29 ମଇ 2021, ଶନିବାର :- ଶନିଦେବଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ

29 ମଇ 2021, ଶନିବାର :- ଶନିଦେବଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ

29 ମଇ 2021, ଶନିବାର :- ଶନିଦେବଙ୍କ କୃପାରୁ ଆଜି ଏହି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ ଏବଂ ସମାଜରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ।

ଆଜି ଆମେ ଆପଣଙ୍କୁ ୨୯ ମଇ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଗ୍ରହ ନକ୍ଷତ୍ରମାନଙ୍କ ଶୁଭତ୍ଵ କାରଣରୁ ପୂର୍ବାହ୍ନଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ରହିବ । ଆପଣଙ୍କ ସ୍ଵଭାବ ଓ ବ୍ୟବହାର, ଅନ୍ୟମାନଙ୍କୁ ଆକର୍ଷିତ କରିବ । କର୍ମକ୍ଷେତ୍ରରେ ମନ ଚଞ୍ଚଳ ରହିବା ସହ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସ ପରିସରରେ ନିଜ ପାଦୋମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । କିନ୍ତୁ ଅତୀତର କେତେକ କଥାକୁ ମନେ ପକାଇ କିଛି ସମୟ ପାଇଁ ମନ ଉଦାସ ରହିବ । ଟିକିଏ ଟିକିଏ କଥାରେ ଉତ୍ତେଜିତ ହେବା ଫଳରେ ବନ୍ଧୁଙ୍କ ସହ ସାମୟିକ ତର୍କବିତର୍କ ହୋଇପାରନ୍ତି । କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସକରି ଅସୁବିଧାରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବା ଫଳରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଲୋଚନା ପରିସରରେ ପକ୍ଷପାତିତା ଓ ବିବାଦୀୟ ମନ୍ତବ୍ୟ ଯୋଗୁଁ ଅନ୍ୟମାନେ ଭୁଲ ବୁଝିବେ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଆବୁଡା ପଡି କାର୍ଯ୍ୟ କରିବା ଫଳରେ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ କରିପାରନ୍ତି । ଅଫିସରେ ଅତ୍ୟଧିକ କାର୍ଯ୍ୟର ଚାପ ରହିବ । ଅନ୍ୟପକ୍ଷରେ ସହକର୍ମୀମାନେ ସହଯୋଗ ବଦଳରେ କୁଟକ୍ତିବଚନ ମନକୁ ଦୁଃଖ ଦେବ । ତଥାପି ମନ କଥା ମନରେ ରାଖୀ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଇଚ୍ଛା ନ ଥିଲେ ମଧ୍ୟ ଆଜି ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିବ । ଆତ୍ମୀୟ ସ୍ଵଜନମାନେ ପରୋକ୍ଷରେ ଶତ୍ରୁତା କରିପାରନ୍ତି । ପାରିବାରିକ ଘଟଣାକୁ ନେଇ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦେଖାଦେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଉଭୟ ସୁଖ ଓ ଦୁଃଖର ମିଶ୍ରଣରେ ଦିନଟି ଅତିବାହିତ କରିବେ । କିନ୍ତୁ କର୍ମକ୍ଷେତ୍ରରେ ରୁଚି ସଂପନ୍ନ କାର୍ଯ୍ୟ କରିଲେ ମଧ୍ୟ ଆଶାତୀତ ସଫଳତା ପାଇବେ ନାହିଁ । ବନ୍ଧୁ ଓ ସହକର୍ମୀଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ କିନ୍ତୁ ମନରେ ଦୃଢ ଆତ୍ମୀବିଶ୍ଵାସ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସକ୍ଷମ ହେବେ । ସାମାଜିକ ସ୍ତରରେ ପରିସ୍ଥିତିକୁ ଦେଖି ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ । ଜ୍ଞାତିକୁଟୁମ୍ବ ସହ ଯେପରି ସମ୍ପର୍କ ଭଲ ରହିବ ସେହିପ୍ରତି ପ୍ରଯତ୍ନ କରିବେ । ଆକସ୍ମିକ ଭାବରେ ପରିବାରରେ କାହାରି ସ୍ଵାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଚିନ୍ତା ବଢିଯିବ । ଶୁଭରଙ୍ଗ : ସବୁଜ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପ୍ରତ୍ୟେକ କ୍ଷେତ୍ରରେ ଆଗ ପଛ ଭାବି ଯେକୌଣସି ପଦକ୍ଷେପ ଉଠାନ୍ତୁ । ନଚେତ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନାକୁ ଆକସ୍ମିକ ଭାବରେ ବଦଳାଇ କାର୍ଯ୍ୟ କରିବା କଷ୍ଟକର ହେବ । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅର୍ଥ ଉପାର୍ଜନ ନିମନ୍ତେ ଯେତେ ପରିଶ୍ରମ କରିଲେ ମଧ୍ୟ ଉପଯୁକ୍ତି ପରିଶ୍ରମିକ ପାଇପାରିବେ ନାହିଁ । ଏପରି କେତେକ ଆବଶ୍ୟକ ପୂରଣ କରିବା ନିମନ୍ତେ ବନ୍ଧୁ ଓ ସହକର୍ମୀଙ୍କ ଠାରୁ ଧାରା କରଜ କରିବାକୁ ପଡିବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁଙ୍କ ନିମନ୍ତ୍ରଣରେ ସାମାଜିକ ଜନହିତକର କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପାରିବାରିକ ସମସ୍ୟା ମନକୁ ବିଚଳିତ କରିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦେବାଦେବୀଙ୍କ ଆରୋଧନରେ ମନକୁ ଶାନ୍ତ ମିଳିବ । ଆଜି ଏପରି କେତେକ ସମସ୍ୟାର ସାମ୍ନା କରିବାକୁ ପଡିବ, ଯେଉଁଥିରେ ପରିସ୍ଥିତିର ଭାରସାମ୍ୟ ରକ୍ଷା କରିବା ନିମନ୍ତେ ମିଥ୍ୟା କହିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବା ସହ ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବ । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କରେ ଥିବା ବ୍ୟକ୍ତିଟି ହଠାତ ଆପଣଙ୍କୁ ଭୁଲ୍‌ ବୁଝିବ । ପାରିବାରିକ କ୍ଷେତ୍ରରେ ସମସ୍ତଙ୍କ ସହ ସ୍ନେହ ସଦ୍ଭାବ ଅତୁଟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପ୍ରତ୍ୟେକ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ । ଆଜି ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କିନ୍ତୁ ଅଧିନସ୍ଥ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ସାମୟିକ ଭାବରେ ମନରେ ଅସ୍ଥିତ ଲାଗିରହିବ । ଅଫିସରେ ବରିଷ୍ଠ ଅଧିକାରୀବର୍ଗଙ୍କ ଅନୁମତିରେ କାର୍ଯ୍ୟ କରିଲେ କିଛି ଅସୁବିଧା ହେବ ନାହିଁ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଜନକଲ୍ୟାଣ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ । ଆନୁଷ୍ଠାନିକ କାମ ସକାଶେ ବିଶେଷ ଧାଁ ଧପଡ କରିବାକୁ ପଡିପାରେ । ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ଲାଗିରହିଥିବା ଦ୍ଵନ୍ଦ ଦୂର ହେବ । ପରିବାର ସହିତ ହସଖୁସି‌ରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆର୍ଥିକ ଅନଟନ ଯୋଗୁଁ ମାନସିକ ସ୍ତରରେ ଚିନ୍ତି ରହିବେ । ପରିପାର୍ଶ୍ଵକ ପରିସ୍ଥିତି ବଦଳିଗଲେ ମଧ୍ୟ ସମସ୍ୟାର ଜାଲରେ ଛନ୍ଦି ହୋଇରହିବେ । ବ୍ୟବସାୟ ବାଣିଜ୍ୟରେ ଅନ୍ୟମାନଙ୍କୁ ବିଶ୍ଵାସ କରି କାର୍ଯ୍ୟ କରିଲେ କ୍ଷତିରେ ପଡିବେ । ପ୍ରତ୍ୟେକ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ନ ପାଇଲେ ମଧ୍ୟ କେତେକାଂଶରେ ଉପକୃତ ହୋଇପାରିବେ । ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ସାମାଜିକ ଓ ଆନୁଷ୍ଠାନିକ କାମରୁ ଅତ୍ୟନ୍ତ ଖୁସି ମିଳିବ । ପରିବାରିକ କ୍ଷେତ୍ରରେ ପ୍ରତିକୁଳ ପରିସ୍ଥିତି ଲାଗିରହିଥିବା ଯୋଗୁଁ ଯୋଜନା ଗୁଡିକ ଠିକ୍ ଭାବରେ ସମ୍ପୂର୍ଣ୍ଣ କରିବା କଷ୍ଟକର ହୋଇପାରେ । କିନ୍ତୁ ସହଧର୍ମୀଙ୍କ ପୂର୍ଣ୍ଣ ସମର୍ଥରେ କେତେକ କାର୍ଯ୍ୟ ସହଜରେ ସମ୍ପନ୍ନ କରିନେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ନିଜ ଉପରେ ବିଶ୍ଵାସ ରଖନ୍ତୁ । ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବାକୁ ପଡ଼ିପାରେ । ବ୍ୟବସାୟକୁ କେନ୍ଦ୍ର କରି ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ । ଆଜି ଆପଣ କେତେକ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସହିତ ଦେଖାସାକ୍ଷାତ କରିବେ । ସାମାଜିକ ସ୍ତରରେ ସେବା ଓ ପରୋପକାର ହେତୁ ଲୋକଙ୍କ ଆଦରଣୀୟ ହୋଇପାରିବେ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ପର କଥା ଶୁଣି କାର୍ଯ୍ୟ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ । ଶୁଭରଙ୍ଗ : କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନ ଆନନ୍ଦ ରହିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ନିଶ୍ଚୟ ଉପକୃତ ପାଇବେ । କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ମିଳିବା ସହ ସାମାଜରେ ମଧ୍ୟ ପଦୋମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟରେ ଆଶାତୀତ ସଫଳତା ହାସଲ କରିବେ, ତଥାପି କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଜାଣିଶୁଣି ସମସ୍ୟା ସୃଷ୍ଟି କରିପାରନ୍ତି । ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ତର୍କବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଆଲୋଚନା ପରିସରରେ ନିଜ ଜିଦ୍‌ରେ ଅଟଳ ରହିବା କାରଣରୁ ଅପମାନିତ ହୋଇପାରନ୍ତି । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରସ୍ପରିକ ସହୃଦୟତାର ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜିର କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ସ୍ବାଭାବିକ ରହିବ । ନୂତନ ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବେ । କର୍ମକ୍ଷେତ୍ରରେ ସ୍ଥିତି ମଧ୍ୟମ ଧରଣ ରହିବ । ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ କିନ୍ତୁ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକଳାପ ଉପରେ ରୁଷ୍ଟ ହୋଇପାରନ୍ତି । ରାଜନୀତି, ସଭାସମିତି ତଥା ସାଙ୍ଗଠନିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ । ବନ୍ଧୁମାନଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିପାରେ । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟ ସହ ସମ୍ପର୍କ ହାନିର ସମ୍ଭାବନା ରହିଛି । ପାରିବାରିକ ସ୍ତରରେ କେତେକ ଭୁଲ ନିଷ୍ପତ୍ତି ନେଇ ପରବର୍ତ୍ତୀ ସମୟରେ ଅନୁତାପ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ବନ୍ଧୁଙ୍କୁ ସାହାଯ୍ୟ କରି ଆମତ୍ତୃପ୍ତି ଲଭିବେ । ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିବା ଯୋଗୁଁ କର୍ମକ୍ଷେତ୍ରରେ କାର୍ଯ୍ୟ ପାଇଁ ମନରେ ଆଗ୍ରହ ଜନ୍ମିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରିବେ । ଅଫିସରେ ସହକର୍ମୀଙ୍କ ସହମତି କାର୍ଯ୍ୟ କରିଲେ ଅପେକ୍ଷାକୃତ ସଫଳତା ପାଇପାରିବେ । ନିଜର ମନ୍ତବ୍ୟରେ ସଂଯମତା ରଖିବା ପରିସ୍ଥିତିକୁ ଅନୁକୂଳ କରିବ ଅନ୍ୟଥା ଆପଣଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ହୋଇପାରେ । ଗୃହସ୍ଥ ଜୀବନରେ ସୁଖଶାନ୍ତି ବଜାୟ ରହିବ କିନ୍ତୁ ଋଣଭାର କ୍ରମଶଃ ବଢିବା ଯୋଗୁଁ ମନରେ ଚିନ୍ତା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ସୁଖ ସଂଭର ନେଇ ଆସିବ । ଆର୍ଥିକ କ୍ଷେତ୍ରରେ ପ୍ରଗତି କରିବା ସହ ମଧ୍ୟରା ବାକ୍ୟଳାପ ଦ୍ଵାରା ଅନ୍ୟର ହୃଦୟ ଜିଣିପରିବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ଅସୁବିଧାରେ ପଡ଼ିପାରନ୍ତି । ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା କରିବାରେ ସମର୍ଥ ହେବେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ସାଙ୍ଗକୁ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବାର ଆଶା ରହିଛି । ପାରିବାରିକ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ବୈବାହିକ ଜୀବନରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *