23 ଜୁନ୍ 2021, ବୁଧବାରର ରାଶିଫଳ :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ମିଳିବ ।

23 ଜୁନ୍ 2021, ବୁଧବାରର ରାଶିଫଳ :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ମିଳିବ ।

23 ଜୁନ୍ 2021, ବୁଧବାରର ରାଶିଫଳ :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ମନୋବାଞ୍ଛିତ ଫଳ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୨୩ ମଇ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ :

ଆଜି ବୈଷୟିକ ସୁଖ, ସମୃଦ୍ଧି ବୃଦ୍ଧି ପାଇବା ସହ ପାରିବାରିକ ଜୀବନରେ ଆନନ୍ଦ ଉଲ୍ଲାସର ସହ ଦିନ ଅତିବାହିତ କରିବେ । ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ । ଅଧାରେ ଅଟକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ସଂକଲ୍ପବୋଧ ହେବେ ଓ କାର୍ଯ୍ୟ ସମାପ୍ତ ହେଲେ ହିଁ ନିଃଶ୍ଵାସ ନେବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଅତ୍ୟନ୍ତ ପ୍ରସନ୍ନ ହୋଇ ନୂଆ ଦାୟିତ୍ଵ ଦେଇପାରନ୍ତି । କିନ୍ତୁ ଆଲୋଚନା ପରିସରରେ ଭଲ କଥା କହିଲେ ମଧ୍ୟ ସହକର୍ମୀ ଓ ବନ୍ଧୁ ତାହାକୁ ଭୁଲ୍‌ ବୁଝିବେ । ସାଂଗଠନିକ କ୍ଷେତ୍ରରେ କିଛି ନୂତନ ଦିଗ୍‌ଦର୍ଶନ ଦେଇପାରନ୍ତି । ପାରିବାରିକ କ୍ଷେତ୍ରରେ ସବୁକଥାକୁ ଭଲରୂପେ ବିଚାର କରି କାମ କରନ୍ତୁ, ନତୁବା ବିଭିନ୍ନ ଦିଗରୁ ସମସ୍ୟା ମାଡ଼ି ଆସିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବୃଷ :

ମନ ଚଞ୍ଚଳ ସ୍ଵଭାବର ରହିବ । ରାଶିରେ ବୃହସ୍ପତିଙ୍କ ପ୍ରଭାବରୁ ଶତ୍ରୁନାଶ ହେବ, ଋଣ ପରିଶୋଧ ସଙ୍ଗକୁ ରୋଗପୀଡାରୁ ମଧ୍ୟ ମୁକ୍ତି ମିଳିବ । ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ବ୍ୟବସାୟରେ ଆଶାତୀତ ସଫଳତା ପାଇବେ । ଅଫିସରେ ଏକାଧିକ କାମ ହାତକୁ ନେଇ ସାମାନ୍ୟ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ତଥାପି ନିର୍ଦ୍ଧାରିତ ସମୟରେ କାର୍ଯ୍ୟକୁ ସମାପ୍ତ କରିଥିବା ଯୋଗୁଁ ଉଚ୍ଚଧିକାରୀ ଆପଣଙ୍କୁ ପ୍ରଶଂସିତ କରିବେ । ଆଗାମୀ ଆନୁଷ୍ଠାନିକ କାମ ସକାଶେ ଧାଁ ଦଉଡ଼ କରିବାକୁ ପଡ଼ିପାରେ । ପରିବାର ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ବୈବାହିକ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ :

ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ । ମୁଖଭାବରେ ବୃହସ୍ପତି ଥିବାରୁ ପ୍ରତ୍ୟେକ ସ୍ଥଳରେ ଯୁକ୍ତିଯୁକ୍ତ କଥା କହି ପ୍ରିୟଜନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ । କିନ୍ତୁ ପରିସ୍ଥିତିବଶତଃ ଆଜି ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ବ୍ୟବସାୟକ୍ଷେତ୍ରରେ ସ୍ଥିତ ଭଲ ରହିବ କିନ୍ତୁ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସାମାଜିକ କଲ୍ୟାଣ ନିମନ୍ତେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ସେଥିରେ କୃତକାର୍ଯ୍ୟ ହେବା ଫଳରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରିବେ । ପାରିବାରିକ ପରିବେଶ ସୁଖଦମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ଚର୍ଚ୍ଚିକା ।

କର୍କଟ :

ମନରେ ଆତ୍ମବିଶ୍ୱାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ମଙ୍ଗଳ ଷଷ୍ଠ ଏକାଦଶାଧିପତି ହେତୁ ଅର୍ଥ ସଂକଟ ଲାଗି ରହିବ । ଆଜି ନିଜ ପରିସରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରେ କିଛି ନା କିଛି ସମସ୍ୟା ଦେଖାଦେବ । ବ୍ୟବସାୟରେ ନୂତନ କାରବାର କରିବା ପାଇଁ ମନସ୍ଥ କରିବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସତର୍କ ରୁହନ୍ତୁ । ଅଫିସରେ କୌଣସି କାର୍ଯ୍ୟକୁ ନେଇ ଉଚ୍ଚଧିକାରୀଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ବିବାଦୀୟ ପରିସ୍ଥିତି ନୀରବ ରହିବା ଶ୍ରେୟସ୍କର ହେବ । ବୃଥା ସନ୍ଦେହ କାରଣରୁ ପରିବାରରେ କଳହ ଦେଖାଦେଇପାରେ । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତର୍କବିତର୍କ ଜନିତ ସାମୟିକ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ସିଂହ :

କେତେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ । ରାହୁଯୁକ୍ତ ଶୁକ୍ର କାରଣରୁ ପରକଥାରେ ମୁଣ୍ଡପୂରାଇ ଅଯଥାରେ ମନକୁ ଭାରାକ୍ରାନ୍ତ କରିବେ । ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସମସ୍ୟାର ସମାଧାନ ନିମନ୍ତେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଅଫିସରେ ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟକୁ ସହକର୍ମୀଙ୍କ ସାହାଯ୍ୟ ସହଯୋଗରେ କାର୍ଯ୍ୟଟିକୁ ତ୍ୱରାନ୍ୱିତ କରିବେ କିନ୍ତୁ କାର୍ଯ୍ୟର ଅନ୍ତରେ ଏକ ମାମୁଲି ଘଟଣାକୁ ନେଇ ସହକର୍ମୀଙ୍କ ସହ ଉଚ୍ଚବାଚ ହେବାର ସମ୍ଭାବନା ରହିଛି । ସମାଜରେ କିଛି ନୂତନ ଲୋକଙ୍କ ସହିତ ଦେଖାସାକ୍ଷାତ କରିବେ, ଯାହା ଆପଣଙ୍କ ନିମନ୍ତେ ଭବିଷ୍ୟତରେ ଫଳପ୍ରଦ ସାବ୍ୟସ୍ତ ହେବ । ପରିବାର ସଦସ୍ୟଙ୍କ ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର ଏକ ପ୍ରମୁଖ କାରଣ ହୋଇପାରେ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

କନ୍ୟା :

ମନରେ ନାନା ପ୍ରକାର ନକରାତ୍ମକ ଚିନ୍ତାଧାରା ଲାଗିରହିବ । ରାଶିରେ ରବିଙ୍କ ଦୁର୍ବଳତା କାରଣରୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସାଙ୍ଗକୁ ଅପୂରଣୀୟ ଆଶା ଓ ସନ୍ତାନ ମାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିଲେ ମଧ୍ୟ ଉପଯୁକ୍ତ ପରିଶ୍ରମିକ ପାଇବା କଷ୍ଟକର ହେବେ । ଆର୍ଥିକ ସ୍ଥିତି ମଧ୍ୟ ଶୋଚନୀୟ ରହିବ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ପ୍ରଶଂସା ବଦଳରେ ଅପଦସ୍ଥ ହେବାକୁ ପଡିବ । ଆଲୋଚନା କାଳରେ ସତକଥା କହି ବିବାଦ ଘେରରେ ପଡିପାରନ୍ତି । ପାରିବାରିକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ବକେୟା ଅର୍ଥ ଆଦାୟ କରିବାରେ ଆଜି ହିଁ ସକ୍ଷମ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଦୁର୍ଗା ।

ତୁଳା :

ପ୍ରଭୁଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ଶନି ଦୃଷ୍ଟି ମଙ୍ଗଳ ପ୍ରତି ଥିବା ଯୋଗୁଁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟହାନି ଓ ଆକସ୍ମିକ କଳହ, ମାନସିକ ଚିନ୍ତାର କାରଣ ହେବ । ବିଭିନ୍ନ ଅସୁବିଧା ଭିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ମଧ୍ୟାହ୍ନରେ ଶୁଣିବାକୁ ପାଇବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ମାଆ ସନ୍ତୋଷୀ ।

ବିଛା :

ଆଜି ବନ୍ଧୁଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ମଙ୍ଗଳ ସ୍ଵସ୍ଥାନରେ ଥିବାରୁ ପାରିବାରିକ ସ୍ତରରେ ପରିସ୍ଥିତି ଯେତିକି ଜଟିଳ ମନେ କରୁଛନ୍ତିି ବାସ୍ତବରେ ସେପରି କିଛି ହେବ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଅଫିସରେ ସୁସ୍ଥ ବାତାବରଣ ସହ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ । ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ବ୍ୟୟରୁ ବିଚଳିତ ହେବେ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ଅପରାହ୍ନରେ ଭଲ ଖବର ମିଳିବାର ସମ୍ଭାବନା ରହିଛି । ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟହାନୀ ମାନସିକ ଦୁଶ୍ଚିନ୍ତାର କାରଣ ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ଧନୁ :

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ରବି ଓ ମଙ୍ଗଳଙ୍କ ଶୁଭ ସଂସ୍ଥିତି ଯୋଗୁଁ କିଛି ସଙ୍ଗଙ୍କ ଉପସ୍ଥିତିକୁ ଭିତ୍ତି କରି କର୍ମକ୍ଷେତ୍ରରେ ଆଶଙ୍କା ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି । ସମସ୍ତ ସୁବିଧା ସୁବିଧା ଉପଲବ୍ଧି ଥିଲେ ମଧ୍ୟ ଯଥା ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ କାରବାର ଟିକିଏ ମାନ୍ଦା ରହିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସ କାର୍ଯ୍ୟକୁ ନେଇ ମଧ୍ୟ ଚିନ୍ତତ ରହିବେ । ଅଫିସ କାର୍ଯ୍ୟକୁ ନେଇ ବାଧ୍ୟ ବାଧକତାରେ ନାହିଁ କରି ନ ପାରି ଦୂରଯାତ୍ରା କରିବାକୁ ପଡ଼ିପାରେ । ପ୍ରଶାସନ ଓ ରାଜନୀତିରେ ଲାଗିରହିଥିବା ଦ୍ଵନ୍ଦ ଦୂର ହେବ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସମୟରେ ଆକସ୍ମିକ କୌଣସି ଦୁର୍ଘଟଣା ଘଟିବା ଯୋଗୁଁ କାର୍ଯ୍ୟକୁ ସାମୟିକ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ମକର :

ରାଶିରେ ବୁଧ ଭାଗ୍ୟସ୍ଥାନ ଥିବା ଯୋଗୁଁ ବନ୍ଧୁସମ୍ପର୍କ, ବୁଦ୍ଧିଜୀବୀଙ୍କ ସାନ୍ନିଧ୍ୟ ଲାଭ କରିପାରିବେ । ବ୍ୟବସାୟର ବୃଦ୍ଧି ହେବା ସହ ଆୟର ବୃଦ୍ଧି ଘଟିବ । ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି କାର୍ଯ୍ୟ କରନ୍ତୁ । ଆଜି ପରିସ୍ଥିତି ବଶତଃ ଛୋଟିଆ ଛୋଟିଆ କଥାକୁ ମଧ୍ୟ ଅତି ରଞ୍ଜିତ କରି ଆଲୋଚନା କରିବେ । ସହକର୍ମୀଙ୍କ ସାହାଯ୍ୟରେ ଆଜିର ଅଫିସ କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ସଭାସମିତି ଅଥବା ଆଲୋଚନା ପରିସରରେ ଯୋଗ ଦେଲେ ମଧ୍ୟ ଈର୍ଷାପରାୟଣ ବ୍ୟକ୍ତି ଅବା ସହକର୍ମୀ ଜଣକ ଆପଣଙ୍କୁ ନିଜ ମନ କଥା କହିବାକୁ ସୁଯୋଗ ଦେବେ ନାହିଁ । ସହଧର୍ମୀଙ୍କ ନିକଟରେ ମନର ଗୋପନ କଥାଗୁଡିକ ପ୍ରକାଶ କରିବେ ଯାହାଫଳରେ ମନକୁ ଟିକିଏ ଆଶ୍ଵସ୍ତି ମିଳିବ । ପାରିବାରିକ ଚଳଣି ପ୍ରାୟତଃ ଭଲ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

କୁମ୍ଭ :

ପ୍ରଭୁଙ୍କୁ ସ୍ମରଣ କରନ୍ତୁ; ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ପ୍ରତ୍ୟେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ବ୍ୟବସାୟ, ବାଣିଜ୍ୟରେ କାରବାର ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସ ଉଚ୍ଚଧିକାରୀଙ୍କ ତତ୍ବାବଧାନ ଲାଭ କରି ଉଚ୍ଚିତ ମାର୍ଗ ଦର୍ଶନ ପାଇବେ ଓ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସଭାସମିତି କିମ୍ବା ପଦସ୍ଥବ୍ୟକ୍ତିଙ୍କ ସହ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ଦୀର୍ଘ ଦିନର ଚିନ୍ତା ଦୂର ହେବ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରିବେ । ନିଜର ଆଟିମ୍ୟା ସ୍ଵଜନମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ ଯଥା ସମୟରେ ସବୁ କିଛି ଠିକ୍‌ ହୋଇଯିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ବାଙ୍କେଶ୍ଵରୀ ।

ମୀନ :

ଦିନଟି ସାମୟିକ ସୁଖମୟ ରହିବ । କର୍ମାଧିପତି ସ୍ଥାନରେ ଶୁକ୍ର ଥିବା ଯୋଗୁଁ ଆଶା କରୁଥିବା ଦିଗରୁ ଅର୍ଥ ଲାଭ ପାଇବେ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀ ସମେତ ପରିବାର ସଦସ୍ୟଙ୍କ ସହାୟତା ଲାଭ କରିବେ । ନୂଆ କିଛି କରିବାର ଇଚ୍ଛା ମନରେ ଜାଗ୍ରତ ହେବ । କେତେକ କ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ସମସ୍ୟାକୁ ପ୍ରତିହତ କରି ଆଗକୁ ବଢିବା ସକାଶେ ପଦକ୍ଷେପ ନେବେ । ଅଫିସ କାର୍ଯ୍ୟକୁ ନେଇ ସାମୟିକ ବିଭ୍ରାନ୍ତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି । ପରିବାର ସଦସ୍ୟଙ୍କ ସହ ସନ୍ଧ୍ୟା ସମୟଟି ହସଖୁସି‌ରେ କଟିବ । ଜୀବନସାଥୀଙ୍କ ସହ ସମ୍ବନ୍ଧ ବଢ଼ିଆ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ହନୁମାନ ।

Leave a Reply

Your email address will not be published. Required fields are marked *