26 ଫେବୃୟାରୀ 2021, ଶୁକ୍ରବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିମାନେ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, କର୍ମକ୍ଷେତ୍ରରେ ନାନା

26 ଫେବୃୟାରୀ 2021, ଶୁକ୍ରବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିମାନେ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, କର୍ମକ୍ଷେତ୍ରରେ ନାନା

26 ଫେବୃୟାରୀ 2021, ଶୁକ୍ରବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିମାନେ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ, କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନ ଦେଖାଦେଇପାରେ । ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅନୁକୂଳ ରହିବ ।

ଆଜି ଆମେ ଆପଣଙ୍କୁ ୨୬ ଫେବୃୟାରୀ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦୟାକ ରହିବ । ସକାଳୁ ସକାଳୁ ଅର୍ଥ ଲାଭ ସଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ । କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ପାଇବା ଫଳରେ ମନରେ ଆତ୍ମାବିଶ୍ଵାସ ଜନ୍ମିବ । ପରୋକ୍ଷ ଶତ୍ରୁତା କାରଣରୁ କେତେକ କାର୍ଯ୍ୟ ଅଧାରେ ଅଟକି ଯିବାର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ । କୌଣସି ଅଭାବ ନ ଥିଲେ ମଧ୍ୟ ପରିବାରରେ ତିକ୍ତତା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ଲାଗି ରହିଥିବା ଅବାସ୍ତବ ଘଟଣା ବା ଚିନ୍ତାଧାରାର ଅବସାନ ଘଟିବ । ପୂର୍ବ ପରିକଳ୍ପିତ ଯୋଜନାନୁସାରେ, ନୂତନ ଗୃହ, ଅନୁଷ୍ଠାନ କାର୍ଯ୍ୟ, କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ କରିପାରନ୍ତି । ଗ୍ରହସ୍ଥିତିର ଶୁଭ ପ୍ରଭାବ ଯୋଗୁଁ ଆଜି ଶତ୍ରୁମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । ଆର୍ଥିକ କ୍ଷେତ୍ରରେ ସ୍ଥିତି ମଜବୁତ ରହିବ । ମଧ୍ୟାହ୍ନରେ ବ୍ୟବସାୟକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ସାମୟିକ ବଚ୍ଚାବାଚ୍ଚ ହୋଇପାରେ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ପରି କଥା କହି ପରିସ୍ଥିତିକୁ ସୁଧାରୀ ନେବେ । ଅଫିସରେ ଉଚ୍ଚ ପଦାଧିକାରୀଙ୍କ ସହ ସାକ୍ଷାତ ଯୋଗାଯୋଗ କରିବାକୁ ପଡିପାରେ ଏବଂ ନିଜର ଅଟକି ଥିବା କେତେକ କାର୍ଯ୍ୟ ପାଇଁ କୈଫତ୍ ଦେବାକୁ ପଡିବ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶା କରୁଥିବା ଫଳ ନିଶ୍ଚିତ ପାଇବେ । ପାରିବାରିକ ସ୍ଥିତି କେତେକାଂଶରେ ଉନ୍ନତି ପରିଲକ୍ଷିତ ହେବ । ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମାନସିକ ଦ୍ୱନ୍ଦର ଅବସାନ ଘଟିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ଥିତି ମଜ୍‌ବୁତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ । ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ପାରିବାରିକ ଅସ୍ଥିରତା ଯୋଗୁଁ କର୍ମକ୍ଷେତ୍ରରେ ଗତି ମନ୍ଥର ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ଏବଂ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ କିନ୍ତୁ ନିଜର ବୁଦ୍ଧିବଳ ଅର୍ଥଲାଭ କରିବାର ଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟ ଓ ଆନୁଷ୍ଠାନିକ କାର୍ଯ୍ୟରେ ଅନ୍ୟମାନଙ୍କ ସହଯୋଗ ପାଇ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚିବେ । ଉପସ୍ଥିତ ବୁଦ୍ଧି ଓ କୌଶଳ ବଳରେ ଦୂରେଇ ଯାଇଥିବା ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କୁ ଆପଣେଇବାରେ ସମର୍ଥ ହେବେ । ପଡୋଶୀମାନେ “କଣ୍ଟା ବାଡରେ ଲୁଗା ପକାଇ” ଅଯଥାରେ କଳହ କରିପାରନ୍ତି । ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ନିକଟସ୍ଥ ବ୍ୟକ୍ତି ବିଶେଷମାନେ ପରୋକ୍ଷ ସମାଲୋଚନା କରିପାରନ୍ତି । ଦୀର୍ଘ ଦିନରୁ ଭଟ୍ଟା ପଡିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ଆଜି ଯେଉଁ କାର୍ଯ୍ୟ କରିଲେ ମଧ୍ୟ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ହଠାତ୍‌ ବନ୍ଧୁଙ୍କ ସାହାଯ୍ୟର ପ୍ରତିଶ୍ରୁତି ଶୁଣିବ ପରେ ମନୋବଳ ବୃଦ୍ଧି ପାଇବ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ମଜାମଉଜ କରିବାକୁ ଅବସର ପାଇବା କଷ୍ଟକର ହୋଇପାରେ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବା ସଙ୍ଗେସଙ୍ଗେ କେତେକ କାମର ସାମାନ୍ୟ ଅବରୋଧ ଆସିପାରେ ତଥାପି କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା ସମ୍ମାନିତ ହୋଇପାରନ୍ତି । ଆଲୋଚନା କ୍ଷେତ୍ରରେ ଭାବପ୍ରବଣ ବଶତଃ ଓଲଟା କଥା କହି ଅପଦସ୍ଥ ହେବାକୁ ପଡିବ । ତରବରିଆ ହୋଇ କୌଣସି ନିଷ୍ପତ୍ତି ନେଲେ, ପରବର୍ତ୍ତୀ ସମୟରେ ପଶ୍ଚ୍ୟତପ କରିବାକୁ ପଡିପାରେ । ବନ୍ଧୁଙ୍କ ପରାମର୍ଶରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇ ପାରନ୍ତି । ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ବ୍ୟବସାୟ, ବାଣିଜ୍ୟରେ ଅଯଥାରେ କଳହ ଉପୁଜିପାରେ । ବାବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ଆବଶ୍ୟକତା ଅନୁଯାୟୀ ହଠାତ୍‌ ବହୁତ୍‌ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ । ଅଫିସରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ । ଆଗାମୀ ମାଙ୍ଗଳିକ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଆନୁଷ୍ଠାନିକ କାମରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି । ପରିବାରରେ ଏକ ସାଧାରଣ କଥାକୁ କେନ୍ଦ୍ର କରି ଅଶାନ୍ତିର ବହ୍ନି ପ୍ରଜ୍ଜ୍ଵଳିତ ହୋଇପାରେ । ବନ୍ଧୁ ଗହଣରେ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ଫାଟ ସୃଷ୍ଟି କରିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦୃଢ ମନୋବଳ ଯୋଗୁଁ ସର୍ବକ୍ଷେତ୍ରରେ ସଫଳତା ପ୍ରାପ୍ତ କରିପାରିବେ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ବିଶେଷ ପ୍ରଭାବ ପଡିବ ନାହିଁ । ପ୍ରତ୍ୟେକ କ୍ଷେତ୍ରଁରେ ଆଶାଜନକ ଫଳ ପାଇବେ । ସରକାରୀ ସ୍ତରରୁ ଅଚାନକ ଭାବରେ ଶୁଭ ସମ୍ବାଦ ଶୁଣି ଖୁସି ହେବେ । ଅବଶ୍ୟ କର୍ମକ୍ଷେତ୍ରରେ ଦୁଃସାଧ୍ୟ କାର୍ଯ୍ୟ ସାଧନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହେବେ । ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଋଣ ପରିଶୋଧର ଯୋଜନା କରିପାରନ୍ତି । ପ୍ରକାଶନ, ରଚନାମତ୍କ କାର୍ଯ୍ୟ, ଯୋଗଯୋଗ ତଥା ଏଜେନ୍ସିପ୍‌ରୁ ଖୁସି ରହିବେ । ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । କେତେକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ନୂତନ କର୍ମସଂସ୍ଥାନରେ ନିଯୁକ୍ତି ପାଇଁ ମନ ବଳାଇବେ ଏବଂ ବନ୍ଧୁଙ୍କ ପରାମର୍ଶ ନେଇ କାର୍ଯ୍ୟ କରିଲେ ନିଶ୍ଚିତ ଉପକୃତ ହେବେ । ହାତକୁ ନେଇଥିବା କାର୍ଯ୍ୟଟି ସମ୍ପାଦନ କରିବାରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଏଜେନ୍ସିପ କ୍ଷେତ୍ରରେ ସୁସ୍ଥ ବାତାବରଣ ରାଇବ । ବ୍ୟବସାୟକୁ ଭିତ୍ତି କରି ଦୂର ଯାତ୍ରା କରିବାକୁ ପଡିପାରେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । କୌଣସି ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବା ସହ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଖାଦ୍ୟପେୟର ଅନିୟମିତତା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେବାର ଆଶଙ୍କା ରହିଛି । ପାରିବାରିକ ସ୍ଥିତିରେ ପରସ୍ପର ମଧ୍ୟରେ ସ୍ନେହା, ସଦ୍-ଭାବ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ଆଜି ଆପଣ ନିଜ ବୁଦ୍ଧି ଖଟାଇ ଅନ୍ୟମାନଙ୍କ ଦ୍ଵାରା ନିଜ କାମ ହାସଲ କରିପାରିବେ । ଦୀର୍ଘ ଦିନରୁ ଲାଗିଥିବା ଆର୍ଥିକ ସଙ୍କଟ କ୍ରମଶ ଦୂର ହେବ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ ରହିବ । ମଧ୍ୟାହ୍ନରେ ଅଫିସ ଭିତରେ ମିତ୍ରତା ବନ୍ଧନରେ ଅବଦ୍ଧ ହେବେ । କିନ୍ତୁ ମାନସିକ ଅସ୍ଥିରତା ହେତୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ରାଜନୈତିକ ସ୍ଥିତି ମଜ୍‌ବୁତ୍‌ ରହିବା ସଙ୍ଗକୁ ସାମାଜିକ ପ୍ରତିଷ୍ଠା ବଢିବ । ମାଙ୍ଗଳିକ କାମରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । ଅତୀତର କୌଣସି କଥାକୁ ସ୍ମରଣ କରି ମନ ଉଦାସ ରହିବ । ପରିବାରରେ ଶାନ୍ତି ବଜାୟ ରହିଲେ ମଧ୍ୟ ଦାମ୍ପତ୍ୟ ଜୀବନରେ ବୃଥା ସନ୍ଦେହ ଅଶାନ୍ତିର କାରଣ ପାଲଟିଯିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । ନିକଟ ସମ୍ପର୍କଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । କର୍ମକ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ । ଏକାଧିକ କାମରେ ହାତ ନେବେ ଯାହାକି ବ୍ୟସ୍ତତାର କାରଣ ହୋଇପାରେ । ଅଫିସରେ ସତର୍କତା ଅବଲମ୍ବନ ନ କରିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିଲେ ମଧ୍ୟ ଖର୍ଚ୍ଚର ପରିମାଣ ଅଧିକ ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ସରଳ ବିଶ୍ୱାସ ହୋଇ କୌଣସି ଅଜଣା ବ୍ୟକ୍ତିଙ୍କୁ ବିଶ୍ଵାସ କରି କାର୍ଯ୍ୟ କରିଲେ, ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଛୋଟିଆ ଛୋଟିଆ କଥାକୁ ଗୁରୁତ୍ଵ ଦେଲେ ସମସ୍ୟା ବୃଦ୍ଧି ହେବ । ପ୍ରତିବେଶୀଙ୍କ ସହ ସଂପର୍କ ମଧୁର ରହିବ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କ ନମ୍ର ସ୍ୱଭାବ ଲୋକଙ୍କୁ ଆକର୍ଷିତ କରିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ପାଇ ଆଗକୁ ବଢିବେ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ଆର୍ଥିକ ସହାୟତା ପାଇବାର ଯୋଗ ରହିଛି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସମାଜର ଅଭିଜ୍ଞ ବ୍ୟକ୍ତିମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ ଓ ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧାରି ନେବେ । କିନ୍ତୁ ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଆତ୍ମୀୟ ସ୍ଵଜନମାନଙ୍କ ବିରୁଦ୍ଧାଚରଣ ହେତୁ କାମଗୁଡ଼ିକ ମନ୍ଥର ଗତିରେ ସମ୍ପାଦନ ହେବ । ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଅନ୍ୟମାନେ ନିଜ ନିଜର ଫାଇଦା ହାସଲ କରିବା ପାଇଁ ଆପଣଙ୍କ ସମ୍ମୁଖରେ ପ୍ରଶଂସା କରିବେ । ପରକଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ନଚେତ ଅଜଠାରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କୌଣସି କ୍ଷେତ୍ରରେ ମଧ୍ୟ ତରବରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଧାରା କରଜ କରିବାକୁ ବାଧ୍ୟ ହେବେ । ଅଫିସରେ ଅତ୍ୟଧିକ କାର୍ଯ୍ୟ ସଙ୍ଗେସଙ୍ଗେ ଉଚ୍ଚାଧିକାରୀଙ୍କ ଅସନ୍ତୁଷ୍ଟ ମନକୁ ଭାରକ୍ରାନ୍ତ କରିପ୍ବ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ଭୁଲ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଫଳରେ ମାନସିକ ସ୍ଥିରତା ରହି ନ ପାରେ । ବୈବାହିକ ଜୀବନ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ଜଣକ ସାହାଯ୍ୟ ଓ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ । ନିକଟ ସମ୍ପର୍କୀୟମାନଙ୍କ ଈର୍ଷା ଓ ଅସୂୟା ଯୋଗୁଁ କେତେକ କାମ ଅଧାରେ ଅଟକିଯିବ । ବିନୟ ପୂର୍ଣ୍ଣ କଥା କହି ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣିଥରେ ଯୋଡ଼ି ହୋଇଯିବ । କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝିପାରିବେନି । କୌଣସି ନୂତନ ବ୍ୟବସାୟ ବାଣିଜ୍ୟ କରିବା ପାଇଁ ମନରେ ଆଶା ଜନ୍ମିବ । ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁଁ ନିଶ୍ଵାସ ନେବାକୁ ସମୟ ମଧ୍ୟ ପାଇବେ ନାହିଁ, ଫଳରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାରେ ଅଟକିଯାଇପାରେ । ନିର୍ମାଣଧିନ କାର୍ଯ୍ୟକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇପାରେ । ଯେତେ ଭଲ କାମ କଲେ ମଧ୍ୟ ଖଳ ଲୋକ ମାନଙ୍କ ଦ୍ୱାରା ସମାଲୋଚିତ ହେବେ । ପାରିବାରିକ, ପ୍ରଶାସନ, ଯାନବାହନ, ଆଦି କ୍ଷେତ୍ରରୁ ସଫଳତା ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

Leave a Reply

Your email address will not be published. Required fields are marked *