02 ଜୁନ୍ 2021, ବୁଧବାର :- ପ୍ରଭୁ ଗଣେଶଙ୍କ କୃପା ଦୃଷ୍ଟିରୁ ଆଜି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସୌଭାଗ୍ୟଜନକ

02 ଜୁନ୍ 2021, ବୁଧବାର :- ପ୍ରଭୁ ଗଣେଶଙ୍କ କୃପା ଦୃଷ୍ଟିରୁ ଆଜି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସୌଭାଗ୍ୟଜନକ

02 ଜୁନ୍ 2021, ବୁଧବାର :- ପ୍ରଭୁ ଗଣେଶଙ୍କ କୃପା ଦୃଷ୍ଟିରୁ ଆଜି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସୌଭାଗ୍ୟଜନକ ରହିବ । ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିବା ସହ ଆର୍ଥିକ ଦିଗରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୦୨ ମଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଦୈହିକ ଦୁର୍ବଳତା କାର୍ଯ୍ୟକୁ ମନ୍ଥର କରିବ । ଆଜି ଧନହାନି ହେବାର ଆଶଙ୍କା ରହିଛି ଏହାସହ କେତେକ କ୍ଷେତ୍ରରେ ସାମୟିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବିନୟପୂର୍ଣ୍ଣ କଥା କହି କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ଅଫିସରେ ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ଫେରି ପାଇବେ । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିବ, ଅର୍ଦ୍ଧାଙ୍ଗିନୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସମ୍ଭାବ୍ୟ ସଙ୍କଟକୁ ଏକଡାଇବା କଷ୍ଟକର ହୋଇପାରେ । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ନୀରବ ହିଁ ଶ୍ରେୟସ୍କର ହେବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ଦେଖାଦେଇପାରେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ଏକାଧିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ମାନସିକ-ଭାରସାମ୍ୟ ହରାଇବେ । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହ କୌଣସି କାର୍ଯ୍ୟକୁ ନେଇ ତର୍କବିତର୍କ ଲାଗିରହିବ । ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀର ଶୀକାର ହେବେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ରହିବ । ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନ ଚଞ୍ଚଳ ରହିବ । କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଅଫିସରେ ଉଚ୍ଚାଧିକାରୀଙ୍କ ବିପକ୍ଷରେ ମନ୍ତବ୍ୟ ଦେଇ ବିବାଦର ଜାଲରେ ଛନ୍ଦି ହୋଇଯାଇପାରନ୍ତି । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବିଭିନ୍ନ ଯୋଜନା, ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । କେତେକ କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଦ୍ଵନ୍ଦରେ ପଡ଼ିପାରନ୍ତି । ପରିବାର ଭିତରେ ସମ୍ପର୍କ ହାନି ଚିନ୍ତା ବୃଦ୍ଧି କରିପାରେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ବୈବାହିକ ଜୀବନରେ କଳହ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ବନ୍ଧୁଙ୍କ ସହ ବିବାଦ ଓ କିଛି ନୂତନ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିବେ । କଥା କଥାରେ ଚିଡଚିଡାପଣ ହୋଇ, ଅନିଷ୍ଟକୁ ନିମନ୍ତ୍ରଣ କରିବେ । ତେଣୁ ମନ ଶାନ୍ତ ରଖନ୍ତୁ । ବୁଝାମଣା ଠିକ୍‌ ନ ରହିବାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ । ଅଫିସରେ ଉଚ୍ଚାଧିକାରୀଙ୍କ ବିପକ୍ଷରେ ମନ୍ତବ୍ୟ ଦେଇ ବିବାଦର ଜାଲରେ ଛନ୍ଦି ହୋଇଯାଇପାରନ୍ତି । ସଂଗଠନ, ରାଜନୀତି, ଅଧ୍ୟୟନ ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବାଦବିବାଦ ଠାରୁ ଦୂରେଇ ରହିବା ଭଲ । ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପାଖ ପଡୋଶୀଙ୍କୁ ଆପଣେଇ ନେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆତ୍ମୀୟ ସ୍ଵଜନଙ୍କ ସାହାଯ୍ୟରେ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ତଥାପି ଅଯଥା କଥା ଗୁଡିକ ଚିନ୍ତା କରି, ମନ ଉଦାସ ରହିବ । କର୍ମକ୍ଷେତ୍ରରେ କାରବାରରେ ସୁଧାର ଆସିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ଥିତି ଭଲ ରହିବ । କିନ୍ତୁ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଅଫିସରେ ଅଧିନସ୍ଥ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆଲୋଚନା ପରିସରରେ ସତକଥା କହି ବିବାଦ ଘେରରେ ପଡିପାରନ୍ତି । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । କେତେକ କ୍ଷେତ୍ରରେ ଅନାବଶ୍ୟକ ଧାଁଦୌଡ଼, ପାରିବାରିକ ଚିନ୍ତା, ପିତାଙ୍କ ସହ ମତାନ୍ତର, ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କର୍ମକ୍ଷେତ୍ରରେ ଆଶା କରୁଥିବା କାର୍ଯ୍ୟଟିକୁ ପୂରଣ ହୋଇଯିବ ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂର ହେବ । ବ୍ୟବସାୟ ସମ୍ବନ୍ଧୀୟ କୌଣସି ନୂତନ ଚୁକ୍ତିପତ୍ର ଶ୍ଵାକ୍ଷର କରିପାରନ୍ତି । କିନ୍ତୁ ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଅଫିସରେ ସହକର୍ମୀମାନଙ୍କ ଅସହଯୋଗ ଯୋଗୁଁ ମନ ଦୁଃଖିତ ରହିବ । ମଧ୍ୟାହ୍ନରେ କୌଣସି କୌଣସି ଗୁଜବ ଖବର ମାନସିକ ସ୍ଥିତିକୁ ଦୋହଲାଇ ଦେବାର ସୂଚନା ରହିଛି । ଅର୍ଥ ନେଣଦେଣକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟଙ୍କ ସହ ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ପାରିବାରିକ ସ୍ତରରେ ପରସ୍ପର ମଧ୍ୟରେ ସମ୍ପର୍କ ମଜବୁତ ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦେବୀ ମାଆଙ୍କ କୃପାରୁ ପାରିବାରିକ ସ୍ତରରେ ଯେଉଁ ବିବାଦୀୟ ପରିସ୍ଥିତିକୁ ନେଇ ମନରେ ଆଶଙ୍କା ଉପୁଜିଥିଲା, ତାହା କ୍ରମେ ସୁଧାରିଯିବ । ନୂତନ ବନ୍ଧୁ ସମ୍ପର୍କ ଓ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ । ନୂତନ କର୍ମ ନିଯୁକ୍ତି ପାଇବେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ ସାୟାହ୍ନେ ମନଟା ଭଲ ଲାଗି ନ ପାରେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମାତ୍ର ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଆପଣା ଛାଏଁ ପରିସ୍ଥିତି ସୁଧାରିଯିବ । କର୍ମକ୍ଷେତ୍ରରେ ଯାହା ଆଶା କରୁଛନ୍ତି ତାହା ହିଁ ହେବ । ପରୋକ୍ଷ ଶତ୍ରୁତାମାନେ ସକ୍ରିୟ ରହିଲେ ମଧ୍ୟ ଆପଣଙ୍କ କୌଣସି କାର୍ଯ୍ୟ ଅଟକିବା ନାହିଁ । ଆର୍ଥିକ ଦିଗରୁ ମଜବୁତ ରହିବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅର୍ପଣ କରିବେ । ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଗୋଳମାଳିଆ ପରିସ୍ଥିତିକୁ ସୁଧାରୀ ନେବେ । ଅନ୍ୟର ବିବାଦୀୟ ମାମଲା ମୁଣ୍ଡ ପୁରାନ୍ତୁ ନାହିଁ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବନ୍ଧୁଙ୍କ ବ୍ୟବହାର ମନରେ ସନ୍ଦେହ ସୃଷ୍ଟି କରିବ । କାରବାର ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । କିନ୍ତୁ ସମାଜର ବରିଷ୍ଠ ବ୍ୟକ୍ତି କିମ୍ବା କୌଣସି ଉଚ୍ଚାଧିକାରୀଙ୍କ ପରାମର୍ଶ କର୍ମକ୍ଷେତ୍ରରେ ସ୍ଥିତିରେ ସୁଧାର ଆସିପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ସହକର୍ମୀ ଜଣକ ସହାୟତାର ହାତ ବଢାଇବେ । ଅଫିସରେ ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ ଉପକୃତ ପାଇବେ ଓ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବେ । ରାଜନୀତି କ୍ଷେତ୍ରରେ ମାନସିକ ଅଶାନ୍ତି, ଉତ୍ତେଜନା ଓ ଡିପ୍ରେସନର ଶିକାର ହୋଇପାରନ୍ତି । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି । ପାରିବାରିକ ସ୍ତରରେ ସମସ୍ୟା ଦେଖାଦେଲେ ମଧ୍ୟ ନୀରବ ରହିବା ଶ୍ରେୟସ୍କର ହେବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା ଲିଙ୍ଗରାଜ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ନିମନ୍ତେ ଖାତାମିଠା ରହିବ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଇରହିବ । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ବନ୍ଧୁଙ୍କ ସହ ଆଲୋଚନା ପରିସରରେ ନୀରବତା ଅବଲମ୍ବନ କରିବାକୁ ପସନ୍ଦ କରିବେ । ଅଫିସର ବାତାବରଣ ସୁସ୍ଥ ରହିଲେ ମଧ୍ୟ ଅତୀତର କାର୍ଯ୍ୟକଳାପ ବିଷୟରେ ଚିନ୍ତା କରି ଅଧିକାଂଶ ସମୟରେ ଅନ୍ୟମନସ୍କ ରହିବେ । ଆର୍ଥିକ ଅବସ୍ଥା ମାନ୍ଦା ରହିବ । ରାଜନୀତି କ୍ଷେତ୍ରରେ ସମ୍ମାନ ମିଳିବ । ସାମାଜିକ କାର୍ଯ୍ୟରେ ନିୟୋଜିତ ରହିବେ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୈାଣସି କାମ କରି, ପରବର୍ତ୍ତୀ ସମୟରେ ଅନୁତାପ କରିବେ । ପିତା କିମ୍ବା ମାତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନକୁ ସାମୟିକ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ପ୍ରଭୁ ଜଗନ୍ନାଥ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ସୁଖଦାୟକ ରହିବ ଓ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ ଶତ୍ରୁତା କରୁଥିବା ଲୋକମାନେ ମିତ୍ରତାର ହାତ ବଢାଇବେ । ଅନ୍ୟ ଭାଷାରେ କହିବାକୁ ଗଲେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନର ଅଧିକାରୀ ହେବେ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ । ଜମି, ଯାନବାହନ କ୍ରୟ କରିବା ପାଇଁ ମନ ବଳାଇବେ । ସାମାନ୍ୟ କେତେକ ସଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ । ପରିବାର ମଧ୍ୟରେ ଛୋଟ କଥାକୁ ଧରିଲେ ଅଯଥା ସୁସମ୍ପର୍କ ବ୍ୟାହତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପରିବାର ମଧ୍ୟରେ ପୈତୃକ ସମ୍ପତ୍ତିକୁ ନେଇ ସଦସ୍ୟଙ୍କ ମଧ୍ୟରେ ତର୍କବିତର୍କ ଲାଗିରହିବ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବା ସହ ଲାଭ ମଧ୍ୟ ମିଳିବ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ଅଫିସରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ଲାଭ ହେବ । ସଭାସମିତିରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହାତ ହୋଇପାରେ । ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ କରିବାରେ ସମର୍ଥ ହେବେ । ବୈବାହିକ ଜୀବନରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ କାଳୀଜାଈ ।

Leave a Reply

Your email address will not be published. Required fields are marked *