30 ମଇ 2021, ରବିବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ ହେବ । ଆର୍ଥିକ

30 ମଇ 2021, ରବିବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ ହେବ । ଆର୍ଥିକ

30 ମଇ 2021, ରବିବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ ହେବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ରହିବ ।

ଆଜି ଆମେ ଆପଣଙ୍କୁ ୩୦ ମଇ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ସ୍ମରଣୀୟ ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବା ଫଳରେ କାର୍ଯ୍ୟଗୁଡିକ ଯଥାବିଧି ସମୟରେ ସମ୍ପନ୍ନ କରିନେବେ । ଅଫିସରେ ନିଜର ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ କିନ୍ତୁ ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ି ଅପଦସ୍ଥ ହେବାକୁ ପଡିପାରେ । କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡ଼ିବ । କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ନ ରହିବାରୁ ସ୍ଵାସ୍ଥ୍ୟହାନିର ହୋଇପାରେ । ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପରିସ୍ଥିତିକୁ ଆଖି ଆଗରେ ରଖି ମନ ବୁଝିଲା ଭଳି କଥା କହି କାର୍ଯ୍ୟ ହାସଲ କରିବାକୁ ପଡିବ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସହକର୍ମୀମାନେ ଅସୁବିଧାର ପକାଇବାକୁ ଚେଷ୍ଟା କରିବେ । ଅନ୍ୟପକ୍ଷରେ ଅଫିସରେ ଫାଇଲ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ସଭାସମିତିରେ ଅପ୍ରିୟ ସତ କଥା କହି ପ୍ରିୟଜନଙ୍କ ଶତ୍ରୁତାର ପାତ୍ର ହେବେ । ଅବିବାହିତଙ୍କ ଲାଗି ବିବାହର ନୂଆ ପ୍ରସ୍ତାବ ଆସିବ । ପରିବାରରେ ଛୋଟିଆ ଛୋଟିଆ କଥାକୁ ନେଇ କଳହ ଦେଖାଦେଇପାରେ । ଅନିୟମିତ ଆହାର ଯୋଗୁ ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ କାଳୀଜାଇ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ସୁଚିନ୍ତିତ ଯୋଜନା ଅନୁଯାୟୀ କାର୍ଯ୍ୟ ହାସଲ କରିବାରେ ଅସୁବିଧା ରହିବ ନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଦୃଢ଼ ମନୋବଳ ଯୋଗୁ ଜଟିଳ ପରିସ୍ଥିତିକୁ ସଜାଡ଼ି ନେବାରେ ସମର୍ଥ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଲାଗିରହିଥିବା ମାନମନାନ୍ତର ଦୂର ହେବ । ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ । ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକଳାପକୁ ଦେଖି ଅତ୍ୟନ୍ତ ପ୍ରସନ୍ନ ରହିବେ । ଗବେଷଣା, ଅନୁସନ୍ଧାନ, କୃଷି ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ଆଶା କରୁଥିବା ସ୍ଥାନରୁ ବନ୍ଧୁମାନଙ୍କ ସାହଯ୍ୟ ପାଇ ଦ୍ରବ୍ୟ ଲାଭ ହେତୁ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ନିଜର ବାକ୍ ଚତୁରୀତା ମାଧ୍ୟମରେ ପରକୁ ମଧ୍ୟ ନିଜର କରିନେବେ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣଧିନ କାର୍ଯ୍ୟରେ ବିଶେଷ ଅସୁବିଧା ହେବ ନାହିଁ । ଗତକାଲି ଠାରୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ସେଥିରେ ନିଶ୍ଚିତ ସଫଳତା ପାଇବେ । ଅଫିସ୍‌ କାମରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇପାରନ୍ତି ଓ କର୍ତ୍ତୃପକ୍ଷ ଆପଣଙ୍କ କାମକୁ ନେଇ ଅତ୍ୟନ୍ତ ଖୁସି ହେବେ । ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାକୁ ସୁଧାରି ନେବେ । କଳା, ସାହିତ୍ୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସହଧର୍ମୀଙ୍କ ସହାୟତାରେ ପାରିବାରିକ ସମସ୍ୟାକୁ ସହଜରେ ସମାଧାନ କରିପାରିବେ । ଜୀବନସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ହର ପାର୍ବତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସକାଳୁ ସକାଳୁ କୌଣସି ଶୁଭ ଖବର ଶୁଣିବାକୁ ପାଇବେ । କାରବାରରେ ଶିଥିଳତା ପରିଲକ୍ଷିତ ହେଲେ ଆର୍ଥିକ ଜନିତ କୌଣସି ଅଭାବ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ନାହିଁ । ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁ ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ କିନ୍ତୁ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହଜ ହେବେ । ସାମାଜିକ ସ୍ତରରେ ହାତକୁ ନେଇଥିବା ଦାୟିତ୍ଵକୁ ପୂରଣ କରିବାରେ ସମର୍ଥ ହେବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପାରିବାରିକ ସଦ୍-ଭାବ ଅକ୍ଷୁଣ୍ଣ ରହିବା ହେତୁ ସାମାନ୍ୟ ମାନସିକ ଶାନ୍ତି ଲାଭ କରିବେ । ଦାମ୍ପତ୍ୟ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ, ମନରେ ଆତ୍ମାବିଶ୍ଵାସ ବଢିବ । କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମଣୁଛନ୍ତି ବାସ୍ତବରେ ସେପରି ହେବନି । କିନ୍ତୁ ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସ୍‌ରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ ନ ଚଳିଲେ ସମସ୍ୟା ଆସିପାରେ । କୌଣସି ଆନୁଷ୍ଠାନିକ ଅଥବା ସାମାଜିକ କାର୍ଯ୍ୟରେ ଯୋଗ ଦେବାର ସୂଚନା ରହିଛି । ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ସ୍ଥଗିତ ରହିପାରେ । ସହକର୍ମୀ ଓ ନିକଟ ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ବଳରେ ଆପଣ ନିଜକୁ ସମ୍ଭାଳି ନେବେ ଓ ରୋଜଗାରର ନୂତନ ପନ୍ଥା ମଧ୍ୟ ଖୋଜି ବାହାର କରିବେ । ପାରିବାରିକ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ଭଲ ରହିବ । ଆଜିର କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । କର୍ମକ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବା ଫଳରେ ଆଶାତୀତ ଫଳ ପାଇବେ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟକୁ ହାତକୁ ନେଇ ସାମାଜିକ ସ୍ତରରେ ନିଜର ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରହିବେ ଓ ଲୋକଙ୍କ ଦ୍ଵାରା ପ୍ରଶଂସିତ ହେବେ । ସାଥୀରେ କାମ କରୁଥିବା ଲୋକମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ଖୁସି ହେବେ । ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ନୂଆ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଅନ୍ୟମାନଙ୍କ କଥାରେ ଧ୍ୟାନ ଦେବା ପରିବର୍ତ୍ତେ ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ପରିସ୍ଥିତିରେ ପଡି କେତେକ ଅନିଚ୍ଛାକୃତ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବା ଯୋଗୁଁ ଅନ୍ୟମାନଙ୍କ ପ୍ରତି ମନରେ ଭୁଲ ଧାରଣା ସୃଷ୍ଟି ହେବ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ଅଫିସରେ ସ୍ଥଗିତ ରହିଥିବା କାମକୁ ପୁରା କରିବା ପାଇଁ ସହକର୍ମୀଙ୍କ ସାହାଯ୍ୟ ଲୋଡିବେ । ସାମାଜିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସହ ଦେଖାସାକ୍ଷତ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପାରିବାରିକ ଆବଶ୍ୟକତା ପୂରଣ କରିବା ସକାଶେ ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି କରିପାରନ୍ତି । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ସମସ୍ୟାକୁ ଆହୁରି ଉତ୍ତେଜିତ କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଅଧିକାଂଶ ସମୟ ଅନ୍ୟମନସ୍କତା ରହିବେ । ଅନ୍ୟମନସ୍କତା କାରଣରୁ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ଘଟଣା ଘଟବାର ସମ୍ଭାବନାକୁ ଏଡାଇ ହେବ ନାହିଁ । ସାହାଯ୍ୟ ସହଯୋଗ ପାଇଁ କର୍ମକ୍ଷେତ୍ରରେ ପରିସ୍ଥିତିକୁ ସୁଧାରି ନେବାରେ ସକ୍ଷମ ହେବେ । ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ, ନତୁବା ଅଯଥା ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି । ସାମାନ୍ୟ କଥାରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ସାମାଜିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା ଫଳରେ ମାନସିକ ସ୍ଥିତିର ସ୍ଥିରତା ହରାଇ ବସିବେ । ପାରିବାରିକ କ୍ଷେତ୍ରରେ ପଛକଥା ପଛରେ ପକାଇ କାମ କରିନ୍ତୁ, ସମୟ କ୍ରମରେ ପାରିବାରିକ ସ୍ଥିତିରେ ଆପେ ଆପେ ସୁଧାର ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପରିବାରର ସହମତିରେ ନୂତନ ଯୋଜନା ସକାଶେ ମନ ବଳାଇବେ ଓ କାର୍ଯ୍ୟାରମ୍ଭ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ । କିନ୍ତୁ ନାନା ପ୍ରକାର ସମସ୍ୟା ଓ ଦ୍ୱନ୍ଦ୍ୱ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖାପଖୁଆଇ ଚଳିବାକୁ ବାଧ୍ୟ ହେବେ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିଲେ ମଧ୍ୟ ଆର୍ଥିକ କ୍ଷେତ୍ରରେ କୌଣସି ଅଭାବ ଅସୁବିଧା ହେବ ନାହିଁ । କିନ୍ତୁ ଆଜି ଆର୍ଥିକ ନେଣଦେଣ କରନ୍ତୁ ନାହିଁ । ଅଫିସର ସ୍ଥଗିତ କାର୍ଯ୍ୟ ପାଇଁ କୈଫତ୍ ଦେବାକୁ ପଡିବ । ସାମାଜିକ ସ୍ତରରେ ସକ୍ରିୟ ରହିବେ । ଈର୍ଷାପରାୟଣ ବ୍ୟକ୍ତି ଓ ପଡୋଶୀମାନେ କଣ୍ଟା ବଡରେ ଲୁଗା ପକାଇ କଳହ କରିପାରନ୍ତି । ପରିବାରକ ସ୍ତରରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ବୈବାହିକ ଜୀବନରେ ସୁଖଶାନ୍ତି ପୂର୍ବ ଅପେକ୍ଷା ମଜବୁତ ରହିବ । କିନ୍ତୁ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସାମଲେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସକାଳୁ ସକାଳୁ ବ୍ୟବସାୟକୁ କେନ୍ଦ୍ର କରି ଯାତ୍ରା କରିବାକୁ ପଡିବ । କର୍ମକ୍ଷେତ୍ରରେ ଗୋଳମାଳିଆ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆର୍ଥିକ ଅବସ୍ଥା ଏକ ପ୍ରକାର ଚଳନୀୟ ରହିବ । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ସଭାସମିତି ଅବା କର୍ମକ୍ଷେତ୍ରରେ ସତ କଥା କହି ସମସ୍ୟାକୁ ସୁଧାରି ନେବେ । ଅତୀତର କେତେକ କଥାକୁ ସ୍ମରଣ କରି ସାମୟିକ ଅସ୍ଥିରତା ଲାଗିରହିବ । ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ନିକଟ ସମ୍ପର୍କୀୟ ବଦାନ୍ୟତା ଅବିସ୍ମରଣୀୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆର୍ଥିକ ଅବସ୍ଥା ଭଲ ଥିଲେ ମାନସିକ ସ୍ତରରେ ସମ୍ୟକ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ନିଜ ଲୋକମାନେ ହିଁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ବ୍ୟବସାୟ, ବାଣିଜ୍ୟ ଅବା କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ପରିବାରର ବୟସ୍କ କିମ୍ବା ଅଭିଜ୍ଞ ବ୍ୟକ୍ତିବିଶେଷଙ୍କ ମତାମତ ନିଅନ୍ତୁ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିରକ୍ତିଭାବ ଜାତ ହେବ । ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବା ଫଳରେ ମନକୁ ସାମୟିକ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସମଲେଶ୍ଵରୀ ।

Leave a Reply

Your email address will not be published. Required fields are marked *