30 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ୨ଟି ରାଶିର ବ୍ୟକ୍ତି

30 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ୨ଟି ରାଶିର ବ୍ୟକ୍ତି

30 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ୨ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, ଅନ୍ୟଥା ପ୍ରତ୍ୟେକ ସ୍ଥଳରେ କ୍ଷତି ଓ ମାନହାନୀ ହେବାର ସମ୍ଭାବନା ରହିଛି ।

ଆଜି ଆମେ ଆପଣଙ୍କୁ ୩୦ ଅପ୍ରେଲ୍ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦୁଃଖ ଓ କଷ୍ଟ ମଧ୍ୟରେ ଦିନଟି ଅତିବାହିତ କରିବେ । ପ୍ରତ୍ୟେକ କାର୍ଯ୍ୟର ଶେଷ ମୂହୁର୍ତ୍ତରେ ନିଷ୍ପତ୍ତି ବଦଳାଇବେ । କେତେକ କ୍ଷେତ୍ରରେ ନିଜ ଲୋକମାନେ ଦାଉ ସାଜିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିଲେ ମଧ୍ୟ ଉଚ୍ଚାଧିକାରୀ ଅନ୍ୟ କାହାରୀକୁ ଶ୍ରେୟସ୍କର କରିବେ, ଯାହାଫଳରେ ମନରେ କ୍ଷୁବ୍ଧ ଭାବନା ଜାତ ହେବେ । ସଭାସମିତି ଓ ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣୀୟ ହେବେ । ଆର୍ଥିକ ଶୋଚନୀୟତା ଯୋଗୁଁ ବନ୍ଧୁଙ୍କ ନିକଟରୁ ଧାର କରଜ କରିବାକୁ ବାଧ୍ୟ ହେବେ । ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା କ୍ଷତିରେ ପଡ଼ିପାରନ୍ତି । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନରେ ଆଶ୍ଵସ୍ତି ଅନୁଭବ କରିବେ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ଅଜସ୍ର ଚିନ୍ତା ଲାଗିରହିବ । କର୍ମକ୍ଷେତ୍ରରେ ନାନା ପ୍ରକାର ପ୍ରତିବାନ୍ଧକ, ମାନସିକ ଦୁଃଶ୍ଚିନ୍ତାର କାରଣ ହେବ । ବ୍ୟବସାୟ ବାଣିଜ୍ୟରେ ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କରିଲେ କେତେକାଂଶରେ ଉପକୃତ ପାଇବେ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅଫିସରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ପାଇବା ସଙ୍ଗେସଙ୍ଗେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ବକ୍ ଅସଂଯମତା ଯୋଗୁଁ ସଭାସମିତି ଓ ଆଲୋଚନା ପରିସରରେ ସମାଲୋଚିତ ହୋଇପାରନ୍ତି । ଅସାବଧାନତା ବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ । ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜି ପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ହଇରାଣ ପଡ଼ିପାରନ୍ତି । କାମ କରିବା ଦିଗରେ ଯଥେଷ୍ଟ ଉତ୍ସାହ ମିଳିବ । ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । କର୍ମକ୍ଷେତ୍ରରରେ ବନ୍ଧୁତ୍ଵ ଲାଭ ଓ ପଦୋନ୍ନତିର ସୂଚନା ପାଇବେ । ମହତ୍ତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ନିଜର ଦକ୍ଷତା ହେତୁ ସଭାସମିତିରେ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ସକାଶେ ନୂତନ ଦିଗ ପ୍ରତି ଚିନ୍ତା କରିପାରନ୍ତି । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହୋଇପାରେ । ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଗୋଳମାଳିଆ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିବ । ସାଧାରଣ ଅତି ରଞ୍ଜିତ କରି ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇପାରେ । ଅପୂରଣୀୟ ଆଶା ମନରେ ବାରମ୍ବାର ସାମୟିକ ଆଲୋଡ଼ନ ସୃଷ୍ଟି କରିବା କାରଣରୁ ସାମୟିକ ଅଶାନ୍ତ ରହିପାରନ୍ତି । ଅଫିସର ସ୍ଥଗିତ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ନିକଟ ସମ୍ପର୍କୀୟମାନେ କାଳେ ସାହାଯ୍ୟ ସହଯୋଗ କରିବାକୁ ପଡିବ, ଏ ଆଶା ନେଇ ପାଖତଡ ମଢିବେ ନାହିଁ । ପରକଥାରେ ପଡି ଭୁଲ୍‌ ମାର୍ଗ ଅନୁସରଣ କରିବେ ଓ ହଇରାଣ ହେବାକୁ ପଡିବ । ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ମାନସିକ ଦୁଶ୍ଚିନ୍ତାର କାରଣ ହେବେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦୃଢ ମନୋବଳ ଯୋଗୁଁ ସର୍ବକ୍ଷେତ୍ରରେ ସଫଳତା ପ୍ରାପ୍ତ କରିପାରିବେ । କିନ୍ତୁ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ଈର୍ଷାନ୍ୱିତ ହୋଇ ଆପଣଙ୍କ ବିରୋଧରେ ହିଁ ଷଢଯନ୍ତ୍ର କରିବେ । ବାଣିଜ୍ୟ, ବ୍ୟବସାୟକ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ଅବଶ୍ୟ କର୍ମକ୍ଷେତ୍ରରେ ଦୁଃସାଧ୍ୟ କାର୍ଯ୍ୟ ସାଧନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହେବେ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖାଦେଇପାରେ । ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ଆର୍ଥିକ ସ୍ଥିତି ଭଲ ରହିବ । କିନ୍ତୁ ଅର୍ଥକୁ ନିଇ ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ଦେଖାଦେଇପାରେ । ପରିବାରରେ ସୁସ୍ଥ ବାତାବରଣ ରହିବ । କିନ୍ତୁ ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗି ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ନୂତନ କର୍ମସସ୍ଥାନ ପାଇଁ ମନ ବଳିବ ଏବଂ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ନିଶ୍ଚିତ ଉପକୃତ ହେବେ । ହାତକୁ ନେଇଥିବା କାର୍ଯ୍ୟଟି ସମ୍ପାଦନ କରିବାରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଏଜେନ୍ସିପ କ୍ଷେତ୍ରରେ ସୁସ୍ଥ ବାତାବରଣ ରାଇବ । ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ଆଶଙ୍କା ରହିଛି । କୌଣସି ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବା ସହ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଖାଦ୍ୟପେୟର ଅନିୟମିତତା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେବାର ଆଶଙ୍କା ରହିଛି । ପାରିବାରିକ ସ୍ଥିତିରେ ପରସ୍ପର ମଧ୍ୟରେ ସ୍ନେହା, ସଦ୍-ଭାବ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଅନ୍ୟମାନେ ନିଜ ନିଜର ଫାଇଦା ହାସଲ କରିବା ପାଇଁ ଆପଣଙ୍କ ସମ୍ମୁଖରେ ପ୍ରଶଂସା କରିବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ସମସ୍ୟା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ସାଜିପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଧାରା କରଜ କରିବାକୁ ବାଧ୍ୟ ହେବେ । ଅଫିସରେ ଯେତେ ନିଷ୍ଠାର ସହିତ କାର୍ଯ୍ୟ କରିଲେ ଆପଣଙ୍କ ଶ୍ରେୟସ୍କର ଅନ୍ୟକୁ ମିଳିବ ଓ ଉଚ୍ଚାଧିକାରୀ ବର୍ଗ ଆପଣଙ୍କ କାର୍ଯ୍ୟରେ ତର୍ଜମା କରି ଆପଣଙ୍କୁ ସମାଲୋଚିତ କରିପାରନ୍ତି । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ, ତୁଣ୍ଡ ଖୋଲିଲେ ସମସ୍ୟା ବୃଦ୍ଧି ପାଇବର ଆଶଙ୍କା ରହିଛି । ମନ ଅସ୍ଥିର ରହିବା କାରଣରୁ ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ । ବୈବାହିକ ଜୀବନ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । ପ୍ରତ୍ୟେକ କାମ ସୁରୁଖୁରୁରେ ସମ୍ପନ୍ନ ହେବ ଓ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ଆଦୌ ବଦଳିବେ ନାହିଁ ଅର୍ଥାତ ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସେମାନେ ଇର୍ଷାନ୍ଵିତ ହେବ । ଅନ୍ୟପଟେ ଅଫିସରେ ମଧ୍ୟ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ବନ୍ଧୁ ମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ଅତୁଟ ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଭାବପ୍ରବଣତା ବଶତଃ କୌଣସି କଥାକୁ ମଧ୍ୟ ହାଲୁକା ଭାବରେ ଗ୍ରହଣ କରନ୍ତୁ ନାହିଁ । ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହେବେ । ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମିମାନଙ୍କ ସାହାର୍ଯ୍ୟ କିଛି ମାତ୍ରାରେ ଉପକୃତ ହୋଇପାରିବେ । ଆର୍ଥିକ ଅଭାବ, ଅନଟନ ନ ଥିଲେ ମଧ୍ୟ କାମ ଗୁଡିକ ସୁବିଧାରେ ସମ୍ପର୍ଣ୍ଣ କରିବା କଷ୍ଟକର ହୋଇପାରେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଆଶାନୁଯାୟୀ ଲାଭ ପାଇବେ ନାହିଁ । କିନ୍ତୁ ଅପରାହ୍ନରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ସାଂଗଠନିକ କ୍ଷେତ୍ରରେ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ । ବାକ୍‌ ଅସଂଯମତା ଯୋଗୁଁ ଚରିତ୍ରରେ ଦାଗ ଲାଗିପରେ । ବିବାଦୀୟ ସ୍ଥଳରେ ମନ୍ତବ୍ୟ ଦେଇ ସମସ୍ୟାର ଘେରରେ ଫସି ପାରନ୍ତି । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରେ ଧାର୍ମିକ ଭାବନା ଉଦୟ ହେବ । ବିନା ସ୍ଵାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ । ବିଭିନ୍ନ ପ୍ରକାରର ମନଗଢା ଲୋଭନୀୟ ପ୍ରତିଶ୍ରୁତିଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିପାରିବେ । ସହକର୍ମୀ ଓ ସମାଜର କିଛି ବ୍ୟକ୍ତିମାନଙ୍କ ସହାୟତାରେ କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାରୁ ମୁକୁଳି ପାରବେ । ବ୍ୟବସାୟ ବାଣିଜ୍ୟରେ ଆୟ ଓ ବ୍ୟୟର କୌଣସି ତାଳମେଳ ରହିବ ନାହିଁ । ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ । ସାୟାହ୍ନେ ଅସମର୍ଥିତ ସୂତ୍ରରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ସାମୟିକ ସ୍ଵାସ୍ଥ୍ୟହାନି କାମକୁ ପ୍ରତିରୋଧ କରିବାର ଆଶଙ୍କା ଦେଖାଦେଇପାରେ । ଭୁଲ୍‌ ବୁଝାମଣା ହେତୁ ସମ୍ପର୍କ ଫାଟ ସୃଷ୍ଟି ହୋଇଥିବା ବନ୍ଧୁଙ୍କ ସହ ପୁନଃ ସମ୍ପର୍କ ସ୍ଥାପନ ହୋଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ, ସୁବିଧା ଲାଭ କରି କାମ ହାସଲ କରିବେ । ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ ସୁବିଧାରେ ସମ୍ପନ୍ନ ହେବ । କିନ୍ତୁ କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁତାମାନେ ଉନ୍ନତିର ପଥରେ ବାଧା ସୃଷ୍ଟି କରିବେ । କେତେକ କ୍ଷେତ୍ରରେ ଆପଣ ମନକଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ । ଅଫିସରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହିତ ସମ୍ପର୍କ ଭଲ ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ଯୋଗୁଁ ଋଣ ପରିଶୋଧ କରିବାକୁ ଚିନ୍ତା କରିବେ । ଆତ୍ମୀୟ ସ୍ଵଜନମାନଙ୍କ ପରୋକ୍ଷ ଶତ୍ରୁତା ମନକୁ ବିଚଳିତ କରିବାର ଆଶଙ୍କା ରହିଛି । ଅପରାହ୍ନରେ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସ୍ଵଭାବ ଓ ମଧୁର ଭାଷା ଦ୍ଵାରା ଲୋକଙ୍କ ମନ ଜିଣିପାରିବେ । ସମସ୍ୟା ଲାଗିରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ତର୍କବିତର୍କକୁ କେନ୍ଦ୍ର କରି ମଧ୍ୟାହ୍ନରେ ସହକର୍ମୀଙ୍କ ସହ ବିବାଦର ଆଶଙ୍କା ରହିଛି । ଆପଣ ସଚ୍ଚୋଟପଣିଆ ନିମନ୍ତେ ଅଫିସ କାର୍ଯ୍ୟଳୟରେ ନିଜ ପାଦୋମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିପାରିବେ । ଅଫିସରେ କୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ପ୍ଳଟିଙ୍ଗ କାରବାର, ଜମିଜମା, ଦୂରଯାତ୍ରା, ଆନୁଷ୍ଠାନିକ କାମ ସମ୍ପର୍କିତ କଥାରେ ଅଗ୍ରଗତି ଘଟିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇବେ । ପାରିବାରିକ ସ୍ତରରେ ନିଜ ଆତ୍ମୀୟସ୍ଵଜନମାନେ ବିଶ୍ୱାସଘାତକତା କରିପାରନ୍ତି । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *