23 ମାର୍ଚ୍ଚ 2021, ମଙ୍ଗଳବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ଆର୍ଥିକ ସ୍ଥିତିରେ

23 ମାର୍ଚ୍ଚ 2021, ମଙ୍ଗଳବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ଆର୍ଥିକ ସ୍ଥିତିରେ

23 ମାର୍ଚ୍ଚ 2021, ମଙ୍ଗଳବାର :- ଆଜି ଏହି ୩ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ଆର୍ଥିକ ସ୍ଥିତିରେ ଆସିବା ସୁଧାର । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୨୩ ମାର୍ଚ୍ଚ ୨୦୨୧ ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସ୍ଵସ୍ଥ୍ୟାବସ୍ଥା ପ୍ରାୟତଃ ଭଲ ରହିବ । କିନ୍ତୁ କାମଗୁଡ଼ିକ ଯଥା ସମୟରେ ନ ହେବା ଯୋଗୁଁ ବିରକ୍ତ ହୋଇପାରନ୍ତି । ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗର କୌଣସି ଅଭାବ ଅନୁଭବ କରିବେ ନାହିଁ ଏବଂ କୌଶଳ ପୂର୍ଣ୍ଣ କଥା କରି କାର୍ଯ୍ୟ ମଧ୍ୟ ହାସଲ କରିବାକୁ ଚେଷ୍ଟା କରିବେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ତଥାପି ପରିସ୍ଥିତି ବଶତଃ ଅଯଥା ଖର୍ଚ୍ଚ ଯୋଗୁଁ ମାନସିକ ସ୍ଥିତି ବିପନ୍ନ ହୋଇପାରେ । ଅଫିସର ହେଉ ଅବା ସଭାସମିତିର ବୈଠକରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ସାମାଜର କେତେକ କାର୍ଯ୍ୟକଳାପ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ, ଯୋଗାଯୋଗ, ପ୍ରେସ୍‌, ପବ୍ଳିକେଶନ ନିମନ୍ତେ ଦିନଟି ଅତ୍ୟନ୍ତ ଭଲ ରହିବ । ଆପଣଙ୍କ ଉନ୍ନତିରେ ନିଜ ସମ୍ପର୍କୀୟମାନେ ହିଁ ଈର୍ଷାପରଣାୟ ହୋଇ ଆପଣଙ୍କ ସହିତ ବିଶ୍ଵାସଘାତ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚାନ୍ତ କରିବେ ଓ ପରେ ଅନୁତାପ କରିବେ । କରମକ୍ଷତ୍ରରେ ବୁଦ୍ଧିମତ୍ତାର ପରିଚୟ ଦେଇ ପ୍ରତ୍ୟେକ ସମସ୍ୟାକୁ ସରଳ ଓ ସୁନ୍ଦର ଭାବରେ ସମାଧାନ କରିପାରିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଚାକିରୀ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ ଓ ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିବାରେ ସକ୍ଷମ ହେବେ । ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଫାଇଲ କାମକୁ ନେଇ ବ୍ୟସ୍ତ ରହିବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ମିତ୍ରଙ୍କ ସହିତ ସମୟ ଭଲରେ କଟିବ । ଅବିବାହିତଙ୍କ ଲାଗି ସୁନ୍ଦର ବିବାହ ପ୍ରସ୍ତାବ ଆସିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଯୁକ୍ତିତର୍କକୁ କେନ୍ଦ୍ର କରି ଅଯଥାରେ ବନ୍ଧୁଙ୍କ ସହ କଳହ ସୃଷ୍ଟି ହୋଇପାରେ । କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଫଳରେ ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ପରିବାର ଓ ନିକଟ ସମ୍ପର୍କୀୟଙ୍କ ଠାରୁ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହେବେ । ବ୍ୟବସାୟରେ ଆୟ ବ୍ୟୟର କୌଣସି ତାଳମେଳ ରହିବ ନାହିଁ । କର୍ମଜୀବୀମାନେ ନିଜ ସହକର୍ମୀ ଓ ପଦାଧିକାରୀଙ୍କ ସହଯୋଗ ପାଇବେ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ । ଆର୍ଥିକ ନେଣଦେଣ କିମ୍ବା କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିଲେ କ୍ଷତିରେ ପଡ଼ିପାରନ୍ତି । ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ପରିବାରରେ ହସଖୁସିର ବାତାବରଣ ରହିବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିମଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜିର ଦିନଟିରେ ଆପଣଙ୍କୁ ଆଶାନୁରୂପକ ଫଳ ପାଇବା କଷ୍ଟକର ହୋଇପାରେ । କର୍ମକ୍ଷେତ୍ରରେ ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ସାମାଜିକ ସ୍ତରରେ ଯେତେ ଭଲ କାମ କରିଲେ ମଧ୍ୟ ପ୍ରଶଂସା ବଦଳରେ ନିନ୍ଦା ଶୁଣିବାକୁ ମିଳିବ । ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ଖଳଲୋକମାନେ ଅପପ୍ରଚାର କରିପାରନ୍ତି, ତେଣେ ନିଜଲୋକଙ୍କଠାରୁ ମଧ୍ୟ ଆସ୍ଥା ହରାଇ ବସିବେ । ବନ୍ଧୁବାନ୍ଧବଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଖୋଜୁଥିବା ଜିନିଷର ସନ୍ଧାନ ସନ୍ଧ୍ୟାରେ ପାଇବେ । ପାରିବାରିକ କ୍ଷେତ୍ରରେ ବିଶେଷ କିଛି ସମସ୍ୟା ଦେଖାଦେବ ଅପ୍ରୀତିକର ପରିସ୍ଥିତିର ସମ୍ଭାବନା ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟକ୍ଷେତ୍ର ଯଶ-କୀର୍ତ୍ତି ପ୍ରାପ୍ତ କରିବେ । କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଅଫିସରେ ସହକର୍ମୀଙ୍କ ସହଯୋଗ ସାହାଯ୍ୟ ମିଳିବ । ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଗଠନମୂଳକ କାର୍ଯ୍ୟରେ ଉପଯୁକ୍ତି ମନ୍ତବ୍ୟ ଦେଇ ପ୍ରଶଂସିତ ହେବେ । ପରିବାରରେ ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ ଆତ୍ମୀୟ ମାନଙ୍କ ବେଖାତିର ମନୋଭାବ ଦୁଃଶ୍ଚିନ୍ତାକୁ ବଢାଇପାରେ । ଶୁଭରଙ୍ଗ: ଆକାଶିନୀଳ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କ ଦୋଷ ଖୋଜି ବୁଲିବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ସହଯୋଗ ଭିତ୍ତିରେ କାମ କଲେ ଉପକୃତ ପାଇବେ । ଚେଷ୍ଟା କରୁଥିବା କାମରେ ବିଳମ୍ବରେ ସଫଳତା ପାଇବେ । ପାରିପାର୍ଶ୍ୱିକ ସ୍ଥିତି କେତେକାଂଶରେ ବଦଳିଯିବା କାରଣରୁ ସାମାନ୍ୟ ଚିନ୍ତିତ ରହିପାରନ୍ତି । ପାତର ଅନ୍ତର ନୀତିକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ହେବ ନାହିଁ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ମଙ୍ଗଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଆପଣଙ୍କ ମିଷ୍ଟ ବ୍ୟବହାରରେ ସବୁ କାର୍ଯ୍ୟ ପୂରା କରିନେବେ । ଆପଣଙ୍କୁ କୌଣସି ନୂଆ ପରିଯୋଜନା ମିଳିପାରେ । ଦୀର୍ଘ ଦିନରୁ ଲାଗିଥିବା ଆର୍ଥିକ ଚିନ୍ତା ଦୂର ହେବ । ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି । ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ । ରାଜନୀତି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଯେଉଁ ଘଟଣାକୁ ନେଇ ମନରେ ଆଶଙ୍କା କରୁଛନ୍ତି, ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ନିମନ୍ତେ ପ୍ରଯତ୍ନ କରିବେ ଓ କେତେକାଂଶରେ ସଫଳ ମଧ୍ୟ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀଗଣେଶ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ । ଗ୍ରହପ୍ରଭାବରେ ଆଜି ଆପଣଙ୍କ ବିଚାରଧାରା ବିକ୍ଷିପ୍ତ ହୋଇପାରେ । ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ । ଧନ ସମ୍ପଦ ମାମଲାରେ ବୁଦ୍ଧିମତ୍ତାର ସହ କାମ କରନ୍ତୁ । କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବାର ଯୋଗ ରହିଛି । ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ହେତୁ ମାନସିକ ଅବସାଦ ବୃଦ୍ଧି ପାଇବ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । କାମକୁ ପୂରା କରିବା ଲାଗି ନୂଆ ଉପାୟ ବାହାର କରିବେ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ଅଫିସରେ ଦିନଟି ଭଲରେ କଟିବ । ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବ୍ୟବସାୟରେ ନୂତନ ଚିନ୍ତାଧାରା ପ୍ରୟୋଗ କରି ପରିବହନ ଓ ବ୍ୟବସାୟିକ ସ୍ଥିତିକୁ ସୁଦୃଢ଼ ହେବ । ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବାର ସମ୍ଭାବନା ରହିଛି । ଆଜି ଅପରାହ୍ନରେ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ । ଘରୋଇ ଜୀବନରେ ସୁଖ ଓ ସୁବିଧା ବୃଦ୍ଧି ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଜ ପରିଶ୍ରମର ଉପଯୁକ୍ତ ପରିଶ୍ରମିକ ପାଇବେ । କିଛି ନ ବୁଝି କୌଣସି ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ । ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ଧୌର୍ଯ୍ୟର ସହ ସାମନା କରିବେ । କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବାରେ ପଛେଇ ଯିବେ । ବ୍ୟବସାୟ, ପରିବହନ, ରପ୍ତାନି, ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ଅଫିସ କାର୍ଯ୍ୟରେ ଉଚ୍ଚଧିକାରୀଙ୍କ ସାନ୍ନିଧ୍ୟ ଲାଭ କରିବେ । ଅନ୍ୟମାନଙ୍କ ସହିତ କଥା କହିବା ସମୟରେ ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ । ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସାଧାରଣ କଥାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ନିରାଶ ହୁଅନ୍ତୁ ନାହିଁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ । ଆଜି କାମଗୁଡିକ ବିଳମ୍ବରେ ସମ୍ପାଦିତ ହେବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଗ୍ରହଣ କରି କାର୍ଯ୍ୟ କରିଲେ କିଛିଟା ଉପକୃତ ହେବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାରେ ପଡିବେ । କାମଗୁଡିକ ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଅଫିସରେ ଆୟୋଜିତ ବୈଠକରେ ନୀରବତାର ସହ ସମସ୍ତଙ୍କ ମନ୍ତବ୍ୟକୁ ଶୁଣନ୍ତୁ । ପ୍ରଶାସନ, ନିର୍ମାଣ, ଆଲୋଚନା ଓ ସଭାସମିତିରେ କାର୍ଯ୍ୟଗୁଡିକ ସୁରୁଖୁରୁରେ ସମ୍ପନ୍ନ କରିବାରେ ସମର୍ଥ ହେବେ । ନିଜର ଆତ୍ମୀୟସ୍ଵଜନଙ୍କ ଅକାଟ୍ୟ ଉକ୍ତି ଯୋଗୁଁ ମନରେ ଚିନ୍ତା ବଢିପାରେ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ । କେତେକ ସ୍ଥଳରେ ସହଧର୍ମୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ଆଜି ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ପ୍ରତିଟି କାମ ସୁରୁଖୁରୁରେ କରିବେ । ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଗତକାଲି ଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ରାଜନୀତିକରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ମାଙ୍ଗଳିକ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ । ପରିବାରରେ ସୁଖଶାନ୍ତିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *