31 ମଇ 2021, ସୋମବାର :- ମାସର ଶେଷ ଦିନ ! ମହାଦେବଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ

31 ମଇ 2021, ସୋମବାର :- ମାସର ଶେଷ ଦିନ ! ମହାଦେବଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ

31 ମଇ 2021, ସୋମବାର :- ମାସର ଶେଷ ଦିନ ! ମହାଦେବଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ । ସ୍ଥଗିତ କାର୍ଯ୍ୟକୁ ସମ୍ପାଦନ କରିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୩୧ ମଇ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ହସ ଖୁସିର ଦିନ ଅତିବାହିତ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ସୁଧାର ଆସିବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ଉପୁଜିବା ଫଳରେ ସହକର୍ମୀମାନେ ମୁହଁ ଫୁଲାଇ ରହିବେ । ବ୍ୟବସାୟରେ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରୟାସ ଜାରି ରଖିବେ । ଅଫିସରେ ସୁସ୍ଥ ବାତାବରଣ ରହିବ । ସାମାଜିକ ସ୍ତରରେ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ସମସ୍ୟାକୁ ସୁଧାରି ନେବାରେ ପ୍ରୟତ୍ନ କରିବେ । ପାରିବାରିକ ସ୍ତରରେ ଖର୍ଚ୍ଚର ପରିମାଣ ଅଧିକ ହେବା ସହ ପୁରାତନ ରୋଗପୀଡ଼ା ଓ ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ । ପଡ଼ୋଶୀ କିମ୍ବା ସମ୍ପର୍କୀୟମାନେ କଟୁ କଥା କହି ମାନସିକ ଆଘାତ ଦେଇପାରନ୍ତି । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦେହ ଓ ମନ ଭଲ ରହିବ । କୌଶଳ ଓ ବୁଦ୍ଧି ବଳରେ ଉଦ୍ୟୋଗ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବାରେ ସମର୍ଥ ହେବେ । ବନ୍ଧୁବର୍ଗ ଓ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ । ଅଫିସରେ ଉଚ୍ଚପଦାଧିକାରୀଙ୍କ ଦ୍ଵାରା ପ୍ରଶଂସା ପାଇବେ ଓ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିନେବେ । ଈର୍ଷାପରାୟଣ ଓ ଅବିଶ୍ଵାସୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଆଲୋଚନାରେ ତର୍କବିତର୍କ, ବିବାଦୀୟ କଥାକୁ ନେଇ ସମ୍ୟକ ଚିନ୍ତିତ ରହିବେ । ପରିବାରରେ ହସଖୁସି ମହୋଲ୍ଲ ବଜାୟ ରହିବ । କିନ୍ତୁ ପିଲାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବ ନାହିଁ । ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଈର୍ଷାପରାୟଣ ବ୍ୟକ୍ତିମାନେ ନିନ୍ଦା ଗାଇବେ । କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ ସ୍ଵଭାବ ଓ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ ଓ ଆପଣଙ୍କ ଏହି ସ୍ଵଭାବ ଅନେକ କ୍ଷେତ୍ରରେ କାର୍ଯ୍ୟ ହାସଲ କରିବାରେ ସହାୟକ ହେବେ । ଅଫିସରେ କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ଶାରୀରିକ ଅସୁସ୍ଥ ଯୋଗୁଁ ବିରତି ସମୟରେ ଘରକୁ ପ୍ରତ୍ୟାବର୍ତ୍ତନ କରିବେ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ଉତ୍ତେଜନାମୂକଳ ପରିସ୍ଥିତି ସୃଷ୍ଟି ହୋଇପାରେ । ସମାଜରେ ସମ୍ମାନିତ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଦୀର୍ଘ ଦିନରୁ ରହିଥିବା ବିବାଦୀୟ ଘଟଣାର ଅବସାନ ଘଟିବ । ପାରିବାରିକ ସଦସ୍ୟଙ୍କ ସହଯୋଗରେ କର୍ମକ୍ଷେତ୍ରରେ କେତେକ କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ଅସୁବିଧା ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ କିନ୍ତୁ ଅନ୍ୟମାନଙ୍କ ବେଖାତିରି ମନୋଭାବ ଯୋଗୁଁ ମନରେ ରାଗ ବଢିବ । କର୍ମକ୍ଷେତ୍ରରେ ସହଭାଗିତାଙ୍କ ସହ ମନାନ୍ତର ଦେଖା ଦେଇପାରେ । ଅଫିସରେ କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ କିନ୍ତୁ ସହକର୍ମୀଙ୍କ ସହ କଳହର ଅବସାନ ଘଟିବ ଓ ସେମାନେ ଆପଣଙ୍କୁ ସାହାଯ୍ୟର ହାତ ବଢାଇବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରିଲେ ଅପଦସ୍ଥ ହୋଇପାରନ୍ତି । ପରିବାରରେ ପୁରୁଣା ସମସ୍ୟାର ଅବସାନ ଘଟିଲେ ମଧ୍ୟ ନୂତନ ରୂପେ କେତେକ ସମସ୍ୟା ଦେଖାଦେବ । ବୈବାହିକ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରତିଟି କାର୍ଯ୍ୟ ସମ୍ପାଦନ କରିବାରେ ସମୟ ସାପେକ୍ଷ ଲାଗିବ । ତେଣୁ ବିଚଳିତ ହୁଅନ୍ତୁ ନାହିଁ ବରଂ ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା କ୍ରମଶଃ ବୃଦ୍ଧି ପାଇବ । ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ଆର୍ଥିକ ନେଣଦେଣକୁ ଭିତ୍ତି କରି ନିକଟ ସମ୍ପର୍କୀୟଙ୍କ ସହ ମତପାର୍ଥକ୍ୟ ଖାଦେଇପାରେ । ପାରିବାରିକ ସ୍ତରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କର୍ମକ୍ଷେତ୍ରରେ ନିଜର ଭୁଲ ବୁଝାମଣାଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବ । ବ୍ୟବସାୟ ବାଣିଜ୍ୟରେ ସାମୟିକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ସ୍ଥଗିତ ଥିବା କାର୍ଯ୍ୟକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ଭିନ୍ନ ରୂପ ନେଇପାରେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସୁଖ ସମୃଦ୍ଧିରେ, ମୁଖ୍ୟ ଭୂମିକା ତୁଲାଇବେ କିନ୍ତୁ ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କବିତର୍କର ଆଶଙ୍କା ରହିଛି । ଅନ୍ୟର ବିବାଦୀୟ ପରିସ୍ଥତିରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଙ୍କ ବିପକ୍ଷରେ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନ ପ୍ରସନ୍ନ ରହିବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ କରିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଅଫିସ କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ । ପରିବାର ସଦସ୍ୟଙ୍କ ସହ ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବେ । ଅବିବାହିତାଙ୍କୁ ବିବାହ ନିମନ୍ତେ ନୂଆ ପ୍ରସ୍ତାବ ଆସିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆକସ୍ମିକ ବ୍ୟୟବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସ୍ୱାସ୍ଥ୍ୟଜନିତ ସମସ୍ୟାରେ ସୁଧାର ଆସିବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଆଜିର ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ନ ଥିଲେ ମଧ୍ୟ ଘରୋଇ ସମସ୍ୟାକୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଯୋଗୁଁ ମନରେ ସରସତା ରହିବ ନାହିଁ । ସଭାସମିତିରେ ଯୋଗ ଦେଲେ ମଧ୍ୟ ଅନ୍ୟର ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପ୍ରତ୍ୟେକ ଦିଗରୁ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ଅନ୍ୟମାନେ ଦୋଷ ଖୋଜିବା ଫଳରେ ସମସ୍ୟାର ସମାଧାନ ବଦଳରେ ପରିବାରରେ ଅଶାନ୍ତିର ଝଡ ସୃଷ୍ଟି ହେବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ପୂର୍ବରୁ ଲାଗିରହିଥିବା ସମସ୍ୟା କେତେକାଂଶରେ ସୁଧୁର ଆସିବା ଫଳରେ ସାମୟିକ ଆଶ୍ୱସ୍ତିି ଅନୁଭବ କରିବେ । କାରବାରରେ ଯଥେଷ୍ଟ ଉନ୍ନତି କରିବେ । ଶତ୍ରୁତା କରୁଥିବା ଲୋକମାନେ ମିତ୍ରତାର ହାତ ବଢାଇବେ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ଉତ୍ତମ ବୁଝାମଣା ନେଇ କାର୍ଯ୍ୟ କରିବେ । ପ୍ରଶାସନ, ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଆଧ୍ୟାତ୍ମିକତା ଦିଗ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ ଓ ଧାର୍ମିକ କାର୍ଯ୍ୟ ଅଂଶଗ୍ରହଣ କରିପାରନ୍ତି । ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇଲେ ଅପମାନିତ ହେବାକୁ ପଡ଼ିପାରେ । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ ସମସ୍ୟା କର୍ମକ୍ଷେତ୍ରରେ ପ୍ରତିରୋଧ ସୃଷ୍ଟି କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଅର୍ଥଲାଭ ଓ ବନ୍ଧୁ ମିଳନରୁ ମନ ଖୁସି ରହିବ । ବିବାଦୀୟ ପରିସ୍ଥିତିରେ ଅନୁକୂଳ ସ୍ଥିତି ସୃଷ୍ଟି ହେବ ଯାହାଫଳରେ ମନକୁ ଆଶ୍ୱାସନା ମିଳିବ । ମନ ବୁଝିଲାଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କ ଅବଲମ୍ବନ କରି କାର୍ଯ୍ୟ ପରିଚାଳନା କରିବାକୁ ପଡିବ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭମୟ ରହିବ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ଅନ୍ୟମାନେ ସମାଲୋଚିତ କରିବେ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ ପାରିବାରିକ ସଦସ୍ୟଙ୍କ ମଧ୍ୟରେ ଭୁଲ ବୁଝାମୁଣା ଯୋଗୁଁ ମନରେ ବିରକ୍ତି ଭାବନା ଜାତ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗିରହିବା କାରଣରୁ ମନ ବିଚଳିତ ହେବ । କାର୍ଯ୍ୟ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଆର୍ଥିକ ଅନଟନ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରି ସହକର୍ମୀ ଓ ବନ୍ଧୁଙ୍କ ମାଧ୍ୟମରେ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହୋଇପାରିବେ । ପ୍ରଶାସନ ଓ ରାଜନୀତିି କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନିକଟ ସମ୍ପର୍କୀୟମାନେ ଦୂରେଇ ଯିବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଦେଖାଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନଚେତ୍ ପରେ ଚିନ୍ତା କରିବାକୁ ପଡିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ଆଜିର ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ନ ଥିଲେ ମଧ୍ୟ ଘରୋଇ ସମସ୍ୟାକୁ ନେଇ ମାନସିକ ସ୍ତରରେ ବ୍ୟସ୍ତ ବିବ୍ରତ ରହିବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କୃତକାର୍ଯ୍ୟ ହୋଇପାରନ୍ତି । ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ମନ ବୁଝିଲା ପରି କଥା କହି କାର୍ଯ୍ୟ ହାସଲ କରିନେବେ । ଅଫିସରେ ଫାଇଲ ସମ୍ବନ୍ଧୀୟ କାମ ବୃଦ୍ଧି ପାଇବା ଫଳରେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସଭାସମିତିରେ ଯୋଗ ଦେଲେ ମଧ୍ୟ ଅନ୍ୟର ମନ୍ତବ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଅତୀତ ଘଟଣାକୁ ଯେତେ ଭାବିବେ, ସେତେ ମନ ବିଷାକ୍ତ ଲାଗିବ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିପାରେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *