02 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିମାନେ ଆର୍ଥି ରୋଜଗାରର ନୂତନ ମାର୍ଗ ପାଇବେ । ଆର୍ଥିକ

02 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିମାନେ ଆର୍ଥି ରୋଜଗାରର ନୂତନ ମାର୍ଗ ପାଇବେ । ଆର୍ଥିକ

02 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିମାନେ ଆର୍ଥି ରୋଜଗାରର ନୂତନ ମାର୍ଗ ପାଇବେ । ଆର୍ଥିକ ଉନ୍ନତି ସହ ପରିବାରରେ ହସଖୁସିର ବାତାବରଣ ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୦୨ ମାର୍ଚ୍ଚ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସଫଳତାର ମାର୍ଗ ଉନ୍ମକ୍ତ ହେବ । ଆଜି ଶୁକ୍ରଙ୍କ ସ୍ଥାନ ପ୍ରଭାବରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଚେଷ୍ଟା କରୁଥିବା କାମଟି ଅନ୍ୟ ବ୍ୟକ୍ତିଙ୍କ ଦ୍ଵାରା ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିବ । ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭଦାୟକ ରହିବ । ଆୟ ବୃଦ୍ଧି ସଙ୍ଗେ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଅଟକିଥିବା କାମକୁ ପୂରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ଉତ୍ତମ ବୁଝାମଣା କାରଣରୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଅମ୍ବିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

କର୍ମକ୍ଷେତ୍ରରେ ସୁବିଧା ଓ ସୁଯୋଗ ଆପଣା ଛାଏଁ ଆସିବ, କିନ୍ତୁ ଆଳସ୍ୟରୁ ନିବୃତ ହୋଇ ସାବଧାନତା ସହକାରେ ସୁବିଧା ଓ ସୁଯୋଗଗୁଡିକ ଉପଯୋଗ କରିପାରିଲେ ଉନ୍ନତିର ଶିଖରରେ ପହଞ୍ଚି ପାରିବେ । ସବୁଥିରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ଦୋଷ ଖୋଜି ବୁଲିବେ । ଅଟକିଥିବା କାର୍ଯ୍ୟକୁ ଧୈର୍ଯ୍ୟ ଓ ସାହସ ସହିତ ସଂପୂର୍ଣ୍ଣ କରିବାକୁ ପ୍ରୟାସ କରିବେ । ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟା ଯୋଗୁଁ ମନ ଭାରାକ୍ରାନ୍ତ ହୋଇଉଠିବ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖାଦେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ବ୍ରାଉନ୍ । ଆରାଧନା: ମାଆ ଭୈରବୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ଆଜିର ଗ୍ରହଯୋଗରୁ ଦୀର୍ଘଦିନରୁ ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟ ସ୍ଵଜନମାନଙ୍କ ସହଯୋଗ ମିଳିବା କାରଣରୁ ମନ ଖୁସି ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ପାଇପାରିବେ । ତଥାପି କର୍ମକ୍ଷେତ୍ରରେ ପୂର୍ବରୁ ଲାଗିଥିବା ସମସ୍ୟାର ଯଥାବିଧି ସମାଧାନ ପାଇଁ ତତ୍ପରତା ପ୍ରକାଶ କରି ସଫଳ ମଧ୍ୟ ହେବେ । ଆଜି ଯେତିକି ଅର୍ଥ ପାଇବେ ପ୍ରତିଦାନରେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଅଫିସର କେତେକ କାର୍ଯ୍ୟରେ ଭୁଲ ବୁଝାମୁଣା ଯୋଗୁଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବର ଯୋଗ ରହିଛି । କିନ୍ତୁ ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ, ଯାହାଫଳରେ ମାନସିକ ଅସ୍ଥିରତା ଲାଗି ରହିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ସନ୍ତୋଷୀମାତା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ଈର୍ଷାପରାୟଣ ହୋଇ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଅଶ୍ଳେଷା ନକ୍ଷତ୍ର ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ମିଳିବ ନାହିଁ । ବ୍ୟବସାୟ, ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ଅଫିସରେ ଅନ୍ୟ ଦ୍ଵାରା ପ୍ରଭାବିତ ହୋଇ କାର୍ଯ୍ୟ କରିଲେ, ଉଚ୍ଚ-ଅଧିକାରୀଙ୍କ କ୍ଷୁବ୍ଧର କାରଣ ହେବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ, ଯାହାଫଳରେ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଜଣେ ଅଜ୍ଞାତ କିମ୍ବା ମନ୍ଦ ବ୍ୟକ୍ତି ଆପଣଙ୍କୁ ପ୍ରତାରଣା କରିବାକୁ କିମ୍ବା ଠକିବାକୁ ଚେଷ୍ଟା କରିପାରନ୍ତି । ଯାତ୍ରା ସମୟରେ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟି ହୋଇ ଅଶାନ୍ତି ଉପୁଜିପାରେ । ପରିବାରରେ କୌଣସି ମନ୍ତବ୍ୟ ଦେଇ ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି ଆପଣ ଯେଉଁ କାମ କରିବାକୁ ଚିନ୍ତା କରୁଛନ୍ତି ତାହା ସଂପୂର୍ଣ୍ଣ କରିବେ । ରାଶିରେ ରାଶ୍ୟାଧିପତି ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଗ୍ରହଣ କରି ଉପକୃତ ହେବେ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାକୁ ଉଦ୍ୟମ ଜାରି ରଖିବେ । ତଥାପି କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । ବ୍ୟବସାୟରୁ ଭଲ ଧନଲାଭ ହେବ କିନ୍ତୁ ବ୍ୟବସାୟକୁ କେନ୍ଦ୍ର କରି ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ । ସାମାଜିକ ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ ଓ ସଫଳତା ପାଇବେ । ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଆପଣ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦୀର୍ଘ ଦିନରୁ ଲାଗି ରହିଥିବା ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହିବ ନାହିଁ । ଚନ୍ଦ୍ର ଯୁକ୍ତ ରାହୁ ହେତୁ ଦିନର ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି । ମନ ଅସ୍ଥିରତା କାରଣରୁ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ କିନ୍ତୁ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଧାର ଆସିବ । ଅଫିସରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ, ଅନ୍ୟଥା ମାନସିକ ଚାପର ବଶବର୍ତ୍ତୀ ହୋଇପାରନ୍ତି । ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ । ପରିବହନ, ନିର୍ମାଣ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ । ସନ୍ଧ୍ୟାରେ ପରିବାର ସହିତ ହସଖୁସିର ସମୟ କଟିବ । ରୋଗୀଣା ସ୍ଵାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ, ବିଶେଷତଃ ଖାଦ୍ୟପେୟରେ ସତର୍କ ରୁହନ୍ତୁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ କରି କାର୍ଯ୍ୟରେ ସଫଳତା ହାସଲ କରିବେ । ଶୁକ୍ର ରାଶିରେ ରହିଥିବାରୁ ସ୍ଵାସ୍ଥ୍ୟ ଭଲ ରହିବ ଓ ମାନସିକ ସ୍ତରରେ ଖୁସି ଅନୁଭବ କରିବେ । ହଠାତ୍‌ କୌଣସି ବାଧିଲାଭଳି କଥା ବନ୍ଧୁଙ୍କ ମୁଖରୁ ଶୁଣି ଦୁଃଖପ୍ରକାଶ କରିପାରନ୍ତି । ବ୍ୟବସାୟରେ ସ୍ଥିତି ଅତ୍ୟନ୍ତ ଭଲ ରହିବା ସଙ୍ଗେସଙ୍ଗେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମଧ୍ୟ ପ୍ରାପ୍ତ କରିବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହୋଇ କୌଣସି ଗୁରୁ ଦାୟିତ୍ଵ ଅର୍ପଣ କରିପାରନ୍ତି । ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଯାତ୍ରାରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଅନିଷ୍ଠାନ, ସଭା ସମିତି, କଚେରି ମାମଲା ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପ୍ରତ୍ୟେକ କାମରେ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ । ସ୍ତ୍ରୀଙ୍କ ସହ ସାମାନ୍ୟ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ । ବକ୍ରୀ ଶନି ଉତ୍ତରାଷାଢା ନକ୍ଷତ୍ରରେ ଥିବାରୁ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ବହୁ ବିଚାରବିମର୍ଶ ପରେ ପୂର୍ବ କଳ୍ପିତ କାମ ସାମାନ୍ୟ ବ୍ୟତିକ୍ରମ ଭିତରେ ସମ୍ପନ୍ନ ହେବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ ଏବଂ ପରୋକ୍ଷ ଶତ୍ରୁତା ଯୋଗୁଁ ପାଦେ ପାଦେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ କର୍ମକ୍ଷେତ୍ରରେ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଅଫିସ କାର୍ଯ୍ୟଳୟରେ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ସମର୍ଥ ହେବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବାର ସୂଚନା ରହିଛି । କଳା, ସାହିତ୍ୟ ଓ ବନ୍ଧୁ ମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ମାଲିମୋକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ଭୁଲ୍‌ ବୁଝାମଣାଜନିତ ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବ୍ୟସ୍ତ ହୋଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନ ବଳ ଦୃଢ ରହିବ । ଅର୍ଥ ଲାଭ ସଙ୍ଗକୁ ବନ୍ଧୁମାନଙ୍କ ବଦାନ୍ୟତା କାରଣରୁ ପ୍ରତ୍ୟେକ କ୍ଷେତ୍ରରୁ ସମ୍ମାନ ପାଇବେ । ସାହାଯ୍ୟ, ସହଯୋଗ ଲାଭକରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ । ସ୍ଥଗିତ ଥିବା ସମସ୍ତ କାର୍ଯ୍ୟ ସଠିକ ଭାବରେ ସମାପନ କରିବାରେ କୌଣସି ଅସୁବିଧା ହେବ ନାହିଁ । ସହକର୍ମୀମାନେ ନିଜ ନିଜର ଫାଇଦା ହାସଲ ସକାଶେ ଆପଣଙ୍କୁ ଫୁସୁଲାଫୁସୁଲି କଥା କହି ମନ ଜିଣିବାକୁ ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ରାଜନୀତିରେ ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ କରିବେ । ଆର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହୋଇପାରେ । ଦୀର୍ଘଦିନର ପାରିବାରିକ ସମସ୍ୟାର ସରଳ ସମାଧାନ କରିପାରନ୍ତି । ଶାରିରୀକ ଅସୁସ୍ଥତା ଦେଖା ଦେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆତ୍ମବିଶ୍ଵାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । ଅଷ୍ଟମସ୍ଥ ଚନ୍ଦ୍ର ମନରେ ଅସ୍ଥିରତା ରହିବ । ମନକଥା ମନରେ ରଖି କଅଁଳ କଥା କହି ପରକୁ ଆପଣାର କରିପାରିବେ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । କୌଣସି ନୂତନ କର୍ମାରମ୍ଭ କରିବେ ନିମନ୍ତେ ମନ ବଳାଇବେ କିମ୍ବା କୌଣସି ନୂତନ କର୍ମକ୍ଷେତ୍ରରେ ନିଯୁକ୍ତି ପାଇଁ ମାର୍ଗ ଖୋଜିବେ । କର୍ମକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ପାର୍ବତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ରାଶିରେ ବୃହସ୍ପତିଙ୍କ ଦୋଷରୁ ନିର୍ଦ୍ଧିଷ୍ଟ ସମୟରେ କାମ ଗୁଡିକ ସମ୍ପନ୍ନ ନ ହେବା କାରଣରୁ ମନରେ ସରସତା ରହିବ ନାହିଁ । ଋଣ ଭାରରେ ଅତିଷ୍ଠ ହେବାକୁ ପଡିବ ଓ ତାହା ହିଁ ଦୁଃଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସରେ ସହକର୍ମୀମାନେ ଆପଣଙ୍କ କାର୍ଯ୍ୟକୁ ନେଇ ବିରୋଧ କରିପାରନ୍ତି । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ପୂର୍ବ ବିବାଦକୁ କେନ୍ଦ୍ରକରି ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ସମସ୍ୟା ଆସିବ । ବନ୍ଧୁ ମାନଙ୍କ ସହିତ ଆପଣଙ୍କର ସମୟ ଭଲରେ କଟିବ । ଜୀବନସାଥୀଙ୍କ ପ୍ରେରଣାରେ କେତେକ କାର୍ଯ୍ୟ ଅତି ସହଜରେ ସମ୍ପର୍ଣ୍ଣ କରିପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । କର୍ମକ୍ଷେତ୍ର ନାନା ପ୍ରକାର ବାଧାବିଘ୍ନ ଲାଗିରହିଥିବା ଯୋଗୁଁ କାମ କରିବା ପାଇଁ ମନରେ କୌଣସି ଆନ୍ତରିକତା ଆସିବ ନାହିଁ । ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ବୁଝାମଣା ଯୋଗୁଁ ମନାନ୍ତର ସୃଷ୍ଟି ହୋଇପାରେ । ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ । ଅଫିସ କିମ୍ଭା ନିଜ କର୍ମକ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବନ୍ଧୁଙ୍କ ସହ ଦେଖା ସାକ୍ଷାତ ହୋଇପାରେ । ସଭାସମିତି ଯୋଗ ଦେଇପାରନ୍ତି । ନିର୍ମାଣାଦି କାମରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ । ବାକ୍ ଅସଂଯମତା ଯୋଗୁଁ ପରିବାର ମଧ୍ୟ ଅଶାନ୍ତିର ବାତାବରଣ ଦେଖାଦେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

Leave a Reply

Your email address will not be published. Required fields are marked *