23 ଜୁଲାଇ 2021 ଶୁକ୍ରବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମନକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ

23 ଜୁଲାଇ 2021 ଶୁକ୍ରବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମନକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ

23 ଜୁଲାଇ 2021 ଶୁକ୍ରବାର :- ଆଜି ୪ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମନକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ସହ ସାମାଜିକ କ୍ଷେତ୍ରରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ।

ଆଜି ଆମେ ଆପଣଙ୍କୁ ୨୩ ଜୁଲାଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ଧନାଧିପ ଶୁକ୍ରଙ୍କ ଶୁଭ ପ୍ରଭାବରୁ ଆର୍ଥିକ ଅଭାବ, ଅନଟନ ରହିବନାହିଁ । କିନ୍ତୁ ଶତ୍ରୁତା କାରଣରୁ ବନ୍ଧୁଙ୍କ ସଦ୍‌ଭାବ ସହକର୍ମୀମାନଙ୍କ ସହଯୋଗ ମଧ୍ୟ ପାଇବେ ନାହିଁ । କର୍ମକ୍ଷେତ୍ରରେ ଲାଗିରହିଥିବା ସମସ୍ୟା ଦୂର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା କିମ୍ବା ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । ଅଫିସର ବାତାବରଣ ସୁସ୍ଥ ରହିବା ସହ ନିଜର କାର୍ଯ୍ୟକୁ ନିଷ୍ଠାର ସୂଚାରୁରୂପେ ସମ୍ପାଦନ କରିବେ । ସଭାସମିତିରେ ଯୁକ୍ତିଯୁକ୍ତ କଥା କଥା ପ୍ରଶଂସିତ ହେବ । କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ । ବୈବାହିକ ଜୀବନ ସୁଖପ୍ରଦ ରହିବ । ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ଶୁଭରଙ୍ଗ: ଗୋଳାପୀ । ଆରାଧନା: ମାଆ ବିମଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଧନାଧିପ ବୁଧଙ୍କ ସୁପ୍ରଭାବରୁ ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ସାହାଯ୍ୟ କରିବେ । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ । ଚାକିରି କରୁଥିବା କର୍ମଜୀବିମାନେ ଅଫିସ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷମାନେ ସାମାଜିକ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରି ଲୋକ ସମ୍ପର୍କ ଦୃଦ୍ଧି କରିବେ । ବାଦବିବାଦ, ସ୍ୱାସ୍ଥ୍ୟ, ଯାନବାହନ ଆରୋହଣ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । କର୍ମଜଞ୍ଜାଳ ବୃଦ୍ଧି ଘଟିବାର ବିଶେଷ ସମ୍ଭାବନା ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଲକ୍ଷ ହାସଲ କରିବା ପରିପ୍ରେକ୍ଷୀରେ ଉଦ୍ୟମ ଜାରି ରଖିବେ । ରଶ୍ୟାଧିପତି ସପ୍ତମସ୍ଥ ଯୋଗୁଁ ବାଣିଜ୍ୟ, ବ୍ୟବସାୟ ଏପରିକି ଶେୟାର ବଜାରରେ ପୁଞ୍ଜିଲଗାଣ ଶୁଭପ୍ରଦ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ନେଇ ସହକର୍ମୀ ଓ ଉପରିସ୍ଥ ଅଧିକାରୀ ବର୍ଗ ପ୍ରଶଂସା କରିବେ ଓ ପଦୋନ୍ନତିର ଯୋଗ ରହିବ । କିନ୍ତୁ ସଭାସମିତିରେ ବାକ୍ ଅସଂଯମତା ଯୋଗୁଁ ବିବାଦଗ୍ରସ୍ଥରେ ଛନ୍ଦି ହୋଇପାରନ୍ତି । ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ପ୍ରକାଶନ, ରାଜନୀତି କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ । ଆର୍ଥିକ ଉଧାର ନେଇଥିବା ସମ୍ପର୍କୀୟ ଜଣକ ଅଯଥାରେ କଳହ ସୃଷ୍ଟି କରିପାରେ । ପାରିବାରିକ ସମସ୍ୟା ବୃଦ୍ଧି ପାଇବା ହେତୁ ବ୍ୟସ୍ତତା ବଢ଼ିଯାଇପାରେ । ଦାମ୍ପତ୍ୟ କଳହ ଦୂର ହେବ । ସନ୍ତାନଙ୍କର ଉନ୍ନତିରେ ଖୁସିହେବେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ରାଶିରେ ରବି ଉଚ୍ଚସ୍ଥାନରେ ଅବସ୍ଥାନ କରିବା ଥିବା ଯୋଗୁଁ ଆର୍ଥିକ ସ୍ଥିତି ଉନ୍ନତମାନର ରହିବା ସହ କର୍ମକ୍ଷେତ୍ରରେ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହୋଇ କୌଣସି ଗୁରୁ ଦାୟିତ୍ଵ ଅର୍ପଣ କରିପାରନ୍ତି । ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଯାତ୍ରାରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଅନିଷ୍ଠାନ, ସଭା ସମିତି, କଚେରି ମାମଲା ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । କେତେକ ଖଳପ୍ରକୃତିର ଲୋକମାନେ ଜାଣି ଶୁଣି ବିରୁଦ୍ଧାଚରଣ କରିପାରନ୍ତି । କୌଣସି ବିବାଦୀୟ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ । ପଡ଼ୋଶୀମାନଙ୍କ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ପାରିବାରିକ ସ୍ଥିତି ସ୍ଵାଭାବିକ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସ୍ଵାଧୀନ ଭାବରେ କାମ କରିବାକୁ ଇଚ୍ଛା କରିଲେ ମଧ୍ୟ ପ୍ରତ୍ୟେକ ସ୍ଥଳରେ ବାଧାବିଘ୍ନ ଯୋଗୁଁ ଅନ୍ୟମାନଙ୍କ ସହାୟତା ନେବାକୁ ବାଧ୍ୟ ହେବେ । ରାଶିରେ କେତୁର ଅବସ୍ଥାନ ଯୋଗୁଁ ଯେକୌଣସି ନିଷ୍ପତ୍ତି ନେବା ସମୟରେ ଦ୍ଵନ୍ଦରେ ପଡିବେ । ଆଜି ବନ୍ଧୁ ଓ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ଧରଣର ରହିବ । ପୂର୍ବ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟ କରିଲେ ଅପେକ୍ଷାକୃତ ସଫଳତା ପାଇବେ । ଅଫିସରେ ଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ଆକସ୍ମିକ ଭାବରେ କୌଣସି ପଦକ୍ଷେପ ନେଲେ ଝମେଲା ମଧ୍ୟରେ ଫସି ପାରନ୍ତି, ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ବୁଝିବିଚାରୀ ନିଷ୍ପତ୍ତି ନିଅନ୍ତୁ । ପରିବାରରେ ସାଧାରଣ କଥାରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଜଗନ୍ନାଥ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହିବ ନାହିଁ । ଭାଗ୍ୟସ୍ଥ ରାହୁଙ୍କ ଯୋଗୁଁ ବାରମ୍ବାର ଅସଫଳତା କାରଣରୁ କୌଣସି କାମ କରିବାକୁ ମନରେ ଉତ୍ସାହ ଆସିବ ନାହିଁ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ପରିବହନରେ ଅଧିକ କ୍ଷତି ଦେଖାଦେବ । କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିବାକୁ ବାଧ୍ୟ ହେବେ । ଅଫିସ କାର୍ଯ୍ୟାଳୟରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବେ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ, ଦେଖି ଚାହିଁ ଖର୍ଚ୍ଚ କରନ୍ତୁ । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ନିଜର ମନକଥା ବନ୍ଧୁଙ୍କ ସହ ଆଲୋଚନା କରିବେ, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ପୁନର୍ବାର ଶାନ୍ତି ଫେରି ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ । ଘାତଚନ୍ଦ୍ର ହେତୁ ସମସ୍ତ କର୍ମରେ ବିଫଳତା, ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା, ପରିବାରରେ ମନୋମାଳିନ୍ୟ ଓ ଭାଇଭଉଣୀଙ୍କ ସହ ବିବାଦ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଓ କର୍ମରେ ବାଧାବିଘ୍ନ ଏବଂ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନ୍‌ସନ ଦୂର ହେବ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରାନ୍ତୁ ନାହିଁ । ଆଜି ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରକ୍ଷାରେ ସମର୍ଥ ହେବେ । ଦୀର୍ଘ ଦିନରୁ ଲାଗି ରହିଥିବା ପୁରାତନ ରୋଗପୀଡାରୁ ସାମୟିକ ସୁସ୍ଥ ଅନୁଭବ କରିବେ । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଭଗବାନଙ୍କୁ ବିଶ୍ଵାସ କରନ୍ତୁ । ଚନ୍ଦ୍ରଙ୍କ ପ୍ରତି ଅଷ୍ଟମାଧିପତିଙ୍କ ଦୃଷ୍ଟି ମାନସିକ ଅସ୍ଥିରତା ଓ ବିଭିନ୍ନ ସମସ୍ୟା ଭିତରେ ଗତି କରିବାକୁ ପଡିବ । ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ସ୍ଵାର୍ଥ ହାସଲ କରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ପଛଘୁଞ୍ଚା ଦେବ ନାହିଁ । ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରି କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହୋଇପାରିବେ । ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା, ସଭାସମିତି ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ । ସାମାଜିକ ସ୍ତରରେ ନିଜ ଲୋକମାନେ ମଧ୍ୟ ଅନ୍ୟମାନଙ୍କ ସହ ମିଶି ବିରୁଦ୍ଧାଚରଣ କରିବେ । ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଦେଖାଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନଚେତ୍ ପରେ ଚିନ୍ତା କରିବାକୁ ପଡିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଈର୍ଷାପରାୟଣ ହୋଇ ଆତ୍ମୀୟ ସ୍ଵଜନମାନେ ହିଁ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ବ୍ୟବସାୟ, ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବା ସହ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିବେ । ଅଫିସରେ ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମନାନ୍ତର ଦେଖାଦେବାର ସମ୍ଭାବନା ରହିଛି । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଜଣେ ଅଜ୍ଞାତ କିମ୍ବା ମନ୍ଦ ବ୍ୟକ୍ତି ଆପଣଙ୍କୁ ପ୍ରତାରଣା କରିବାକୁ କିମ୍ବା ଠକିବାକୁ ଚେଷ୍ଟା କରିପାରନ୍ତି । ନିର୍ମାଣ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ବାଧା ପ୍ରାପ୍ତ ହେବ । ପାରିବାରିକ କ୍ଷେତ୍ରର ଆଲୋଚନା ପରିସରରେ ପକ୍ଷପାତିତକୁ କେନ୍ଦ୍ର ସମାଲୋଚିତ ହୋଇପାରନ୍ତି । ଆଜି କେତେକ କ୍ଷେତ୍ରରେ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସମସ୍ତ କର୍ମରେ ଅଯଥା ବିଳମ୍ବ, ଅଯଥା ଖର୍ଚ୍ଚ ଓ ଅନୁଚିତ କର୍ମ ପ୍ରତି ଅତ୍ୟଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଯେତିକି ହେବ ତା’ଠାରୁ ଅଧିକ ଖର୍ଚ୍ଚ ହେବ । ଦୀର୍ଘଦିନରୁ ପ୍ରତୀକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟ ସ୍ଵଜନମାନଙ୍କ ସହଯୋଗ ମିଳିବା କାରଣରୁ ମନ ଖୁସି ରହିବ । କର୍ମକ୍ଷେତ୍ରରେ ପୂର୍ବରୁ ଲାଗିଥିବା ସମସ୍ୟାର ଯଥାବିଧି ସମାଧାନ ପାଇଁ ତତ୍ପରତା ପ୍ରକାଶ କରି ସଫଳ ମଧ୍ୟ ହେବେ । ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବର ଯୋଗ ରହିଛି । କିନ୍ତୁ ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୂରସ୍ଥାନକୁ ଯାତ୍ରା କରିବା ନିଷ୍ଫଳ ହେବ । ଶୁଭରଙ୍ଗ: ଲାଲ୍ । ଆରାଧନା: ସନ୍ତୋଷୀମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ଦ୍ୱିତୀୟସ୍ଥ ବୃହସ୍ପତିଙ୍କ ହେତୁ ପୂର୍ବ ସ୍ଥିରୀକୃତ ଯୋଜନାବଦ୍ଧ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଓ ତଥାପି ମନୋବଳ କମିବ ନାହିଁ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟର ଭାର ଅଧିକ ରହିବ । ଅଫିସ କିମ୍ଭା ନିଜ କର୍ମ କ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ । ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି । ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ । ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦକ୍ଷିଣକାଳୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପ୍ରତିକୂଳ ସମୟ ଦେଇ ଗତି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡିକୁ ଅସ୍ୱାଭାବିକ ମନେ କରିବେ । ରାଶିରେ ମଙ୍ଗଳର ଦୁର୍ବଳତା କାରଣରୁ ସାମାନ୍ୟ କଥାରେ ଧୈର୍ଯ୍ୟହରା ନ ହୋଇ ବରଂ ପରିସ୍ଥିତିର ମୁକାବିଲା କରିଲେ ଉପକୃତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ, ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି ଓ ନୂତନ କର୍ମାରମ୍ଭର ଯୋଜନା କରିପାରନ୍ତି । ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଆବଶ୍ୟକତା ଅନୁଯାୟୀ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ସାମାଜିକ ସ୍ତରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ଉତ୍ତମ ବୁଝାମଣା କାରଣରୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ । ଶୁଭରଙ୍ଗ-ଧଳା । ଆରାଧନା- ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *