25 ଅପ୍ରେଲ୍ 2021, ରବିବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ମଙ୍ଗଳଦାୟକ ରହିବ । ପ୍ରତିଟି କ୍ଷେତ୍ରରେ

25 ଅପ୍ରେଲ୍ 2021, ରବିବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ମଙ୍ଗଳଦାୟକ ରହିବ । ପ୍ରତିଟି କ୍ଷେତ୍ରରେ

25 ଅପ୍ରେଲ୍ 2021, ରବିବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଦିନଟି ମଙ୍ଗଳଦାୟକ ରହିବ । ପ୍ରତିଟି କ୍ଷେତ୍ରରେ ପାଇବେ ମନୋବାଞ୍ଛିତ ଫଳ…

ଆଜି ଆମେ ଆପଣଙ୍କୁ ୨୫ ଅପ୍ରେଲ୍ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଉଦ୍ରେକ ହେବ । ଆଜି କର୍ମଭାବକୁ ମଙ୍ଗଳଙ୍କ ଦୃଷ୍ଟି ଶନିଙ୍କ ଉପରେ ନିପତିତ ହେଉଥିବାରୁ ଯେକୌଣସି ପରିସ୍ଥିତିରେ ମଧ୍ୟ କାର୍ଯ୍ୟ ହାସଲ କରିନେବେ । ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ବୃତ୍ତିଗତ କର୍ମ ଅବା ବ୍ୟବସାୟ ବାଣିଜ୍ୟରେ କେତେକ ଅପ୍ରୀତିକର ଘଟଣାର ସମ୍ମୁଖୀନ କରିବା ଯୋଗୁଁ ମନ ବିଚଳିତ ରହିବ । ଅଫିସରେ ସ୍ଥଗିତ ଥିବା କାର୍ଯ୍ୟ ନିମନ୍ତେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ସାମାଜିକ ସ୍ତରରେ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି । ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ ନେଇ କଳହ ସୃଷ୍ଟି ହୋଇପାରେ । ବୈବାହିକ ଜୀବନ ଆନନ୍ଦମୟ ହେବ । ସ୍ଵାସ୍ଥ୍ୟରେ ଊନ୍ନତି ଘଟିବାର ସମ୍ଭାବନା ରହିଛି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦୈହିକ ଅସୁସ୍ଥତା ମାନସିକ ସୁସ୍ଥତାକୁ କ୍ଷୁଣ୍ଣ କରିବା ହେତୁ କୌଣସି କାମରେ ମନ ଲାଗିବ ନାହିଁ । ଚନ୍ଦ୍ର ଓ ବୃହସ୍ପତି ଷଡ଼ାଷ୍ଟକ ସ୍ଥିତି ଯୋଗୁଁ ବକେୟା ଅର୍ଥ ଆଦାୟ କରିବାକୁ ଯାଇ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ମାନ୍ଦା ନ ଥିଲେ ମଧ୍ୟ ଋଣ ପରିଶୋଧ କରିବାରେ ପଛେଇ ଯିବାକୁ ପଡ଼ିବ । ପ୍ରକଳ୍ପ କାମ, ନିର୍ମାଣ ତଥା ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ଅସୁବିଧାରେ ଥିଲେ ମଧ୍ୟ ଉଚ୍ଚାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ । ଅଫିସ୍ ଆୟୋଜିତ ବୈଠକରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସମ୍ଭାଳିନେବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଧର୍ମଚର୍ଚ୍ଚା, ସତ୍-ସଂଘରେ ଯୋଗ ଦେଇପାରନ୍ତି । ମାଲିମକଦ୍ଦମାରେ ଆପୋସ ବୁଝାମୁଣା ଦ୍ଵାରା ସମସ୍ୟାକୁ ସମାଧାନ କରିନେବେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଯଥେଷ୍ଟ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ମାନସିକ ସ୍ତରରେ ବ୍ୟଗ୍ରତା ଓ ଅସ୍ଥିରତା ବୃଦ୍ଧି ପାଇବ । ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବାର ଆଶଙ୍କା ରହିଛି । ବ୍ୟବସାୟୀମାନେ ଲକ୍ଷ୍ୟ ହାସଲ କରିବା ପରିପ୍ରେକ୍ଷୀରେ ଅଗ୍ରସର ହେବେ କିନ୍ତୁ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଅଫିସରେ ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ତର୍କବିତର୍କ ସୃଷ୍ଟି ହୋଇପାରେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ସମାଜର ଅଭିଜ୍ଞ ବ୍ୟକ୍ତିଙ୍କ ସହ ଦେଖାସାକ୍ଷାତ ହୋଇପାରେ । ପାରିବାରିକ ସ୍ତରରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବ ନାହିଁ । ଅନ୍ୟର ବିବାଦୀୟ ପରିସ୍ଥିତିରେ ପକ୍ଷପାତିତା କରିଲେ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ସହଧର୍ମୀଙ୍କ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ; ସମସ୍ତ କାର୍ଯ୍ୟ ଯଥାବିଦ୍ଧି ସମୟରେ ସମାପ୍ତ ହେବ । ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ଥିବା ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ ଫଳ ପାଇବେ । କର୍ମକ୍ଷେତ୍ରରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସ୍‌ରେ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ସ୍ଥଗିତ ରହିପାରେ । ପ୍ରଶାସନିକ ସ୍ତରରେ ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ସମସ୍ୟାକୁ କେନ୍ଦ୍ର ନିଜ ମନ୍ତବ୍ୟ ଦେଲେ ସମାଲୋଚିତ ହେବାକୁ ପଡିବ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଚନ୍ଦ୍ର ରାହୁଙ୍କ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ମାର୍ଗରେ ଅନୁଧାବିତ କରାଇପାରନ୍ତି । କର୍ମକ୍ଷେତ୍ରରେ ଜଞ୍ଜାଳ ଏତେ ମାତ୍ରାରେ ବଢ଼ିଯିବ ଯେ ନିଃଶ୍ଵାସ ନେବାକୁ ଫୁରୁସତ୍‌ ମଧ୍ୟ ପାଇବେ ନାହିଁ । ବ୍ୟବସାୟ ଓ ବାଣିଜ୍ୟରେ ତରବରିଆ ପଦକ୍ଷେପ ଆପଣଙ୍କ ପାଇଁ କ୍ଷତି ସାବ୍ୟସ୍ତ ହେବ, ତେଣୁ ବୁଝି ବିଚାରି କାର୍ଯ୍ୟ କରନ୍ତୁ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିରକ୍ତିଭାବ ଜାତ ହେବ । ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ । ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ । ବିଭିନ୍ନ ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ । ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସମଲେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନ ଉଦାସ ରହିବ । ଶନିକ୍ଷେତ୍ରସ୍ଥ ବୃହସ୍ପତିଙ୍କ ଦୁର୍ବଳତା ପରିବାରରେ ଅଶାନ୍ତ ପରିସ୍ଥିତି, ବନ୍ଧୁଙ୍କ ଅନୁଚିତ କାର୍ଯ୍ୟକଳାପ ଦୁଶ୍ଚିନ୍ତାର କାରଣ ହୋଇପାରେ । ଆର୍ଥିକ ଅନଟନ ଓ ପାରିବାରିକ କ୍ଷେତ୍ରରେ ରହିଥିବା ବ୍ୟତିକ୍ରମରୁ ମାନସିକ ଶାନ୍ତି ବ୍ୟାହତ ହେବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଅଫିସରଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ । ବ୍ୟବସାୟ, ନିର୍ମାଣ, କଚେରି ମାମଲା ଦିଗରୁ ଆଶ୍ୱସ୍ତି ଲାଭର ସୂଚନା ପାଇବେ । ରାଜନୈତିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପରିବାରରେ କାହାରି ସ୍ୱାସ୍ଥ୍ୟ ହାନୀ କାରଣରୁ ମନରେ ଚିନ୍ତା ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ପୂରା ଦିନ ମନ ପ୍ରସନ୍ନ ରହିବ । ତିନୋଟି ଗ୍ରହ ରାଶିକୁ ଦେଖୁଥିବାରୁ ଯାହା ଚାହୁଁଛନ୍ତି ତାହା କରିପାରିବେ, ପ୍ରତିବନ୍ଧକ ବିନା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଚାକିରି କରୁଥିବା କର୍ମଜୀବିଙ୍କୁ ଅଯଥାରେ ଉଚ୍ଚଧିକାରୀଙ୍କ ନିକଟରେ ଅପମାନିତ ହେବାକୁ ପଡିପାରେ । ଜମିଜମା କିମ୍ବା ନିର୍ମାଣ ଓ ସାଙ୍ଗଠନିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ପରିବାରରେ ବୁଝାମଣା କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି । ଆତ୍ମୀୟ ସ୍ଵଜନଙ୍କ ସହାୟତା ପାଇବା ଯୋଗୁଁ ହାତକୁ ନେଇଥିବା କାର୍ଯ୍ୟ ସମ୍ପନ୍ନ କରିପାରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା ଆଖଣ୍ତଳମଣି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନ ପ୍ରଫୁଲ୍ଲ ରହିବ । କିନ୍ତୁ କର୍ମାଧିପ ଅଷ୍ଟମସ୍ଥ ହେତୁ ଅନୁପସ୍ଥିତି ପାଇଁ କୈଫିୟତ ଦେବାକୁ ପଡ଼ିପାରେ । ବ୍ୟବସାୟରେ ଭଲ ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ଅଫିସର କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷମାନେ ନିଜକୁ ଜନସେବାରେ ନିୟୋଜିତ କରି ଲୋକ ସମ୍ପର୍କ ବୃଦ୍ଧି କରିବେ । ପୂର୍ବର ଅସୁବିଧାଜନକ ସମୟ କ୍ରମଶଃ ବଦଳିଯିବ ଓ ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ । ଯାତ୍ରା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢ଼ିବା ବ୍ୟତୀତ ଲାଭ କିଛି ହେବନି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ ନିଜ କାର୍ଯ୍ୟକୁ ପରିଚାଳନା କରନ୍ତୁ । ସ୍ଵଗୃହୀ ବଳବାନ୍‌ ଧନାଧିପଙ୍କ ଯୋଗୁଁ ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଏବଂ କୌଣସି ମୂଲ୍ୟବାନ୍‌ ଜିନିଷ ଖରିଦ କରିପାରନ୍ତି । କର୍ମକ୍ଷେତ୍ରରେ ନିଜର ଯୋଜନାମୁତାବକ କାମ କରିବେ ଓ ଉପକୃତ ମଧ୍ୟ ହେବେ । କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହା ସମସ୍ୟା ବହୁଳ ହୋଇପାରେ । ଅଫିସରେ ସହକର୍ମୀଙ୍କ ଅସହଯୋଗ ମନୋବୃତ୍ତି ଯୋଗୁଁ ମନରେ ସରସତା ରହିବ ନାହିଁ । ବକ୍ ଅସଂଯମତା କାରଣରୁ କେତେକ କ୍ଷେତ୍ରରେ ଅପମାନିତ ହେବାକୁ ପଡିବ । ଆତ୍ମୀୟମାନେ ଆପଣଙ୍କ କାର୍ଯ୍ୟକୁ ପସନ୍ଦ ନ କଲେ ମଧ୍ୟ ମୁହଁ ଆଗରେ କିଛି କହିପାରିବେ ନାହିଁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଅତୀତର କେତେକ ଘଟଣାକୁ ସ୍ମରଣ କରି ମନରେ ଅଯଥା ଆଶଙ୍କା ଉପୁଜିବ । ଚତୁର୍ଥସ୍ଥ ଗ୍ରହ ପ୍ରଭାବରେ ପାରିବାରିକ କ୍ଷେତ୍ରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ । ବନ୍ଧୁ ଓ ସହକର୍ମୀଙ୍କ ମାଧ୍ୟମରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ । ପ୍ରତିବନ୍ଧକ ଲାଗି ରହିବା କାରଣରୁ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ । ସମାଜିକ ଜନକଲ୍ୟାଣ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ପରକଥାରେ ପଡି ଭୁଲ୍‍ ମାର୍ଗର ଅନୁସରଣ କରିଲେ, ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଶାରୀରିକ ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତା ପ୍ରକଟ କରିପାରନ୍ତି । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ରାଶିସ୍ଥ ବୃହସ୍ପତିଙ୍କ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ବିବାଦରୁ ତ୍ରାହି ପାଇବେ । ବ୍ୟବସାୟରେ ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ । ବ୍ୟବସାୟରେ ସୁଧାର ଆସିବ । ଅଫିସରେ ସୁସ୍ଥ ବାତାବରଣ ରହିଲେ ମଧ୍ୟ ପୁରୁଣା ବିବାଦକୁ କେନ୍ଦ୍ର କରି କେତେକ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକି ଯିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର କାରଣ ହୋଇପାରେ । ଗୃହ ନିର୍ମାଣ କିମ୍ବା ସାଜସଜ୍ଜା ଅଥବା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବା ଯୋଗୁଁ ମନରେ ଚଞ୍ଚଳତା ରହିବ ନାହିଁ । ରାଶିରେ କେତୁ ଗ୍ରହର ଅବସ୍ଥାନ ଯୋଗୁଁ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗି ରହିବ । ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ନୁହେଁ । ସମାଜର ସମ୍ମାନିତ ବ୍ୟକ୍ତିଙ୍କ ଠାରୁ ସାନ୍ନିଧ୍ୟ ପ୍ରାପ୍ତ କରିବେ । ଅପରାହ୍ନରେ ଅର୍ଥନୈତିକ ଉନ୍ନତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ଯୋଗୁଁ ମନ ଖୁସି ରହିବ । ପରୋକ୍ଷ ଶତ୍ରୁତା, ଶାରୀରିକ ଅସୁସ୍ଥତା, ପୁରାତନ ରୋଗର ପୀଡ଼ା ଓ ପାରିବାରିକ କ୍ଷେତ୍ରରେ ମତାନ୍ତର ଯୋଗୁଁ ସାମୟିକ ଚିନ୍ତିତ ରହିବେ । ସନ୍ତାନଙ୍କ ସ୍ଵସ୍ଥ୍ୟାବସ୍ଥାରେ ଅବନତି ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

Leave a Reply

Your email address will not be published. Required fields are marked *