02 ଜୁଲାଇ, ଶୁକ୍ରବାର :- ଆଜି ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ

02 ଜୁଲାଇ, ଶୁକ୍ରବାର :- ଆଜି ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ

02 ଜୁଲାଇ, ଶୁକ୍ରବାର :- ଆଜି ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୦୨ ଜୁଲାଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତେଣୁ ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଫଳର ମହତ୍ଵ ରହିଛି । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ :

ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବା ଯୋଗୁଁ ମାନସିକ ସ୍ଥିତି ଠିକ ରହିବ ନାହିଁ । ପ୍ରତ୍ୟେକ ସ୍ଥଳରେ ନିଜକୁ ଆଡ୍‌ଜଷ୍ଟ କରି ଚଳାଇବାକୁ ପଡିବ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ଼ ଚେଷ୍ଟା କରିପାରନ୍ତି । ତଥାପି କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିବ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଉଚ୍ଚଧିକାରୀ ପ୍ରଶଂସା କରିବା ବଦଳରେ ଆପଣ କାର୍ଯ୍ୟକୁ ନେଇ ସମାଲୋଚନା କରିବେ । ଆଜି ଆତ୍ମୀୟ ସ୍ଵଜନମାନେ ନିଜର ଫାଇଦା ହାସଲ କରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ପଛଘୁଞ୍ଚା ଦେବା ନାହିଁ । ପରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗିରହିବା କାରଣରୁ ମନରେ ସରସତା ରହିବା ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ :

ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ମଧ୍ୟ ବନ୍ଧୁଙ୍କ ଠାରୁ ପ୍ରେରଣା ଉତ୍ସାହ ପାଇ ମନୋବଳ ଦୃଢ ହେବ । ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ବନ୍ଧୁଙ୍କ ସହାୟତାରେ ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । କୌଣସି ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମିଥୁନ :

ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ ସାବ୍ୟସ୍ତ ହେବ । ବନ୍ଧୁଙ୍କ ସହାନୁଭୂତିର ସୁଯୋଗ ଲଭି କାମ ହାସଲ କରିବେ । ଯେଉଁ କାମଟିକୁ ଆଜି ଯାଏ ଆପଣ କରି ପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ । ଅଫିସ କାର୍ଯ୍ୟକୁ ନେଇ ମଧ୍ୟ ଚିନ୍ତତ ରହିବେ । ବନ୍ଧୁଙ୍କ ସହଯୋଗରେ ସମସ୍ୟା ଦୂର ହେବ, ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବେ । ରାଜନୀତିରେ ସାକ୍ଷାତ ଆଲୋଚନା ଭଲ ରହିବ । ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ କିନ୍ତୁ ସଂପୂର୍ଣ୍ଣ ହୋଇପାରିବ ନାହିଁ । ପଡ଼ୋଶୀଙ୍କ ହସ୍ତକ୍ଷେପ ଫଳରେ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

କର୍କଟ :

ପ୍ରଭୁଙ୍କୁ ସ୍ମରଣ କରନ୍ତୁ; ମନକୁ ଶାନ୍ତି ମିଳିବ । ବ୍ୟବସାୟ ବାଣିଜ୍ୟରେ ଲାଗିରହିଥିବା ସମସ୍ୟା ଆପଣା ଛାଏଁ ଦୂରେଇ ଯିବ । ଗତକାଲିଠାରୁ ଯେଉଁ କାମ ଅଟକି ରହିଯାଇଥିଲା ସେଗୁଡ଼ିକ ସହଜ ଓ ସୁବିଧାରେ ହୋଇଯିବ । ଏପରି କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ । ଅଫିସରେ ନିଜ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ସଭାସମିତି କିମ୍ବା ପଦସ୍ଥବ୍ୟକ୍ତିଙ୍କ ସହ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରିବେ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ । ଆଲୋଚନା ଓ ସମାଲୋଚନା ମଧ୍ୟରେ ପାରିବାରିକ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ସିଂହ :

ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । ବ୍ୟବସାୟରେ ପାଦେ ପାଦେ ସମସ୍ୟାର ସମ୍ନା କରିବାକୁ ପଡିବ । କର୍ମକ୍ଷେତ୍ରରେ ସତର୍କ ଅବଲମ୍ବନ କରି କାର୍ଯ୍ୟ ପରିଚାଳନା କରିବାକୁ ପଡିବ ନଚେତ ବିବାଦର ଘେରରେ ଛନ୍ଦି ହୋଇଯିବେ । ସହକର୍ମୀଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ର କରି ଟଣା ଓଟରା ଲାଗିପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାରା କରଜ କରିବାକୁ ପଡିପାରେ । ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଏକାଧିକ କାମରେ ହାତ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ପ୍ରସାଶନ, ରାଜନୀତିରେ ଲାଗିରହିଥିବା ଦ୍ଵନ୍ଦ ଦୂର ହେବ । ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ଆକସ୍ମିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

କନ୍ୟା :

ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ସମସ୍ୟାଗୁଡ଼ିକ କମିବା ବଦଳରେ ବୃଦ୍ଧି ପାଉଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କଠିନ ପରିସ୍ଥିତିରେ ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବା ବଦଳରେ ଶୁଖିଲା ଉପଦେଶ ମିଳିବ । ବ୍ୟବସାୟ, ବାଣିଜ୍ୟରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଦେବା କାରଣରୁ ମନ ବିସ୍ତାପ ରହିବ । ପ୍ରତ୍ୟେକ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ । ଅଫିସରେ କର୍ମଜୀବିଙ୍କ ଉପରେ ବୋଝ ଉପରେ ଲଲିତା ବିଡା ଭଳି କାର୍ଯ୍ୟର ଚାପ ବଢିଯିବ । ପାରିବାରିକ କ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ଏକ ସାଧାରଣ କଥାକୁ ନେଇ ସଦସ୍ୟମାନଙ୍କ ମଧ୍ୟରେ ବୁଝାମୁଣା ଜନିତ ସମସ୍ୟା ଭିନ୍ନ ରୂପ ନେଇପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଶାରଳା ।

ତୁଳା :

ସୁଖଦୁଃଖର ମିଶ୍ରଣରେ ଦିନଟି ଅତିବାହିତ ହେବ । କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଗୁଡିକ ଅନ୍ୟର ସହଯୋଗରେ ସମ୍ପନ୍ନ କରିପାରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରି, ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଆର୍ଥିକ ସ୍ଥିତି ଅତି ଦୁର୍ବଳ ରହିବ । ବନ୍ଧୁ ଓ ସହକର୍ମୀଅଙ୍କ ଠାରୁ ଧାର କରଜ କରିବାକୁ ବାଧ୍ୟ ହେବ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବା ସଙ୍ଗକୁ କଳା, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ଘରୋଇ କଳହକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିଲେ ଅପଦସ୍ଥ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା :

ମନରେ ଚିନ୍ତା ଲାଗିରହିବ । ଦୀର୍ଘଦିନରୁ ଲାଗି ରହିଥିବା ସ୍ଵାସ୍ଥ୍ୟଗତ ମନକୁ ନିରୂତ୍ସାହିତ କରିବ । ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କରିଲେ କର୍ମକ୍ଷେତ୍ରରେ ସାମୟିକ ଉପକୃତ ମିଳିବ । ବନ୍ଧୁଙ୍କ ଆଶା କରିଥିବା ସାହାଯ୍ୟ ସହଯୋଗ, କେବଳ ଆଶାରେ ହିଁ ରହିଯିବ । ଅଫିସରେ ଦୈନନ୍ଦିନ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସହକର୍ମୀଙ୍କ ସହଯୋଗ ମନକୁ କ୍ଷୁବ୍ଧ କରିବ । ଆକସ୍ମିକ ଭାବରେ କୌଣସି ପଦକ୍ଷେପ ନେଲେ ଝମେଲା ମଧ୍ୟରେ ଫସି ପାରନ୍ତି, ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ବୁଝିବିଚାରୀ ନିଷ୍ପତ୍ତି ନିଅନ୍ତୁ । ଆଜି ସଂଗଠନ, ରାଜନୀତି, ଆନୁଷ୍ଠାନିକ କାମର ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଅନିଦ୍ରା ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଦେବର ସମ୍ଭାବନା ରହିଛି । ପାରିବାରିକ କଳହ ଯୋଗୁଁ ମାନସିକ ସୁସ୍ଥତା ହରାଇ ପାରନ୍ତି । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଜଗନ୍ନାଥ ।

ଧନୁ :

କର୍ମକ୍ଷେତ୍ରରେ ବନ୍ଧୁ, ସହକର୍ମୀ ଓ ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଅଧିନସ୍ଥ କର୍ମଚାରୀମାନଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟବସାୟ ବାଣିଜ୍ୟରେ କରବାରର ଭଲ ରହିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ନିଷ୍ଠାର କାର୍ଯ୍ୟ କରିବେ ଓ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବା ସହ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ପାଇବେ ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ବକ୍ ଅସଂଯମତା କାରଣରୁ କେତେକ ସ୍ଥଳରେ ବନ୍ଧୁଙ୍କ ସହ ମନାନ୍ତର ଦେଖାଦେଇପାରେ । ପାରିବାରିକ ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ରୋଗପୀଡା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମକର :

କର୍ମକ୍ଷେତ୍ରରେ ନାନା ପ୍ରକାର ବିଶୃଙ୍ଖଳା ଦେଖାଦେବା ଯୋଗୁଁ ମନରେ ବିସ୍ତାପ ଲାଗିରହିବା । କର୍ମକ୍ଷେତ୍ର କ୍ଷେତ୍ରରେ ସମସ୍ୟା ଲାଗିରହିବା ସତ୍ତ୍ୱେ ଦୃଢ଼ ପଦକ୍ଷେପ ନେଇ ସମସ୍ୟାର ସମାଧାନ ନିମନ୍ତେ ପ୍ରଯତ୍ନ କରିବେ । ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ । ସଭାସମିତି, ଆନୁଷ୍ଠାନିକ କାମ, କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ । ନିକଟ ସମ୍ପର୍କୀୟ ମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଘର ସାଜସଜ୍ଜାରେ କିମ୍ବା ନିର୍ମାଣରେ ସମୟ ଅତିବାହିତ କରିପାରନ୍ତି । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ । ଶୁଭରଙ୍ଗ: ଗୋଲାପୀ ରଙ୍ଗ । ଆରାଧନା: ମାଆ ସମଲେଶ୍ୱରୀ ।

କୁମ୍ଭ :

ଗୋଳମାଳିଆ ପରିସ୍ଥିତି ମଧ୍ୟରେ ଦିନ ଅତିବାହିତ କରିବେ । ଦୂରଦର୍ଶିତା ଅଭାବରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ଲାଗିବା ରହିବା ସତ୍ତ୍ୱେ ଦୃଢ ଆତ୍ମବିଶ୍ଵାସର ସହ କାର୍ଯ୍ୟ କରିବେ ଓ ଉନ୍ନତିର ପଥରେ ଅଗ୍ରସର ହେବେ । କୌଣସି ନୂଆ ଯୋଜନାକୁ କାଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ବନ୍ଧୁଙ୍କ ଗହଣର ମନର ଦୁଃଖକୁ ଚେଷ୍ଟା କରିଲେ ମଧ୍ୟ ପରିପ୍ରକାଶ କରିପାରିବେ ନାହିଁ । ସାମାଜିକ ସ୍ତରରେ ସକ୍ରିୟ ରହିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ବାଦବିବାଦ କିମ୍ବା ଅନ୍ୟର ବିବାଦୀୟ ପରିସ୍ଥତିତରେ ମଧ୍ୟସ୍ଥ କରିଲେ ନିଜେ ହିଁ ଅପମାନିତ ହେବାକୁ ପଡିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମା ଚର୍ଚ୍ଚିକା ।

ମୀନ :

ଦିନଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଅତି ଉତ୍ତମ ରହିବ । ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ । ବ୍ୟବସାୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି କରୁଥିବା କର୍ମଜୀବୀମାନଙ୍କୁ ଉଚ୍ଚାଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ । ସାମାଜିକ ସ୍ତରରେ ଉଚ୍ଚସ୍ତରର ବ୍ୟକ୍ତି ବିଶେଷଙ୍କ ସହିତ ଦେଖାସାକ୍ଷାତ ହେବ ଓ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଦୃଢ ପଦକ୍ଷେପ ନେବେ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଜୀବ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

Leave a Reply

Your email address will not be published. Required fields are marked *