29 ଅପ୍ରେଲ୍ 2021, ଗୁରୁବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଅପାର କୃପା ରହିବ । ଦୁଃଖକଷ୍ଟ

29 ଅପ୍ରେଲ୍ 2021, ଗୁରୁବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଅପାର କୃପା ରହିବ । ଦୁଃଖକଷ୍ଟ

29 ଅପ୍ରେଲ୍ 2021, ଗୁରୁବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଅପାର କୃପା ରହିବ । ଦୁଃଖକଷ୍ଟ ଦୂର ହେବ ସହ ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ ।

ଆଜି ଆମେ ଆପଣଙ୍କୁ ୨୯ ଅପ୍ରେଲ୍ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଦିନଟି ଆପଣଙ୍କ ନିମନ୍ତେ ପ୍ରତିକୂଳ ପରିସ୍ଥିତି ରହିବ । ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ଆଜିର ଯାତ୍ରା ଓ ଆଲୋଚନା ଫଳପ୍ରଦ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ଉପଯୁକ୍ତ ସିଦ୍ଧାନ୍ତ ନେବାରେ ସମର୍ଥ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବା ସଙ୍ଗେ ସଙ୍ଗେ କୌଣସି ପ୍ରତିଯୋଗୀତାରେ ମଧ୍ୟ ସଫଳତା ହାସଲ କରିବା ଯୋଗୁଁ ମନ ଖୁସି ରହିବ । ଆନୁଷ୍ଟାନିକ କ୍ଷେତ୍ରରେ, ସାମାଜିକ କାର୍ଯ୍ୟକଳାପରେ, ସଭାସମିତି ଆଜି କ୍ଷେତ୍ରରୁ ଉପକୃତ ହେବେ । ପରିବାରରେ ଅଶାନ୍ତ ଦୂର ହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେଇପାରିବେ ନାହିଁ । ଅଫିସ ବା କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ଥିଲେ ମଧ୍ୟ ମଧ୍ୟାହ୍ନରେ ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି । ଯୁକ୍ତିଯୁକ୍ତ କଥା କହି ଆନୁଷ୍ଠାନିକ କାମ ଓ ସଭାସମିତି ଆଦି କ୍ଷେତ୍ରରେ ଗୌରବାନ୍ଵିତ ହେବେ । ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ଜଗିରଖି ଚଳନ୍ତୁ, ଅନ୍ୟଥା ସମସ୍ୟା ବଢ଼ି ବଢ଼ି ଯାଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଯେକୌଣସି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ଶୁଭଫଳ ପାଇବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅଶାନ୍ତିର ବାତାବରଣକୁ ଡାକି ଆଣିବେ। ଉଚ୍ଚ ପଦାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି କାମ ହାସଲରେ ସମର୍ଥ ହେବେ । ସମ୍ପର୍କୀୟଙ୍କ ସମ୍ପର୍କରେ କିଛିଟା ଅବନତି ପରିଲକ୍ଷିତ ହେବାର ସୂଚନା ରହିଛି । ଅଫିସ କାର୍ଯ୍ୟଳୟରେ ସହକର୍ମୀଙ୍କ ଅସହଯୋଗ ମନୋବୃତ୍ତିି ଓ କୋଠର ବାକ୍ୟ ମନକୁ, କାର୍ଯ୍ୟ କରିବାରୁ ନିବୃତ୍ତ କରିବ । ସାମାଜିକ ସ୍ତରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଓ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ପଡିବ । ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ । ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ବିଭିନ୍ନ ଦିଗରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ମନକୁ ସୁହାଇଲା ଭଳି କଥା କହି ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହେବେ । ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ବୈଠକ ହେବ । ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ । ସାମାଜିକ କ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ଵର ଉଠାଇବେ ସତ କିନ୍ତୁ ସହଯୋଗ ପାଇବେ ନାହିଁ । କଳା, ସାହିତ୍ୟ, ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ । କୌଣସି ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ହଠାତ୍‌ ବାହାରକୁ ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହେବେ । ବୈବାହିକ ଜୀବନ ମଧୁରମୟ ରହିବ । ଶୁଭରଙ୍ଗ: ଧଳା । ବାବା ଗୁପ୍ତେଶ୍ଵର ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭଦାୟକ ରହିବ । ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ପାରିବାରିକ ସ୍ଥିତି ସାଙ୍ଗକୁ ବ୍ୟବସାୟିକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିବ । ଯୋଜନା ଅନୁଯାୟୀ କାମ ଠିକ୍‌ ଠିକ୍‌ ସମ୍ପାଦନ ହୋଇଯିବ । ତଥାପି କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ । ସଭାସମିତିରେ ପ୍ରିୟଜନମାନଙ୍କୁ ଯୁକ୍ତିଯୁକ୍ତକଥା କହି ସମସ୍ୟାକୁ ସୁଧାରି ନେବେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଜୀବନ ସୁଖମୟ ହେବ । ମାନସିକ ସ୍ଥିତି ଭଲ ରହିଲେ ମଧ୍ୟ ଶାରୀରିକ ସୁସ୍ଥତା ରହିନପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ସନ୍ତୋଷୀମାତା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନଟି ଆପଣଙ୍କ ପାଇଁ ରୋମାଞ୍ଚକର ରହିବା । ଯେଉଁ କାମରେ ହାତ ଦେଲେ ମଧ୍ୟ ସେଥିରେ ସଫଳତା ନିଶ୍ଚିତ । ବିଭିନ୍ନ ଦିଗରୁ ସାହାଯ୍ୟ,ସହଯୋଗର ଅବାରିତ ଧାରା ବହି ଆସିବ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ସହକର୍ମୀ କିମ୍ବା ବନ୍ଧୁବର୍ଗଙ୍କ ସାହାଯ୍ୟ ଲାଭକରି କାମଗୁଡ଼ିକୁ ତ୍ୱରାନ୍ବିତ କରିପାରିବେ । ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସହ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବ । ଜମିଜମା, ମାଲିମକଦ୍ଦମା, ଯାତ୍ରା, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବ । ନୂତନ ବସ୍ତ୍ର, ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଉପଢ଼ୌକନ ଲାଭ ଯୋଗ ରହିଛି । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରିଲେ କେତେକାଂଶରେ ଉପକୃତ ମିଳିବ । କର୍ମକ୍ଷେତ୍ର ଅବା ଅଫିସରେ ସହକର୍ମୀଙ୍କ ସହାନୁଭୂତି ପାଇଁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ପୂର୍ବକ ଅଫିସ୍‌ରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇପାରେ । ସାମାଜିକ, ରାଜନୈତିକ, ସାଂଗଠନିକ ଓ ଲୋକ ସମ୍ପର୍କ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଅର୍ଥ ନେଣଦେଣ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ନଚେତ ବିବାଦୀୟ ସ୍ଥିତି ଉପୁଜିପାରେ । ପାରଷ୍ପରିକ ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ଆତ୍ମା ବିଶ୍ଵାସର ସ୍ତର ବୃଦ୍ଧି ପାଇବ । ମନ ଅନୁଯାୟୀ କାମ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆକସ୍ମିକ ଭାବରେ ରାସ୍ତାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ । ଦୀର୍ଘ ଦିନରୁ ଚିନ୍ତା କରୁଥିବା କାମରେ ଅଗ୍ରଗତିର ସୂଚନା ପାଇ ସାମୟିକ ଖୁସି ହେବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ଆର୍ଥିକ ସ୍ଥିତି ଭଲ ରହିବା ଫଳରେ ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ମନସ୍ଥ କରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ବାଦବିବାଦରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ ଓ ମାଲିମକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ରହିବ । ପରିବାରରେ ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତି ଅନୁଭବ କରିପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ମହିଳାମାନେ ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଶା ଅନୁସାରେ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ମିଳିବାର ଆଶା କ୍ୱୁଚିତ । ଅତୀତ ଘଟଣାକୁ ମନରେ ଦୁଶ୍ଚିନ୍ତା ଜାତ ହେବ । କିନ୍ତୁ କର୍ମକ୍ଷେତ୍ରରେ ଉତ୍ସାହର ସହିତ ସବୁ କାମ କରିବେ ଓ ବିଭିନ୍ନ ଲୋକଙ୍କ ସହିତ ଦେଖାସାକ୍ଷାତ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ଉପୁଜିଥିବା ସମସ୍ୟା, ଆପେ ଆପେ ସମାଧାନ ହୋଇଯିବ । ଅଫିସରେ ନିଷ୍ଠାର ସହିତ ନିଜ କାର୍ଯ୍ୟକୁ ସମ୍ପାଦନ କରିବେ ଓ ସମ୍ମାନଲାଭ କରିବା ସହ ପଦମର୍ଯ୍ୟାଦା ମଧ୍ୟ ବୃଦ୍ଧି ପାଇବ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ତରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି କଟିବା । ଶୁଭରଙ୍ଗ: ଗୋଲାପି । ଆରାଧନା: ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି କୌଣସି ସମସ୍ୟାକୁ ନେଇ ମନ ଉଦାସ ରହିବ । ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କୁ ତାଗିଦ୍ କରିବା ଯୋଗୁଁ କର୍ମଚାରୀଙ୍କ ସହ ମନାନ୍ତର ଦେଖାଦେଇପାରେ । ଅଫିସର ସୁସ୍ଥ ବାତାବରଣ ମଧ୍ୟରେ ନିଜ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିବେ । ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମୁଗ୍ଧ କରିବାରେ ଅଗ୍ରଣୀ ହେବେ । ମାଙ୍ଗଳିକ ତଥା ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସି ରହିବେ । ଋଣ ଭାର ବୃଦ୍ଧି ପାଉଥିବା କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ସହଧର୍ମୀଙ୍କ ପ୍ରେରଣାରେ କେତେକ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ ହୋଇଯିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମଙ୍ଗଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପ୍ରତିକୂଳ ପ୍ରଭାବରେ କାର୍ଯ୍ୟଭାର ଅଧିକ ରହିବ । କାର୍ଯ୍ୟ ତୁଳନାରେ ଉପଯୁକ୍ତ ପରିଶ୍ରମିକ ପାଇବା କଷ୍ଟକର ହୋଇପାରେ । ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତି ସହ୍ୟ କରିବାକୁ ପଡିବ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ସମାଜରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତାରେ ସ୍ଥଗିତ ଥିବା କାମକୁ ତ୍ୱରାନ୍ଵିତ କଇବେ । ଖର୍ଚ୍ଚଭାର ଅଧିକ ହେବା ଯୋଗୁଁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବା ପରି ଆଶଙ୍କା ଦେଖାଦେବ । ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲୋକନାଥ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଅତୀତର ଭୁଲକୁ ନେଇ ଅନୁତାପ କରିବେ । ଆଜି ଯାହା କିଛି ସାଧାରଣ ସମସ୍ୟା ରହିଛି, ସେଥିରେ ବିଶେଷ ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ମନୋବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିବାରେ କୌଣସି ଅସୁବିଧା ହେବ ନାହିଁ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇପାରନ୍ତି । ଲୋକ ସମ୍ପର୍କ, ଆଲୋଚନା, ସଭାସମିତି ପ୍ରଭୃତି ଦିଗରୁ ଆଶାନୁରୂପକ ଫଳ ପାଇବେ । ଅନ୍ୟର ବିବାଦୀୟ କଥାରେ, ଶତ୍ରୁତା କରୁଥିବା ବ୍ୟକ୍ତିକୁ ଓ ଅନ୍ୟର ଅର୍ଥ ସମ୍ପର୍କୀୟ ସମସ୍ୟାରେ ମଧ୍ୟସ୍ଥତା କରନ୍ତୁ ନାହିଁ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *