31 ମାର୍ଚ୍ଚ 2021, ବୁଧବାର :- ମାସର ଶେଷ ଦିନ ପ୍ରଭୁ ଗଣେଶଙ୍କ କୃପାରୁ ୫ଟି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ

31 ମାର୍ଚ୍ଚ 2021, ବୁଧବାର :- ମାସର ଶେଷ ଦିନ ପ୍ରଭୁ ଗଣେଶଙ୍କ କୃପାରୁ ୫ଟି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ

31 ମାର୍ଚ୍ଚ 2021, ବୁଧବାର :- ମାସର ଶେଷ ଦିନ ପ୍ରଭୁ ଗଣେଶଙ୍କ କୃପାରୁ ୫ଟି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ କ୍ଷେତ୍ରରେ ଆଶାତୀତ ଉନ୍ନତି କରିବେ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ ।

ଆଜି ଆମେ ଆପଣଙ୍କୁ ୩୧ ମାର୍ଚ୍ଚ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରଭୁଙ୍କ ସ୍ମରଣରେ ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ । ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ । ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ମହିଳାମାନେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ହସଖୁସିରେ ଚଳିବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ । ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ଦୀର୍ଘ ଦିନର ଚିନ୍ତା ଦୂର ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବାଙ୍କେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ଆପଣଙ୍କ କାର୍ଯ୍ୟକୁ ସହଜରେ କରାଇ ଦେବ ନାହିଁ । କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧୁର ଆସିବ ଯାହାଫଳରେ ମନରେ ସାମୟିକ ଖୁସୀ ଅନୁଭବ କରିବେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରିବା ଫଳରେ ଟେନସନ୍‌ ବହୁ ମାତ୍ରାରେ ବଢ଼ିଯିବ । ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ ଓ କେତେକାଂଶରେ ଉପକୃତ ହେବେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ ଓ ସ୍ଥଗିତ କାର୍ଯ୍ୟକୁ ନେଇ ଉଚ୍ଚାଅଧିକାରୀ ତର୍ଜମା କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ପରିବହନ, ପ୍ଲଟିଙ୍ଗ କାରବାର, ନିର୍ମାଣାଧୀନ କାମରେ ବାଧା ଉପୁଜିବ । ପାରିବାରରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ବିଶ୍ୱାସୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ତରବରିଆ ଭାବରେ କୌଣସି କାର୍ଯ୍ୟ ନ କରି ସବୁଆଡ଼କୁ ନଜର ଦେଇ କାମ କରିବା ଉଚିତ୍ । ଆଜି ଲୋକସମ୍ପର୍କ ବୃଦ୍ଧି ପାଇବା ସହ ନିଜ ଲୋକମାନଙ୍କ ସାହାଯ୍ୟ ସହଯୋଗ ମଧ୍ୟ ପାଇବେ । ବ୍ୟବସାୟ, ପରିବହନ, ପ୍ରଶାସନ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତ କରିବେ । ଅଫିସ୍‌ରେ ଥିବା ସମୟରେ ବନ୍ଧୁମାନଙ୍କ ବିଷୟରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସମ୍ମୁଖରେ ନିଜର ମନକଥା ପ୍ରକାଶ କରିପାରିବେ ନାହିଁ । ଆର୍ଥିକ ସ୍ୱଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ । ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ରାସ୍ତାରେ ପାଦ ଦେବା ଆସୁବିଧାର କାରନ ହୋଇପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ନିକଟ ସମ୍ପର୍କୀୟ ଓ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବଜାୟ ରହିବ । ମନରେ ଅଯଥା ଆଶଙ୍କା ଉପୁଜିବ । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ ପରୋକ୍ଷ ଶତ୍ରୁତା କାରଣରୁ ମନରେ ଚିନ୍ତା ଲାଗିରହିବ । ଅଫିସରେ ଯୁକ୍ତିତର୍କଜନିତ ବନ୍ଧୁଙ୍କ ସହ ମନୋମାଳିନ୍ୟ ସୃଷ୍ଟି ହେବାର ସୂଚନା ରହିଛି । କୌଣସି କ୍ଷେତ୍ରରେ ମଧ୍ୟ ହଠାତ୍‌ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ଅନ୍ୟମାନଙ୍କ ପ୍ରେରଣାରେ ଆନୁଷ୍ଠାନିକ କାମ, ଆଧ୍ୟାତ୍ମିକତା ପରିସରରେ ସମୟ କଟାଇବେ । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ର ପ୍ରତି ଆକର୍ଷିତ ହେବେ । ପାରିବାରିିକ ସ୍ନେହ, ଶ୍ରଦ୍ଧା ଓ ସଦ୍-ଭାବ ଅକ୍ଷୁଣ୍ଣ ରହିବ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କଥାବାର୍ତ୍ତାରେ ସଂଯୋମତା ଆଚରଣ କରନ୍ତୁ, ଅନ୍ୟଥା ସମସ୍ୟାର ଘେରରେ ଫସି ଯାଇପାରନ୍ତି । ଭ୍ରାତୃ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅତୀତର ଘଟଣାଗୁଡିକର ସମୀକ୍ଷା କରି ମନଟି ଭଲ ଲାଗିବ ନାହିଁ । ବ୍ୟବସାୟକୁ ଆଗକୁ ବଢାଇବାପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । କେତେକ ଜରୁରୀ କାମ ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବାକୁ ବାଧ୍ୟ ହେବେ । ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ବ୍ୟବହାର ମନକୁ କ୍ଷୁବ୍ଧ କରିବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିପାରିବେ । କିନ୍ତୁ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବା କାରଣରୁ ସାମୟିକ ବିଚଳିତ ହୋଇପାରନ୍ତି । ଜୀବନସାଥୀଙ୍କ ସହିତ ତାଳମେଳ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ଓ ପରିବାର ସହିତ ଅଧିକ ସମୟ ବିତେଇବେ । ଦ୍ୱିଜା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ସହ ଚାକିରିରେ ପଦନ୍ନୋତିର ସମ୍ଭାବନା ରହିଛି । ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ । ଧାରକରଜ କିମ୍ବା ବ୍ୟାଙ୍କଲୋନ୍‌ ମାଧ୍ୟମରେ ଅର୍ଥପ୍ରାପ୍ତି କରାଇପାରେ । ବ୍ୟବସାୟିକ ଗତିବିଧି ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ । ଆଜି ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ । ଅଫିସର କେତେକ ଜରୁରୀ କାର୍ଯ୍ୟକୁ ନିଷ୍ଠାର ସହ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ କିନ୍ତୁ ବାରମ୍ବାର ପାରିବାରିକ ଚିନ୍ତା ଯୋଗୁଁ କାର୍ଯ୍ୟ ମନ୍ଥର ହୋଇପାରେ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ନିଜ ଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଜାତ ହେବ । ଘର କଥାନେଇ ପରିବାର ସହ ଆଲୋଚନା କଲେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଶାରୀରିକ ଦୃଷ୍ଟିକୋଣରୁ ଆଜି ନିଜକୁ ଫୁର୍ତ୍ତି ଅନୁଭବ କରିବେ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀ ଗଣେଶ ।ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବା । ଆଜି ହଠାତ୍‌ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟରେ ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଅଫିସରେ ସହକର୍ମୀଙ୍କ ସହ ମନାନ୍ତର ଦୂରେଇ ଯିବ ଓ ପରସ୍ପର ସହମତି କାର୍ଯ୍ୟ କରି ଉପକୃତ ହେବେ । ସାମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବା ସହ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ମଜବୁତ ରହିବ, ଯାହାଫଳରେ ମନୋବଳ ଦୃଢ ରହିବ । ବନ୍ଧୁଙ୍କ ସହ ସାମାନ୍ୟ କଥାରେ ଅତ୍ୟଧିକ ଉତ୍ତେଜିତ ହେବଫଳରେ ସମ୍ପର୍କ ହାନୀ ହେବାର ସୂଚନା ରହିଛି । ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରୁ ଫେରିବାରେ ବିଳମ୍ବ ଘଟିବ । ପରିବାରରେ ସୁଖଶାନ୍ତି ବଜାୟ ରହିବ ଓ ପରସ୍ପର ମଧ୍ୟ ସ୍ନେହାଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଲିଙ୍ଗରାଜ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ ଜାରି ରଖିବେ । କାର୍ଯ୍ୟ ସାଧନାରେ ନିଜ ଲୋକଙ୍କ ତରଫରୁ ସାହାଯ୍ୟ ସହଯୋଗ ପାଇବାରେ କୌଣସି ଅସୁବିଧା ରହିବ ନାହିଁ । କୌଣସି କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତାକୁ ନେଇ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ସଭାସମିତ କିମ୍ବା ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତକଥା କହି ଅନ୍ୟମାନଙ୍କ ବିରୋଧୀ ହୋଇପାରନ୍ତି । ସତ୍-ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗ ପ୍ରତି ମନ ଆକର୍ଷିତ ହେବ । ପରିବହନ, ଶେୟାର ବଜାର, ନିର୍ମାଣ, ଜମିଜମା ଆଦି କ୍ଷେତ୍ରରୁ ଆଶାନୁରୂପକ ଫଳ ପାଇବେ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ପୁରାତନ ରୋଗପୀଡା ଓ ପୂର୍ବ ଶତ୍ରୁତାକୁ ନେଇ ମନ ଭଲ ରହିବ ନାହିଁ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରତ୍ୟେକ କାମ ସାମାନ୍ୟ ବିଳମ୍ବିତ ସଂପୂର୍ଣ୍ଣ ହେବା ଯୋଗୁଁ ମନରେ ଚଞ୍ଚଳତା ରହିବ ନାହିଁ । ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ମାନ୍ଦା ରହିବା । ଅଯଥା ଯୁକ୍ତିତର୍କ, ବାଦବିବାଦ ଠାରୁ ଦୂରେଇ ରହିବା ଭଲ ହେବ । ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତରେ ଛନ୍ଦି ହୋଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଉଚ୍ଚ ଅଧିକାରୀମାନଙ୍କ ସହ ତର୍କବିତର୍କକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ । ଆନୁଷ୍ଠାନିକ, ସାଂଗଠନିକ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ । ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବେ । କେତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଯୋଗୁଁ କର୍ମକ୍ଷେତ୍ରରେ କେତେକ କାର୍ଯ୍ୟ ଅଧାରେ ଅଟକି ଯାଇପାରେ । ଅନ୍ୟ ଲୋକଙ୍କ କଥାକୁ ଗୁରୁତ୍ଵ ଦେଇ ପରିବାର ଲୋକଙ୍କୁ ଭୁଲ ବୁଝିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ଏକ ସାଧାରନ ଆଲୋଚନା ମଧ୍ୟରେ ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁଙ୍କ ସହ କଳହ ଘଟିପାରେ । ପରିସ୍ଥିତିର ଗୁରୁତ୍ୱ ହୃଦୟଙ୍ଗମ କରି ଅଧିକାଂଶ କ୍ଷେତ୍ରରେ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ବାଣିଜ୍ୟ, ବ୍ୟବସାୟ, ପରିବହନକୁ କେନ୍ଦ୍ର କରି ବାଦବିବାଦରେ ଆପୋସ ସମାଧାନ ଘଟିବ । ଅଫିସରେ କାର୍ଯ୍ୟକୁ ନେଇ ବିରକ୍ତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ପାଇବେ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି । ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଅଯଥା କଥାଗୁଡ଼ିକୁ ଚିନ୍ତା କରି ମନ ଉଦାସ ରହିବ । କିନ୍ତୁ ବନ୍ଧୁଙ୍କ ସାହାର୍ଯ୍ୟ ଲାଭ କରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ । କର୍ମକ୍ଷେତ୍ରରେ ଲାଗିରହିଥିବା ସମସ୍ୟା ଆପଣାଛାଏଁ ଦୂରେ ହେବ । କର୍ମକ୍ଷେତ୍ରରେ କେତେକ ନୂଆ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଲାଭବାନ ହେବେ । ଅଫିସରେ ସହକର୍ମୀଙ୍କ ସହ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହେବାର ସମ୍ଭାବନା ରହିଛି । ରାଜନୀତି, ସଂଗଠନ, ସଭାସମିତିରେ ଆଶାଜନକ ଫଳ ପାଇବେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ବାଦବିବାଦ କିମ୍ବା ଅନ୍ୟର ଅଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାନ୍ତୁ ନାହିଁ । ନିଜ ଆତ୍ମୀୟ ସ୍ଵଜନମାନେ ହିଁ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ।

Leave a Reply

Your email address will not be published. Required fields are marked *