26 ମାର୍ଚ୍ଚ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପାଶୀର୍ବାଦ ରହିବ । କର୍ମକ୍ଷେତ୍ରରେ

26 ମାର୍ଚ୍ଚ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପାଶୀର୍ବାଦ ରହିବ । କର୍ମକ୍ଷେତ୍ରରେ

26 ମାର୍ଚ୍ଚ 2021, ଶନିବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପାଶୀର୍ବାଦ ରହିବ । କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ ଓ ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୨୬ ମାର୍ଚ୍ଚ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ରୋଜଗାର କରିବାର ନୂତନ ପନ୍ଥା ଉନ୍ମକ୍ତ ହେବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ସଫଳତା ପାଇବେ । ଆପଣଙ୍କ ଅଭିଳାଷ ପୂରଣ ହେବ । ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ଉଚ୍ଚଧିକାରୀ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ରହିବେ । ସମାଜରେ ଯେତେଭଲ କାମ କରିଲେ ମଧ୍ୟ ବିରୋଧୀମାନେ ପରୋକ୍ଷରେ ସମାଲୋଚନା କରିବେ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ । ପରିବହନରେ ଶିଥିଳତା ଦେଖା ଦେବ । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କୀୟ ବାଦାନୁବାଦ ହେତୁ ମନ ବିଷାକ୍ତ ରହିବ । ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ଵାସ କରିଲେ ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ସ୍ତରରେ ସ୍ତ୍ରୀ ଓ ସ୍ଵାମୀ ପରସ୍ପର ସହମତିରେ କାମ କଲେ ଉପକୃତ ହେବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ମାନସିକ ବୌଦ୍ଧିକତାର ବିକାଶ ସଙ୍ଗେ ସଙ୍ଗେ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ିରହି ନିଜର କାମଗୁଡ଼ିକୁ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଆଜିର କୌଣସି କାମ ଅଟକିବ ନାହିଁ । ଅଫିସ୍‌ କାମରେ ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା କେତେକ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ, କିନ୍ତୁ ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ । ରାଜନୀତି ଓ ଅନ୍ୟାନ୍ୟ ଅନୁଷ୍ଟାନିକ କ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫଶୀ ପାରନ୍ତି, ତେଣୁ ସାବଧାନ ଅବଲମ୍ବନ କରିବା ଆବଶ୍ୟକ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା କାର୍ଯ୍ୟ ହାସଲ କରିବା ସକାଶେ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ନୀଳ । ଆରାଧନା: ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କୁ ମଧ୍ୟମ ଫଳପ୍ରଦାନ କରିବ । ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ, ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସମ୍ପନ୍ନ କରିବା ପାଇଁ ମନରେ ସାହସ ଜନ୍ମିବ । କର୍ମକ୍ଷେତ୍ରରେ ସମସ୍ୟା ଓ ପ୍ରତିବନ୍ଧକ ଯୋଗୁଁ କେତେକ କାମ ଅଧାରେ ଅଟକି ରହିଯିବ, ଯାହାଫଳରେ ମନସ୍ତାପ କରିପାରନ୍ତି କିନ୍ତୁ ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସମସ୍ୟା ସମାଧାନ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ନିଜର ସ୍ଥଗିତ କାର୍ଯ୍ୟ ପାଇଁ ଅଫିସର ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ନିକଟ ସମ୍ପର୍କୀୟ ଉପର ମନରେ ସ୍ନେହ ଦେଖାଇ ଭିତରେ ଚେର କାଟି ପାରନ୍ତି । ପରିବାର ଭିତରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହାୟତାରେ ସମସ୍ୟାକୁ ସୁଧାର କରିବାରେ ସମର୍ଥ ହେବେ । ବ୍ୟବସାୟରେ କାରବାର ମାନ୍ଦା ରହିବ ଓ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ନିଜର ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ଅଧିକ ରହିବା ସହ କାର୍ଯ୍ୟ କରିବା ପ୍ରତି ମନରେ ଇଚ୍ଛା ଶକ୍ତି ଜାଗ୍ରତ ହେବ ନାହିଁ । ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ଆଜି ପରିବାର ସହିତ ଆପଣଙ୍କ ସମ୍ପର୍କ ମଧୁର ରହିବ । ପୁରୁଣା ସାଙ୍ଗଙ୍କ ସହ ଦେଖାସାକ୍ଷାତ ହେବ । ପରିବାରିକ ସମସ୍ୟାକୁ ଗୁରୁତ୍ଵ ନ ଦେଲେ ମଧ୍ୟ ଆକସ୍ମିକ ଭାବେ ସ୍ତ୍ରୀଙ୍କ ଚିଡଚିଡା ସ୍ଵଭାବ ପାଇଁ ମନରେ କ୍ଷୁବ୍ଧ ପ୍ରକାଶ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କୁ ମଧ୍ୟମ ଫଳପ୍ରଦାନ କରିବ । ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇବାର ଆଶା ମଉଳିଯିବ । କର୍ମକ୍ଷେତ୍ରରେ ତରବର ନ ହେବା ଭଲ ହେବ । ଆତ୍ମୀୟ କିମ୍ବା ହିତୈଷୀମାନଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ନିଜର ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଖୋଜିପାଇବେ ନାହିଁ; ଯାହାଫଳରେ ଉଚ୍ଚାଧିକାରୀଙ୍କ ଠାରୁ ଅପଦସ୍ଥ ହେବାକୁ ପଡିବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ହିତୈଷୀମାନଙ୍କ କଥା ମାନି ଚଳିଲେ କେତେକାଂଶରେ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ । ଅନିୟମିତତା ଖାଦ୍ୟପେୟ ଯୋଗୁଁ ସ୍ଵାସ୍ଥ୍ୟହାନି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନରେ ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । କାର୍ଯ୍ୟରେ ସଫଳତା ହାସଲ କରିବେ, କିନ୍ତୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିବ । ବାଣିଜ୍ୟ, ବ୍ୟବସାୟରେ ଆଶାନୁରୂପକ ଫଳ ପାଇବେ । ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ସାମୟିକ ଉପକୃତ ହେବେ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଅବଲମ୍ବନ କରନ୍ତୁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର ସୂଚନା ରହିଛି । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ସଙ୍ଗେ ସଙ୍ଗେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ଶାନ୍ତଶିଷ୍ଟର ସହିତ ନିଜ କାର୍ଯ୍ୟକୁ ପରିଚାଳନା କରନ୍ତୁ । କୌଣସି କ୍ଷେତ୍ରରେ ଉତ୍ତେଜନାରେ ପ୍ରକାଶ କରନ୍ତୁ ନାହିଁ । ଏପରି କି କର୍ମକ୍ଷେତ୍ରରେ ଏବଂ ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । ଆନୁଷ୍ଠାନିକ କାମ, ପ୍ରଶାସନିକ ସ୍ତରରେ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ପାଇ ଆଗେଇ ଯିବେ । ଚେଷ୍ଟା କରୁଥିବା ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ବୃଥା ତର୍କବିତର୍କ ଓ ବାଦବିବାଦ ଏବଂ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପରିବାରର ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ହେତୁ ସାମୟିକ ଖୁସି ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନର ଅଧିକାଂଶ ସମୟ ସମସ୍ୟା ଭିତର ଦେଇ ଗତି କରୁଥିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ । ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ଵାର୍ଥବାଦୀ ହୋଇପଡିବ । କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳତା ହେତୁକ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ସମ୍ୟକ କ୍ରୋଧ ସୃଷ୍ଟି କରିପାରେ । ବ୍ୟବସାୟ ଓ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ତଥାପି ଆର୍ଥିକ ସମସ୍ୟାକୁ ପରିବାରରେ କୌଣସି ଅସୁବିଧା ହେବ ନାହିଁ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ପାରେ । ବନ୍ଧୁମାନେ ସାମୟିକ ସହଯୋଗକୁ ନିଜର ସ୍ଵାର୍ଥ ସାଧନ ଦିଗରେ ଲଗାଇପାରନ୍ତି । ପିଲାଙ୍କ ସ୍ଵାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି । ପଡୋଶୀମାନେ କାନ୍ଥବାଡରେ ଲୁଗାଛାଟି କଳହ କରିବାର ଉପକ୍ରମ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପରିସ୍ଥିତି ଅନୁକୂଳ ନ ହେଲେ ମଧ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ବ୍ୟବସାୟରେ ପୁଞି ଲଗାଣ କରନ୍ତୁ, ଲାଭ ହେବ । ବନ୍ଧୁମାନଙ୍କ ସହ ସତ୍‌ସଙ୍ଗ, ଧାର୍ମିକ ବାତାବରଣ, ସାଂଗଠନିକ କାର୍ଯ୍ୟ କିମ୍ବା ସାମୁହିକ କାମରେ ଯୋଗ ଦେଇପାରନ୍ତି । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ମାଲିମକଦ୍ଦମା, ତର୍କବିତର୍କ, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବାର ଆଶା କରାଯାଇପାରେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ଅବସାଦର ଶିକାର ହୋଇପାରନ୍ତି । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ଘରେ ହେଉ କିମ୍ବା ବାହାରେ ହେଉ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଜରୁରୀ କାମ ସମ୍ପର୍ଣ୍ଣ କରିବା ଲାଗି ମନରେ ସାନି ଯୋଜନା ପ୍ରସ୍ତୁତ କରିବେ । ଧନଲାଭର ସୁଯୋଗ ଜୁଟିବ । କିନ୍ତୁ ପାରିବାରିକ କ୍ଷେତ୍ରରେ କର୍ମଜଞ୍ଜାଳର ପରିସର ବୃଦ୍ଧି ଯୋଗୁଁ ଶାନ୍ତି ଓ ସୁସ୍ଥତାରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହେବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରିବେ । ଆକସ୍ମିକ ଭାବରେ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ । କଚେରି ମାମଲା କିମ୍ବା ଜମିଜମା ସମସ୍ୟା ସମାଧାନ ହେବାରେ ବିଶେଷ ଡେରି ହେବ ନାହିଁ । ପରିବହନ, ସଭାସମିତି ଓ ଜମିଜମା କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଅନ୍ୟର କଥାକୁ ଚିନ୍ତା କରି ଅଧିକାଂଶ ସମୟ ମନ ଉଦାସ ରହିବ । କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯାହାଦ୍ୱାରା କେତେକ ଅପ୍ରୀତିକର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମାନ୍ଦା ରହିବ । ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ କିନ୍ତୁ ମଧ୍ୟାହ୍ନରେ ଏକ ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ଆଲୋଚନା ପରିସର ଓ ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସକ୍ଷମ ହେବେ । ଭୁଲ୍‌ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ । କୌଣସି କଥାକୁ ଭଲରୂପେ ନ ବୁଝି ନ ଶୁଝି ପରିବାର ସଦସ୍ୟଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି । ପରିବାରରେ କାହାରି ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବାରମ୍ବାର ଅସଫଳତା ଲାଗିରହିବା କାରଣରୁ ମନରେ ବିଭିନ୍ନ ପ୍ରକାରର ନକରାତ୍ମକ ଚିନ୍ତାଧାରା ଜାଗ୍ରତ ହେବ । ତଥାପି ଧୈର୍ଯ୍ୟର ସହ ଆସୁଥିବା ପରିସ୍ଥିତିକୁ ସାମ୍ନା କରିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କଲେ କେତେକାଂଶରେ ଉପକୃତ ହେବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ରହିଲେ, ଠକାମିରେ ପଡିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରିବା ଦ୍ଵାରା ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣର ପାତ୍ର ହୋଇପାରିବେ । ଈର୍ଷାପରାୟଣ ପୂର୍ବକ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । ଆର୍ଥିକ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ଆନନ୍ଦ ଅନୁଭବ କରିବେ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *