24 ମଇ 2021, ସୋମବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ବାବା ଭୋଳାନାଥଙ୍କ ଆଶୀର୍ବାଦ ରହିବ । କର୍ମକ୍ଷେତ୍ରରେ

24 ମଇ 2021, ସୋମବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ବାବା ଭୋଳାନାଥଙ୍କ ଆଶୀର୍ବାଦ ରହିବ । କର୍ମକ୍ଷେତ୍ରରେ

24 ମଇ 2021, ସୋମବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ବାବା ଭୋଳାନାଥଙ୍କ ଆଶୀର୍ବାଦ ରହିବ । କର୍ମକ୍ଷେତ୍ରରେ ମନୋସ୍କାମନା ପୂରଣ ହେବ ।

ଆଜି ଆମେ ଆପଣଙ୍କୁ ୨୪ ମଇ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନର ଅସନ୍ତୋଷକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିପାରିବେ ନାହିଁ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁ ଓ ସହକର୍ମୀମାନେ ସହାୟତାରେ ଆର୍ଥିକ ସଙ୍କଟ ସମ୍ୟକ ଦୂରେଇ ଯିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଯେତେ ପରିଶ୍ରମ କରିଲେ ମଧ୍ୟ ଉପଯୁକ୍ତ ପରିଶ୍ରମିକ ପାଇପାରିବେ ନାହିଁ । କେତେକ କ୍ଷେତ୍ରରେ ନିଜକୁ ପରିସ୍ଥିତି ସହ ପାଖୁଆଇ ଚଳିବାକୁ ବାଧ୍ୟ ହେବେ । ଅଫିସରେ ସମସ୍ତ କଥାକୁ ହାଲୁକା ଭାବରେ ଗ୍ରହଣ କଲେ ଅସୁବିଧାରେ ପଡ଼ିପାରନ୍ତି । ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ । ଆର୍ଥିକ ଅନଟନ ମଧ୍ୟରେ ପାରିବାରିକ ଅସ୍ଥିରତା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ମନରେ ଅଯଥା ଆଶଙ୍କା ଉପୁଜିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଯେତିକି ଭଲ ରହିବ ସେତିକି ମନ୍ଦ ମଧ୍ୟ ରହିବ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟ ଓ ଆନୁସ୍ଥାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଗତ କିଛି ଦିନ ଧରି ଯେଉଁ କାମ କରିବାକୁ ଚେଷ୍ଟା କରୁଛନ୍ତି, ସେଥିରେ ଉପକୃତ ପାଇବେ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କୁ ତାଗିଦ୍ କରି ସାମୟିକ ଉତ୍ତେଜନାରେ କିଛି କଥା କହିବା ଯୋଗୁଁ କର୍ମଚାରୀମାନେ ମୁହଁ ଫୁଲାଇବେ ଓ ଆପଣଙ୍କୁ ଭୁଲ ବୁଝେବେ । ବ୍ୟବସାୟ କାରବାରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । କୌଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ସହକର୍ମୀ କିମ୍ବା ପୋଡଶୀଙ୍କ ବ୍ୟତିଗତ କଥାରେ ମୁଣ୍ଡ ନ ପୁରାଇବା ଭଲ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ଲାଭ ହେବ । ନୂତନ କାର୍ଯ୍ୟ କରିବା ପାଇଁ ମନରେ ଦୃଦ ଆଶା ସଂଚାର ହେବ । କାରବାର ସମ୍ବନ୍ଧରେ ବଡ଼ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । କମ୍ପାନୀ ତରଫରୁ ବିଦେଶ ଯାଇପାରନ୍ତି । ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କର କର୍ମଉପରେ ନଜର ପଡ଼ିପାରେ । ବିବାଦୀୟ ଘଟଣାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି; ବାସ୍ତବରେ ସେପରି କିଛି ହେବନି । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଜମଜିମା, ମାଲିମକଦ୍ଦମା, ନିର୍ମାଣ, ଯୋଗାଯୋଗ, ସାମ୍ବାଦିକତା, ଏଜେନ୍ସିପ୍‌ରେ ପ୍ରତିଷ୍ଠା ଅର୍ଜନ କରିବେ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ଶୁଭରଙ୍ଗ: ସୁଧାର । ଆରାଧନା : ମାଆ ରାମଚଣ୍ତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନତି ଆପଣଙ୍କ ପାଇଁ ଖଟା ମିଠା ରହିବ । ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଆଡଜଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି; ବାସ୍ତବରେ ସେମିତି କିଛି ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇପାରେ । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌େର ସକ୍ଷମ ହେବେ । ପ୍ରତିଦ୍ୱନ୍ଦ୍ୱିତା ବଢି ଚାଲିବା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ତଥା ବିଦେଶଯାତ୍ରା ଓ ନୂତନକର୍ମାରମ୍ଭରେ ସଫଳତା ମିଳିବ । ଅଫିସରେ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ କିନ୍ତୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବିଭିନ୍ନ ପ୍ରକାରର ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ଭୁଲ୍‌ ବୁଝାମଣାରୁ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ପରିସ୍ଥିତି ମନ୍ଦ ହେବ ନାହିଁ । ଅଫିସରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିନେବେ । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଅନ୍ୟମାନଙ୍କ କଥାକୁ ପରିଚାଳିତ ଭୁଲ ମାର୍ଗ ଅନୁସରଣ କରିବେ ଓ ଶେଷରେ ମୁଣ୍ଡରେ ହାତ ଦେଇ ବସିବେ । ପରିବାରିକ କ୍ଷେତ୍ରରେ ନିଜ ଲୋକମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବନ୍ଧୁମାନଙ୍କ ସାହାଯ୍ୟରୁ କାର୍ଯ୍ୟସିଦ୍ଧି ଘଟିବା ସହ ମୂଲ୍ୟବାନ୍‌ ଦ୍ରବ୍ୟଲାଭ ହେତୁ ଖୁସୀ ହେବେ । ପାରିବାରିକ କ୍ଷେତ୍ର କିଛି ମାତ୍ରାରେ ପ୍ରଭାବିତ ରହିବ । କର୍ମକ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠା ସହ ନିଜ କାର୍ଯ୍ୟ କରିବେ । ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ହୋଇଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ବାଦବିବାଦ ଠାରୁ ଦୂରେଇ ରହିବା ଭଲ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଜନିତ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭଲ ସମ୍ପର୍କ ରଖିଥିବା ବନ୍ଧୁଙ୍କ ସହ ଯୁକ୍ତିତର୍କକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । କିନ୍ତୁ ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କର୍ମକ୍ଷେତ୍ରରେ ଅଟକି ଯାଇଥିବା କାମକୁ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗରେ ପୂରଣ କରିନେବେ । ଅଫିସର ପରିବେଶ ସୁସ୍ଥ ରହିଲେ ମଧ୍ୟ କେତେକ କାମର ଟିକେ ଗତିରୋଧ ଦେଖାଦେଇପାରେ । ଆଜି ଏପରି କେତେକ ପରିସ୍ଥିତିର ସାମ୍ନା କରିବେ, ଯାହାର ନିଷ୍ପତ୍ତି ନେବା ସମୟରେ ଦ୍ଵନ୍ଦରେ ପଡିଯିବେ । ସାମ୍ବାଦିକତା, ପ୍ରକାଶନ, ରାଜନୀତି ଓ ନିର୍ମାଣ ଆଦି କ୍ଷେତ୍ରରୁ ଆଶାନୁରୂପକ ଫଳ ପାଇବେ । ଅନ୍ୟମାନଙ୍କ କଥାକୁ ବିଶ୍ଵାସ କରିଲେ, ପାରିବାରିକ ପରିବେଶରେ ବିଶୃଙ୍ଖଳାକୁ ଏଡାଇ ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ । ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ । କୌଣସି କ୍ଷେତ୍ରରେ ମଧ୍ୟ ଅନ୍ୟମାନଙ୍କୁ ବିଶ୍ଵାସ କରି କାମ କରନ୍ତୁ ନାହିଁ । ଆଜି ଅନ୍ୟମାନେ ନିଜ ସ୍ଵାର୍ଥ ହାସଲ ପାଇଁ ଆପଣଙ୍କୁ ମନ ଭୁଲାଣିଆ କଥା କହି ହୃଦୟ ଜିଣିବାକୁ ଚେଷ୍ଟା କରିବେ । ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସରେ ଅତ୍ୟଧିକ କାର୍ଯ୍ୟର ଚାପ ଯୋଗୁଁ ମନରେ ଅତିଷ୍ଠଭାବ ଜାତ ହେବେ କିନ୍ତୁ ଅଫିସର ଉଚ୍ଚଧିକାରୀ ସହ ସମ୍ପର୍କ ଭଲ ରହିବ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରାରଣ ଦେଇ ପ୍ରଶଂସିତ ହେବେ । ପାଖ, ପଡୋଶୀମାନେ କଥାବାଡରେ ଲୁଗା ପକାଇ କଳହ କରିପାରନ୍ତି । ପରିବାର ସଦସ୍ୟଙ୍କ ଅସହଯୋଗ ଓ ସନ୍ତାନଙ୍କ ସ୍ଵାସ୍ଥ୍ୟହାନି କାରଣରୁ ଚିନ୍ତିତ ରହିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ବନ୍ଧୁ, ସହକର୍ମୀ ଓ ପରିବାର ସଦସ୍ୟଙ୍କ ସହଯୋଗ ସାହାଯ୍ୟର ଅଭାବ ରହିବ ନାହିଁ । ମନ ଚାହୁଁଥିବା କାର୍ଯ୍ୟଟି କରିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ କର୍ମକ୍ଷେତ୍ରରେ ଏକାଧିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଅଫିସରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ ଓ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ଯୋଗ ଦେବାର ସୁଯୋଗକୁ ହାତଛଡା କରିବେ ନାହିଁ । ରାଜନୀତି, ପ୍ରଶାସନ କ୍ଷେତ୍ରରେ ଲାଗିରହିଥିବା ଦ୍ଵାରା ସାମୟିକ ଦୂର ହେବ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କହାନିର ସମ୍ଭାବନା ରହିଛି । ପରିବାରରେ ହସଖୁସିର ବାତାବରଣ ରହିବା କିନ୍ତୁ ଆକସ୍ମିକ ଭାବେ କାହାରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ମନ ବିଚଳିତ ହୋଇ ଉଠିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ । କିନ୍ତୁ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ର କରି କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ମନାନ୍ତର ଦେଖାଦେବ ପଶ୍ଚାନ୍ତରେ ନିଜ ଭୁଲକୁ ନେଇ ଅନୁତାପ କରିବେ । ଅଫିସରେ ସୁସ୍ଥ ପରିବେଶ ମଧ୍ୟରେ ନିଜ କାର୍ଯ୍ୟକୁ ସୁରୁଖୁରୁରୁରେ ସମ୍ପାଦନ କରିନେବେ । ସାମାଜିକ ସ୍ତରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ । ପରିବାର ମଧ୍ୟରେ ଛୋଟ ଛୋଟ କଥାକୁ ଧରି ବସିଲେ, ସମସ୍ୟାର ସମାଧାନ ବଦଳରେ ଅଶାନ୍ତିର ପରିବେଶ ଦେଖାଦେବ । ପାରିବାରିକ କ୍ଷେତ୍ରରେ ବୟସ୍କଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ । ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ମଜବୁତ ରହିବ । କର୍ମକ୍ଷେତ୍ରରେ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଆର୍ଥିକ କ୍ଷେତ୍ରରେ କୌଣସି ଅଭାବ ପରିଲକ୍ଷିତ ହେବ ନାହିଁ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମକୁ ପ୍ରଶଂସା କରିବେ । ସଂଗଠନ କିମ୍ବା ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇ ଯିବେ । ନିର୍ମାଣ କାର୍ଯ୍ୟକୁ ଶେଷ ପର୍ଯ୍ୟାୟ ପହଞ୍ଚିବ । ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଯୁକ୍ତିଯୁକ୍ତ କଥା କହି କୌଶଳ କ୍ରମେ ସମାଧାନ କରିବାରେ ସମର୍ଥ ହେବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ବୈବାହିକ ଜୀବନ ପ୍ରମମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *