28 ଅପ୍ରେଲ୍ 2021, ବୁଧବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ପାରିବାରିକ

28 ଅପ୍ରେଲ୍ 2021, ବୁଧବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ପାରିବାରିକ

28 ଅପ୍ରେଲ୍ 2021, ବୁଧବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ପାରିବାରିକ ସୁଖଶାନ୍ତି ପାଇବା ସହ ସମାଜରେ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ ।

ଆଜି ଆମେ ଆପଣଙ୍କୁ ୨୮ ଅପ୍ରେଲ୍ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

କାର୍ଯ୍ୟକୁ ସଫଳ ରୂପାୟନ ଦେବାରେ ସିଦ୍ଧିହସ୍ତ ହେବେ । ନିଜ କର୍ମ ପରିସର ମଧ୍ୟରେ ସହକର୍ମୀଙ୍କ ସହ ସହମତି ମାଧ୍ୟମରେ କାର୍ଯ୍ୟକଲେ ସଫଳତା ପାଇବେ । ବ୍ୟବସାୟ, ବାଣିଜ୍ୟରେ ଉତ୍ଥାନପତନ ଲାଗିରହିଲେ ମଧ୍ୟ ଧୌର୍ଯ୍ୟ ନ ହୋଇ କାର୍ଯ୍ୟ କରିବେ । ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ, ତଥାପି ବିଚଳିତ ନ ହୋଇ ନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିବେ । କର୍ମକ୍ଷେତ୍ରରେ ସାଧାରଣ ଭୁଲ୍‌ ସକାଶେ କୈଫିୟତ୍‌ ଦେବାକୁ ପଡିପାରେ । ସଭାସମିତିରେ ଯୋଗ ହେବେ କିନ୍ତୁ ଇଚ୍ଛା ନ ଥିଲେ ବିପକ୍ଷଙ୍କ ଉକ୍ତିଙ୍କୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ନିର୍ମାଣାଧୀନ କାର୍ଯ୍ୟ କିଛି ଅଂଶ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ । ବାରମ୍ବାର ଭୁଲ୍‌ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା କଠିନ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ଆତ୍ମବିଶ୍ଵାସ ରଖନ୍ତୁ, ଦିନଟି ଭଲରେ କାଟିବ । ବ୍ୟବହାରରେ ବ୍ୟତିକ୍ରମ ସମସ୍ୟାର କାରଣ ହୋଇପାରେ । ମନ ଭଲ ଥିଲେ ମଧ୍ୟ ଅର୍ଥସଂକଟ ଯୋଗୁଁ ମନରେ ଚଞ୍ଚଳତା ରହିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ, କିନ୍ତୁ ଲାଭ ପ୍ରତିବଦଳରେ କ୍ଷତି ସହିବାକୁ ପଡିପାରେ । କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି । ଅଫିସରେ ସମସ୍ତଙ୍କ ସହ ତାଳମେଳାରେ କାମ କରିଲେ ମଧ୍ୟ ଅପରାହ୍ନରେ କୌଣସି ଘଟଣାକୁ ନେଇ ସହକର୍ମୀଙ୍କ ସହ ବିବାଦ ଉପୁଜିପାରେ । ସମାଜ ବିଶିଷ୍ଟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ପାରିବାରିକ ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଜରୁରୀ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଅନ୍ୟମାନଙ୍କ ସାହାଯ୍ୟ କାରଣରୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଅତୀତରୁ ଲାଗିରହିଥିବା ସମସ୍ୟା ବନ୍ଧୁଙ୍କ ମାଧ୍ୟମରେ ସମାଧାନ ହୋଇଯିବ ଏବଂ ଶତୃମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । ଅଫିସରେ ଦୁଃସାଧ୍ୟ କାର୍ଯ୍ୟକୁ ସାହସର ସହିତ ସମ୍ପାଦନ କରିବା ଦ୍ଵାରା ଉଚ୍ଚାଧିକାରୀ ସମେତ ଅନ୍ୟମାନେ ମଧ୍ୟ ଆପଣଙ୍କୁ ପ୍ରଶଂସା କରିବେ । ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ସମ୍ପର୍କ ହାନି ହୋଇପାରେ । ନିକଟ ସମ୍ପର୍କୀୟ ମାନଙ୍କ ସହାନୁଭୂତି ଲାଭ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ସ୍ନାୟବିକ ଦୁର୍ବଳତା କେତେକାଂଶରେ ଦୂର ହେବ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇବାରେ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଶା ଓ ନିରାଶାର ଦୋଛକିରେ ରହି ସମୟକୁ ପ୍ରତୀକ୍ଷା କରିବାକୁ ପଡିପାରେ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ପରିବାର ମଧ୍ୟରେ ପୂର୍ବ ସମସ୍ୟା ସମାଧାନ ହେବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହୋଇନପାରେ । କର୍ମକ୍ଷେତ୍ରର ଚାପ ବୃଦ୍ଧି ପାଇବା କାରଣରୁ ଆଜି ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ରହିବେ । କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହା କି ସମସ୍ୟା ବହୁଳ ହୋଇପାରେ । ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟି କୋଣରୁ ବିଚାର କରିବେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । କର୍ମକ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାକୁ ବୀରଙ୍କ ଭଳି ସମ୍ମୁଖୀନ କରିବେ ଓ ସଲଫତା ପାଇବେ । ଅଫିସରେ ସହକର୍ମୀଙ୍କ ସହ ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା କାର୍ଯ୍ୟ କରିଲେ ଯଥେଷ୍ଟ ଉପକୃତ ହେବେ । ସାମାଜିକ କ୍ଷେତ୍ରରେ ସତକଥା କହି ବିବାଦ ଘେରରେ ପଡି ପାରନ୍ତି । ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସାଭାଜନ ହେବେ । ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଶାରୀରିକ ସୁସ୍ଥତା ସହ ମାନସିକ ସ୍ତରରେ ପ୍ରସନ୍ନତା ଅନୁଭବ କରିବେ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଜନସେବା ପରି କାର୍ଯ୍ୟରେ ଦିନ ସାରା ନିୟୋଜିତ ରହିବେ । ସମାଜ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇଲେ ମଧ୍ୟ ଅତୀତର କୌଣସି ବିବାଦୀୟ ଘଟଣା ଯୋଗୁଁ ମନ ଉଦାସ ରହିବ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି କଳହ ଉପୁଜିବାର ସମ୍ଭାବନା ରହିଛି । ଅଫିସରେ ପରିବେଶ ଶାନ୍ତଶିଷ୍ଠ ରହିବ, ଉଚ୍ଚାଧିକାରୀଙ୍କ ପ୍ରିୟପାତ୍ର ହୋଇପାରିବେ । କିନ୍ତୁ ତରବରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡ଼ିବ । ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତିତ ରହିବେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦେଖାଦେଇପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆନନ୍ଦମୟ ରହିବ । ଜଣେ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବାର ଆଶା ରହିଛି । ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ । ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇବେ ଓ ବ୍ୟବସାୟରେ ଗ୍ରାହକଙ୍କୁ ମଧୁର ବାକ୍ୟାଳାପ ଦ୍ଵାରା ମନ ଜିଣିବାରେ ସମର୍ଥ ହେବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ । କିନ୍ତୁ ଅଫିସରେ ଫାଇଲ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ ଓ ଉଚ୍ଚାଧିକାରୀ ମଧ୍ୟ ଆପଣଙ୍କ କାର୍ଯ୍ୟକୁ ନେଇ କୈଫତ୍ ମାଗିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ପରିବହନ, ସଭାସମିତି, ରାଜନୀତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପାରିବାରିକ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ବିବାଦୀୟ ଘଟଣାର ଆଲୋଚନା ପରିସରରେ ପକ୍ଷପତିତା କରିବା ଫଳରେ ଅନ୍ୟମାନଙ୍କ ଦ୍ଵାରା ସମାଲୋଚିତ ହେବେକୁ ପଡିପାରେ । କିନ୍ତୁ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ଦୀର୍ଘ ଦିନରୁ ଚେଷ୍ଟା କରୁଥିବା କାର୍ଯ୍ୟଟି ଆଜି ବନ୍ଧୁଙ୍କ ଜରିଆରେ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଅଫିସରେ ସୁସ୍ଥ ବାତାବରଣ ରହିବ । ଉଚ୍ଚାଧିକାରୀ ସମେତ ସହକର୍ମୀଙ୍କ ସହଯୋଗ ମିଳିବ । କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ବ୍ୟବହାରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହୋଇ ପଡିବେ । ପୂର୍ବରୁ ଶତ୍ରୁତା କରୁଥିବା ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ମାତ୍ରାଧିକ ଭ୍ରମଣ ହେତୁକ କ୍ଳାନ୍ତି ଅନୁଭବ କରିବେ । ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ପରିସ୍ଥିତି ସ୍ଵାଭାବିକ ହେବାରୁ ଆଶ୍ୱସ୍ତି ଲାଭ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ । କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିପ୍ରତି କୌଣସି ଅସୁବିଧା ହେବ ନାହିଁ । ସ୍ଵସ୍ଥ୍ୟାବସ୍ଥରେ ଅବନତି ଦେଖାଦେଲେ ମଧ୍ୟ ଅଫିସର କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ମନସ୍ଥ କରିବେ । ସାର୍ବଜନିକ ଜୀବନରେ ଅପଯଶ ଆପଣଙ୍କ ମାନସମ୍ମାନକୁ ହାନି ପହଁଚାଇପାରେ । ବିଶେଷ କରି ତର୍କବିତର୍କ, ବାଦବିବାଦ ଠାରୁ ଦୂରେଇ ରହିବା ଭଲ ହେବ । ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରନ୍ତୁ, ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମିଠା କଥା କହି ଲୋକମାନଙ୍କୁ ମନାଇବାରେ ସକ୍ଷମ ହେବେ । ସମସ୍ତ ପ୍ରକାରର ସୁବିଧା ରହିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତିର ପଥରେ ବାଧକ ସାଜିବେ । କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ବନ୍ଧୁ ଓ ସହକର୍ମୀଙ୍କ ସହାୟତା ମିଳିବା ଫଳରେ ମନୋବଳ ଦୃଢ ରହିବ ଓ ସମସ୍ୟାକୁ ବର୍ତ୍ତୀ ପାରିବେ । ଅଫିସରେ ସମସ୍ତଙ୍କ ସହ ତାଳମେଳ ଭଲ ରହିବ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ସବୁଠୁଁ ଭଲ । କାଳେ ସହଯୋଗ ସାହାଯ୍ୟ କରିବାକୁ ପଡିବ, ସେଥିଲାଗି ସମ୍ପର୍କୀୟମାନେ ପାଖତଡ଼ ମାଡିବେ ନାହିଁ । ପାରିବାରିକ ସମସ୍ୟା ବାରମ୍ବାର ମନକୁ ଆନ୍ଦୋଳିତ କରିବା, ଯାହାଫଳରେ ମନ ଭଲ ରହିବା ନାହିଁ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । ଅଚାନକ ଧନପ୍ରାପ୍ତି ହେବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବ । କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହ, ଯାହା କି ଅନର୍ଥର କାରଣ ହୋଇପାରେ । ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ନ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ କିନ୍ତୁ ସହକର୍ମୀଙ୍କ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଖାପାଖୁଆଇ ଚଳିବାକୁ ପଡିବ ଓ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ସହକର୍ମୀ କିମ୍ବା ପାଖ ପଡୋଶୀଙ୍କ ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହା କି ସମସ୍ୟା ବୃଦ୍ଧି କରିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । ମନମୁତାବକ କାର୍ଯ୍ୟ କରନ୍ତୁ କିନ୍ତୁ ବିବାଦୀୟ ପରିସ୍ଥିତିରୁ ଦୂରେଇ ରହିବା ଭଲ ହେବ । ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ନିଜ ଚେଷ୍ଟାରେ କର୍ମକ୍ଷେତ୍ରକୁ ଉଜ୍ଜଳମୟ କରି ଗଢି ତୋଳିବାକୁ ପ୍ରୟାସ ଜାରି ରଖିବେ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧାରଣ ରହିବ । ଆୟ ବ୍ୟୟର କୌଣସି ତାଳମେଳ ରହିବ ନାହିଁ । କର୍ମକ୍ଷେତ୍ରରେ ବାକ୍‌ ସଂଯମତା ଅଭାବରୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କାକୁ ଏଡି ପାରିବେ ନାହିଁ । ପାଖ,ପଡୋଶୀଙ୍କ ସହାୟତାରେ ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନଙ୍କ ପରାମର୍ଶ ଲୋଡ଼ିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନରେ ପରସ୍ପରକୁ ସହଯୋଗ କରିବେ, ଯାହାଫଳରେ ସମ୍ପର୍କ ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

Leave a Reply

Your email address will not be published. Required fields are marked *