22 ଜୁଲାଇ 2021 ଗୁରୁବାର :- ଆଜି ୫ଟି ରାଶିର ବ୍ୟକ୍ତିକୁ ଦୁଃଖକଷ୍ଟରୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା

22 ଜୁଲାଇ 2021 ଗୁରୁବାର :- ଆଜି ୫ଟି ରାଶିର ବ୍ୟକ୍ତିକୁ ଦୁଃଖକଷ୍ଟରୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା

22 ଜୁଲାଇ 2021 ଗୁରୁବାର :- ଆଜି ୫ଟି ରାଶିର ବ୍ୟକ୍ତିକୁ ଦୁଃଖକଷ୍ଟରୁ ମୁକ୍ତି ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୨୨ ଜୁଲାଇ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହ-ନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ । ଆଜିର ଚନ୍ଦ୍ର ଷଷ୍ଠାଧିପଙ୍କ ନକ୍ଷତ୍ରରେ ରହିଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି କରି ମନକୁ ବିଭ୍ରାନ୍ତ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା ଫଳରେ ମନରେ ସରସତା ରହିବ ନାହିଁ । ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସର ପଦାଧିକାରୀଙ୍କ ଆଦେଶପ୍ରାପ୍ତ ହୋଇ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ ଅକରିବା ପାଇଁ ବାଧ୍ୟ ହୋଇପାରନ୍ତି । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ । ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିପାରେ । ପାରିବାରିକ ପରିସ୍ଥିତି ଭଲ ଥିଲେ ମଧ୍ୟ ଅପରାହ୍ନରେ ଆକସ୍ମିକ ଭାବରେ ଯୁକ୍ତିତର୍କକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

କୌଣସି ପୁରୁଣା କଥାକୁ ନେଇ ଆପଣ ମନସ୍ତାପରେ ରହିବେ । ଧନାଧିପ ସ୍ଵଗୃହସ୍ଥ ଯୋଗୁଁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ଲାଭକରି ଖୁସି ହେବେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ଚିନ୍ତା ବଢ଼ିପାରେ । ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ପ୍ରଶାସନିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ ମନ୍ଥର ହେବ । ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ଭିନ୍ନ ଭିନ୍ନ କଥା କହିବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିଜ ଭାଷା ଉପରେ ସଂଯମତା ରଖନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଆପଣଙ୍କ ଲାଗି ଦିନଟି ବହୁତ ଭଲ ରହିବ । ବୁଧଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବା ସହ ବନ୍ଧୁବର୍ଗଙ୍କ ଆଦରଣୀୟ ହେବେ । ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ନେବେ । ଅଫିସ୍‌ କାମରେ ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିନେବେ । ଅନ୍ୟର ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯାଇପାରେ । ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେବା ଯୋଗୁଁ ବ୍ୟସ୍ତତା ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ ନାନା ସମସ୍ୟା ଥିଲେ ମଧ୍ୟ ଶାନ୍ତ ମନରେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ବାଟ ଖୋଜିବେ ଓ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ସମ୍ଭାବ୍ୟ ସଙ୍କଟରୁ ମୁକ୍ତି ପାଇବା ନିମନ୍ତେ ଦେବାଦେବୀଙ୍କୁ ଆରୋଧନ କରନ୍ତୁ । କେତୁଙ୍କ କୁପ୍ରଭାବରୁ ଆଜି ଆପଣଙ୍କ ନିଷ୍ପତ୍ତି ଓ ବିଚାରଧାରା ଠିକ୍‌ ରହିବ ନାହିଁ । କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହିବା ସାଙ୍ଗକୁ ଏକ ମାମୁଲି ଘଟଣାରେ ଉଚ୍ଚବାଚର ଆଶଙ୍କା ରହିଛି । ଅର୍ଥ ସଂଗ୍ରହ କରିବାର ତତ୍ପରତା ମନ ବ୍ୟାକୁଳ କରିବ । ଅଫିସରେ ସୁସ୍ଥ ବାତାବରଣ ରହିବ । ଅପରାହ୍ନରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ଗୁପ୍ତ ଶତ୍ରୁଙ୍କ ସକ୍ରିୟତା ବୃଦ୍ଧିପାଇବା ହେତୁ ବ୍ୟସ୍ତ ରହିପାରନ୍ତି । ହଠାତ ବନ୍ଧୁଙ୍କ ମୁହଁରୁ କିଛି ବାଧିଲା ଭଳି କଥା ଶୁଣିବା ଫଳରେ ମନରେ ଯେଉଁ ଆନନ୍ଦର ଲହରୀ ଖେଳି ଉଠିଥିଲା ତାହା ହଠାତ ମଉଁଳି ଯିବ । ସତର୍କତା ଅଭାବରୁ ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଜୀବନକୁ ସରସ ସୁଧାର କରି ଗଠିବା ପାଇଁ ଚେଷ୍ଟା କରିବେ । ଲାଭ ସ୍ଥାନରେ ଧନର ମାଲିକ ବୁଧ ଥିବାରୁ ଆଜି ବନ୍ଧୁଙ୍କ ସହାୟତାରେ ଅର୍ଥଲାଭ ଘଟିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଧାର ଆସିବ । କୌଣସି ବ୍ୟକ୍ତିଙ୍କୁ ସରଳ ଭାବେ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ଅଫିସରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ଏବଂ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଭାଙ୍ଗି ପଡିଥିବା ସମ୍ପକର୍କୁ ପୁଣି ଯୋଡିବା ସକାଶେ ଚେଷ୍ଟା କଲେ ସଫଳତା ମିଳିପାରିବ । ଆଜି ଶାରୀରିକ ସୁସ୍ଥତା ଫେରିପାଇବେ ସତ କିନ୍ତୁ ସନ୍ଧ୍ୟା ସମୟରେ ପେଟ ଯନ୍ତ୍ରଣା କିମ୍ବା ଚକ୍ଷୁ ପୀଡାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ଶୁଭରଙ୍ଗ: ମ୍ୟାଜଣ୍ତା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକ ରହିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପୂର୍ବ ପରିକଲ୍ପିତ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ । କିନ୍ତୁ ପରୋକ୍ଷ ଶତ୍ରୁତା ହେତୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଫିସ୍‌ କାମରେ ଯେସାକୁ ତେସା ନୀତି ଅବଲମ୍ବନ କରି କାମ କରିବେ ସତ କିନ୍ତୁ ଉଚ୍ଚକତୃପକ୍ଷଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ସମାଜରେ ପ୍ରଶଂସିତ ହେବେ । ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ପାରିବାରିିକ ପ୍ରତିରୋଧ ଯୋଗୁଁ ଅଭିଳାଷ ପୂରଣରେ ବାଧା ସୃଷ୍ଟି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଧ୍ୟାତ୍ମିକ ଦିଗରେ ଆପଣଙ୍କ ମନ ଲାଗି ରହିବ । ସ୍ଵଗୃହୀ ଶନି ହେତୁ ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ । ଅଫିସ କାମର ବୋଝ ଟିକେ ଅଧିକ ହୋଇପାରେ । ପରୋକ୍ଷ ଶତ୍ରୁତା ଯୋଗୁଁ ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହେବ । ଆର୍ଥିକ ସ୍ଥିତିରେ ଉଠାଣ-ଗଡ଼ାଣ ଲାଗି ରହିବ । ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, କିନ୍ତୁ କଷ୍ଟ ସ୍ଵୀକାର କରିବାକୁ ପଡିବ । ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ହୋଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଗୁପ୍ତେଶ୍ଵର ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପ୍ରତ୍ୟୁଷ ଯାତ୍ରାରେ ସଫଳତା ନିଶ୍ଚୟ ପାଇବେ କିନ୍ତୁ କର୍ମାଧିପ ଶନି ଓ ମନକାରକ ଚନ୍ଦ୍ର ଷଡ଼ାଷ୍ଟକ ସ୍ଥିତିରେ ଥିବାରୁ ନୂତନ କର୍ମାରମ୍ଭ କରିବା କାଠିକର ପାଠ ହୋଇପାରେ । ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିବ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ବଢିବା ସହ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କିନ୍ତୁ ଅଫିସରେ ବାତାବରଣ ଭିନ୍ନ ରହିବ । ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ ଏବଂ ସହକର୍ମୀଙ୍କ ସହ ପରସ୍ପର ମଧ୍ୟରେ ମିଳିମିଶି କାର୍ଯ୍ୟ କରିବେ । ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ନିର୍ବାହ କରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ । କଳା, ସାହିତ୍ୟ, ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ସନ୍ତାନଙ୍କ ସହ ଅଧିକ ସମୟ ବିତାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଟିର ଆଜି ଅନ୍ୟମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ଆପଣଙ୍କୁ ଭୁଲ୍ ବୁଝିବେ । ସପ୍ତମସ୍ଥ ବୁଧଙ୍କ ଯୋଗୁଁ ବ୍ୟବସାୟ, ବାଣିଜ୍ୟରେ ଉନ୍ନତି ଘଟିବ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ଗତକାଲିର କେତେକ କୌଣସି ଘଟଣାକୁ ନେଇ ମନ ଭାରାକ୍ରାନ୍ତ ରହିବ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ, ମନରେ ଆନନ୍ଦର ଲୋହରି ଖେଳି ଉଠିବ । ସାମାଜିକ ସ୍ତରରେ ପ୍ରତିଷ୍ଠା ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଓ ସତର୍କତା ରକ୍ଷା ନ କଲେ ବିବାଦ ଘେରରେ ପଡିପାରନ୍ତି । ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବ । ଭୁଲ୍‌ ବୁଝାମଣା କାରଣରୁ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ସୃଷ୍ଟି କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ମନରେ ଚଞ୍ଚଳତା ରହିବ ନାହିଁ । ଅଷ୍ଟମସ୍ଥ ଶୁକ୍ର ହେତୁ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ । ଯେକୌଣସି କାମ କରିଲେ ମଧ୍ୟ ଅତ୍ୟାଧିକ ଖର୍ଚ୍ଚାନ୍ତର ହେବାକୁ ପଡିବ । ବ୍ୟବସାୟ ଓ ବାଣିଜ୍ୟରେ ସମ୍ୟକ ସମସ୍ୟା ଆସିପାରେ କିନ୍ତୁ ଆର୍ଥିକ ସ୍ଥିତି ପୂର୍ବପରି ରହିବ । ଅଫିସ୍ କାର୍ଯ୍ୟାଳୟରେ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ସମ୍ପାଦନ କରିଲେ ମଧ୍ୟ ଆପଣଙ୍କ ଶ୍ରେୟସ୍କର ଅନ୍ୟ କାହାରୀକୁ ମିଳିବ । ସାମାଜିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟି ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ସମଲେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସାମୟିକ ଦୁଃଖକଷ୍ଟ ଲାଗିରହିବ । ଶୁକ୍ରମଙ୍ଗଳ ଯୋଗ ପ୍ରଭାବରୁ ବନ୍ଧୁଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆଜି ଅର୍ଥ ସମ୍ପର୍କିତ କଥାବାର୍ତ୍ତା ବା ଚୁକ୍ତପତ୍ର କରନ୍ତୁ ନାହିଁ । ପୂର୍ବ ଯୋଜନା ଅନୁସାରେ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ସତ କିନ୍ତୁ ସଫଳତା ପାଇବା କଷ୍ଟକର ହୋଇପାରେ । ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି, ମାନସିକ ସ୍ତରରେ ଚିନ୍ତିତ ହୋଇପାରନ୍ତି । କେତେକ କ୍ଷେତ୍ରରେ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ଭଳି କାମ କରିବେ । ଅଧିକାଂଶ କ୍ଷେତ୍ରରେ କେବଳ ବେଠି ଖଟିବାକୁ ପଡିପାରେ । ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ପ୍ରତ୍ୟେକ ସ୍ଥଳରେ ଭାଗ୍ୟର ସହାୟତା ପାଇବେ ଓ ଉନ୍ନତିର ପଥରେ ଅଗ୍ରସର ହେବେ । କେନ୍ଦ୍ରସ୍ଥ ବୁଧ ହେତୁ କୌଶଳ ପ୍ରଗୟା କରି ଅନ୍ୟମାନଙ୍କ ହାତରେ କାର୍ଯ୍ୟ ହାସଲ କରିବେ । ଆପଣଙ୍କୁ ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ବଢିବ ସତ କିନ୍ତୁ କର୍ମକ୍ଷେତ୍ରରେ କୌଣସି କୁପ୍ରଭାବ ପଡିବ ନାହିଁ । ଅଫିସରେ ପରୋକ୍ଷ ଶତ୍ରୁତା କାରଣରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିରେ ପ୍ରତିବନ୍ଧକ ଦେଖାଦେଇପାରେ । ସାମାଜିକ ସ୍ତରରେ ସବୁ କାମରେ ଆଗୁଆ ରହି କାମ କରିବା କିନ୍ତୁ ଈର୍ଷାପରାୟଣ ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ । ବନ୍ଧୁମାନେ ସାମୟିକ ସୁଯୋଗ ପାଇ ନିଜର ସ୍ଵାର୍ଥ ସାଧନ କରିବା ଦିଗରେ ଆପଣଙ୍କୁ ଉତ୍ସାହିତ କରିପାରନ୍ତି । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀଗଣେଶ ।

Leave a Reply

Your email address will not be published. Required fields are marked *