26 ଅପ୍ରେଲ୍ 2021, ସୋମବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ, ନଚେତ ବିଭିନ୍ନ

26 ଅପ୍ରେଲ୍ 2021, ସୋମବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ, ନଚେତ ବିଭିନ୍ନ

26 ଅପ୍ରେଲ୍ 2021, ସୋମବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତି ସତର୍କତାର ଦିନଚର୍ଯ୍ୟା କରିବାକୁ ପଡିବ, ନଚେତ ବିଭିନ୍ନ ପ୍ରକାର ବାଧାବିଘ୍ନର ସମୁଖୀନ କରିବାକୁ ପଡିବ । ଅନ୍ୟ ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ସ୍ଥଗିତ କାର୍ଯ୍ୟକୁ ମଧ୍ୟ ସଂପୂର୍ଣ୍ଣ କରିବାରେ ହେବେ ସମର୍ଥ…

ଆଜି ଆମେ ଆପଣଙ୍କୁ ୨୬ ଅପ୍ରେଲ୍ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ମିଳିବ । ମଙ୍ଗଳଙ୍କ ଶୁଭଦୃଷ୍ଟି ପ୍ରଭାବରେ ସ୍ଵସ୍ଥ୍ୟାବସ୍ଥା ବେଶ ଉନ୍ନତିମାନର ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ । କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ମନ ଚଞ୍ଚଳ ରହିବ ନାହିଁ । ଅଫିସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ଠିକ୍ ସମୟରେ ସମ୍ପାଦନ କରିନେବେ । ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିବା ଫଳରେ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷମାନେ ସାମାଜିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ସାମିଲ କରାଇ ଲୋକପ୍ରିୟତା ହାସଲ କରିବେ । ସହକର୍ମୀ, ବନ୍ଧୁ କିମ୍ବା ଅନ୍ୟର ବିବାଦୀୟ କଥାରେ ମଧ୍ୟସ୍ଥତା କରନ୍ତୁ ନାହିଁ । ପାରିବାରିକ ବାତାବରଣ ସୁଖଦ ଥିଲେ ମଧ୍ୟ ସ୍ତ୍ରୀଙ୍କର ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । କୋଣଭାବସ୍ଥ ଚନ୍ଦ୍ରଙ୍କ ଯୋଗୁଁ ବନ୍ଧୁ ଓ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗର କୌଣସି ଅଭାବ ରହିବ ନାହିଁ । ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଗୋଟିଏ ପରେ ଗୋଟିଏ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଅନ୍ୟମନସ୍କତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀର ସୂଚନା ରହିଛି । ଆର୍ଥିକ ସ୍ଥିତି ପୂର୍ବପରି ରହିବ । ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । ସଭାସମିତି, କଳା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ପାରିବାରିକ ଜୀବନ କେତେକାଂଶରେ ସମସ୍ୟାବହୁଳ ରହିବ । ସନ୍ତାନଙ୍କ ପାଠପଢାକୁ ନେଇ ଚିନ୍ତିତ ରହିବେ । ସହଧର୍ମୀଙ୍କ ପ୍ରେରଣାରେ କେତେକ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ ହୋଇପାରିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟରୁ ମୁକ୍ତି ପାଇବେ । ଶନିଙ୍କ ଦୃଷ୍ଟିରୁ ଆର୍ଥିକ ଦୁରବସ୍ଥା ଓ ମାନସିକ ସ୍ଥିତି ସାମାନ୍ୟ ବିଗାଡ଼ିପାରେ । ତେଣୁ ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରନ୍ତୁ । ଯାହାକୁ ଅତି ବିଶ୍ଵାସ କରୁଛନ୍ତି ସେହିମାନେ ହିଁ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ପ୍ରତିବନ୍ଧକ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଆର୍ଥିକ ସ୍ଥିତ ଅତି ଶୋଚନୀୟ ରହିବ । ଏପରିକି ଧାର କରଜ କରିବାକୁ ବାଧ୍ୟ ହେବେ । ଅଫିସର ବାତାବରଣ ସୁସ୍ଥ ଥିଲେ ମଧ୍ୟ ସହକର୍ମୀମାନଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ଅଧିକ ରହିବ । ଅନ୍ୟପକ୍ଷରେ ଯେତେ ଭଲ କାମ କରିଲେ ମଧ୍ୟ ଉଚ୍ଚାଧିକାରୀ ସନ୍ତୁଷ୍ଠ ହେବେ ନାହିଁ । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ । ସୁଖ-ସମୃଦ୍ଧି ପୂର୍ଣ୍ଣ ପାରିବାରିକ ଜୀବନ ଅତିବାହିତ କରିବେ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତ ମିଳିବ ଓ ସମ୍ଭାବ୍ୟ ସଙ୍କଟ ଦୂର ହେବ । ଆଜି ଗୁରୁ ଓ ଚନ୍ଦ୍ର ଉଭୟ ଅଷ୍ଟମସ୍ଥ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ମନ ମୁତାବକ କାମ କରିପାରିବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଆଦି କ୍ଷେତ୍ରରେ କେତେକ ବ୍ୟତିକ୍ରମର ସମ୍ମୁଖୀନ କରିବାକୁ ପଡିବ । ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ପ୍ରତିବନ୍ଧକ ଦେଖାଦେବାରୁ ମନରେ ବ୍ୟସ୍ତତା ପ୍ରକାଶ କରିବେ । ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ସାମାଜିକ ସ୍ତରରେ ଗତକାଲିର ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସାଂଗଠନିକ କ୍ଷେତ୍ରରେ କିଛି ନୂତନ ଦିଗଦର୍ଶନ ଦେଇ ଲୋକମାନଙ୍କ ପ୍ରିୟଭାଜନ ହେବେ । ବନ୍ଧୁଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ଅନ୍ୟମାନଙ୍କ କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । କୌଣସି କଥାକୁ ନେଇ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବ ନାହିଁ । ମଙ୍ଗଳ ଶୁଭ ଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ରରେ ବୀରଙ୍କ ଭଳି ଅସାଧ୍ୟକୁ ମଧ୍ୟ ସାଧନ କରିବାର ସାମର୍ଥ୍ୟ ରଖିବେ । ଆପଣଙ୍କ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ପରୋକ୍ଷରେ ଆପଣଙ୍କୁ ସମାଲୋଚନା କରିବେ । ସମାଜରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ନୀରବଦ୍ରଷ୍ଟା ଭାବରେ ପଛେଇ ରହିବେ । ପ୍ରତ୍ୟେକ କଥାକୁ ପଛରେ ପକାଇ ପରିବାର ସଦସ୍ୟଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ସ୍ଵସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହ ଆର୍ଥିକ ସଙ୍କଟ ଦୂରୀଭୂତ ହେବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜିର ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ନ ଥିଲେ ମଧ୍ୟ ଘରୋଇ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମନରେ ବିରକ୍ତିଭାବ ଜାତ ହେବ । ଆଳସ୍ୟ ଓ ଅବହେଳା କାରଣରୁ କେତେକ କେତେକ ସୁଯୋଗ ହାତଛଡା ହୋଇପାରେ । ଚାକିରିରେ ନିଷ୍ଠାର ସହ କାର୍ଯ୍ୟ କରି ସମସ୍ତଙ୍କ ଠାରେ ପ୍ରଶଂସିତ ହେବେ । ସଭାସମିତିରେ ଯୋଗ ଦେଲେ ମଧ୍ୟ ଅନ୍ୟର ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ମାନସିକ ଶାନ୍ତି ବଜାୟ ରହିବ କିନ୍ତୁ ଆକସ୍ମିକ ବ୍ୟୟବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ପାରିବାରିକ ସମସ୍ୟା ଥିଲେ ବିଶେଷ ଗୁରୁତର ଆକାର ଧାରଣ କରିବ ନାହିଁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ଦେଖାଦେଇପାରେ । ପିଲାଙ୍କ ସ୍ଵାସ୍ଥ୍ୟ ସକାଶେ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ କିନ୍ତୁ ଚିଡଚିଡାପଣ ଯୋଗୁଁ ବନ୍ଧୁ ଓ ସମର୍କୀୟଙ୍କ ସହ ମତଭେଦ ଦେଖାଦେଇପାରେ । ବୃହସ୍ପତିଙ୍କ ଶୁଭତ୍ୱରୁ ସ୍ଥଗିତ ଥିବା କାର୍ଯ୍ୟକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ । ବ୍ୟବସାୟ ବାଣିଜ୍ୟରେ ସାମୟିକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ଭିନ୍ନ ରୂପ ନେଇପାରେ । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ଅଫିସର ସହକର୍ମୀଙ୍କ କଳହ ସୃଷ୍ଟି ହୋଇପାରେ । ଆନୁଷ୍ଠାନିକ କାମ, ସଭାସମିତି, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ । ଅନ୍ୟର ବିବାଦୀୟ ପରିସ୍ଥତିରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଙ୍କ ବିପକ୍ଷରେ ରହିବ । ପାରିବାରିକ ସୁଖ ସମୃଦ୍ଧି ନିମନ୍ତେ ମୁଖ୍ୟ ଭୂମିକା ତୁଲାଇବେ କିନ୍ତୁ ପରିବାରରେ କାହାରି ସ୍ଵସ୍ଥ୍ୟାବସ୍ଥାରେ ଅବନତି ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପ୍ରତ୍ୟେକ ସ୍ଥଳରେ ନିଜକୁ ନିୟନ୍ତ୍ରଣାଧୀନରେ ରଖିବାକୁ ଚେଷ୍ଟାକୁ କରନ୍ତୁ । ଶନିଙ୍କ ସୁପ୍ରଭାବରେ ପରିବାରର ବ୍ୟତିକ୍ରମକୁ ସୁଧାରିବା ଦୁରୂହ ହୋଇପଡ଼ିବ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମକୁ ନେଇ ପ୍ରଶଂସା କରିବେ । କିନ୍ତୁ ଅପରାହ୍ନରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କିଣାବିକା କ୍ଷେତ୍ରରେ ସତର୍କ ନ ରହିଲେ ଠକାମିରେ ପଡ଼ିପାରନ୍ତି । ନିର୍ମାଣଧୀନ କାର୍ଯ୍ୟରେ ଅଗ୍ରସର କରିବେ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ପୂର୍ବରୁ ଲାଗି ରହିଥିବା ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ଜୀବନସାଥୀଙ୍କ ପରାମର୍ଶ ଗ୍ରହଣ କରି କେତେକାଂଶରେ ବେଶ୍ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧାର୍ମିକ କାର୍ଯ୍ୟପ୍ରତି ମନରେ ଆଗ୍ରହ ସୃଷ୍ଟି ହେବ । ଶନିଦେବଙ୍କ ଶୁଭତ୍ଵ ପ୍ରଭାବରୁ ନିଜର ସହନଶୀଳତା ଓ ଉଦାର ମନୋଭାବ କାରଣରୁ ଅନ୍ୟମାନଙ୍କର ପ୍ରିୟପାତ୍ର ହୋଇପାରିବେ । ବ୍ୟବସାୟରେ ପୁରୁଣା ପ୍ରାପ୍ୟ ଆଦାୟ କରିବାରେ ସକ୍ଷମ ହେବେ । କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । କୌଣସି ନୂତନ କର୍ମାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଅଫିସରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ସାମାଜିକ, ସୃଜନାମତ୍କ କାମରେ ଉନ୍ନତମାନର ଫଳ ମିଳିବ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଅନ୍ୟମାନଙ୍କ କାନ କୁହା କଥା ଶୁଣି ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ପ୍ରତି ମନରେ ଭୁଲ୍‌ ଧାରଣା ସୃଷ୍ଟି ହୋଇପାରେ । ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ଶୃଙ୍ଖଳିତ ନ ରହିପାରେ । ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତି ବୋଧ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ଆପଣଙ୍କ ମନରେ ଆତ୍ମବିଶ୍ୱାସର ସ୍ତର ଉଚ୍ଚ ରହିବ । ଭାଗ୍ୟସ୍ଥ ଚନ୍ଦ୍ର ପ୍ରଭାବରେ ଆଜିର ପ୍ରତ୍ୟୁଷ ଯାତ୍ରା, ନୂତନ କର୍ମାରମ୍ଭ, ଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ କ୍ଷେତ୍ର ବହୁତ ଭଲ ରହିବ । କର୍ମକ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ଏବଂ ଆନୁଷଙ୍ଗିକ ସୁବିଧା ଓ ସୁଯୋଗ ପାଇପାରିବେ । ଚାକିରୀ ଜୀବିମାନେ ଅଫିସରେ ନିଷ୍ଠାର ସହିତ କାର୍ଯ୍ୟ କରିବେ ତଥାପି ଅପରାହ୍ନରେ ମିଥ୍ୟା ଦୋଷାରୋପର ଶିକାର ହୋଇପାରନ୍ତି । ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ । ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସନ୍ତୋଷୀ ମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ଶୁକ୍ରଙ୍କ ସୁପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ର ସୁନ୍ଦର ଓ ସାବଲୀଳ ରହି ପ୍ରୀତିପ୍ରଦ ହେବ । କର୍ମକ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ବ୍ୟବସାୟରେ ଆର୍ଥିକ ପୂର୍ବ ଭଳି ରହିବ । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବାର ଆଶା ରହିଛି । ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଭୃତିରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ପକ୍ଷପାତିତାକୁ ଆଧାର କରି ପରିବାରରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ସମ୍ୟକ ଖଟାମିଠା ରହିବ । ଧନାଧିପତି ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ଆର୍ଥିକ ଅନଟନ କେତେକାଂଶରେ ଦୂରୀଭୂତ ହୋଇପାରେ । । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିଦ୍ଵେଷ ମନୋଭାବ ଉତ୍ପନ ହେବ । ସଭାସମିତି, ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ବାଦ ବିବାଦ, ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ମନରେ କିଛି ଆଶଙ୍କା ଉପୁଜିପାରେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *