23 ଜାନୁୟାରୀ 2020, ଶନିବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପଦୃଷ୍ଟି ରହିବ । ବକେୟା ଅର୍ଥ

23 ଜାନୁୟାରୀ 2020, ଶନିବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପଦୃଷ୍ଟି ରହିବ । ବକେୟା ଅର୍ଥ

23 ଜାନୁୟାରୀ 2020, ଶନିବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପଦୃଷ୍ଟି ରହିବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ସୁଖଦମୟ ରହିବ ।

ଆଜି ଆମେ ଆପଣଙ୍କୁ ୨୩ ଜାନୁୟାରୀ ୨୦୨୧ ଶନିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ମନରେ ସକାରାତ୍ମକ ଭାବନା ନେଇ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ । କର୍ମଭାବରେ ଚାରୋଟି ଗ୍ରହ ଦ୍ୱାରା ସୃଷ୍ଟି ହୋଇଥିବା ରାଜଯୋଗ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ପ୍ରଦାନ କରିବ । ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ । ବ୍ୟବସାୟ, ପରିବହନ, ରପ୍ତାନି, ବାଣିଜ୍ୟ କ୍ଷେତ୍ରରେ ଆଶାନୁରୁପକ ଫଳ ପ୍ରାପ୍ତି କରିବେ । ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିପାରେ । ଅଫିସରେ ବାତାବରଣ ସୁସ୍ଥ ରହିବ କିନ୍ତୁ ମଧ୍ୟାହ୍ନରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କୌଣସି ବିଷୟକୁ ନେଇ ବନ୍ଧୁମାନଙ୍କ ସହ ଆଲୋଚନା କରିବା ପରେ ମନକୁ ଆଶ୍ୱସ୍ତି ମିଳିବ । ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସିତ ହେବେ । “କଣ୍ଟା ବାଡରେ ଲୁଗା ପକାଇବା ଭଳି” ପାଖପଡ଼ୋଶୀମାନେ ଅଯଥାରେ ତର୍କଜନିତ ବିବାଦ କରିପାରନ୍ତି । ଜୀବନସାଥୀଙ୍କ ସହ ତାଳମେଳ ଭଲ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିମଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ରାଶିରେ ପାପଗ୍ରହ ହେତୁ ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କରିବେ । ମାନସିକ ଅସ୍ଥିରତା କାରଣରୁ ପ୍ରତ୍ୟେକ କାର୍ଯ୍ୟ ବିଶୃଙ୍ଖଳା ଘଟିପାରେ । ପ୍ରତିବନ୍ଧକ ମଧ୍ୟରେ କାମଗୁଡିକ ଅଟକିଯିବା ସଙ୍ଗକୁ ଅର୍ଥ ସମ୍ପର୍କୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ କାର୍ଯ୍ୟରେ ବ୍ୟତିକ୍ରମ ଦେଖାଦେଇପାରେ । ତେଣୁ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । ସଭାସମିତି କିମ୍ବା ଅଫିସ୍‌ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମ ଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟାରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ ନାହିଁ । ପରିବାରର ସଦସ୍ୟଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆପଣଙ୍କ ନମ୍ର ବ୍ୟବହାର ଲାଗି ଆପଣଙ୍କୁ କିଛିଟା ଲାଭ ମିଳିବ । ଦୁଃସ୍ଥାନସ୍ଥ ଏକାଧିକ ଗ୍ରହ କାରଣରୁ ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ । ସାଧାରଣ କଥାରୁ ପାରିବାରିକ ଅଶାନ୍ତି ଓ କର୍ମକ୍ଷେତ୍ରରେ କଳହ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ମଧ୍ୟମ ଫଳ ପାଇବେ । କର୍ମକ୍ଷେତ୍ରରେ ମଧୁର କଥା କହି ଗ୍ରାହକଙ୍କ ମନ ଜିଣିବା ଲାଗି ଉଦ୍ୟମ କରିବେ । ଚାକିରିଜୀବୀମାନେ ଯେତେ ଭଲ କାମ କରିଲେ ମଧ୍ୟ କତ୍ତୃପକ୍ଷଙ୍କ ଠାରୁ ଅପମାନିତ ହେବାକୁ ପଡିବ । ପାରିବାରିକ ଦାୟିତ୍ଵ ଭଲ ଭାବେ ନିର୍ବାହ କରିବେ । ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସି କୌଣସି ନୂତନ ସନ୍ଦେଶ ଦେଇପାରନ୍ତି । ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କଳହର ସୂଚନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ନିଜ ଉପରେ ବିଶ୍ଵାସ ରଖନ୍ତୁ ଓ ଭଗବାନଙ୍କୁ ଆରୋଧନ କରନ୍ତୁ । ପ୍ରତିବାଦୀ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ସହଜ ସାଧ୍ୟ ନୁହେଁ । କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ସକ୍ଷମ ହୋଇପାରିବେ ନାହିଁ । ବୃତ୍ତିଗତ ବ୍ୟବସାୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ ଏବଂ ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ । ଅଫିସରେ ଅତି ଆପଣାର ବନ୍ଧୁଟି ଆଜି ହଠାତ ଅନ୍ୟର କଥାରେ ପ୍ରଭାବିତ ହୋଇ ଆପଣଙ୍କ ସହ ଶତ୍ରୁତା ଆଚରଣ କରି ବସିବ । ବେରୋଗରୀ ଯୁବକଙ୍କୁ କୌଣସି କର୍ମ ସଂସ୍ଥାନରେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ସ୍ଵନକ୍ଷତ୍ରସ୍ଥ ରବି ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସମସ୍ୟାର ସମାଧାନ ପନ୍ଥା ବାହାର କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ବନ୍ଧୁଙ୍କ ସହାୟତାରେ ବ୍ୟବସାୟିକ, ଆର୍ଥିକ, ସାମାଜିକ ପ୍ରତିଷ୍ଠା ପାଇଁ ଚେଷ୍ଟିତ ହେବେ । ଅଫିସରେ ଲାଗି ରହିଥିବା ବିବାଦ ସମାଧାନ ହେବ ଏବଂ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ । ପରିସ୍ଥିତି ବଶତଃ ଦୁଇ ପଇସା ଜାଗାରେ ଛ’ପଇସା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଆଇନ କାନୁନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ମିଳିବ । ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କୁ ଖଟାମିଠା ଫଳ ପ୍ରଦାନ କରିବ । ଭାଗ୍ୟାଧିପ ଶନିଙ୍କ ନକ୍ଷତ୍ରସ୍ଥ ହୋଇ ଷଷ୍ଠଭାବସ୍ଥ ଯୋଗୁଁ ନୈରାଶ୍ୟଜନକ ସ୍ଥିତି ଉପୁଜିପାରେ । ଆପଣଙ୍କୁ କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ । ସ୍ଥଗିତ କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାର ପକ୍ଷରୁ ପ୍ରତିରୋଧର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ସ୍ଥିତି ଭଲ ଥିଲେ ମଧ୍ୟ ଆର୍ଥିକ ଅବସ୍ଥା ଶୋଚନୀୟ ରହିବ । ଅଫିସରେ ସହକର୍ମୀଙ୍କ କାର୍ଯ୍ୟାବଳୀର ସମୀକ୍ଷା କରି ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିପାରନ୍ତି । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପାରନ୍ତି । ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ । ଆକସ୍ମିକ ଭାବରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବୃଦ୍ଧି ପାଇବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଗାୟତ୍ରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆପଣ କୌଣସି ମାମଲାରେ ଭାବପ୍ରବଣ ହୋଇପାରନ୍ତି । ସମସ୍ୟା ମଧ୍ୟରେ ଗତି କରି ମଧ୍ୟ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । କର୍ମାରମ୍ଭରେ ସଂକଟରେ ସମ୍ମୁଖୀନ ହେଲେ ହେଁ ଯୁକ୍ତି ଯୁକ୍ତ କହି କାମ ହାସଲ କରିବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବା ଫଳରେ ବିରକ୍ତିଭାବ ଜାତ ହେବ । ସଭାସମିତିରେ ବୁଦ୍ଧିଜୀବୀଙ୍କ ସାନିଧ୍ୟ ଲାଭ କରି ଖୁସି ହେବେ । କେତେକ କ୍ଷେତ୍ରରେ ଅନ୍ୟ ବ୍ୟକ୍ତିଙ୍କ ଠାରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । ନିର୍ମାଣାଧୀନ କାର୍ଯ୍ୟ କିଛି ଅଂଶ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ସହଧର୍ମୀଙ୍କ ସହଯୋଗ ଓ ପ୍ରେରଣା ପାଇ କେତେକ କାର୍ଯ୍ୟ ସହଜରେ ସମ୍ପାଦନ କରିପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଶୁଭଦାୟକ ରହିବ । ଭାଗ୍ୟାଧିପ ଚନ୍ଦ୍ର କର୍ମସ୍ଥାନରେ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ । ହିତୈଷୀମାନଙ୍କ ସହାୟତାରେ ଆଜିର କାମଗୁଡିକ ଯଥା ସମୟରେ ସମ୍ପନ୍ନ ହୋଇପାରିବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । କୌଣସି ବ୍ୟକ୍ତିବିଶେଷଙ୍କ ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର କାରଣ ସାଜିପାରେ । ସମାଜିକ କାର୍ଯ୍ୟରେ ରୁଚି ବଢିବ । ଘରୋଇ ଜିନିଷ କିଣିବାରେ ଖର୍ଚ୍ଚାନ୍ତ ଅଧିକ ହୋଇପାରେ । ପାରିବାରିକ ସ୍ତରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି । ପରିବାରରେ କାହାରି ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ:ମେରୁନ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ଆଣିବ । କାର୍ଯ୍ୟଦକ୍ଷତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଓ ସଫଳତା ଅର୍ଜନ କରିବେ । କିନ୍ତୁ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । ଅଫିସରେ ସହକର୍ମଙ୍କ ସହଯୋଗ ପାଇବେ ଓ ବରିଷ୍ଠ ଅଧିକାରୀ ମଧ୍ୟ ଆପଣଙ୍କ ପ୍ରାର୍ଥନାକୁ ସ୍ଵୀକାର କରିବେ । ବିବାଦୀୟ ଘଟଣାରେ କୈାଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଅର୍ଥ ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ, ତେଣୁ ଏହିପ୍ରତି ସାବଧାନ ରୁହନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ କେବଳ ବିନୟପୂର୍ଣ୍ଣ କଥା କହି କାମ ହାସଲ କରିବେ । ପରିବାରର ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଭୋଳାନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ବିଭିନ୍ନ ପ୍ରକାର ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁଁ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ଅଫିସରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ପ୍ରତୀକ୍ଷା କରିଥିବା କୌଣସି ଖବର ମଧ୍ୟାହ୍ନ ପରେ ପାଇ ଖୁସି ହୋଇପାରନ୍ତି । ପାରିବାରିକ ସମସ୍ୟାର ସମାଧାନ କରିବା ନିମନ୍ତେ ବନ୍ଧୁ ସାହାଯ୍ୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିଲେ ମଧ୍ୟ ପ୍ରେମମୟ ରହିବ ପିଲାଙ୍କ ବିଷୟ ନେଇ ବ୍ୟସ୍ତତା ବଢ଼ିବ । ଶୁଭରଙ୍ଗ: ବାଦାମୀ । ଆରାଧନା : ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନ ଉଦାସ ରହିବ ସହ ମନରେ ଅଜସ୍ର ଚିନ୍ତା ଲାଗିରହିବ । ଷଷ୍ଠାଧିପ ଏକାଦଶସ୍ଥ ଯୋଗୁଁ ସମ୍ପର୍କୀୟ, ପ୍ରିୟ ବନ୍ଧୁ ସହ ବିନା କାରଣରେ କଳହ ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପାରେ । ଏପରି ଘରୋଇ ଖର୍ଚ୍ଚ ନିମନ୍ତେ ବନ୍ଧୁଙ୍କ ଠାରୁ ଧାରା କରଜ କରିବାକୁ ପଡିପାରେ । ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ଆଲୋଚନା ପ୍ରିୟଜନଙ୍କ ସହ କରିବେ । ଅଫିସରେ ଆୟୋଜିତ ବୈଠକରେ ଯୋଗ ଦେଲେ ମଧ୍ୟ ନୀରବ ରହି ସମସ୍ତଙ୍କ ମନ୍ତବ୍ୟକୁ ଶ୍ରବଣ କରନ୍ତୁ, ବୈଠକରେ ଯଦି ଆପଣ ମନ୍ତବ୍ୟ ଦେବେ ତା’ହେଲେ ଅପଦସ୍ଥ ହୋଇପାରନ୍ତି । ଅତୀତର କେତେକ ଘଟଣାକୁ ଦୋହରାଇ ଆତ୍ମୀୟମାନଙ୍କ ସହ ସମ୍ପର୍କ ହାନୀ ହୋଇପାରେ । ତଥାପି ସ୍ତ୍ରୀଙ୍କ ଅନୁପ୍ରେରଣା, ପଡ଼ୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ଆଜି ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବାନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । ଅର୍ଥକୁ କେନ୍ଦ୍ର କରି ସମ୍ପର୍କୀୟଙ୍କ ସହ ବିବାଦର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଦୀର୍ଘଦିନର ଅପୂରଣୀୟ ଆଶା ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିପାରେ । ଋଣ ସୂତ୍ରରେ ଅର୍ଥଲାଭ କରିବେ । ଅଫିସରେ ସହକର୍ମୀମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବେ କିନ୍ତୁ ନିଜ ସ୍ଵାର୍ଥ ହାସଲ ପରେ ଆପଣଙ୍କୁ ଏକାକୀ ଛାଡି ଚାଲିଯିବେ । ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କିମ୍ବା ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିର ଆଶଙ୍କାକୁ ଏଡି ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

Leave a Reply

Your email address will not be published. Required fields are marked *