23 ମଇ 2021, ରବିବାର :- ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ । ଆର୍ଥିକ କ୍ଷେତ୍ରରେ

23 ମଇ 2021, ରବିବାର :- ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ । ଆର୍ଥିକ କ୍ଷେତ୍ରରେ

23 ମଇ 2021, ରବିବାର :- ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ରହିବ

ଆଜି ଆମେ ଆପଣଙ୍କୁ ୨୩ ମଇ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ରବିଙ୍କ ସୁପ୍ରଭାବରୁ ଆଜି କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଆଜି ବନ୍ଧୁ ଓ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କାର୍ଯ୍ୟ ସହ ଜଡିତ ଏପରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ସକାଶେ ସମସ୍ୟା ସୃଷ୍ଟି କରିବ । ଷ୍ଟକ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବା ଲାଭଦାୟକ ହେବାର ସୂଚନା ରହିଛି । ଆଲୋଚନା ପରିସର ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଆତ୍ମୀୟମାନଙ୍କ ମଧ୍ୟରେ ଟଙ୍କା ପଇସାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ଅପରାହ୍ନେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । କର୍ମାଧିପ ନୀଚରାଶିରେ ଥିବାରୁ ଆଜିର କାର୍ଯ୍ୟରେ କିଛିଟା ବ୍ୟତିକ୍ରମ ସୃଷ୍ଟି ହୋଇପାରେ । ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ଫଳରେ କର୍ମକ୍ଷେତ୍ରରେ ନାନା ପ୍ରକାର ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ଅଫିସରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସହକର୍ମୀ ଜଣକ ସହଯୋଗ କରିବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ, ଅବଶ୍ୟ ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ । ଘରୋଇ ପରିସ୍ଥିତି ଆପଣଙ୍କ ସକାଶେ ଦୁଶ୍ଚିିନ୍ତାର କାରଣ ହୋଇପାରେ । ପରିବାରରେ କାହାରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ବିଚଳିତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ମଙ୍ଗଳଙ୍କ କୁପ୍ରଭାବ ଯୋଗୁଁ ବିବାଦୀୟ ପରିସ୍ଥିତି ଜଟିଳ ରୂପ ନେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପରିଶ୍ରମିକ ଅନୁସାରେ ଫଳ ପାଇବା କାଠିକର ପାଠ । ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ବିଭିନ୍ନ ଦିଗରୁ ରୋଜଗାର କରିବା ପାଇଁ ମନରେ ତତ୍ପରତା ପ୍ରକାଶ କରିବେ । ଚାକିରି କ୍ଷେତ୍ରରେ ନିଷ୍ଠା ସହ କାର୍ଯ୍ୟ କରିବେ । କିନ୍ତୁ ଉଚ୍ଚାଧିକାରୀଙ୍କ ଆଦେଶ ଅନୁସାରେ ଅତିରିକ୍ତ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଆଶା କରୁଥିବା ଦିଗରୁ ବନ୍ଧୁମାନଙ୍କ ସାହଯ୍ୟ ପାଇବା ଫଳରେ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କ ନମ୍ର ସ୍ଵଭାବ ଯୋଗୁଁ ସମାଜରେ ପ୍ରଶଂସିତ ହେବେ । ଭାଗ୍ୟସ୍ଥାନକୁ ଚନ୍ଦ୍ର ଅବଲୋକନ କରୁଥିବା ଯୋଗୁଁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ରୋଜଗାରର ଏକ ନୂତନ ମାର୍ଗ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କ ସମ୍ମୁଖରେ କିଛି କହିବେ ନାହିଁ ସିନା କିନ୍ତୁ ପଛରେ ସମାଲୋଚନା କରିପାରନ୍ତି । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବେ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । କୌଣସି ବିବାଦୀୟ ପରିସ୍ଥତିତିରେ ମଧ୍ୟସ୍ଥତା କରି ନିଜେ ହିଁ ଅପଦସ୍ଥ ହେବାକୁ ପଡିବ । ପରାବର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ରାଶିରେ ଶନିଦେବଙ୍କ ପ୍ରଭାବରୁ ବିବାଦୀୟ ଘଟଣା କ୍ରମଶଃ ଜଟିଳ ଦିଗକୁ ଗତି କରିବ । କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କେତେକ ସମସ୍ୟା ଉଭା ହେବ, ଯାହାର ସମାଧାନ କରିବା ନିମନ୍ତେ ବନ୍ଧୁଙ୍କ ସହାୟତା ଲୋଡିବେ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାମକୁ ନେଇ ସମାଲୋଚିତ କରିବେ । ସାମାଜିକ କ୍ଷେତ୍ରରେ କୌଣସି କାରଣ ନ ଥାଇ ମଧ୍ୟ ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିବେ । ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିବ । ସହକର୍ମୀ କିମ୍ବା ବନ୍ଧୁଙ୍କ ଠାରୁ ଧାର କରଜ କରିବାକୁ ବାଧ୍ୟ ହେବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଅନ୍ୟର ବ୍ୟକ୍ତିଗତ କାର୍ଯ୍ୟରେ ହସ୍ତକ୍ଷେପ କରିବା ଅର୍ଥ ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ । ଦାମ୍ପତ୍ୟ ଜୀବନ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟା ଲାଗିରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଚନ୍ଦ୍ରଙ୍କ ନକ୍ଷତ୍ରରେ ଶୁକ୍ର ଆପଣଙ୍କୁ ବୈଷୟିକ ସୁଖ ପ୍ରଦାନ କରିବାରେ ସହାୟକ ହେବେ । ବୃତ୍ତିଗତ କର୍ମ ଅବା କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅଫିସରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ ଏବଂ ଉଚ୍ଚାଧିକାରୀଙ୍କ ଆପଣଙ୍କୁ କୌଣସି ଗୁରୁଦାୟିତ୍ଵ ଦେଇପାରନ୍ତି । ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ପରାମର୍ଶ ଦେଇ ପ୍ରଶଂସିତ ହେବେ । ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ଆତ୍ମୀୟ ସ୍ଵଜନମାନେ ଶତ୍ରୁତା କରିବା ଯୋଗୁଁ ମନରେ କ୍ଷୋଭଭାବ ଜାତ ହେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଏକାଧିକଗ୍ରହ ମଧ୍ୟସ୍ଥ ରାଶ୍ୟାଧିପତି କାରଣରୁ ଅନ୍ୟମାନଙ୍କ କଥାକୁ ବିଶ୍ଵାସ କରି କାର୍ଯ୍ୟ କରିବେ ଓ ସମସ୍ୟାର ଘେରରେ ଛନ୍ଦି ହୋଇଯିବେ । ପରୋକ୍ଷ ଶତ୍ରୁତା ଯୋଗୁଁ ବ୍ୟବସାୟ ବାଣିଜ୍ୟ ଆଦି କ୍ଷେତ୍ରରେ ନାନା ପ୍ରକାର ପ୍ରତିରୋଧର ସମ୍ମୁଖୀନ କରିବାକୁ ପଡିବ । ସାଧାରଣ କଥାକୁ କେନ୍ଦ୍ର କରି ଅଫିସରେ ସହକର୍ମୀଙ୍କ ସହ ମନାନ୍ତର ଦେଖାଦେବ । କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିବାର ସୂଚନା ପାଇବେ । ଆର୍ଥିକ ସ୍ଥିତି ଅତି ଦୁର୍ବଳ ଥିବା ଯୋଗୁଁ କେତେକ କାର୍ଯ୍ୟ ଅଧାରେ ଅଟକିଯାଇପାରେ । ଈର୍ଷାପରଣାୟ ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିବେ । ସ୍ଵାସ୍ଥ୍ୟ ସମସ୍ୟା ଓ ପିଲାମାନଙ୍କ ଭବିଷୟକୁ ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଏକାଦଶସ୍ଥ ଚନ୍ଦ୍ର ହେତୁ ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ବୃତ୍ତିଗତ କର୍ମ ଅବା ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ବିଶେଷ କିଛି ଉପକୃତ ରହିବ ନାହିଁ । କିନ୍ତୁ ଆର୍ଥିକ ଜନିତ କୌଣସି ଅସୁବିଧା ହେବ ନାହିଁ । ଅଫିସର ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି, ସେପରି କିଛି ଘଟିବ ନାହିଁ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଅନ୍ୟର ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରନ୍ତୁ ନାହିଁ । ବକ୍ ଅସଂଯମତା ଯୋଗୁଁ ଆଲୋଚନା ପରିସରରେ ଅପମାନିତ ହେବାକୁ ପଡିବ । କେତେକ ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ । ବକେୟା ଅର୍ଥ ଅବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଯଥା କଥାଗୁଡିକୁ ସ୍ମରଣ କରି ମନ ଉଦାସ ରହିବ । ଚନ୍ଦ୍ର ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି କାରଣରୁ ଆଜିର କୌଣସି କାର୍ଯ୍ୟ କରିବା ପାଇ ମନରେ ଆଗ୍ରହ ଆସିବ ନାହିଁ । କର୍ମକ୍ଷେତ୍ରରେ ପାଦେପାଦେ ସମସ୍ୟାର ସମ୍ମୁଖୀନ କରିବେ । ଅଫିସରେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ ତରବାରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଋଣ ଭାବ କ୍ରମଶଃ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ପରିବାରରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । କୋଣ ସ୍ଥାନରେ ରାଜଯୋଗ ସୃଷ୍ଟି ହୋଇଥିବାରୁ ଆତ୍ମୀୟସ୍ଵଜନ ଓ ବନ୍ଧୁମାନଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ବ୍ୟବସାୟ ସମ୍ବନ୍ଧୀୟ ଯେଉଁ ନିଷ୍ପତ୍ତି ନେବେ ସେଥିରେ ଯଥେଷ୍ଟ ଉପକୃତ ପାଇବେ । କିନ୍ତୁ ଆଜି ଆପଣଙ୍କ ସ୍ଵଭାବରେ ସମ୍ୟକ୍ କ୍ରୋଧିତଗୁଣ ରହିବ । ସହକର୍ମୀଙ୍କ ସହଯୋଗ ଲାଭ କରି ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ସାମାଜିକ କାର୍ଯ୍ୟରେ ସହଭାଗୀତ କରିବା ଫଳରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ପ୍ରଶାସନ ଓ ରାଜନୀତି କ୍ଷେତ୍ରରେ ଲାଗିରହିଥିବା ବ୍ୟତିକ୍ରମ ଦୂରେଇଯିବ । ପରିସ୍ଥିତିବଶତଃ ବାଧ୍ୟବାଧକତାରେ ପ୍ରତ୍ୟୁଷ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । ପାରିବାରିକ କ୍ଷେତ୍ରରେ ଟେନସନ୍‌ କମିଯିବାର ଆଶା କରାଯାଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନ ଖୁସି ରହିବ ନାହିଁ । ରାଶିର ଚତୁର୍ଥ ଭାବରେ ଅବସ୍ଥାନ କରିଥିବା ଗ୍ରହର କୁପ୍ରଭାବ ଯୋଗୁଁ ଅଧିକାଂଶ କ୍ଷେତ୍ରରେ ସମସ୍ୟା ଲାଗିରହିବ । ପରିବାର ସଦସ୍ୟଙ୍କ ବରଣ ସତ୍ତ୍ୱେ କେତେକ କାମ କରିବେ ଓ ପରବର୍ତ୍ତୀ ସମୟରେ ଅନୁତାପ କରିବେ । କର୍ମକ୍ଷେତ୍ରରେ ସମସ୍ୟା ଜଟିଳ ରୂପ ନେଇପାରେ । ଅଫିସ୍‌ରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । କାମ ହାସଲ ନ ହେବା କାରଣକୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ । ସଭାସମିତି ଓ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପରିବାର ସଦସ୍ୟଙ୍କ ସହଯୋଗରେ କେତେକ କାମ ସୁରୁଖୁରୁରେ ସମ୍ପନ୍ନ କରିନେବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ମାନସିକ ସ୍ତରରେ ଚିନ୍ତିତ ରହିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସତର୍କତା ଅବଲମ୍ବନ କରି ଦିନଚର୍ଯ୍ୟା କରନ୍ତୁ । ରାଶିରେ ଚନ୍ଦ୍ରଙ୍କ ଶୁଭଦୃଷ୍ଟି ହେତୁ କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ ବାଣିଜ୍ୟ ମାନ୍ଦା ରହିବ କିନ୍ତୁ ଆର୍ଥିକ ଜନିତ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅଫିସରେ କାର୍ଯ୍ୟଭାର ଅଧକ ହେତୁ ଥକ୍କାପଣ ଅନୁଭବ କରିବେ । ଅଫିସରେ ଆୟୋଜିତ ଆଲୋଚନା ପରିସରରେ ଅପ୍ରିୟ ସତ୍ୟ ପ୍ରକାଶ କରିବା ଦ୍ଵାରା ସହକର୍ମୀମାନେ ଶତ୍ରୁତା କରିବସିବେ । ପ୍ରଶାସନିକ ସ୍ତରରେ ଓ ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାରେ ପ୍ରଯତ୍ନ କରିବେ । ଆର୍ଥିକ ସମ୍ଭାନ୍ଦୀୟ ନେଣଦେଣ କରନ୍ତୁ ନାହିଁ । ପରିବାର ହସଖୁସିର ବାତାବରଣ ରହିବ କିନ୍ତୁ ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

Leave a Reply

Your email address will not be published. Required fields are marked *