24 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବେ । କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ

24 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବେ । କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ

24 ମାର୍ଚ୍ଚ 2021, ବୁଧବାର :- ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଦୁଃଖକଷ୍ଟ ଦୂର ହେବେ । କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ।

ଆଜି ଆମେ ଆପଣଙ୍କୁ ୨୪ ମାର୍ଚ୍ଚ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନ ଆନନ୍ଦ ଓ ଉଲ୍ଲାସ ରହିବ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । କିନ୍ତୁ ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ କିଛି ଅସୁବିଧା ହେବ ନାହିଁ । ଅବହେଳା ଯୋଗୁଁ ଉପରିସ୍ଥ କର୍ମଚାରୀଙ୍କୁ କୈଫତ୍‌ ଦେବାକୁ ପଡ଼ିପାରେ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ଜଞ୍ଜାଳ ବୃଦ୍ଧି ଓ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ବିଭିନ୍ନ ପ୍ରକାରର କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ କରନ୍ତୁ, ନତୁବା କିଛିଟା ଅସୁବିଧାର ସମ୍ଭାବନା ରହିଛି । ଅଫିସ କିମ୍ବା କର୍ମକ୍ଷେତ୍ରରେ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କହିପାରିବେ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ି ପାରନ୍ତି । ବିଭିନ୍ନ ପ୍ରକାରର ପ୍ରତିବନ୍ଧକ କାରଣରୁ ଉଚ୍ଚ ଆଶା ଆଶାରେ ହିଁ ରହିଯାଇପାରେ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥତା ରହିବ ନାହିଁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ବୃଦ୍ଧି ପାଇବ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଶିଳ୍ପ, ବାଣିଜ୍ୟ ଓ ଯାତ୍ରା ପାଇଁ ସମସ୍ୟା ରହିବ ନାହିଁ । ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତ କଥା ଅଫିସ କର୍ମଚାରୀମାନେ ଶତ୍ରୁତା କରିପାରନ୍ତି । ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସ୍ଥାବର ସଂପତ୍ତିର କାଗଜପତ୍ର କରିବା ସମୟରେ ବିଶେଷ ଧ୍ୟାନ ରଖିବେ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଅତୀତର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନା କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ମାନସିକ ଶାନ୍ତି ପାଇଁ ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ଅଫିସରେ କାର୍ଯ୍ୟ ଭାର ଅଧିକ ରହିବା ସଙ୍ଗେସଙ୍ଗେ ସହକର୍ମୀଙ୍କ ଅକାଟ୍ୟ ବାକ୍ୟ ମନକୁ ବିଭ୍ରାନ୍ତ କରିବ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ପରିବାରରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଆନୁଷ୍ଠାନିକ କାମରେ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ମାତାଙ୍କର ସ୍ଵାସ୍ଥ୍ୟକୁ ନେଇ ମନରେ ଚିନ୍ତା ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭଗବାନଙ୍କୁ ଆରୋଧନ କରନ୍ତୁ, ମନବଳ ବୃଦ୍ଧି ପାଇବ । ବିଳମ୍ବିତ ସମୟରେ ଅଭିଳାଷ ପୂରଣ ହେବାରୁ ମନରେ ବିଭିନ୍ନ ପ୍ରକାରର ଦୁର୍ଭାବନା ସ୍ଥାନ ପାଇବ । ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟା ମଧ୍ୟରେ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ଆଜିର କର୍ମକ୍ଷେତ୍ରରେ ବନ୍ଧୁମାନେ ନିଜ ନିଜର ଫାଇଦା ହାସଲ ପାଇଁ ଆପଣଙ୍କୁ ଫୁସୁଲାଫୁସୁଲି କଥା କହିବେ । କର୍ମକ୍ଷେତ୍ରରେ ଫାଇଲ୍‌ କାମରେ ବ୍ୟସ୍ତ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଅବଲମ୍ବନ ନ କଲେ, ସମସ୍ୟାରୁ ମୁକୁଳିବା କଷ୍ଟକର ହୋଇପାରେ । ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡିପାରେ । ସମ୍ପର୍କୀୟଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ । ପରିବାରରେ ପିଲାଙ୍କ ସହିତ ହସଖୁସିରେ ଦିନଟି ଅତିବାହିତ କରିବେ ଏବଂ ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନରେ ଆତ୍ମବିଶ୍ୱାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ଅର୍ଥ ସଂକଟ ଲାଗି ରହିବ । ସହକର୍ମୀ ଓ ବନ୍ଧୁ ନିକଟରୁ ଧାରକରଜ ମାଧ୍ୟମରେ ଅର୍ଥପ୍ରାପ୍ତି କରିପାରିବେ । ଔଷଧକ୍ରୟ, ଡାକ୍ତର ଫ’ କିମ୍ବା ଶାରୀରିକ ପରୀକ୍ଷାଜନିତ ବ୍ୟୟ ବୃଦ୍ଧି ହେବାର ସୂଚନା ରହିଛି । ଯେତେ ଭଲ କାମ କଲେ ମଧ୍ୟ ଏଣେ ଘରୁ ତେଣେ କର୍ମକ୍ଷେତ୍ରରୁ ଅଭିଯୋଗ ଆସିପାରେ । ବ୍ୟବସାୟରେ ନୂତନ କାରବାର କରିବା ପାଇଁ ମନସ୍ଥ କରିବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସତର୍କ ରୁହନ୍ତୁ । ଅପେକ୍ଷା କରୁଥିବା କାର୍ଯ୍ୟଟି ପୂରଣ କରିବା ପାଇଁ କଷ୍ଟକର ହେବ ନାହିଁ । ବିବାଦୀୟ ପରିସ୍ଥିତି ନିଜର ମନ୍ତବ୍ୟ ଦେଇ କଳହକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ବୃଥା ସନ୍ଦେହଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନ ଆନନ୍ଦ ଓ ଉଲ୍ଲାସ ରହିବ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ କିଛି ଅସୁବିଧା ହେବ ନାହିଁ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କଚେରି ମାମଲା କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ରହିଥିବା ବିଷମତା ନେଇ ଚିନ୍ତିତ ଥିଲେ ମଧ୍ୟ ଆପଣଙ୍କ କାମ ଅଟକିବ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା କାରଣରୁ ମନୋବଳ କ୍ରମଶଃ ହ୍ରାସ ପାଇବ। ତଥାପି ଆପଣ ମନ ବୁଝିଲା ଭଳି କଥା କହି ପାଖ ପଡୋଶୀଙ୍କୁ ଆପଣେଇ ନେବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ପାରସ୍ପରିକ ଆଲୋଚନା ମାଧ୍ୟମରେ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପାରିବାରିକ କ୍ଷେତ୍ରରେ କେତେକ କାରଣରୁ ସମସ୍ୟା ଉପୁଜିପାରେ । କିନ୍ତୁ ଆପଣ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ସ୍ଵାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପୂର୍ବ ଯୋଜନାନୁଯାୟୀ ପ୍ରତ୍ୟକ କାର୍ଯ୍ୟ କରିବେ ତଥାପି କିିଛି ନା କିିଛି ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ । ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକମାନେ ହିଁ ପ୍ରତିବନ୍ଧକ ସୃଷ୍ଟି କରିବେ । ଆପଣଙ୍କ ବ୍ୟକ୍ତିତ୍ଵକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ । ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ବିପଦ ଘଟିବାର ସମ୍ଭାବନା ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ରାଜନୈତିକ ସ୍ଥିତି ମଜ୍‌ବୁତ୍‌ ରହିବା ସଙ୍ଗକୁ ସାମାଜିକ ପ୍ରତିଷ୍ଠା ବଢିବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ବନ୍ଧୁ ଓ ଆତ୍ମୀୟମାନଙ୍କ ସହଯୋଗରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବା । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ବନ୍ଧୁଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଆଜିର ଚନ୍ଦ୍ର ଦେବଗୁରୁଙ୍କ ନକ୍ଷତ୍ରସ୍ଥ ହେତୁ ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁମାନେ ମାର୍ଗଦର୍ଶକ ସାଜିବେ । କିନ୍ତୁ ସାଧାରଣ ଘଟଣାକୁ ନେଇ ପଶ୍ଚ୍ୟାତପ କରିପାରନ୍ତି । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟକ୍ଷେତ୍ରରେ କଠିନ ପରିଶ୍ରମ ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ସୁସ୍ଥ ବାତାବରଣ ସହ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ସହମତିତା କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । କିନ୍ତୁ ଅପରାହ୍ନରେ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜିର ସକାଳୁଆ ଯାତ୍ରା ଆନନ୍ଦଦାୟକ ହେବ । ତରବରିଆ ପଦକ୍ଷେପ ନେଇ ଠିକ୍‌ କାମକୁ ଭୁଲ୍‌ କରିବେ । ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବବୋଧ ଜନିତ ଚିନ୍ତିତ ରହପାରନ୍ତି । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଅବିବାହିତଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । କିନ୍ତୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁ କାଳେ ସାହାଯ୍ୟ କରିବାକୁ ପଡିବ ଏହି ଆଶା ନେଇ ପାଖତଡ ମାଡିବେ ନାହିଁ । କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ । ସମାଜର ବିଶିଷ୍ଟ ବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ ପାଇପାରନ୍ତି । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । ଉନ୍ନତିର ନୂଆ ଦ୍ୱାରା ଖୋଲିବ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟଗୁଡିକ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବକେୟା ଅର୍ଥ ଆଦାୟ କରିବାକୁ ତର୍କର ସମ୍ମୁଖୀନ ହେବାକୁ ପଡିବ । ସ୍ଵାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

Leave a Reply

Your email address will not be published. Required fields are marked *