27 ମଇ 2021, ଗୁରୁବାର :- ଆଜି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ ସ୍ଥିତିରେ

27 ମଇ 2021, ଗୁରୁବାର :- ଆଜି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ ସ୍ଥିତିରେ

27 ମଇ 2021, ଗୁରୁବାର :- ଆଜି ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ସହ ପରିବାରରେ ସୁଖଶାନ୍ତି ଅତୁଟ ରହିବ ।

ଆଜି ଆମେ ଆପଣଙ୍କୁ ୨୭ ମଇ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଶାରୀରିକ ଓ ମାନସିକ ଦୃଷ୍ଟି କୋଣରୁ ସାମୟିକ ଅସ୍ଥିର ଲାଗିରହିବ । ସ୍ବେଚ୍ଛାକୃତ ଭାବେ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି । କର୍ମକ୍ଷେତ୍ରରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ, ଯାହାଫଳରେ କର୍ମାବିମୁଖୀ ମନୋଭାବ ଦେଖାଯାଇପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ ହାତକୁ ନେଇପାରନ୍ତି । ସଭାସମିତି ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ପରିବାରର ସଦସ୍ୟଙ୍କ ସହିତ ହସଖୁସିରେ ଦିନ ଅତିବାହିତ କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ଲାଗି ମଙ୍ଗଳଦୟାକ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛିଟା ପରିବର୍ତ୍ତନର ଆଶା କରାଯାଇପାରେ । ମତାନ୍ତରଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସନ୍ଧ୍ୟାରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଜଣେ ବନ୍ଧୁଙ୍କ ସହଯୋଗରୁ ନିର୍ମାଣାଧୀନ କାମଟି ସମ୍ପନ୍ନ କରିପାରିବେ । ସାମାଜିକ କାର୍ଯ୍ୟ ଅର୍ଥାତ ଜନକଲ୍ୟାଣ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ସାଧାରଣ କଥାକୁ କେନ୍ଦ୍ରକରି ପ୍ରିୟଜନମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ଦୀର୍ଘ ଦିନର କାମଟିକୁ ଆଜି ସମ୍ପନ୍ନ କରିବାରେ ସମର୍ଥ ହେବେ । ବ୍ୟବସାୟରେ ସ୍ଥିତି ଭଲ ଥିଲେ ମଧ୍ୟ ଆର୍ଥିକ ଅବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ ନାହିଁ । ସାଧାରଣ ଯୁକ୍ତି ତର୍କରୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ । ବନ୍ଧୁମାନଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ । ସାମାଜିକ ପ୍ରତିଷ୍ଠାରେ ମାନସମ୍ମାନ ବୃଦ୍ଧି ହେବ । ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ । ପରିବାରର ସମସ୍ତଙ୍କ ସହିତ ସମ୍ବନ୍ଧ ବଢ଼ିଆ ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖଦମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ଆଜି ପରିବାରରେ ଶୁଭକାର୍ଯ୍ୟ ସମ୍ପନ୍ନ କରିବେ । ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ସହଯୋଗରେ ସ୍ଥଗିତ ଥିବା କାର୍ଯ୍ୟକୁ ସହଜରେ ସମ୍ପାଦନ କରିନେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ଅଫିସରେ ଦୀର୍ଘ ଦିନରୁ କାର୍ଯ୍ୟଗୁଡିକ ସ୍ଥଗିତ ରହିଥିବା ଯୋଗୁଁ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି । ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ ଓ ପରସ୍ପର ମଧ୍ୟ ବିନୟପୂର୍ଣ୍ଣ ପ୍ରେମ ଭାବନା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆକସ୍ମିକ ଭାବରେ ଅଭାବନୀୟ ପରିସ୍ଥିତି ସାଙ୍ଗକୁ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବେ । ଯେଉଁ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତାହା ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳା କାରଣରୁ ଉଚ୍ଚାଧିକାରୀଙ୍କୁ କୈଫିୟତ ଦେବାକୁ ପଡ଼ିପାରେ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଅପରାହ୍ନ ପରେ ପୂର୍ବ ସ୍ଥିରୀକୃତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରିପାରନ୍ତି । ପାରିବାରିକ ସମସ୍ୟାର ସମାଧାନ ହେବ । ଭାଙ୍ଗି ଯାଇଥିବା ସମ୍ପର୍କ ପୁଣିଥରେ ଯୋଡିବା ନିମନ୍ତେ ପ୍ରଯତ୍ନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବିଭିନ୍ନ ସମସ୍ୟା ବିଜଡ଼ିତ ରହୁଥିବାରୁ ଆଜି ଅସ୍ଥିରତା ମଧ୍ୟରେ ଦିନଚର୍ଯ୍ୟା କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ସୂଚନା ଦେଖାଦେଇପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଭାବନୀୟ ପରିସ୍ଥିତିରେ ପଡି ଇଚ୍ଛା ନଥିଲେ ମଧ୍ୟ କେତେକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଅଫିସରେ କାର୍ଯ୍ୟର ଚାପରେ ଅତିଷ୍ଠ ହୋଇ ମାନସିକ ସ୍ତରରେ ଚିନ୍ତା ଲାଗିରହିବ । ପରିବାରରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ କେତେକ ନୂତନ ସମସ୍ୟା ଦେଖାଦେଇପାରେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଦେଖାଦେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଶୁଭଦାୟକ ରହିବ । ହାତକୁ ନେଇଥିବା କାର୍ଯ୍ୟକୁ ବିନା ବାଧାବିଘ୍ନରେ ସମ୍ପନ୍ନ କରିନେବେ । ଶତ୍ରୁତା କରୁଥିବା ଲୋକମାନେ ମିତ୍ରତାର ହାତ ବଢାଇବେ । ଆର୍ଥିକ ସ୍ଥିତିକୁ ଦୃଢ କରିବା ପାଇଁ ମନରେ ନାନା ପ୍ରକାର ତତ୍ପରତା ଜାତ ହେବ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ଦ୍ଵାରା ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସହାୟତା ମିଳିବ । କିନ୍ତୁ ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହେବାର ଆଶଙ୍କା ରହିଛି । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବା ହେତୁ ସାମୟିକ ଶାନ୍ତି ଲାଭ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କୌଣସି ଘଟଣାକୁ କେନ୍ଦ୍ରକରି ସକାଳୁ ସକାଳୁ ମନରେ ସରସତା ରହିବ ନାହିଁ । କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ଲାଭ କରି ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଚାକିରିରେ କରୁଥିବା କର୍ମଜୀବୀଙ୍କୁ ସହକର୍ମଚାରୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବ । ଅଫିସରେ ଆୟୋଜିତ ବୈଠକରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ, ଯାହା କି ଆପଣଙ୍କ ସକାଶେ ହିତକାର ହେବ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିପାରିବ ନାହିଁ । ଖଳ ଲୋକଙ୍କ ପ୍ରରୋଚନାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଆପଣଙ୍କ ଚିନ୍ତାଧାରା ଉନ୍ନତ ରହିବ । ପାରିବାରିକ ପରିସ୍ଥିତି ଭଲ ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମଧ୍ୟମ ଧରଣର ରହିବ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ ସାମୟିକ ବାଧା ସୃଷ୍ଟି କରିପାରେ କିନ୍ତୁ ବିଶେଷ କିଛି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ, ଯାହାଫଳରେ ଆପଣ ସମସ୍ତ କାର୍ଯ୍ୟ ନିଜ ଇଚ୍ଛାନୁୟାୟୀ ସମ୍ପନ୍ନ କରିପାରିବେ । ଅଫିସରେ ଆୟୋଜିତ ବୈଠକରେ ନିଜର ମଧୁର ବାକ୍ୟାଳାପ ଦ୍ଵାରା ଅନ୍ୟକୁ ପ୍ରଭାବିତ କରିପାରିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ସମ୍ପର୍କରେ ତିକ୍ତତା ଆସିପାରେ । ପରିବାର ସଦସ୍ୟଙ୍କ ସହିତ ଆନନ୍ଦ ଉଲ୍ଲାସର ସହ ଦିନଟି ଅତିବାହିତ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ । ପାପଗ୍ରହଯୁକ୍ତ ସପ୍ତମାଧିପତି ହେତୁ ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିରୋଧାଭାଷା ମନକୁ ବ୍ୟସ୍ତବିବ୍ରତ କରିବ । ନିଜଲୋକ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ କେତେକ କାର୍ଯ୍ୟ ପୂରଣ କରିବାରେ ସମର୍ଥ ହେବେ । ଅଫିସରେ ସୁସ୍ଥ ବାତାବରଣ ରହିବ ଓ ଅଫିସର ଆଲୋଚନା ପରିସରରେ ଆପଣଙ୍କ ଚିନ୍ତାଧାରାକୁ ସହିତ ସମସ୍ତେ ସହମତ କରିବେ । ଅନ୍ୟମାନଙ୍କ କଥାରେ ପଡି ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ହଠାତ ଶତ୍ରୁତା କରିବେ । ସାମାଜିକ କ୍ଷେତ୍ରରେ ଗଠନ ମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ପରିବାରର ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ସାମୟିକ ସୁଧାର ଆସିବା ଯୋଗୁଁ ମନ ଖୁସି ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସୁଖଦ ଓ ମଧୁର ବାତାବରଣ ମଧ୍ୟରେ ଦିନଟି ଅତିବାହିତ କରିବେ । ରାଶିର ଉଚ୍ଚସ୍ଥାନରେ ଚନ୍ଦ୍ରର ଅବସ୍ଥାନ ଯୋଗୁଁ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଅତିବାହିତ କରିବେ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ଏକାଧାରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇବେ, ଯାହାଫଳରେ ମନ ଆନନ୍ଦତିତ ରହିବ । ଅଫିସରେ ସହକର୍ମୀଙ୍କ ସହ ଭଲ ସମ୍ପର୍କ ରହିବ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ପାରିବାରିକ ସମସ୍ୟା ଲାଗିରହିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାମ ଅଧୁର ରହିବ ନାହିଁ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିତି ଦିନିଆ ଜୀବନରେ ସାମାନ୍ୟ ଅଶାନ୍ତିର ବାତାବରଣ ଲାଗିରହିବ । ମନର ଭାବନକୁ ଲୁଚାଇ ରଖିବାକୁ ଚେଷ୍ଟା କରିବା ସତ୍ତ୍ୱେ ଲୁଚାଇ ରଖିପାରିବେ ନାହିଁ । ବ୍ୟବସାୟ ଓ ବାଣିଜ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରଯତ୍ନ କରିବେ ଓ କେତେକାଂଶରେ ଉପକୃତ ହେବେ । କିନ୍ତୁ କର୍ମକ୍ଷେତ୍ରରେ ଅବା ଅଫିସରେ ଛୋଟିଆ ଛୋଟିଆ କାମକୁ ହାତକୁ ନେଇ ଦ୍ଵନ୍ଦରେ ପଡିବେ । ସଭାସମିତି କିମ୍ବା ପ୍ରଶାସନିକସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ । ଆନୁଷ୍ଠାନିକ କ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ବ୍ୟତିକ୍ରମ ଲାଗିରହିବ । କର୍ମକ୍ଷେତ୍ରେରେ ପରିବାରର ସଦସ୍ୟଙ୍କ ସହଯୋଗ ମିଳିବା ଯୋଗୁଁ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

Leave a Reply

Your email address will not be published. Required fields are marked *