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ବିବାଦୀୟ ପରିସ୍ଥିତିରେ ଦୃଢ ପଦକ୍ଷେପ ନେଇ ବିଜୟୀ ଲାଭ କରିବେ । ଆଜି ଚନ୍ଦ୍ରଙ୍କ ଷଷ୍ଠସ୍ଥ ମଙ୍ଗଳ ହେତୁ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ । କିନ୍ତୁ ମନ ଅନୁଯାୟୀ କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ । କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବାରେ ସମର୍ଥ ହେବେ । ବ୍ୟବସାୟ ଓ ପ୍ରଶାସନିକ କ୍ଷେତ୍ରରେ ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଅଫିସର ଫାଇଲ ସମ୍ବନ୍ଧୀୟ କାର୍ଯ୍ୟ ବୃଦ୍ଧି ହୋଇପାରେ । କିନ୍ତୁ ପରିସ୍ଥିତିକୁ ଯେତିକି ଜଟିଳ ମନେ କରିଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ପାରିବାରିକ ସମସ୍ୟାକୁ ନେଇ ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବାକୁ ପଚାଘୁଞ୍ଛା ଦେବେ ନାହିଁ । ପୁରାତନ ରୋଗପୀଡା, ପୂର୍ବ ଶତ୍ରୁତା, ପିଲାଙ୍କ ସମ୍ପର୍କରେ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଅନୁକୂଳ ପରିବେଶ କାମ ହାସଲ ପାଇଁ ପ୍ରେରଣା ଯୋଗାଇବ । ଶୁକ୍ର ଉଚ୍ଚସ୍ଥ ଯୋଗୁଁ କର୍ମକ୍ଷେତ୍ରରେ ସୌଭାଗ୍ୟ ଅର୍ଜନ କରିବେ । ଆଜି କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବା ସହ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ଅଫିସରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସାମାଜିକ ସ୍ତରରେ ପଦମର୍ଯ୍ୟାଦା ଅତୁଟ ରହିବ । ପରୋକ୍ଷ ଶତ୍ରୁତା କିମ୍ବା ନିଜ ଆତ୍ମୀୟ ଓ ସ୍ଵାଜନଙ୍କ ବିଶ୍ଵାସଘାତ କାର୍ଯ୍ୟ ଯୋଗୁଁ ମନ ଭାରକ୍ରାନ୍ତ ରହିବ । ପରିସ୍ଥିତିରେ ପଡ଼ି ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ । ଧନାଧିପ ରାଶିକୁ ଅବଲୋକନ କରୁଥିବା ଯୋଗୁଁ ଆଜି ଅର୍ଥଲାଭ ସଙ୍ଗେସଙ୍ଗେ ବନ୍ଧୁମିଳନରୁ ମନ ଉତପୁଲ୍ଲିତ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ ଓ ଋଣମୁକ୍ତ ହେବା ସୂଚନା ରହିଛି । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ଶୁଭଦାୟକ ରହିବ । ମାଲିମକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ରହିବ । ମାଙ୍ଗଳିକ କାମ ସକାଶେ ପରିବାରର ବୟୋସ୍କଙ୍କ ସହ ଆଲୋଚନା କରିପାରନ୍ତି । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କୌଣସି ଅଜଣା ବ୍ୟକ୍ତିକୁ ବିଶ୍ଵାସ କରି କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ଦାମ୍ପତ୍ୟ ଜୀବନରେ ମତଭେଦ ଦୂର ହେବ କିନ୍ତୁ ସନ୍ତାନଙ୍କ ବିଶୃଙ୍ଖଳା ଯୋଗୁଁ ମନରେ କ୍ଷୁବ୍ଧ ଜାତ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭଗବାନଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତ ମିଳିବ । ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସହ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ସମସ୍ୟାକୁ ସୁଧାରି ନେବେ । ବାଣିଜ୍ୟ, ବ୍ୟବସାୟ, ମନୋରଞ୍ଜନ, କ୍ରୀଡ଼ା ପ୍ରତିଯୋଗିତା କ୍ଷେତ୍ରରେ ସମ୍ମାନ ପାଇ ଖୁସୀ ହେବେ । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅଯଥାରେ ଅପମାନିତ ହେବାର ସୂଚନା ରହିଛି, ତେଣୁ ସହକର୍ମୀଙ୍କ ସହ ଅଯଥା ଯୁକ୍ତିତର୍କ, ଅନାବଶ୍ୟକ କଥାକୁ ନେଇ ଆଲୋଚନା କରନ୍ତୁ ନାହିଁ । ସାମାଜିକ ସ୍ତରରେ ସାଧାରଣ କଥାରେ ବନ୍ଧୁମାନେ ମୁହଁ ଫୁଲାଇବେ । ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦର ପାଇ ମାନସିକ ଶାନ୍ତି ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଲାଲ । ଆରାଧନା: ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ଅଷ୍ଟମସ୍ଥ ରବିଙ୍କ ଯୋଗୁ ଆଜି ସତର୍କରେ ନ ଚଳିଲେ ଅର୍ଥହାନି ସଙ୍ଗକୁ କଳହ ଘଟିପାରେ । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ିରହି ନିଜର କାମଗୁଡ଼ିକୁ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ଅଫିସ୍‌ କାମରେ ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା କେତେକ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ, କିନ୍ତୁ ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ । ରାଜନୀତି ଓ ଅନ୍ୟାନ୍ୟ ଅନୁଷ୍ଟାନିକ କ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫଶୀ ପାରନ୍ତି, ତେଣୁ ସାବଧାନ ଅବଲମ୍ବନ କରିବା ଆବଶ୍ୟକ । ନିଜ ଲୋକମାନେ ହିଁ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା କାର୍ଯ୍ୟ ହାସଲ କରିବା ସକାଶେ ପୂର୍ଣ୍ଣ ସହଯୋଗ ମିଳିବ । ସ୍ୱାସ୍ଥ୍ୟକୁ ଦୃଷ୍ଟି ରଖି କାର୍ଯ୍ୟ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜର କୌଶଳ ଏବଂ ସାହସକୁ ପାଥେୟ କରି ପ୍ରତ୍ୟେକ ସମସ୍ୟାର ସମାଧାନର ମାର୍ଗ ଖୋଜି ବାହାର କରିବେ । ରାଶିରେ ବୁଧଙ୍କ ଦୁର୍ବଳତା ଯୋଗୁଁ ସ୍ଵାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ସମସ୍ୟା ଦୂରେବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ଅଫିସରେ କାର୍ଯ୍ୟର ଚାପ ସଙ୍ଗେ ସଙ୍ଗେ ସହକର୍ମୀଙ୍କ ଅସହଯୋଗ ମନବୃତ୍ତି ଯୋଗୁଁ କାର୍ଯ୍ୟ କରିବା ପାଇଁ ମନରେ ଆଗ୍ରହ ଆସିବ ନାହିଁ । ସଭାସମିତି, ସଙ୍ଗଠନ, ରାଜନୀତି, ପ୍ରଶାସନ, କ୍ଷେତ୍ରରେ ପ୍ରଶଂସିତ ହେବେ । ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରତିଶ୍ରୁତି ଦେଉଥିବା ଲୋକଟି ଠିକ ସମୟରେ ନ ଆସିବା ଯୋଗୁଁ ମନରେ କ୍ଷୁବ୍ଧ ଜାତ ହେବ । ପାରିବାରିକ କ୍ଷେତ୍ରରେ ପାରସ୍ପରିକ ସଦ୍‌ଭାବ ବୃଦ୍ଧି ପାଇବା ଲକ୍ଷ୍ୟ କରି ଖୁସି ଅନୁଭବ କରିବେ । ଶୁଭରଙ୍ଗ : ମେରୁନ । ଆରାଧନା : ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଖୁସଦାୟକ ରହିବ । ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବନ୍ଧୁଙ୍କ ବଦାନ୍ୟତା ଲାଭ କରି ଆଶା କରୁଥିବା କାର୍ଯ୍ୟଟିକୁ ନିର୍ଦ୍ଧିଷ୍ଟ ସମୟରେ ସମାପନ କରିନେବେ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହିବା ଭଲ ହେବ, ଅନ୍ୟଥା କଳହର ସମ୍ଭାବନା ରହିଛି । ଅଫିସ୍‌ କାର୍ଯ୍ୟର ଚାପ ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସହ ମଜାମଉଜରେ କାମଗୁଡିକ ସହଜରେ ସମ୍ପାଦନ କରିପାରିବେ ଏବଂ ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ । ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବାରୁ ଆଶ୍ୱସ୍ତି ଲାଭ କରିବେ । ପାଖ ପଡୋଶୀ କିିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁଁ ମନରେ ଅଯଥା ଆଶଙ୍କା ଉପୁଜିବ । ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ । ବାଣିଜ୍ୟ, ବ୍ୟବସାୟରେ ଲାଭ ଅକ୍ଷୁଣ୍ଣ ରହିବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ସାମୟିକ ଉପକୃତ ହେବେ । ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଅବଲମ୍ବନ କରନ୍ତୁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର ସୂଚନା ରହିଛି । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କୌଣସି ନୂତନ ପରିଯୋଜନାର ଶୁଭାରମ୍ଭ କରିପାରନ୍ତି । ଉପଯୁକ୍ତ ପରାମର୍ଶ ଏବଂ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚୟ ପାଇବେ । କିନ୍ତୁ ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମନା କରିବାକୁ ପଡିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାର୍ଯ୍ୟକୁ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହାୟତାରେ ପୂର୍ଣ୍ଣ କରିବେ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବା ସାଙ୍ଗକୁ ବନ୍ଧୁବତ୍ସଳ ହୋଇପାରନ୍ତି । ବାଦବିବାଦ, ଯୁକ୍ତିତର୍କ କିମ୍ବା ଅନ୍ୟର ବ୍ୟକ୍ତିଗତ କାର୍ଯ୍ୟରେ ମୁଣ୍ଡ ପୁରାଇଲେ ନିଜେ ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ଡଳମଣି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରେ ବିଭିନ୍ନ ପ୍ରକାର ଆଶଙ୍କା ଉପୁଜିବ । ପାପଗ୍ରହ ଯୁକ୍ତ ଚତୁର୍ଥାଧିପ ହେତୁ ଜଣାଶୁଣା କେହି ବ୍ୟକ୍ତି କାମ ହାସଲରେ ବିଘ୍ନ ଘଟାଇବେ । ତଥାପି ଆପଣ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରି କାର୍ଯ୍ୟଟିକୁ ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ ଆକସ୍ମିକ ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ପୂର୍ବ ପ୍ରସ୍ତୁତି ଯୋଜନାଗୁଡିକ ଠିକ ଭାବରେ କାର୍ଯ୍ୟକାରୀ ନ ହେବା ଯୋଗୁଁ ମନଟା ଗୋଳମାଳିଆ ରହିବାର ସୂଚନା ରହିଛି । ବ୍ୟବସାୟ ବାଣିଜ୍ୟରେ ସତର୍କତାର ସହ କାର୍ଯ୍ୟ ନିର୍ବାହ କରନ୍ତୁ । ଅଫିସ ପରିସରରେ ଆୟୋଜିତ ବୈଠକରେ ନୀରବ ରହି ଅନ୍ୟର ମନ୍ତବ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସମାଜରେ ଖଳ ପ୍ରକୃତିର ଲୋକଙ୍କ କଥାକୁ କେନ୍ଦ୍ର କରି ଅଯଥାରେ କଳହ ସୃଷ୍ଟି ହୋଇପାରେ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି । ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁଁ ମଉଜ ମଜଲିସ୍‌ରେ ସମୟ ଅତିବାଜିତ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ରାଶିରେ ପାପ ଗ୍ରହର କୁପ୍ରଭାବ ଯୋଗୁଁ ଆଜି ହାତକୁ ନେଇଥିବା କାମଟିକୁ ସମ୍ପନ୍ନ କରିବା କଷ୍ଟକର ହୋଇପାରେ । ବ୍ୟବସାୟ ଓ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସହାୟତାରେ ଆର୍ଥ ପ୍ରାପ୍ତ କରିପାରିବେ । ଅଫିସରେ ନିଜ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ ନାହିଁ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ । ପାରିବାରିକ କ୍ଷେତ୍ରରେ ପରିସ୍ଥିତି ପ୍ରାୟତଃ ଶାନ୍ତ ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ କେତେକ କାର୍ଯ୍ୟ ଅଧାରେ ଅଟକି ଯାଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟିକୁ ସରସ ଓ ସୁନ୍ଦର ରହିବ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିନେବେ । ବ୍ୟବସାୟ, ବାଣିଜ୍ୟରେ ପୂର୍ବ ଯୋଜନାନୁଯାୟୀ କାର୍ଯ୍ୟ କରିଲେ, ଉପକୃତ ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ରହିବ । ଅଫିସରେ ସୁସ୍ଥ ବାତାବରଣ ରହିବ । ଚାକିରି କରୁଥିବା କର୍ମଜୀବୀମାନଙ୍କ ପଦୋନ୍ନତିର ଯୋଗ ରହିଛି । ସାମାଜିକ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ପ୍ରତିଷ୍ଠା ଓ ପ୍ରଶଂସା ଅକ୍ଷୁଣ୍ଣ ରହିବ । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟକୁ ଆଜି ବନ୍ଧୁଙ୍କ ସହାୟତାରେ ପୂର୍ଣ୍ଣ କରିବାରେ ସମର୍ଥ ହେବ । କୌଣସି ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରିଲେ, ନିଜେ ଅପଦସ୍ଥ ହେବାକୁ ପଡିବ । କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

Leave a Reply

Your email address will not be published. Required fields are marked *