26 ମଇ 2021, ବୁଧବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ବିରାଟ ବଡ ପରିବର୍ତ୍ତନ ! ଦୁଃଖକଷ୍ଟ ଦୂର

26 ମଇ 2021, ବୁଧବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ବିରାଟ ବଡ ପରିବର୍ତ୍ତନ ! ଦୁଃଖକଷ୍ଟ ଦୂର

26 ମଇ 2021, ବୁଧବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ବିରାଟ ବଡ ପରିବର୍ତ୍ତନ ! ଦୁଃଖକଷ୍ଟ ଦୂର ହେବ ସହ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୨୬ ମଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଧୌର୍ଯ୍ୟହରା ହୁଅନ୍ତୁ ନାହିଁ, ମନରେ ଆତ୍ମବିଶ୍ଵାସ ରଖନ୍ତୁ । ରାଶିର ଅଷ୍ଟମସ୍ଥାରେ ଚନ୍ଦ୍ର ଅବସ୍ଥାନ ଯୋଗୁଁ ଯେଉଁ କାର୍ଯ୍ୟରେ ହାତ ଦେଲେ ମଧ୍ୟ ସହଜରେ ସମ୍ପନ୍ନ କରିବା କାଠିକର ପାଠ ହେବ । ବ୍ୟବସାୟ ବାଣିଜ୍ୟ ଠୋପ୍ ରହିବା ସହ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିବ । ଏପରି କି କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ । କିନ୍ତୁ ଅଫିସର ପରିବେଶ ଆପଣଙ୍କ ପାଇଁ ସମ୍ୟକ ଭଲ ରହିବ । ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିନେବେ । କିନ୍ତୁ ଆଲୋଚନା ପରିସରରେ ଅପ୍ରିୟ ସତ କଥା ବିବାଦର ଘେରରେ ଛନ୍ଦି ହୋଇଯିବେ । ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ନିଜ ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ । ରାଶିରେ ପାପଗ୍ରହର ଅବସ୍ଥାନ ଯୋଗୁଁ କର୍ମକ୍ଷେତ୍ରରେ ବକ୍ ଚତୁରତାରେ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ କେତେକ ଅଭାବନୀୟ ଘଟଣା ମାନସିକ ଅସ୍ଥିରତାର କାରଣ ହୋଇପାରେ । ଅଫିସରେ ସମସ୍ତଙ୍କ ସମ୍ପର୍କ ଭଲ ରହିବ । ଆଲୋଚନା ଅବସରରେ ପ୍ରମାଣସିଦ୍ଧ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ । କିନ୍ତୁ ଆର୍ଥିକ ଅଭାବ ଯୋଗୁଁ କେତେକ କାର୍ଯ୍ୟ ଅଧାରେ ଅଟକିଯାଇପାରେ । ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ଅବସାନ ଘଟିବ କିନ୍ତୁ ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବକ୍ ସଂଯମତା ଯୋଗୁଁ ସମ୍ପର୍କରେ ଫାଟ ପଡିପାରେ । ତୃତୀୟସ୍ଥ ମଙ୍ଗଳ ଯୋଗୁଁ ସମ୍ପର୍କ ନଷ୍ଟ କରିବା ସହ ଅତୀତର କେତେକ ଘଟଣାକୁ ସ୍ମରଣ କରି ମନ ଉଦାସ ରହିବ । ବ୍ୟବସାୟକୁ ଆଗକୁ ବଢାଇବାପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ହେତୁ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବାର ସମ୍ଭାବନା ରହିଛି । ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ବ୍ୟବହାର ମନକୁ କ୍ଷୁବ୍ଧ କରିବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିପାରିବେ । ଉପସ୍ଥିତ ବୁଦ୍ଧି ଖଟାଇ ପାରିବାରିକ କ୍ଷେତ୍ରରେ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଦୌ ଆଶା କରିନଥିବା ଦିଗରୁ ଅର୍ଥ ଲାଭ କରିବେ । ରାଶିରେ ରବିଙ୍କ ଶୁଭଦୃଷ୍ଟି କାରଣରୁ ସ୍ଵାସ୍ଥ୍ୟ ଅବସ୍ଥାରେ ସାମୟିକ ଉନ୍ନତି ପରିଲକ୍ଷିତ ହେବେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଚାପର ସମ୍ମୁଖୀନ ହୋଇ ମାନସିକ ସ୍ଥିତି ହୋରାଇପାରନ୍ତି । ତଥାପି କେତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାଧ୍ୟମ ଧାରଣର ରହିବ । ଗତକାଲିର ଯୋଜନା ଅନୁସାରେ କାର୍ଯ୍ୟ କରିବା ପାଇଁ ମନସ୍ଥ କରିବେ । ଅଫିସରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ କଳହ ହେବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ମିତ୍ରଙ୍କ ଠାରୁ ଭଲ ଖବର ପାଇବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ଯୋଗୁଁ ମନ ଖୁସି ରହିବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପୂର୍ବ ଶତ୍ରୁତା ହେତୁ କଳହର ଆଶଙ୍କା ରହିଛି । ଅଫିସ କାମ ତରବରିଆ ଭାବେ କରନ୍ତୁ ନାହିଁ । ଗୃହସୀମା ଜନିତ ବିବାଦ, କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ରାଜନୀତିରେ ସାକ୍ଷାତ ଆଲୋଚନା ଭଲ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟ ମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଶୁଭଦାୟକ ରହିବ । ରାଶିରେ ଶୁକ୍ରଙ୍କ ପ୍ରଭାବ ଯୋଗୁଁ ପାରିବାରିକ ଜୀବନରେ ସ୍ନେହ, ଆଦରର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟା ଆସିଲେ ମଧ୍ୟ ଦୁଃସାହସିକ ପଦକ୍ଷେପ ସମସ୍ୟାର ସମ୍ମୁଖୀନ କରିବେ । ଆର୍ଥିକ ଦିଗରୁ ସମ୍ୟକ ଉନ୍ନତି ହେବ ଯୋଗୁଁ ମନ ଖୁସି ରହିବ । ଅଫିସ ଅବା କର୍ମକ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବରେ ଗ୍ରହଣ କରିଲେ ଅସୁବିଧାରେ ପଡ଼ିପାରନ୍ତି । ନିଜର ଜିଦ୍ କାରଣରୁ ସାମାଜିକ ସ୍ତରରେ କେତେକ ଅପ୍ରୀତିକର ଘଟଣାର ସାମ୍ନା କରିବାକୁ ପଡିପାରେ । ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ, ରୋମାଞ୍ଚକର ରହିବା । ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ କରିବେ ଓ ଆଶାତୀତ ଫଳ ପାଇବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିଲେ ମଧ୍ୟ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ । ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ଅତି ବିଶ୍ୱସ୍ଥ କର୍ମଚାରୀଟିକୁ ସନ୍ଦେହ କରିବେ । ପ୍ରସାଶନ, ଗବେଷଣା, ଲେଖାପଢା ତଥା ନିର୍ମାଣାଧୀନ ଆଦି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିପାରନ୍ତି । ଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ଜନ୍ମିବ । ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଆର୍ଥିକ ଜନିତ ଅଭାବ ଲାଗିରହିବ । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲାରେ ଆଶାଜନକ ଫଳ ପାଇବେ । ବ୍ୟବସାୟ ବାଣିଜ୍ୟରେ ପୂର୍ବ ଯୋଜନା ଅନୁସାରେ କାର୍ଯ୍ୟ କରିଲେ କେତେକାଂଶରେ ଉପକୃତ ହେବେ । ଅଫିସରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ସକ୍ଷମ ହେବେ । ଘରୋଇ ସମସ୍ୟାକୁ ସମାଧାନ କରିବାରେ ବନ୍ଧୁମାନେ ସହଯୋଗ କରିବେ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ରାଶିର ଉଭୟ ପାର୍ଶ୍ୱରେ ପାପଗ୍ରହ ଥିବାରୁ ବିଭିନ୍ନ ସମସ୍ୟା ସଙ୍ଗକୁ ଖର୍ଚ୍ଚ ବଢିଯିବାରୁ ମାନସିକ ସ୍ଥିତି ବିଗିଡି ଯିବ । ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଅଫିସର ସ୍ଥଗିତ କାର୍ଯ୍ୟକୁ ନେଇ ଉଚ୍ଚାଧିକାରୀଙ୍କ ଆପଣଙ୍କୁ କୈଫତ୍ ମାଗିପାରନ୍ତି । ଭଲ ସମ୍ପର୍କ ଥିବା ବନ୍ଧୁ ଜଣକ ଅନ୍ୟମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ଆପଣଙ୍କୁ ଭୁଲ ବୁଝିବେ । ପରୋକ୍ଷ ଶତ୍ରୁତା କାରଣରୁ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ସୁଧାର ଆସିବ । କିନ୍ତୁ ବିବାଦୀୟ ପରିସ୍ଥିତିରେ ପକ୍ଷପାତିତାକୁ କେନ୍ଦ୍ର କରି ସମସ୍ୟାର ଜାଲରେ ଛନ୍ଦି ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ସ୍ଵଗୃହୀ ଶୁକ୍ର ପ୍ରଭାବରୁ ଆଜି ସକାଳୁ କୌଣସି ଶୁଭ ଖବର ପାଇ ମନକ ଖୁସି ରହିବ । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନ ପ୍ରସନ୍ନ ରହିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ । କର୍ମକ୍ଷେତ୍ର, ପରିବାର, ଯାନବାହନ, ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବଂ ତହିିଁରେ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅର୍ଥକୁ କେନ୍ଦ୍ର କରି ନିଜ ସମ୍ପର୍କୀୟ ଅବା ବନ୍ଧୁଙ୍କ ସହ ଯୁକ୍ତିତର୍କ କରି ମନାନ୍ତର ଦେଖାଦେଇପାରେ । ଅଫିସ୍‌ରେ ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କଲେ ନିଜକୁ ହିଁ ଅପମାନିତ ହେବାକୁ ପଡିବ । ସାମାଜିକ ସ୍ତରରେ ହାତକୁ ନେଇଥିବା କାର୍ଯ୍ୟଗୁଡିକ ବିଳମ୍ବରେ ସମ୍ପର୍ଣ୍ଣ ହେବର ସୂଚନା ରହିଛି । ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

Leave a Reply

Your email address will not be published. Required fields are marked *