27 ଅପ୍ରେଲ୍ 2021, ମଙ୍ଗଳବାର :- ଗ୍ରହ ନକ୍ଷେତ୍ରଙ୍କ ଶୁଭସଂଯୋଗ ଯୋଗୁଁ ଆଜି ୮ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ପୂରଣ

27 ଅପ୍ରେଲ୍ 2021, ମଙ୍ଗଳବାର :- ଗ୍ରହ ନକ୍ଷେତ୍ରଙ୍କ ଶୁଭସଂଯୋଗ ଯୋଗୁଁ ଆଜି ୮ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ପୂରଣ

27 ଅପ୍ରେଲ୍ 2021, ମଙ୍ଗଳବାର :- ଗ୍ରହ ନକ୍ଷେତ୍ରଙ୍କ ଶୁଭସଂଯୋଗ ଯୋଗୁଁ ଆଜି ୮ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ପୂରଣ ହେବ । ଆର୍ଥିକ କ୍ଷେତ୍ରରେ ବେଶ୍ ଉନ୍ନତି କରିବା ସହ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ…

ଆଜି ଆମେ ଆପଣଙ୍କୁ ୨୭ ଅପ୍ରେଲ୍ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନରେ କାର୍ଯ୍ୟ କରିବା ପାଇଁ ତତ୍ପରତା ଜନ୍ମିବ । ଆଜି ପରିସ୍ଥିତିରେ ପଡି ଇଚ୍ଛା ନ ଥିଲେ ମଧ୍ୟ କେତେକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିପାରିବେ । ବ୍ୟବସାୟୀରେ ସ୍ଥିତି ଭଲ ଥିଲେ ମଧ୍ୟ ଆୟ ବ୍ୟୟର ତାଳମେଳ ରହିବ ନାହିଁ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ କିନ୍ତୁ ସ୍ଥଗିତ ଥିବା କାର୍ଯ୍ୟ ସକାଶେ କୈଫତ୍ ଦେବାକୁ ପଡିବ । ସାମାଜିକ ସ୍ତରରେ ଅଭିଜ୍ଞ ବ୍ୟକ୍ତିମାନେ ଆପଣଙ୍କର ନିଃସ୍ଵାର୍ଥପର କାର୍ଯ୍ୟାକଳାପକୁ ଦେଖି ପ୍ରଶଂସା କରିବେ । ବିନା ବାଧାବିଘ୍ନରେ ମାଙ୍ଗଳିକ କାମକୁ ସୁରୁଖୁରୁରେ ସମପର୍ଣ୍ଣ କରିବାରେ ସମର୍ଥ ହେବେ । ଆଜି ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ପାରିବାରିକ ସମ୍ବନ୍ଧରେ ବନ୍ଧୁମାନଙ୍କ ସହାନୁଭୂତି ଫଳପ୍ରଦ ସାବ୍ୟସ୍ତ ହେବେ । ଶୁଭରଙ୍ଗ: ମେରୁନ । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

କୌଣସି ଖବର ପାଇ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଯେତେ ସତର୍କତାର ସହ କାର୍ଯ୍ୟ କରିଲେ ମଧ୍ୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହୋଇପାରନ୍ତି । କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି । ପ୍ରକାଶନ ତଥା ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ଆର୍ଥିକ ଅନଟନକୁ ସୁଧାରି ନେବା ସକାଶେ ବିଭିନ୍ନ ପ୍ରକାରର ଚେଷ୍ଟା କରିବେ । ଆଜି କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ନାହିଁ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିରତା କେତେକାଂଶରେ ବ୍ୟାହତ ହେବାର ସୂଚନା ରହିଛି । ପରିବାରର ଖର୍ଚ୍ଚପରିମାଣ ବିଶେଷ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମାନସିକ ଓ ଶରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ । କୌଣସି ଦୁଃସାହସିକ ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି କାମ କରନ୍ତୁ । ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଗ୍ରହଣ କରି କାର୍ଯ୍ୟ କରିବେ ଓ କେତେକାଂଶରେ ଉପକୃତ ମଧ୍ୟ ହେବେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣ ରହିବ । ବୁଦ୍ଧି ଓ କୌଶଳ ପ୍ରୟୋଗ କରି ସ୍ଥଗିତ ଥିବା କାର୍ଯ୍ୟକୁ ସହଜରେ ହାସଲ କରିବାରେ ସମର୍ଥ ହେବେ । ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସଦ୍-ବ୍ୟବହାର କରିବା କାଠିକର ପାଠ ହେବ । ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ପାରିବାରିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନ ପ୍ରଫୁଲ୍ଲ ରହିବା ସହ ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳପ୍ରାପ୍ତ କରିବେ । ଆର୍ଥିକ ଲାଭ ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି । ବ୍ୟବସାୟ, ବାଣିଜ୍ୟରେ ସମସ୍ୟା ଦେଖାଦେଲେ ମଧ୍ୟ ଆପଣାଛାଏଁ ଦୂରେଇ ଯିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମଧାନ ହୋଇଯିବ । କମ୍ପାନୀରେ ଚାକରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଲୋଚନା, ପରିବହନ, ଲୋକସମ୍ପର୍କ, ସଭାସମିତି କ୍ଷେତ୍ରରେ କିଛିଟା ସମସ୍ୟା ଆସିବ । ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁତ୍ଵ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି । ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ । ସାମାନ୍ୟ ବିଳମ୍ବିତ ସମୟରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ସୁଖଦମୟ ରହିବ । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଅତୀତର କେତେକ ଘଟଣାକୁ କେନ୍ଦ୍ରକରି ମନରେ ବିଭିନ୍ନ ପ୍ରକାରର ଆଶଙ୍କା ସୃଷ୍ଟି ହେବ । କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମକୁ ନେଇ ମାନସିକ ସ୍ତରରେ ବ୍ୟସ୍ତବିବ୍ରତ ରହିବେ, ଯାହାଫଳରେ କର୍ମକ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହୋଇପାରେ । ବନ୍ଧୁଙ୍କ ପରାମର୍ଶରେ ବ୍ୟବସାୟରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବ । କିନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ନ ହେବା ଯୋଗୁଁ ମନରେ ଦୁଃଖ ପ୍ରକାଶ କରିବେ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିଲେ ମଧ୍ୟ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟରେ ଆର୍ଥିକ ଦୂରାବସ୍ଥା କ୍ରମେ ଦୂରେଇ ଯିବ । ପୁରାତନ ରୋଗପୀଡା, ପୁନରାୟ ମୁଣ୍ଡ ଟେକିପାରେ, ତେଣୁ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ । ପାରିବାରିକ କ୍ଷେତ୍ରରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ପର କଥାକୁ ଅନୁସରଣ କରି କାର୍ଯ୍ୟ କରିଲେ ପଶ୍ଚ୍ୟାନ୍ତରେ ଅନୁତାପ କରିବାକୁ ପଡିବ । ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ପ୍ରତ୍ୟେକ କ୍ଷେତ୍ରରେ କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଅଫିସରେ ପରୋକ୍ଷ ଶତ୍ରୁତା କରୁଥିବା ସହକର୍ମୀ ଜଣକ ଅପରାହ୍ନରେ କଳହ ସୃଷ୍ଟି କରିପାରେ । ସାମାଜିକ ସ୍ତରରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଅବଶ୍ୟ ସଫଳତା ପାଇବେ । ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପରିବାରରେ ଲାଗି ରହିଥିବା ଦୀର୍ଘ ଦିନର ଅଶାନ୍ତି ଦୂର ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜିର କର୍ମକ୍ଷେତ୍ର, ପରିବାର ଓ ମିତ୍ରଙ୍କ ମଧ୍ୟରେ ଆନନ୍ଦମୟ ପରିବେଶ ସୃଷ୍ଟି ହେବ । ପାରିବାରିକ ଜୀବନ ପୂର୍ଣ୍ଣ ଶାନ୍ତିପ୍ରଦ ରହିବ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ପାଇବେ । କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଅଫିସର ବାତାବରଣ ସୁସ୍ଥ ରହିବ । ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ଅବଶ୍ୟ ଫେରିବା ବାଟରେ ବନ୍ଧୁ ଠାରୁ ଅର୍ଥ ସାହାଯ୍ୟ ପାଇ ଖୁସୀ ହେବେ । ଦୁଇ ପାକ୍ଷିକ ବ୍ୟବସାୟରେ ଆପୋସ ଆଲୋଚନା ଓ ମିଳାମିଶାର ସମକ୍ୟ ଅନ୍ତର ରହିପାରେ, ଯାହାଫଳରେ ମନାନ୍ତର ଦେଖାଦେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ମଧୁରମୟ ରହିବା । ସହକର୍ମୀ କିମ୍ବା ପାଖପଡ଼ୋଶୀଙ୍କ ସହ ବହୁଦିନର ମନାନ୍ତର ବନ୍ଧୁତ୍ଵରେ ପରିଣତ ହେବ । କର୍ମକ୍ଷେତ୍ରରେ ଆତ୍ମବିଶ୍ଵାସ ବଢିବ କିନ୍ତୁ ସ୍ଥଗିତ ଥିବା କାର୍ଯ୍ୟକୁ ଯଥାବିଧି ସମୟରେ ସଂପୂର୍ଣ୍ଣ କାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବେ । ଅତ୍ୟଧିକ କାର୍ଯ୍ୟ ସକାଶେ କ୍ଳାନ୍ତ ଅନୁଭବ କରିପାରନ୍ତି । ବ୍ୟବସାୟ ସମ୍ବନ୍ଧରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ସହକର୍ମୀଙ୍କ ସହଯୋଗର ଅଭାବ ଅନୁଭବ କରିବେ ନାହିଁ । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ମନରେ ଜନସେବା ମନବୃତ୍ତି ଜାତ ହେବ । ଭାଇ, ବନ୍ଧୁ ଓ ନିଜର ଲୋକମାନଙ୍କୁ ମନେଇବାରେ ସଫଳ ହେବେ ଯାହାକି ଆଗାମୀ ସମୟ ପାଇଁ କାମରେ ଆସିପାରେ । ଅଟକି ରହିଥିବା ଫାଇଲ୍‌ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ମିଳିବ କିନ୍ତୁ ଟେନ୍ସନ ପୂର୍ଣ୍ଣମାତ୍ରାରେ ଛାଡ଼ିବ ନାହିଁ । ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । କୌଣସି ନିଷ୍ପତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ । ରାଜନୀତିରେ ଥିବା ଲୋକମାନଙ୍କ ଲୋକପ୍ରିୟତା ଅର୍ଜନ ବୃଦ୍ଧି ପାଇବ । ପରିବହନରେ କେତେକ ଆଧୁନିକୀକରଣ ପାଇଁ ମନୋବଳାଇବେ । ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । ପରିବାରରେ ସମସ୍ତଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଷ୍ଠା ଓ କର୍ତ୍ତବ୍ୟର ସହ ନିଜ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ପ୍ରୟାସ ଜାରି ରଖିବେ । କର୍ମକ୍ଷେତ୍ରରେ କେତେକ ସମସ୍ୟା ଦେଖାଦେଲେ ମଧ୍ୟ ଖାତିରି ନ କରି ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବେ । ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ହୋଇଯିବା କାରଣରୁ ମନକୁ ଏକ ପ୍ରକାର ଆଶ୍ୱସ୍ତି ମିଳିବ । ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅଟକି ଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକ ପୂର୍ଣ୍ଣ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅଫିସରେ ପକ୍ଷପାତିତାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମନାନ୍ତର ଦେଖାଦେବ । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ଯୋଗୁଁ ମନରେ ଏକ ପ୍ରକାର ଆନନ୍ଦ ଅନୁଭବ କରିବେ । ବାଦବିବାଦ ଠାରୁ ଦୂରେଇ ରହିବା ଭଲ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ, ନଚେତ ଅସୁବିଧାରେ ପଡ଼ିପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସାମୟିକ କେତେକ ଆଶଙ୍କା ମନକୁ ବିଚଳିତ କରିବ । କୌଣସି ବ୍ୟକ୍ତିି ରାଗ ଶୁଝାଇବାକୁ ଯାଇ କଅଁଳ ଭାଷାରେ ମଧୁର କଥା କହି ଠିକ୍ ସମୟରେ ପ୍ରତିଶୋଧ ନେଇପାରେ । ତେଣୁ କାହାରି କଥାକୁ ହଠାତ୍ ବିଶ୍ଵାସ କରନ୍ତୁ ନାହିଁ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବ୍ୟବସାୟରେ ଉତ୍ଥାନପତ୍ତନ ଦେଖାଦେବ । ଅଫିସରେ କୌଣସି ମିଥ୍ୟା ଅଭିଯୋଗରେ ଫାଶୀ ପାରନ୍ତି, ଏହାସହ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିପାରନ୍ତି । ବନ୍ଧୁଙ୍କ ଦ୍ଵାରା ଅନୁପ୍ରେରିତ ହୋଇ ଧର୍ମଚର୍ଚ୍ଚା, ସତ୍-ସଂଘ ଭଳି କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନରେ ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ । କିନ୍ତୁ ନିଜ ଜିଦ୍‌ ଅଟଳ ରହିଲେ ଅସୁବିଧାରେ ଛନ୍ଦି ହୋଇପାରନ୍ତି । କୌଣସି ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରନ୍ତୁ ନାହିଁ । କାର୍ଯ୍ୟ ସମ୍ପାଦନରେ ପରିବାର ବର୍ଗ ସମର୍ଥ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । କଳ୍ପନା କିମ୍ବା ଆଶା କରି ନ ଥିବା ଜିନିଷ ଲାଭ କରି ଖୁସୀ ହୋଇଯିବେ । ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟବସାୟ, ବାଣିଜ୍ୟରେ ସମସ୍ୟାକୁ ସୁଧାରୀ ନେବେ । ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଈର୍ଷାପରଣାୟ ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ନାନା ପ୍ରକାର ଚେଷ୍ଟା କରିବେ । ଅଫିସରେ ଆୟୋଜିତ ବୈଠକରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ଆର୍ଥିକ ସ୍ଥିତି ସୁଧାର ଆସିବା ଯୋଗୁଁ ପୂର୍ବରୁ ସ୍ଥଗିତ ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ମନରେ ଇଚ୍ଛା ପ୍ରକାଶ କରିବେ । ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମଟି ହଠାତ୍‌ ସଂପୂର୍ଣ୍ଣ କରିନେବେ । କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ପରିବାରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇବା କମି ଯାଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ସମଲେଶ୍ଵରୀ ।

Leave a Reply

Your email address will not be published. Required fields are marked *