24 ଫେବୃୟାରୀ 2021, ବୁଧବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ବିଘ୍ନରାଜଙ୍କ ଆଶୀର୍ବାଦ ରହିବ । ଭାଗ୍ୟରେ

24 ଫେବୃୟାରୀ 2021, ବୁଧବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ବିଘ୍ନରାଜଙ୍କ ଆଶୀର୍ବାଦ ରହିବ । ଭାଗ୍ୟରେ

24 ଫେବୃୟାରୀ 2021, ବୁଧବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ବିଘ୍ନରାଜଙ୍କ ଆଶୀର୍ବାଦ ରହିବ । ଭାଗ୍ୟରେ ଆସିବା ନୂତନ ପରିବର୍ତ୍ତନ, ଆର୍ଥିକ ସ୍ଥିତି ରହିବ ମଜବୁତ…

ଆଜି ଆମେ ଆପଣଙ୍କୁ ୨୪ ଫେବୃୟାରୀ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଦିନଟିରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ । ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ କରିବେ ଓ କାର୍ଯ୍ୟ କାର୍ଯ୍ୟରେ ସଫଳତା ହାସଲ କରିବେ । ବ୍ୟବସାୟ, ବାଣିଜ୍ୟରେ ଲାଭ ନ ହେଲେ ମଧ୍ୟ ସମ୍ୟକ୍ ଟେନସନ୍‌ ଲାଗି ରହିବ । ମନରେ କାର୍ଯ୍ୟ ପ୍ରତି ଆଗ୍ରାହତା ଥିଲେ ମଧ୍ୟ ଅଫିସରେ ସହକର୍ମୀଙ୍କ ସହ ସହମତିରେ କାର୍ଯ୍ୟ କରିଲେ ଉପକୃତ ପାଇବେ । କର୍ମକ୍ଷେତ୍ରରେ କୌଣସି ନୂଆ ପ୍ରସ୍ତାବ ଉପରେ କାର୍ଯ୍ୟ କରିବେ । ଆର୍ଥିକ ପୂର୍ବ ପରି ରହିବ । ପରୋକ୍ଷ ଶତ୍ରୁତା କାରଣରୁ ନିର୍ମାଣାଧୀନ କାମଗୁଡ଼ିକ ବାଧାପ୍ରାପ୍ତ ହୋଇପାରେ । ନିଜ ସ୍ଵାର୍ଥ ହାସଲ ନ ହେବା ଯୋଗୁଁ ନିକଟ ସମ୍ପର୍କୀୟମାନେ ଦୂରେଇ ଯିବେ । ପରକଥାକୁ ବିଶ୍ଵାସ କରି କାର୍ଯ୍ୟ କରିଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ସ୍ଥିତି ଭଲ ଥିଲେ ମଧ୍ୟ ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି । ଅଫିସରେ ସ୍ଥଗିତ କାର୍ଯ୍ୟ ପାଇଁ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ସମାଜର ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉନ୍ନୟମ ମୂଳକ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ସକ୍ଷମ ହେବେ । ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ସହକର୍ମୀଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ମୁଣ୍ଡ ପୁରାଇଲେ, ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିପାରେ । ପାରିବାରିକ ବାତାବରଣ ଶାନ୍ତଶିଷ୍ଟ ଥିଲେ ମଧ୍ୟ ଅପରାହ୍ନରେ ସାଧାରଣ କଥାକୁ ନେଇ କଳହ ଦେଖାଦେଇପାରେ । ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରି ପାରିବାରିକ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ ଜାରି ରଖିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଏକାଧାରରେ ଅର୍ଥ ସଙ୍ଗକୁ ବିଶିଷ୍ଟ ବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ ହେବାର ଯୋଗ ରହିଛି । କର୍ମକ୍ଷେତ୍ରରେ କୌଣସି ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ ନାହିଁ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । ଅଫିସରେ ଏକ ସାଧାରଣକୁ ନେଇ ସହକର୍ମୀଙ୍କ ସହ ମନାନ୍ତର ହୋଇପାରେ । କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ରାଜନୈତିକ ସ୍ତରରେ ବନ୍ଧୁଙ୍କ କୂଟିଳ ଚିନ୍ତାଧାରା ମନକୁ ବ୍ୟଥିତ କରିବ । କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିବେ । ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ସାମୟିକ କଷ୍ଟ ଦାୟକ ରହିବ । କର୍ମକ୍ଷେତ୍ରର ଅପୂରଣୀୟ ଆଶା ମନରେ ଦୁଃଖ ଦେବା ସହ ଅଧିନସ୍ଥ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ମନକୁ ଆନ୍ଦୋଳିତ କରିବ । ପରୋକ୍ଷ ଶତ୍ରୁତା କାରଣରୁ ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ । ଅଫିସରେ ନିଜ କାର୍ଯ୍ୟକୁ ଠିକ ଭାବରେ ସଂପୂର୍ଣ୍ଣ କରିବା ସତ୍ତ୍ୱେ ମଧ୍ୟ ନିର୍ଦ୍ଧିଷ୍ଟ ସମୟରେ ଆବଶ୍ୟକ କାଗଜଗୁଡିକ ଖୋଜିପାଇବେ ନାହିଁ, ଯାହାଫଳରେ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚିତ ହେବାକୁ ପଡିବ । ସେବା ମନୋବୃତ୍ତି ନେଇ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଆନୁଷ୍ଠାନିକ କ୍ଷେତ୍ରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା ମାଲିମୋକଦ୍ଦମା ଜନିତ ସମସ୍ୟାର ସମାଧାନ ହୋଇଯିବ । ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦେବାଦେବୀଙ୍କ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରିଲେ କେତେକାଂଶରେ ଉପକୃତ ପାଇବେ । ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ବ୍ୟବସାୟ, ବାଣିଜ୍ୟରେ ସାମୟିକ ବାଧାବିଘ୍ନ ଲାଗିରହିବ କିନ୍ତୁ ବନ୍ଧୁଙ୍କ ସହାୟତାରେ ସମସ୍ୟାର ସମଧାନ ହୋଇଯିବା କାରଣରୁ ମନକୁ ଆଶ୍ଵସ୍ତି ମିଳିବ । ଅର୍ଥାଭାବ ଜନିତ ସମସ୍ୟା ଯୋଗୁଁ କେତେକ କାର୍ଯ୍ୟ ଅଧାରେ ଅଟକି ଯାଇପାରେ । ଅଫିସରେ ଦୃଢ ପଦକ୍ଷେପ ନେଇ କେତେକ ଦୁଃସାଧ୍ୟା କାର୍ଯ୍ୟକୁ ସହଜରେ ସମାଧାନ କରି, ନିଜ ପରିସର ମଧ୍ୟରେ ପ୍ରଶଂସିତ ହେବେ । ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ । ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହ କଥା କହିବା ସମୟରେ ଭାଷାର ସଂଯମ ରଖନ୍ତୁ । ପୁରାତନ ରୋଗ ପୀଡ଼ାରେ ଯନ୍ତ୍ରଣା ଅନୁଭବ କରିବାକୁ ପଡ଼ିପାରେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ହାତକୁ ନେଇଥିବା କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ଖର୍ଚ୍ଚାନ୍ତ କରିବାକୁ ପଡିବ । କାମଗୁଡିକ ବିଳମ୍ବ ସଂପୂର୍ଣ୍ଣ ହେବା ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟହେବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ବ୍ୟବସାୟରେ ଆର୍ଥିକ ସ୍ଥିତି କ୍ରମଶଃ ଶୋଚନୀୟ ହୋଇପାରେ । ଅଫିସରେ କାର୍ଯ୍ୟଭାର ଅଧିକ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ । କେତେକ ଆବଶ୍ୟକ ପୂରଣ କରିବା ସକାଶେ ବନ୍ଧୁ କିମ୍ବା ସହକର୍ମୀଙ୍କ ଠାରୁ ଧାର କରଜ କରିବାକୁ ପଡିବ । ସଭାସମିତି ଅବା ଆଲୋଚନା ପରିସରରେ ସତ କଥା କହି ବିବିଦର ଘେରରେ ଛନ୍ଦି ହୋଇପାରନ୍ତି । ସନ୍ଧ୍ୟାରେ ହଠାତ୍‌ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ପାରିବାରରେ ଅଶାନ୍ତିର ଝଡ ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ ସଫଳତା ନିଶ୍ଚୟ ପାଇବେ । ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବନୀୟ ପରିସ୍ଥିତି ଯୋଗୁଁ ଚିନ୍ତିତ ରହିବେ । ଶିଳ୍ପ, ବାଣିଜ୍ୟ, ରାଜନୀତି ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ନିଜର ଦୃଢ ମନୋବଳ ଯୋଗୁଁ କାର୍ଯ୍ୟଗୁଡିକ ଠିକ୍‌ ଭାବରେ ସମ୍ପର୍ଣ୍ଣ ହେବ କିନ୍ତୁ ଏଥିନିମନ୍ତେ ଅନେକ କଷ୍ଟ ସହ୍ୟ କରିବାକୁ ପଡିବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । କଳା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି । ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆପଣଙ୍କର ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଚିନ୍ତା ପାରନ୍ତି । କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟ କରିଲେ, କିଛିଟା ଉପକୃତ ହେବେ । କୌଣସି କାମରେ ଅଧିକ ପରିଶ୍ରମ କରିବେ କିନ୍ତୁ ପରିଶ୍ରମ ମୁତାବକ ପରିଶ୍ରମିକ ପାଇବେ ନାହିଁ । ଚେଷ୍ଟା କରୁଥିବା କାମରେ ମିତ୍ର ବନ୍ଧୁମାନେ ସହଯୋଗ କରିବେ । ଆଜି ଅଫିସରେ ସହକର୍ମୀ ନିଜର ଫାଇଦା ହାସଲ କରିବା ପାଇଁ ଆପଣଙ୍କୁ ଫୁସୁଲାଫୁସୁଲି କରିବେ । ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରରେ ରହନ୍ତୁ ଓ ଅନ୍ୟର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାନ୍ତୁ ନାହିଁ । କର୍ମକ୍ଷେତ୍ରରେ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ । ସ୍ଵାସ୍ଥ୍ୟ ଦୃଷ୍ଟିରୁ ଉନ୍ନତି ପରିଲକ୍ଷିତ ହେବାରୁ, ମନରେ ସାମୟିକ ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆକସ୍ମିକ ସମସ୍ୟା ଯୋଗୁଁ ସାମାନ୍ୟ ବିଳମ୍ବିତ ସମୟରେ କାର୍ଯ୍ୟଗୁଡିକ ସମ୍ପାଦିତ ହେବା ଯୋଗୁଁ ମନ ବିଚଳିତ ରହିବ । ପାରିବାରରେ ସ୍ନେହ, ଶ୍ରଦ୍ଧା ମିଳିଲେ ମଧ୍ୟ କେତେକ ଅପ୍ରୀତିକର କାର୍ଯ୍ୟକୁ ନେଇ ମନରେ ଦ୍ଵନ୍ଦ ଲାଗିରହିବ । ବହୁତ ଦିନ ହେଲା ଅଟକି ରହିଥିବା କାମଗୁଡ଼ିକ ନିମନ୍ତେ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ କିନ୍ତୁ ସହଧର୍ମୀଙ୍କ ପ୍ରେରଣାରେ କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକମାନଙ୍କୁ ଦାୟୀ କରିବେ । ବିଶେଷ ଭ୍ରମଣ ଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଘରଭଡ଼ା କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଚର୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦୀର୍ଘ ଦିନରୁ ଅଟକିଥିବା ଅମୀମାଂସିତ ସମସ୍ୟାର ସ୍ଥାୟୀ ସମାଧାନ ହେବାରେ ବନ୍ଧୁମାନେ ସହଯୋଗ କରିବେ । ପ୍ରତ୍ୟେକ କ୍ଷେତ୍ରରେ କାମ କରିବା ସକାଶେ ଉତ୍ସାହିତ ହେବେ ଓ ସଫଳତା ମଧ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିପାରେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୟୋସ୍କ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କିନ୍ତୁ ପାରିବାରିକ ଖର୍ଚ୍ଚ ଅଧିକ ଯୋଗୁଁ ମନରେ ସରସତା ରହିବ ନାହିଁ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଭଲ ରହିଲେ ମଧ୍ୟ ପ୍ରତ୍ୟେକ କାମରେ ଦ୍ଵନ୍ଦ ଲାଗିରହିବ । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ବ୍ୟବସାୟ ସ୍ଥିତି ମାଧ୍ୟମ ଧାରଣର ରହିବ । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ । ଅଫିସରେ ଉଚ୍ଚଧିକାରୀଙ୍କ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହୋଇ କୌଣସି ଗୁରୁଦାୟିତ୍ଵ ଅର୍ପଣ କରିପାରନ୍ତି । ବନ୍ଧୁଙ୍କ ଦ୍ଵାରା ପ୍ରଭାବିତ ହୋଇ ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ଦୀର୍ଘଦିନରୁ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଗୃହରେ ଆଗାମୀ ଦିନର କୌଣସି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ । କଠୋର ପରିଶ୍ରମ କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ହାତକୁ ନେଇଥିବା କାର୍ଯ୍ୟଟି ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଆଶାତୀଟି ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ଉଚ୍ଚଧିକାରୀ ସାନ୍ନିଧ୍ୟ ପାଇବେ ଓ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ଵରିନ୍ଵିତ କରିବେ । ଅଫିସରେ ଆୟୋଜିତ ବୈଠକରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହେବେ କିନ୍ତୁ ବନ୍ଧୁମାନେ ଈର୍ଷାପରାୟଣ ହୋଇପାରନ୍ତି । ପ୍ରଶାସନିକ ସ୍ତରରେ ତର୍କ ଓ ବିବାଦ ବୃଦ୍ଧି ପାଇବା କାରଣରୁ ଟେନସନ୍‌ ବଢିପାରେ । ଭୁଲ୍‌ ବୁଝାମଣା ଓ ଜିଦ୍‌ଖୋର କାରଣରୁ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ କଳହ ସୃଷ୍ଟି ହୋଇପାରେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ପାରିବାରିକ କେତେକ ସମସ୍ୟାକୁ ନେଇ ମନରେ ଚିନ୍ତା ଲାଗିରହିବ । ପରକଥାକୁ ଅନୁସରଣ କରି କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ସ୍ତ୍ରୀଙ୍କ ସହ ମତଭେଦ ହୋଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *