02 ମଇ 2021, ରବିବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ

02 ମଇ 2021, ରବିବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ

02 ମଇ 2021, ରବିବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବା ସହ କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ ।

ଆଜି ଆମେ ଆପଣଙ୍କୁ ୦୨ ମଇ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

କାମ ହାସଲ କରିବା ସକାଶେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ଦେଖାଦେବାର ସମ୍ଭାବନା ରହିଛି । ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଚେଷ୍ଟା କରିପାରନ୍ତି । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ରଣନୀତି ଆପଣାଇବେ । ଅଫିସର ସ୍ଥଗିତ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ । କାର୍ଯ୍ୟକ୍ଷେତ୍ରରେ, ପ୍ରଶାସନିକ ସ୍ତରରେ, ରାଜନୈତିକ କ୍ଷେତ୍ରରେ ଆଶାନୁରୂପକ ଫଳ ପାଇବେ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖା ଦେଇପାରେ । ବକ୍ ଅସଂଯମତା ଯୋଗୁଁ ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ । ସ୍ଵାର୍ଥ ହାସଲ ନ ହେବା କାରଣରୁ ନିକଟ ସମ୍ପର୍କୀୟମାନେ ଦୂରେଇ ଯିବେ । ଅନିୟମିତ ଆହାର ଯୋଗୁଁ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦୂରଦର୍ଶୀ ଅଭାବ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଦ୍ଵନ୍ଦରେ ରହିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତରେ ଛନ୍ଦି ହୋଇପାରନ୍ତି । କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସି କରିବାର ଅବସର ପାଇବେ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ବ୍ୟବସାୟ ଓ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ । ଶାସ୍ତ୍ରାଧ୍ୟୟନ, ସାହିତ୍ୟ ଚର୍ଚ୍ଚା ଓ ସତ୍‌ସଙ୍ଗ, ସଭାସମିତି, ବିତର୍କରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ଵାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ ନ ହେବା ଯୋଗୁଁ ମାନସିକ ସ୍ତରରେ ଦୁଃଖ ଅନୁଭବ କରିବେ । ବ୍ୟବସାୟ ବାଣିଜ୍ୟରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । କର୍ମକ୍ଷେତ୍ରରେ ଯେଉଁ ପ୍ରକାର ସମସ୍ୟାର ଆଶଙ୍କା କରୁଛନ୍ତି, ସେହିପରି କିଛି ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ଆଶଙ୍କା ରହିଛି । ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ ଚୋରୀ ହେବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସହ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିବେ ଓ ତପତ୍ରତା ମଧ୍ୟ ବଢିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ, ମନରେ ଆତ୍ମାବିଶ୍ଵାସ ବଢିବ । ବନ୍ଧୁମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଚାକିରି କ୍ଷେତ୍ରରେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସମାଲୋଚନାର ପାତ୍ର ହୋଇପାରନ୍ତି । ଅଫିସ୍‌ରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ସାମାଜିକ ଜନହିତକର କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ସ୍ଥଗିତ ରହିପାରେ । ସହକର୍ମୀ ଓ ନିକଟ ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି । କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ପାରିବାରିକ ଜୀବନରେ ପରସ୍ପର ମଧ୍ୟରେ ତାଳମେଳ ବଜାୟ ରହିବ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ନିଜର ବ୍ୟବହାରିକ ବ୍ୟତିକ୍ରମରୁ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ପ୍ରତ୍ୟେକ କ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ସୃଷ୍ଟି ହେବା କାରଣରୁ ମନରେ ସରସତା ରହିବ ନାହିଁ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଅଫିସରେ ଯେତେଭଲ କାମ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ କୈଫତ୍ ମାଗିପାରନ୍ତି । କିନ୍ତୁ ସହକର୍ମୀଙ୍କ ସହଯୋଗ ମିଳିବ । ଆନୁଷ୍ଠାନିକ କିମ୍ବା ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ । ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା କୋର୍ଟକଚେରୀ ମାମଲାର ସମାଧାନ ହୋଇଯିବ । ପରିବାରରେ ସନ୍ତାନଙ୍କ ଭବିଷ୍ୟତ ଓ ପାଠପଢାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣଙ୍କ ପାଇଁ ଦିନଟି ଖଟାମିଠା ରହିବ । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ କିନ୍ତୁ ସଠିକ ଭାବରେ ସଦୁପଯୋଗ କରିପାରିବେ ନାହିଁ । ବନ୍ଧୁଙ୍କ ମାଧ୍ୟମରେ ପୁରୁଣା ପ୍ରାପ୍ୟ ଆଦାୟ କରିବାରେ ସକ୍ଷମ ହେବେ । କିନ୍ତୁ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ପ୍ରତିକୂଳ ପରିସ୍ଥିତି ଯୋଗୁଁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ଧର୍ମକାର୍ଯ୍ୟ ପ୍ରତି ମନରେ ଆଗ୍ରହ ଜନ୍ମିବ । ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି । ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ନିଜର ବ୍ୟବହାର ଓ ସ୍ଵଭାବ ଦ୍ଵାରା ଲୋକଙ୍କ ମନ ଜିଣିପାରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ । ଅଫିସରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ସାମାଜିକ କ୍ଷେତ୍ରରେ ଗଠନ ମୂକଳ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । କଳା, ସାହିତ୍ୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ସହଧର୍ମୀଙ୍କ ସହାୟତାରେ ପାରିବାରିକ ସମସ୍ୟାକୁ ସହଜରେ ସମାଧାନ କରିପାରିବେ । ଜୀବନସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ହର ପାର୍ବତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପରିବାର ସହିତ ଅଧିକ ସମୟ ବିତାଇବେ । ଆଜି ଏପରି କେତେକ ପରିସ୍ଥିତିରେ ନିଜକୁ ଅସହାୟ ଅନୁଭବ କରିବେ । କର୍ମକ୍ଷେତ୍ରରେ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଅଫିସରେ ଊଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ । ସହକର୍ମୀମାନେ ମଧ୍ୟ ସହଯୋଗର ହାତ ବଢାଇବେ । ଆର୍ଥିକ ସ୍ଵଚ୍ଛଳତାରେ ସୁଧାର ଆସିବ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି କରିପାରନ୍ତି । ଇଚ୍ଛା ନଥିବା ସତ୍ତ୍ୱେ ମଧ୍ୟ ନିକଟ ସମ୍ପର୍କୀୟଙ୍କ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ବାଧ୍ୟ ହେବେ । ନେଣଦେଣକୁ କେନ୍ଦ୍ର କରି ଘନିଷ୍ଠ ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ । ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦେବାଦେବୀଙ୍କୁ ଆରୋଧନ କାରରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ପାଇବେ । ଲକ୍ଷ୍ୟ ହାସଲ କରିବା ପରିପ୍ରେକ୍ଷୀରେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ । ବ୍ୟବସାୟରେ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ । ସଭାସମିତ ଏପରି କି ଅଫିସରେ ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ ସଫଳତା ପାଇପାରନ୍ତି । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଚରିତ୍ରରେ ଦାଗ ଲଗାଇବାକୁ ଚେଷ୍ଟା କରିବେ । ପରୋକ୍ଷ ଶତ୍ରୁତା ଯୋଗୁଁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଶାରୀରିକ ଅସୁସ୍ଥତା, ପୁରାତନ ରୋଗର ପୀଡ଼ାର ପାଦୁର୍ଭାବ ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ଯୋଗୁଁ ମନୋବଳ ଟାଣ ରହିବ । କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ । କେତେକ କ୍ଷେତ୍ରରେ ପରିସ୍ଥିତି ବଶତଃ ମିଥ୍ୟା ପ୍ରତିଶ୍ରୁତି ଦେଇ କାର୍ଯ୍ୟ ହାଲସ କରିବାକୁ ପଡିବ । ନିଜର ଜିଦ୍‌ଖୋର ମନୋବୃତ୍ତି କାରଣରୁ କେତେକ ଅସ୍ଵଭାବିକ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସାମାଜିକ କ୍ଷେତ୍ରରେ ଜନହିତକର କାର୍ଯ୍ୟ କରି ପ୍ରଶଂସିତ ହେବେ । ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଦୁଃଖ ପ୍ରକାଶ କରିପାରନ୍ତି । ଅତୀତ ଘଟଣାକୁ ସ୍ମରଣ କରି ମନ ଉଦାସ ରହିବ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଶାରୀରିକ ଅସୁସ୍ଥତା କେତେକାଂଶରେ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣ ମନମୁତାବକ କାର୍ଯ୍ୟଗୁଡିକ ସମ୍ପାଦନ ହେବାରେ କୌଣସି ଅସୁବିଧା ହେବ ନାହିଁ । କଠିନ ପରିଶ୍ରମ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ କୌଣସି ଅଭାବ ଅସୁବିଧା ହେବ ନାହିଁ । ପରୋକ୍ଷ ଶତ୍ରୁତାରୁ କାରଣରୁ ହାତକୁ ନେଇଥିବା କାର୍ଯ୍ୟଟିରେ ବାରମ୍ବାର ବିଫଳତା ହେବେ ଯୋଗୁଁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ସାମାଜିକ ସ୍ତରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ । ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହେବା କାରଣରୁ ମନ ଭଲ ରହିବ ନାହିଁ । ନିଜର ବ୍ୟକ୍ତିଗତ ଏବଂ ଗୋପନୀୟ କଥାକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ, ପୁରାତନ ରୋଗ ପୀଡାର ପାଦୁର୍ଭାବ ଦେଖାଦେଇପାରେ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରକୁ ଓହ୍ଲାଇବେ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରନ୍ତୁ । କର୍ମକ୍ଷେତ୍ରରେ ଆଶାତୀତ ଫଳ ପାଇବେ । ସହକର୍ମୀମାନଙ୍କ ସହ ସମ୍ପର୍କ ଭଲ ରହିବ । ସଭାସମିତିରେ ଉଚ୍ଚସ୍ତରର ବ୍ୟକ୍ତିଙ୍କ ସହ ଦେଖାସାକ୍ଷାତ କରିବାର ସୁଯୋଗ ମିଳିବ । ନିଃସ୍ଵାର୍ଥପର ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ଶାରୀରିକ ଦୃଷ୍ଟିକୋଣରୁ ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

Leave a Reply

Your email address will not be published. Required fields are marked *