02 ଜାନୁୟାରୀ 2021, ଶନିବାର :- ଏହି ୪ଟି ରାଶି ବ୍ୟକ୍ତି ପାଇଁ ଦିନଟି ବିଶେଷ ମହତ୍ଵପୂର୍ଣ୍ଣ ରହିବ । ସୁଖଶାନ୍ତିରେ ଦିନ

02 ଜାନୁୟାରୀ 2021, ଶନିବାର :- ଏହି ୪ଟି ରାଶି ବ୍ୟକ୍ତି ପାଇଁ ଦିନଟି ବିଶେଷ ମହତ୍ଵପୂର୍ଣ୍ଣ ରହିବ । ସୁଖଶାନ୍ତିରେ ଦିନ

02 ଜାନୁୟାରୀ 2021, ଶନିବାର :- ଏହି ୪ଟି ରାଶି ବ୍ୟକ୍ତି ପାଇଁ ଦିନଟି ବିଶେଷ ମହତ୍ଵପୂର୍ଣ୍ଣ ରହିବ । ସୁଖଶାନ୍ତିରେ ଦିନ ଅତିବାହିତ କରିବେ । ବିଭିନ୍ନ ଦିଗରୁ ଆର୍ଥିକ ଲାଭ ପାଇବେ ।

ଆଜି ଆମେ ଆପଣଙ୍କୁ ୦୨ ଜାନୁୟାରୀ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ । କାରବାରକୁ ନେଇ ମନରେ ନୂଆ ବିଚାର ଆସିବ । କିନ୍ତୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରନ୍ତି । ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ କ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ ଏବଂ ବ୍ୟବସାୟ ସମ୍ବନ୍ଧୀୟ ବିଷୟକୁ ନେଇ ଦୂରଯାତ୍ରା କରିପାରନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଆକସ୍ମିକ ଭାବେ ଆପଣ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ । ଅଫିସରେ ବିନା ବାଧାବିଘ୍ନରେ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ପରିବାର ସଦସ୍ୟଙ୍କ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି । ନିଜ ପରିସରରେ ରହୁଥିବା ଲୋକମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ କିନ୍ତୁ ସଫଳ ହୋଇପାରିବେ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ । ନିଜର କାର୍ଯ୍ୟ ହାସଲ ସକାଶେ ବନ୍ଧୁଙ୍କ ନିକଟରୁ ଅଯାଚିତ ଭାବେ ସହାୟତା ପାଇବେ । କିନ୍ତୁ ଆପଣ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ ଯାହାଫଳରେ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଚାକିରିରେ ବଡ଼ ସଫଳତା ମିଳିବା ଯୋଗ ରହିଛି । ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି । ଆକସ୍ମିକ ଭାବରେ ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବିମଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ନୂଆ ପରିଯୋଜନାର ଶୁଭାରମ୍ଭ କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ପ୍ରଗତି କରିବା ପାଇଁ ଜଣେ ବନ୍ଧୁ ଉପଦେଶ ଦେବେ । ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା କରିବାରେ ସମର୍ଥ ହେବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ସାଙ୍ଗକୁ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବାର ଆଶା ରହିଛି । ଜମିଜମା କିଣାବିକା ଦିଗରେ ଆଲୋଚନା କରିପାରନ୍ତି । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ମିତ୍ରଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଆପଣଙ୍କ କୃତିତ୍ୱକୁ ବନ୍ଧୁ ଓ ପଡୋଶୀମାନେ ପ୍ରଶଂସା କରିବେ । ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଭାଙ୍ଗି ପଡ଼ିଥିବା ସ୍ଵାସ୍ଥ୍ୟରେ ଉନ୍ନତି ଘଟିପାରେ । ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣା ଯୋଗୁଁ ଶାନ୍ତଶିଷ୍ଟର ବାତାବରଣ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭାବପ୍ରବଣତା ବୃଦ୍ଧି ପାଇବା କାରଣରୁ କୌଣସି କାମ ସୁବିଧାରେ ହୋଇପାରିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ସମାଧାନ ହୋଇଯିବ । ବ୍ୟବସାୟୀରେ ଉତ୍ଥାନପତନ ଲାଗିରହିବ । ଚାକିରିରେ ଅଧୁରା କାମ ପୂରା ହୋଇପାରେ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ବାକ୍‌ ଅସଂଯମତା ଯୋଗୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ବନ୍ଧୁଙ୍କ କାମ ନ ହେବା କାରଣରୁ ସେ ଆପଣଙ୍କ ଉପରେ ଅଭିମାନ କରିପାରନ୍ତି । ପ୍ରଶାସନିକ ପୁନଃ ଆଦେଶପ୍ରକାରେ ଦୂରଯାତ୍ରା ସ୍ଥଗିତ ରହିଯାଇପାରେ । ଆକସ୍ମିକ ଭାବରେ ମିତ୍ରମାନେ ମଧ୍ୟ ଶତ୍ରୁ ଭଳି କାମ କରିବେ । କିନ୍ତୁ ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଆଜି ହିଁ ଶେଷ କରିବାକୁ ମନସ୍ଥକରି ସଫଳତା ହାସଲ କରିପାରିବେ । ବ୍ୟବସାୟରେ ଧନ ଲାଭର ସଂକେତ ମିଳିବ । ପରିବହନ କ୍ଷେତ୍ରରେ ଆଶାନୁରୂପ ସୁଫଳ ଓ ଗବେଷଣା, ରାଜନୀତିରେ ଚେଷ୍ଟା ସଫଳ ହେବ । ଆର୍ଥିକ କ୍ଷେତ୍ରରେ ସ୍ଥିତି ମଜବୁତ ରହିବା ଫଳରେ ନୂତନ ବ୍ୟବସାୟ କରିବା ପାଇଁ ମନସ୍ଥ କରିବେ । କର୍ମାରମ୍ଭ ସକାଶେ ଆନୁଷଙ୍ଗିକ ସହଯୋଗ ପାଇବେ । ଅଫିସର ସୁସ୍ଥ ବାତାବରଣ ଆପଣଙ୍କୁ ଖୁସି କରାଇପାରେ । ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ । ବିବାଦୀୟ ସ୍ଥିତି, ମାଲିମକଦ୍ଦମାରେ ବିଜୟୀ କରାଇ ବିଜାତୀୟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ କରାଇବ । ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣଙ୍କର ଆତ୍ମବିଶ୍ଵାସ ଅତୁଟ ରହିବ । ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ । ବନ୍ଧୁବର୍ଗଙ୍କ ସାହାଯ୍ୟ, ସହଯୋଗ କାର୍ଯ୍ୟ ହାସଲ ଦିଗରେ ସହାୟକ ହେବ । ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ କିନ୍ତୁ ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି । ଆଲୋଚନା ପରିସରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଭାଗୀଦାରିଙ୍କ ସହିତ ସମ୍ବନ୍ଧ ମଧୁର ହେବ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ । ପରିବାରରେ ଶାନ୍ତଶିଷ୍ଟର ବାତାବରଣ ରହିବ । ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ସାଇରାମ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ ହୋଇଯିବ । ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡିକୁ ପୂରା ଦମ୍‌ରେ କରି ଚାଲିବେ । କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ଉଚ୍ଚାଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେତେଯାହା କରିଲେ ମଧ୍ୟ ଆପଣଙ୍କ କାର୍ଯ୍ୟରେ ଉଚ୍ଚାଧିକାରୀ କ୍ଷୁବ୍ଧ ପ୍ରକାଶ କରିବେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ଅନ୍ୟର କାର୍ଯ୍ୟରେ ମୁଣ୍ଡ ପୁରାନ୍ତୁ ନାହିଁ, ଅନ୍ୟଥା ବିନା କାରଣରେ ଅପଦସ୍ଥ ହେବାକୁ ପଡିପାରେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ମନବଳ ଦୃଢ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କୌଣସି ପୁରୁଣା କଥାକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି । ବ୍ୟବସାୟିକ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ଵଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭକରିବେ । କିନ୍ତୁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରତିବନ୍ଧ ମଧ୍ୟ ଦେଇ ଗତି କରିବାକୁ ପଡିବ । ସଂପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ । ବକେୟା ଅର୍ଥ ଆଦାୟ କରିବା ସମୟରେ ବିତର୍କର ସମ୍ମୁଖୀନ ହେବାକୁ ପଡିବ । ଜମିଜମା ମାମଲାରେ ତଥା ପରିବହନ କ୍ଷେତ୍ରରେ ବିବାଦୀୟ ଘଟଣାର ଅବସାନ ଘଟିବ । ବନ୍ଧୁଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟକୁ ସାଧନ କରିବାକୁ ପଛଘୁଞ୍ଚା ଦେବେ ନାହିଁ । କୌଣସି ନୂଆ ଜାଗାକୁ ଭ୍ରମଣରେ ଯିବା ଲାଗି ଯୋଜନା କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କୌଣସି ନୂଆ କାର୍ଯ୍ୟ ହାସଲରେ ଖୁସି ହେବେ । ଆପଣଙ୍କ ଯାତ୍ରା ମଙ୍ଗଳମୟ ଓ ସୁଖଦ ରହିବ । କୌଣସି ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କର କାମ ପୂରା ହୋଇଯିବ । ବ୍ୟବସାୟରେ ଉନ୍ନତି କରିବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ । ରାଜନୀତିରେ ସୀମା ବଢ଼ାଇବେ । କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ । ଯାତ୍ରା, ନିର୍ମାଣ ପ୍ରଭୃତିରେ ଆଂଶିକ ସଫଳତା ମିଳିବ । ଜଣେ ବ୍ୟକ୍ତିଙ୍କ ସାହାଯ୍ୟରୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ । ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହେବାର ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପୂଜାପାଠରେ ମନକୁ ଶାନ୍ତି ମିଳିବ । ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ କିନ୍ତୁ ପାଦେ ପାଦେ ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ କରିବେ । ତଥାପି ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଆର୍ଥିକ ସ୍ଥିତି ଭଲ ରହିବ । ବେପାରରେ ଅଟକିଥିବା ପଇସା ପାଇବେ । ଯୁବପୀଢିଙ୍କୁ ଚାକିରି ସମ୍ବନ୍ଧୀୟ ସୂଚନା ମିଳିବ । ପ୍ରଶାସନ, ପ୍ରକାଶନ, ଏଜେନ୍ସିପ୍‌, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି । ଆକସ୍ମିକ କଚେରି ମାମଲାର ଟେନ୍‌ସନ ମାନସିକ ଅଶାନ୍ତିର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବଗଳାମୁଖୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣଙ୍କର ଅଧିକ ସମୟ ଆତ୍ମଚିନ୍ତନରେ କଟିବ । ଆପଣଙ୍କ ସରଳତାର ସୁଯୋଗ ନେଇ ସହକର୍ମୀମାନେ ଫାଇଦା ଉଠାଇବାକୁ ଚେଷ୍ଟା କରିବେ । ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ । ବ୍ୟବସାୟରେ ଭାଗୀଦାରିଙ୍କ ସହିତ ଯୁକ୍ତିତର୍କ ହୋଇପାରେ । କୌଣସି କାମ ପାଇଁ ସରକାରୀ ଅଫିସକୁ ଧାଆଁ ଦଉଡ କରିବାକୁ ପଡିବ । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ । ପରିବାର ମଧ୍ୟରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ । କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ପରିବହନ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିପାରେ । ଶୁଭରଙ୍ଗ: ଧୂସର । ଆରାଧନା: ଶ୍ରୀ ଗଣେଶ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପରିବାରର କେତେକ ବ୍ୟତିକ୍ରମକୁ ନେଇ ଦୁର୍ଭାବନା ବୃଦ୍ଧିପାଇ ପାରେ । ପ୍ରତିବନ୍ଧକ କାରଣରୁ ବ୍ୟବସାୟ, ଶିଳ୍ପ ତଥା ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟରେ ସ୍ଥଗିତ କାମକୁ ପୂରା କରିବା ପାଇଁ ନିଷ୍ପତ୍ତି ନେବେ ଓ କେତେକାଂଶରେ ଉପକୃତ ହେବେ । ପୂର୍ବ ସଂକଳ୍ପିତ କାର୍ଯ୍ୟସାଧିତ ହେବାରେ କୌଣସି ଅସୁବିଧା ରହିବ ନାହିଁ । କୌଣସି ଖାସ୍‌ ବିଷୟ ଉପରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ । କର୍ମକ୍ଷେତ୍ରରେ ଶତ୍ରୁତାଜନିତ ବିଭିନ୍ନ ସମସ୍ୟା ମନକୁ ଭାରାକ୍ରାନ୍ତ କରି ରଖିବ । ସାମାଜିକ କାର୍ଯ୍ୟ ସୁଚାରୁରୂପେ ନିର୍ବାହ କରିବେ । ଆର୍ଥିକ ସ୍ଥିତି ଚଳଣୀୟ ରହିବ । ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ହନୁମାନ ।

Leave a Reply

Your email address will not be published. Required fields are marked *