22 ଜୁନ୍ 2021, ମଙ୍ଗଳବାରର ରାଶିଫଳ :- ଆଜି ଏହି ୬ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଖର୍ଚ୍ଚର

22 ଜୁନ୍ 2021, ମଙ୍ଗଳବାରର ରାଶିଫଳ :- ଆଜି ଏହି ୬ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଖର୍ଚ୍ଚର

22 ଜୁନ୍ 2021, ମଙ୍ଗଳବାରର ରାଶିଫଳ :- ଆଜି ଏହି ୬ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ଚଞ୍ଚଳତା ରହିବ ନାହିଁ ।

ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ବିଶେଷ ମହତ୍ଵ ରହିଛି । ରାଶିଫଳ ଜରିଆରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ସମୟ କ୍ରମରେ ଗ୍ରହନକ୍ଷେତ୍ର ଗୁଡିକ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଯାହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଗ୍ରହ ନକ୍ଷେତ୍ର ଗୁଡିକର ସ୍ଥାନରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିର ଜୀବନରେ ମଧ୍ୟ କେତେକ ପରିବର୍ତ୍ତନ ପର୍ଯ୍ୟଲକ୍ଷିତ ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ :

ମାନସିକ ସ୍ତରରେ ସୁସ୍ଥ ରହିବେ । ଆଜି ପାରିବାରିକ ସଦ୍‌ଭାବ ଓ ସମ୍ପର୍କୀୟଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦର ପାଇ ଖୁସି ହେବେ । ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅଫିସରେ ନିଷ୍ଠାର ସହ ନିଜ କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିଥିବା ଯୋଗୁଁ ଉଚ୍ଚଧିକାରୀଙ୍କ ଦ୍ଵାରା ପ୍ରଶଂସିତ ହୋଇପାରନ୍ତି । ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ସାଧାରଣ କଥାକୁ କେନ୍ଦ୍ର କରି ପରିବାର ଭିତରେ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରି ପାରନ୍ତି । ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ :

ଆଜି ଆପଣ ମାନସିକ ସ୍ତରରେ ଶାନ୍ତି ପାଇଁ ପାରିବେ ନାହିଁ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ନିଜ ବୁଦ୍ଧି ଓ ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗ ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବେ । ବାଣିଜ୍ୟ ଓ ବ୍ୟବସାୟ, ପରିବହନ ଆଦି କ୍ଷେତ୍ରରେ କାରବବାର ମଧ୍ୟମ ଧରଣର ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀଙ୍କ ସହ ଅଯଥା ଯୁକ୍ତି କରି ଶେଷରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ପାଖ ପଡୋଶୀ ସହାୟତା କରିବେ । ସହଧର୍ମୀଙ୍କ ମତାମତକୁ ଗୁରୁତ୍ଵ ଦେଲେ କିଛି ମାତ୍ରାରେ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭୈରବୀ ।

ମିଥୁନ :

ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଆଗ୍ରହ ଜନ୍ମିବ । ଆଜି ସାମୟିକ ଅସୁବିଧା ମଧ୍ୟରେ ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ । ଆଲୋଚନାର ଶେଷଭାଗରେ ହଠାତ୍‌ କୌଣସି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । ଅଫିସରେ ମଧ୍ୟ ଭୁଲ୍‌ ବୁଝାମଣା ହେତୁ ସହକର୍ମୀଙ୍କ ସହ ତିକ୍ତତା ମନୋଭାବ ଦେଖାଦେଇପାରେ । ସଭାସମିତିରେ ଅପ୍ରିୟ ସତକଥା କହି ସମସ୍ତଙ୍କ ବିରୋଧୀ ହୋଇପାରନ୍ତି । ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କର କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ । ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ କରିବାର ଯୋଗ ରହିଛି । ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଭୁଲ କାମ କରିପାରନ୍ତି । ପରିବାରରେ ହଠାତ କାହାର ଦେହ ଖରାପ ହେବ ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

କର୍କଟ :

ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟରେ ସ୍ଥଗିତ ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ବ୍ୟବସାୟ, ବାଣିଜ୍ୟରେ ଦେଖାଯାଉଥିବା ନାନା ପ୍ରକାର ବାଧାବିଘ୍ନ ଯୋଗୁଁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେଇ ସମସ୍ୟାକୁ ସୁଧାରିବାରେ ପ୍ରଯତ୍ନ କରିବେ । ଆର୍ଥିକ ସ୍ଥିତି କ୍ରମଶଃ ବୃଦ୍ଧି ପାଇବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଅଫିସରେ ଆଳସ୍ୟ ଓ ଅବହେଳା ଯୋଗୁଁ କାର୍ଯ୍ୟଗୁଡିକ ସ୍ଥଗିତ ରହିପାରେ, ଯାହାଫଳରେ ଉଚ୍ଚାଧିକାରୀଙ୍କୁ କୈଫିୟତ ଦେବାକୁ ପଡ଼ିପାରେ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି । ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟ ବିନୟପୂର୍ଣ୍ଣ ପ୍ରେମ ଭାବନା ସମ୍ପର୍କକୁ ଅଧିକ ମଜବୁତ କରିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ :

କାର୍ଯ୍ୟର ପୂର୍ଣ୍ଣାଙ୍ଗ ରୂପରେଖା ଦେଇପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି । ଈର୍ଷାଳୁ ସହକର୍ମୀମାନେ ଆପଣଙ୍କ ଚଲା ପଥରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି । କିନ୍ତୁ ଧୌର୍ଯ୍ୟର ସହ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ସଫଳତା ହାସଲ କରିବେ । ଅଫିସର କେତେକ ଜଟିଳ କାର୍ଯ୍ୟକୁ ଆଜି ହିଁ ସହକର୍ମୀଙ୍କ ସହଯୋଗ ନେଇ ସମ୍ପାଦନ କରିବାକୁ ସ୍ତିର କରିବେ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ପାରିବାରିକ ପରିସ୍ଥିତି ବିଶେଷ ଭଲ ନହେଲେ ମଧ୍ୟ ମନ୍ଦ ହେବନି । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

କନ୍ୟା :

ଖଳ ଲୋକଙ୍କ କଥାରେ ପଡି ହଇରାଣ ହେବେ। ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ, କ୍ଷେତ୍ରରୁ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ଘଟଣାକୁ କେନ୍ଦ୍ର କରି ମନରେ ଉତ୍ତେଜନା ଜାତ ହେବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ବ୍ୟବସାୟରେ କାରବାର ମାନ୍ଦା ରହିବା ସହ ପ୍ରତିଦ୍ୱନ୍ଦିତା ମଧ୍ୟ ବଢିବାର ସମ୍ଭାବନା ରହିଛି । ସାଂଗଠନିକ କାର୍ଯ୍ୟ କିମ୍ବା ସାମୂହିକ କାମରେ ତପତ୍ରତା ପ୍ରକାଶ କରିବେ । ବିରୋଦ୍ଧାଚରଣ କରୁଥିବା ଲୋକେ ଆପଣଙ୍କ ପ୍ରତିଟି କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିବେ ଓ କିଛି ନା କିଛି ଅସୁବଧା ସୃଷ୍ଟି କରିବେ । ପରିସ୍ଥିତି ଯାହା ହେଉନା କାହିଁକି ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ତୁଳା :

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ସହକର୍ମୀ ଅନାବଶ୍ୟକ ବିଭିନ୍ନ କଥା କହିବା କାରଣରୁ ବିବାଦ ବଢ଼ିପାରେ । ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ଆଶାନୁରୂପ ସଫଳତା ପାଇବେ । କର୍ମକ୍ଷେତ୍ରରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । କୌଣସି ନିଷ୍ପତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟକୁ କେନ୍ଦ୍ର କରି ଟଣାଓଟରା ଲାଗିପାରେ । ସାମାଜିକ ସ୍ତରରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହେବାର ଆଶଙ୍କା ରହିଛି । ଆଜିର ଯାତ୍ରା ସମୟରେ ସତର୍କତା ଅଭାବରୁ ଧନହାନିର ଆଶଙ୍କା ରହିଛି । ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା :

ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ଅଶାନ୍ତିର କାରଣ ପାଲଟିଯିବ । ସକାଳୁ ସକାଳୁ କେତେକ ଅସ୍ବାଭାବିକ କାର୍ଯ୍ୟ କଳାପ ଯୋଗୁଁ ମନଟା ବିଗିଡ଼ି ଯିବ । କ୍ରୋଧର ବଶବର୍ତ୍ତୀ ହୋଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ଅଫିସରେ ଆୟୋଜିତ ବୈଠକରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ, ଯାହା କି ଆପଣଙ୍କ ସକାଶେ ହିତକର ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କିନ୍ତୁ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ସାଙ୍ଗକୁ ପରିବାରରେ ଶାନ୍ତି ମଧ୍ୟ ଫେରି ଆସିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ହନୁମାନ ।

ଧନୁ :

କର୍ମକ୍ଷେତ୍ର ପ୍ରତି ମନରେ ଆଗ୍ରହ ଜନ୍ମିବ । ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ବନ୍ଧୁ ଓ ପରିବାର ସଦସ୍ୟମାନେ ସହଯୋଗ କରିବେ । ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ନିଶ୍ଚୟ ପାଇବେ । ବନ୍ଧୁଙ୍କ ସହ ବ୍ୟବସାୟଙ୍କୁ ଭିତ୍ତି କରି ଆଲୋଚନା କରିବେ । ଆର୍ଥିକ ଦିଗରୁ ସ୍ଥିତି ମଜବୁତ ରହିବ । ଅଫିସରେ ସୁସ୍ଥ ବାତାବରଣ ମଧ୍ୟରେ ଦିନ ଅତିବାହିତ କରିବେ । ସାମାଜିକ କ୍ଷେତ୍ରରେ କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ ବ୍ୟବହାର କରିପାରନ୍ତି । ବାକି ରହିଥିବା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ । ବିବାଦୀୟ ଘଟଣାରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସକ୍ଷମ ହେବେ । କିନ୍ତୁ ଈର୍ଷାପରାୟଣ ବ୍ୟକ୍ତିମାନେ ଅତୀତର ଘଟଣାବଳୀକୁ ପୁନଃ ଦୋହରାଇ ପରିସ୍ଥିତିକୁ ଭିନ୍ନ ରୂପ ଦେବା ପାଇଁ ଚେଷ୍ଟା କରିବେ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମକର :

ପାରିବାରିକ କ୍ଷେତ୍ରରେ କେତେକ ଘଟଣାକୁ କେନ୍ଦ୍ରକରି ମନରେ ସରସତା ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରିବା ଭଲ ହେବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ ଅଯଥାରେ କ୍ରୋଧ ପ୍ରକାଶ କରିପାରନ୍ତି । ଆର୍ଥିକ ଦିଗରୁ କୌଣସି ଅଭାବ ଅସୁବିଧା ହେବ ନାହିଁ । ସଭାସମିତି କିମ୍ବା କୌଣସି ବୈଠକରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ, ଯାହା କି ଆପଣଙ୍କ ସକାଶେ ହିତକାର ହେବ । ଖଳ ଲୋକଙ୍କ ପ୍ରରୋଚନାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

କୁମ୍ଭ :

କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଦୀର୍ଘ ଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ । ବାଣିଜ୍ୟ ବ୍ୟବସାୟରୁ ଆଶାନୁରୂପକ ଫଳ ପାଇବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚାକିରୀ କରୁଥିବା କର୍ମଜୀବିମାନେ କର୍ମକ୍ଷେତ୍ରରେ ନିଜ ପଦମର୍ଯ୍ୟାଦାକୁ ସୁରକ୍ଷିତ ରଖିବାରେ ସମର୍ଥ ହେବେ । ଶତ୍ରୁତା ଆରଚରଣ କରୁଥିବା ଲୋକଟି ପ୍ରତି ସତର୍କତା ରୁହନ୍ତୁ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ନିର୍ମାଣ କାର୍ଯ୍ୟ କିମ୍ବା ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ଵାକ୍ଷରିତ ହୋଇପାରେ । କୌଣସି ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି । ନିକଟ ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ପାଇ ଆଶ୍ୱସ୍ତ ପାଇବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ମୀନ :

ଉନ୍ନତମାନର ଚିନ୍ତାଧାରା ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଅନୁକଳ ରହିବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ ସାମୟିକ ବାଧା ସୃଷ୍ଟି କରିବା ସହ ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପାରେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ଏକ ସାଧାରଣ କାର୍ଯ୍ୟକୁ ନେଇ ସହକର୍ମୀ ଜଣକ ଅଯଥାରେ କଳହ ଲାଗିବାର ସମ୍ଭାବନା ରହିଛି । ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ । ଆକସ୍ମିକ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । ମଧୁର ବାକ୍ୟାଳାପ ଦ୍ଵାରା ପରିବାରରେ ସୁଖଶାନ୍ତି ଫେରି ଆସିବ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

Leave a Reply

Your email address will not be published. Required fields are marked *