25 ମଇ 2021, ମଙ୍ଗଳବାର :- ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟିରୁ ଏହି ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବ । କର୍ମକ୍ଷେତ୍ରରେ

25 ମଇ 2021, ମଙ୍ଗଳବାର :- ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟିରୁ ଏହି ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବ । କର୍ମକ୍ଷେତ୍ରରେ

25 ମଇ 2021, ମଙ୍ଗଳବାର :- ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟିରୁ ଏହି ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବ । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ପୂରଣ କରବେ ଓ ପାରିବାରିକ ସ୍ତରରେ ସୁଖଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୨୫ ମଇ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ଲାଗି ଭଲ ରହିବ । ଯୁକ୍ତିତର୍କକୁ କେନ୍ଦ୍ରକରି ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ । ଅଫିସ୍‌ରେ ଉଚ୍ଚ ସ୍ତରରୁ ନିମ୍ନ ସ୍ତରର ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କ ଦୁଃସାଧ୍ୟ କାର୍ଯ୍ୟକୁ ନେଇ ପ୍ରଶଂସା କରିବେ । ଆର୍ଥିକ ଜନିତ କୌଣସି ଅଭାବ ଦେଖାଦେବ ନାହିଁ । କିନ୍ତୁ ଆକସ୍ମିକ ଖର୍ଚ୍ଚଭାର ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ । ସାମାଜିକ ସ୍ତରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ବାରମ୍ବାର ଅସଫଳତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ପାଇବେ ଏବଂ ଲୋକ ସମ୍ପର୍କରେ ଆତ୍ମସନ୍ତୋଷ ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଆଜିର ସାମାଜିକ ସମ୍ମାନ ସହ ଲୋକସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ । ବନ୍ଧୁ ଓ ସହକର୍ମୀଙ୍କ ମାଧ୍ୟମରେ ଆର୍ଥିକଦିଗରୁ ସୁବିଧା ଲାଭ କରିପାରିବେ ହେଲେ ପାରିବାରିକ ସମସ୍ୟା ମନକୁ ବିଚଳିତ କରିବ । ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡିକ ବନ୍ଧୁଙ୍କ ମାଧ୍ୟମରେ ସମ୍ପାଦନ କରିବାରେ ସମର୍ଥ ହେବେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଭଲ ହେବ । ନୀଚ ସଂସର୍ଗରୁ ଦୂରେଇ ରୁହନ୍ତୁ, ନଚେତ ଅଯଥାରେ ସମାଲୋଚିତ ହେବାକୁ ପଡିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ସହକର୍ମୀ ଓ ମିତ୍ରମାନଙ୍କ ସହାୟତା ଲାଭକରି ବାଣିଜ୍ୟ, ବ୍ୟବସାୟ, ଆଦି କ୍ଷେତ୍ରରେ କିଞ୍ଚିତ ସଫଳତା ପାଇବାର ଆଶା ରହିଛି । କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ସାମାଜିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପାରେ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ କରିବେ । ଆର୍ଥିକ ସମସ୍ୟା ପୂର୍ବଭଳି ଅକ୍ଷୁଣ୍ଣ ରହିପାରେ । ପ୍ରେସ୍‌, ପବ୍ଲିକେଶନ, ସଭାସମିତି, ରାଜନୀତି, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ । ସତର୍କତା ଅଭାବରୁ ଦ୍ରବ୍ୟ ନଷ୍ଟ ହୋଇପାରେ କିମ୍ବା ପାଖପୋଡଶୀଙ୍କ ସହ କଳହର ସୂଚନା ରହିଛି । ପରିବାରିକ ସମସ୍ୟାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମାନତାନ୍ତ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଉଭୟ ମିଶ୍ରଣ ଫଳ ପ୍ରଦାନ କରିବ । ନକରାତ୍ମକ ଚିନ୍ତାଧାରା ଯୋଗୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ ଓ ମାନସିକ ଉତ୍ତେଜନା କେତେକ କ୍ଷେତ୍ରରେ ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ତଥାପି କର୍ମକ୍ଷେତ୍ରରେ ସମସ୍ୟାକୁ ଏକାକୀ ସମ୍ମୁଖୀନ କରିବେ । ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ । ଅଫିସରେ ସହକର୍ମୀଙ୍କ ସହାୟତାରେ କେତେକ କାର୍ଯ୍ୟ ହାସଲ କରିନେବେ । ଦୀର୍ଘ ଦିନରୁ ପ୍ରଶାସନିକ ସ୍ତରରେ ରହିଥିବା ସମସ୍ୟାର ଆଶୁ ସମାଧାନ ହୋଇଯିବ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା ଆଶଙ୍କା ରହିଛି । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ମନରେ ଅସନ୍ତୋଷ ସୃଷ୍ଟି କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବିନମ୍ର ସ୍ଵଭାବ ଦ୍ଵାରା ଅନ୍ୟମାନଙ୍କୁ ନିଜର କରିପାରିବେ । ଆର୍ଥିକ କ୍ଷେତ୍ରରେ ସାମୟିକ ସୁଧାର ଆସିପାରେ । ପୂର୍ବର ଯୋଜନା ଅନୁଯାୟୀ କାର୍ଯ୍ୟଗୁଡିକ କରିଲେ କୌଣସି ଅସୁବିଧା ହେବ ନାହିଁ । କେତେକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ପଡି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେ ନାହିଁ । ଅଫିସରେ କାହାକୁ କିଛି ନକହି ମନ କଥା ମନରେ ଲୁଚାଇ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । କିନ୍ତୁ ଅତିଷ୍ଠ କାର୍ଯ୍ୟର ଚାପ ଯୋଗୁଁ ଉଚ୍ଚାଧିକାରୀଙ୍କ ସହ ମନୋମାଳିନ୍ୟ ଦେଖାଦେବାର ସମ୍ଭାବନା ରହିଛି । ଭାସମିତିରେ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ପରିବାରିକ ଜୀବନ ସୁଖଶାନ୍ତି ଅତୁଟ ରହିବ ଏବଂ ବୟସ୍କ ବ୍ୟକ୍ତିଙ୍କ ସହ ସନ୍ଧ୍ୟା ସମୟରେ କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆତ୍ମବିଶ୍ଵାସ ବଜାୟ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ମନରେ ଓଲଟପାଲଟ ଚିନ୍ତାଧାରା ଲାଗିରହିବା ଯୋଗୁଁ ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ । ସମସ୍ତ ପ୍ରକାରର ସୁବିଧା ଥିଲେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ, ଯାହାଫଳରେ କାର୍ଯ୍ୟଗୁଡିକ ଅଧାରେ ଅଟକି ଯାଇପାରେ । ଆର୍ଥିକ ସ୍ଥିତି ସଙ୍କଟାପର୍ଣ୍ଣ ରୂପା ଧାରଣ କରିପାରେ । ଧାର କରଜ କରି ମଧ୍ୟ ଆବଶ୍ୟକତାକୁ ପୂରଣ କରିବାକୁ ବାଧ୍ୟ ହେବେ । ଅଫିସ କାର୍ଯ୍ୟାଳୟରେ ଯେତେ ଭଲ କାମ କଲେ, ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା ବଦଳରେ ଆପଣଙ୍କ କାର୍ଯ୍ୟକୁ ନେଇ ଖୁଣ ବାହାର କରିବେ । ଅବଶ୍ୟ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ପରିବାରରେ ହଠାତ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି କାରଣରୁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଆତ୍ମୀୟ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମ ମୁଖର ହେବେ ଏବଂ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ ହେବେ । ମିଠା କଥା କହି ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ ପାଇଁ ସମର୍ଥନ ଓ ସାହାଯ୍ୟ ଆଶା କରିବେ । ଅଫିସରେ ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ, ପାରିବାରିକ ସୁଖଶାନ୍ତି ବୃଦ୍ଧି ପାଇବ । ସ୍ଵସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବ ଯୋଗୁଁ ମନ ଚଞ୍ଚଳ ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ନିଜର ବୁଦ୍ଧି ଓ ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ । ଆଜି ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟଗୁଡିକ ମନ୍ଥର ଗତିରେ ହେବ ଯୋଗୁଁ ସାମୟିକ ଚିନ୍ତା ଲାଗିରହିବ । ଆର୍ଥିକ ଦିଗରୁ ସୁବିଧା ସୁଗୋଗ ଥିଲେ ମଧ୍ୟ କାରବାରରୁ ଆଶାତୀତ ସଫଳତା ମିଳିବ ନାହିଁ । ଆର୍ଥିକ ଅଭିବୃଦ୍ଧି ପାଇଁ ନାନା ପ୍ରକାର କୌଶଳ ଆପଣାଇବେ । ଅଫିସ୍‌ କାମରେ ମାନସିକ ଅବସାଦ ଦୂର ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆତ୍ମୀୟ ସ୍ଵଜନଙ୍କ ଛଳନା ଓ ପ୍ରତାରଣାପୂର୍ଣ୍ଣ କଥା ମନକୁ କ୍ଷୁବ୍ଧ କରିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ହୋଇପାରେ କିମ୍ବା ଆଘାତ ଲାଗିପାରେ । ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ଭେଟ ସୁଖଦ ହେବ। ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପୂର୍ବରୁ ଲାଗିରହିଥିବା ସମସ୍ୟା ଅପରିବର୍ତ୍ତିତ ରହିବ । ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ଲାଭ ଲାଗିରହିଥିବା ସମସ୍ୟାରୁ ସାମୟିକ ଲାଘବ ହେବାର ସମ୍ଭାବନା ରହିଛି । ପରିସ୍ଥିତି ପଡି କାର୍ଯ୍ୟ ହାସଲ ପାଇଁ ଅଯଥା ତାଙ୍କ ଖର୍ଚ୍ଚ କରିବାକୁ ପଡିପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତ ମଧ୍ୟମ ଧରଣ ରହିବ । ଅଫିସରେ କାର୍ଯ୍ୟର ଚାପ ବଢିବା ଯୋଗୁଁ ମନରେ ବିରକ୍ତି ଭାବନା ଜାତ ହେବ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ବାଦବିବାଦର ସମ୍ମୁଖୀନ ହେବାକୁ ପଡିବ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କାକୁ ଏଡାଇ ପାରିବେ ନାହିଁ । କୌଣସି କାର୍ଯ୍ୟକୁ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ହଠାତ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ଦେଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । ପ୍ରତିକୂଳ ପରିସ୍ଥିତିରେ କର୍ମକ୍ଷେତ୍ରରେ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ଅଫିସରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସମାଜରେ କିଛି ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଦେଖା ସାକ୍ଷାତ କରି, ଆନୁଷ୍ଠନିକ କ୍ଷେତ୍ରରେ ଅଗ୍ରସର କରିବେ । ଦୀର୍ଘ ଦିନରୁ ପଡି ରହିଥିବା ବକେୟା ଟଙ୍କା କରିବାରେ ସମର୍ଥ ହେବେ । ଘନିଷ୍ଟ ବନ୍ଧୁଙ୍କ ଆଚରଣ ଦେଖି ମନରେ ସନ୍ଦେହ ସୃୃଷ୍ଟି ହେବ । ପରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଯୋଗୁଁ ମାନସିକ ସ୍ତରରେ କଷ୍ଟ ସହ୍ୟ କରିବାକୁ ପଡିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କଳ୍ପନାର ଦୁନିଆରେ ଘର ତୋଳିବେ । ମନରେ ଉଙ୍କି ମାରୁଥିବା ଆଶା ଓ ଆକାଂକ୍ଷାକୁ ଫଳପ୍ରଦ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବେ । ବ୍ୟବସାୟ ବାଣିଜ୍ୟରେ କାରବାର ମଧ୍ୟମ ଧରଣ ରହିବ । କର୍ମକ୍ଷେତ୍ରରେ ପ୍ରତି ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସମସ୍ୟାର କାରଣ ହୋଇପାରେ । ଉପରିସ୍ଥ କର୍ମଚାରୀଙ୍କ ସହ ଯୁକ୍ତିତର୍କ କାରଣରୁ କୌଣସି ସମସ୍ୟା ଆଶଙ୍କାରେ ବିବ୍ରତ ହୋଇପାରନ୍ତି । ରାଜନୈତିକ କ୍ଷେତ୍ରରେ ବିଷମ ପରିସ୍ଥିତି ଉପୁଜି ପାରେ । ବାରମ୍ବାର ପୁରୁଣା କଥାକୁ ଆଲୋଚନା କରିବା ଠିକ୍‌ ହେବନି । ପିଲାମାନଙ୍କ ପଢା ସମସ୍ୟା ଓ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ପାରିବାରିକ କ୍ଷେତ୍ରରେ ସୁଖଶନ୍ତି ବଜାୟ ରହିବ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ରାଶିରେ ରେବତୀ ନକ୍ଷେତ୍ରର ଅବସ୍ଥାନ ଯୋଗୁଁ ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ଅତୁଟ ରହିବ । କିନ୍ତୁ କର୍ମକ୍ଷେତ୍ରରେ କେତେକ ଅସ୍ଵଭାବନୀୟ ଘଟଣା ଘଟିପାରେ । ଯେଉଁ କାର୍ଯ୍ୟ କରିବାକୁ ମନସ୍ଥ କରିଥିଲେ, ଆଜି ସେହି କାର୍ଯ୍ୟ କରିବାରେ ସମ୍ୟକ କଷ୍ଟ ସହ୍ୟ କରିବାକୁ ପଡିବ । ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାର୍ଯ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ଶୋଚନୀୟ ରହିବା ଯୋଗୁଁ ମନରେ ଅଜସ୍ର ଚିନ୍ତା ଲାଗିରହିବ । ଅଫିସରେ ସହକର୍ମୀମାନେ ନିଜ ନିଜର ଫାଇଦା ହାସଲ କରିବା ନିମନ୍ତେ ଆପଣଙ୍କୁ ଫୁସୁଲାଫୁସୁଲି କରି ସେମାନଙ୍କ କାର୍ଯ୍ୟ ଆପଣଙ୍କ ଉପରେ ଲୋଦି ଦେଇପାରନ୍ତି । ପରିବାରରେ ଆପୋସ ବୁଝାମୁଣା ଦ୍ଵାରା ପୁନଶ୍ଚ ସୁଖଶାନ୍ତି ଫେରି ଆସିବ । ବୈବାହିକ ଜୀବନରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ବାବା ଭୋଳାନାଥ ।

Leave a Reply

Your email address will not be published. Required fields are marked *