22 ଫେବୃୟାରୀ 2021, ସୋମବାର :- ମହାଦେବଙ୍କ କୃପାରୁ ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ

22 ଫେବୃୟାରୀ 2021, ସୋମବାର :- ମହାଦେବଙ୍କ କୃପାରୁ ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ

22 ଫେବୃୟାରୀ 2021, ସୋମବାର :- ମହାଦେବଙ୍କ କୃପାରୁ ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା । ପରିବାରରେ ହସଖୁସିର ବାତାବରଣ ରହିବ…

ଆଜି ଆମେ ଆପଣଙ୍କୁ ୨୨ ଫେବୃୟାରୀ ୨୦୨୧ ସୋମବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ନିଜ ଉପରେ ବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ହାତକୁ ନେଇଥିବା କାର୍ଯ୍ୟଟି ପୂରଣ କରିବାରେ ସକ୍ଷମ ହେବେ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରର ପରୋକ୍ଷ ଶତ୍ରୁତା ଯୋଗୁଁ ନାନା ପ୍ରକାର ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିପାରେ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧାରଣ ରହିବ । ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ପାଇଁ ଚେଷ୍ଟା କରିବେ । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ପରିବାରର ଛୋଟିଆ ଛୋଟିଆ କଥାକୁ ମୁଣ୍ଡ ପୁରନ୍ତୁ ନାହିଁ ଅନ୍ୟଥା ପରିବାରରେ ଅଶାନ୍ତି ଉପୁଜିପରେ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ କରି କାର୍ଯ୍ୟ ହାସଲ କରିବାକୁ ଉଦ୍ୟମ ଜାରି ରଖିବେ । ପୁରୁଣା ଅନୁଭବକୁ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିଲେ ମଧ୍ୟ ବନ୍ଧୁଙ୍କ ଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖିବ ଓ ସ୍ଥିତି ସୁଦୃଢ ରଖିପାରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ସତ୍‌ସଙ୍ଗଜନିତ ଧର୍ମକାର୍ଯ୍ୟ ସକାଶେ ମନ ବଳିବ । ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ପ୍ରତି ମନ ବଳାଇପାରନ୍ତି । ପ୍ରଶାସନ, ଆଇନ ଅଦାଲତ ଓ କଳା, ସାହିତ୍ୟରେ ଉନ୍ନତି କରିବେ । ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଅନ୍ୟମାନଙ୍କ କଥା ଶୁଣନ୍ତୁ କାର୍ଯ୍ୟ କରିଲେ ଅସୁବିଧାରେ ପଡିବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ବୃତ୍ତିଗତ ବ୍ୟବସାୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀ ବଢିବ ସହ ମିଥ୍ୟା ଦୋଷାରୋପର କଳଙ୍କ ମନକୁ ବିଭ୍ରାନ୍ତ କରିବ । ପୂର୍ବରୁ ପ୍ରସ୍ତୁତ କରିବାଥିବା ଯୋଜନା ଅନୁଯାୟୀ କର୍ମକ୍ଷେତ୍ରରେ କାର୍ଯ୍ୟ କରିଲେ କେତେକାଂଶରେ ଉପକୃତ ହୋଇପାରନ୍ତି । ଈର୍ଷାପରାୟଣ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ । ବ୍ୟୟ ବୃଦ୍ଧ ହେବା ସହ ପରିବହନ ଜନିତ ସମସ୍ୟା ହେତୁ ବ୍ୟସ୍ତ ରହିବେ । ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ଆକସ୍ମିକ ଭାବରେ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆତ୍ମୀୟସ୍ଵଜନଙ୍କ ସହଯୋଗରେ ସକାଳୁ ସକାଳୁ ନୂତନ କର୍ମାରମ୍ଭ ପ୍ରୀତିପଦ ରହିବ । ଆକସ୍ମିକ ଭାବରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ କରିବା ସକାଶେ ଦୂରଯାତ୍ରା କରିବାକୁ ପଡିପାରେ । ବ୍ୟବସାୟୀମାନେ ନଗଦ କାରବାର କରିଲେ ଅଧିକ ଲାଭପ୍ରଦ ହେବେ । ସହକର୍ମୀଙ୍କ ସହଯୋଗରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲଭ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ବୈବାହିକ ସମ୍ପର୍କ ମଜବୁତ ରହିବ । ଗୁପ୍ତ ଶତ୍ରୁମାନଙ୍କ ସକ୍ରିୟତା ବୃଦ୍ଧି ହେତୁ ବ୍ୟସ୍ତ ରହୁ ପାରନ୍ତି । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ଉଚ୍ଚବାଚ ହେବାର ସମ୍ଭାବନା ରହିଛି । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଯେଉଁ କାମ ହାତକୁ ନେଇଛନ୍ତି, ବିଳମ୍ବ ହେଲେ ମଧ୍ୟ ସେଥିରେ କୃତକାର୍ଯ୍ୟ ନିଶ୍ଚୟ ପାଇବେ ଓ ଆଶାଜନକ ଫଳ ପାଇବା କଷ୍ଟକର ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟର ତାଳମେଳ ରହିବ ନାହିଁ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ସରକାରୀ କାମରେ ଆଜି ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିପାରନ୍ତି । ଅଫିସରେ ଆୟୋଜିତ ଆଲୋଚନା ପରିସରରେ ଯୋଗ ଦେଲେ ମଧ୍ୟ ନୀରବ ରହିବାକୁ ରହିବେ ଓ ବନ୍ଧୁଙ୍କ ଉକ୍ତିଙ୍କୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ । ବକେୟା ଅର୍ଥ ଆଦାୟରେ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡିବ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସତର୍କତା ଅବଲମ୍ବନ କରି ଦିନଚର୍ଯ୍ୟା କରନ୍ତୁ । କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ । ବ୍ୟବସାୟ, ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ପରିସ୍ଥିତିରେ ପଡି ହଠାତ୍‌ ବହୁତ‌ ଗୁଡିଏ ଟଙ୍କା ଖର୍ଚ୍ଚ ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହାୟତାରେ ନିଜର ମାନସମ୍ମାନକୁ ବଜାୟ ରଖିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟ କରି ଲୋକଙ୍କ ଆଦରଣୀୟ ହୋଇପାରିବେ । ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଈର୍ଷା ପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାକୁ ନିୟନ୍ତ୍ରଣାଧୀନ କରିବାରେ ସକ୍ଷମ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନରେ ସାମୟିକ ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ସାମଲେଶ୍ୱରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । ଆଜି ଯେକୌଣସି ନୂତନ କର୍ମାରମ୍ଭ କଲେ ମଧ୍ୟ ସଫଳତା ନିଶ୍ଚୟ ପାଇବେ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୈାଣସି ସମ୍ପର୍କ ପୁନଃ ଯୋଡିବାରେ ସକ୍ଷମ ହେବେ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଆୟ ବୃଦ୍ଧିର ସମ୍ଭାବନା ରହିଛି । ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ ଓ ସହକର୍ମୀମାନେ ସହଯୋଗ କରବେ । ଭାବପ୍ରବଣବଶତଃ ଓଲଟା କଥା କହି ବନ୍ଧୁ ଗହଣରେ ଅପଦସ୍ଥ ହୋଇପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ବାଧ୍ୟ ବାଧକତାର ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ଅଧିକ ହେବାର ସମ୍ଭାବନା ରହିଛି । ମାଙ୍ଗଳିକ କାର୍ଯ୍ୟରେ ନିଜ ଆତ୍ମୀୟ ସ୍ଵଜନମାନେ ହିଁ ସାମୟିକ ବାଧା ସୃଷ୍ଟି କରିପାରନ୍ତି । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଜିର ସକାଳୁଆ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ । କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ବ୍ୟବସାୟ ବାଣିଜ୍ୟରେ ସନ୍ତୋଷଜନକ ପରିଣାମ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରନ୍ତୁ । ଶାରୀରିକ ସୁସ୍ଥତା ଫେରି ଆସିବା ସହ କର୍ମକ୍ଷେତ୍ରରେ ଲାଗିରହିଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଆଲୋଚନା ପରିସରରେ ଭାଗନେଇ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ଉପକୃତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ । ନୂତନ ଅର୍ଥ ଉପାର୍ଜନରେ ରାସ୍ତା ଉନ୍ମକ୍ତା ହେବ । ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ । ପରିବାରର ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଶାରୀରିକ ଦୁର୍ବଳତା ଯୋଗୁଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ତଥାପି ସ୍ଥଗିତ କାମକୁ ପୂରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ବ୍ୟବସାୟ, ବାଣିଜ୍ୟରେ କ୍ଷତି ହେବାର ସମ୍ଭାବନା ରହିଛି । ଚାକିରିରେ ନିଷ୍ଠାର ସହିତ କାମ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବ ନାହିଁ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା କରିବେ । ଯେକୌଣସି କ୍ଷେତ୍ର ହେଉନା କାହିଁକି, ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖା ଦେଇପାରେ । ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ଅଶାନ୍ତିର ମାତ୍ରାକୁ ବଢାଇପାରେ । ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କ ମନ ଆଧ୍ୟତ୍ମିକ ଦିଗରେ ଲାଗି ରହିବ । ପୂର୍ବ ଯୋଜନାଟିକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରିବା ସମ୍ୟକ୍ କଷ୍ଟକର ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଉଚ୍ଚାଧିକାରୀ ନିଶ୍ଚୟ ଆପଣଙ୍କ ଅନୁରୋଧକୁ ଗ୍ରହଣ କରିବେ । କଳା, ସାହିତ୍ୟ, ମନୋରଞ୍ଜନ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ସାମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଗୃହରେ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟ ହେବ । ପରସ୍ପର ମଧ୍ୟରେ ଆପୋସ ବୁଝାମୁଣା ଦ୍ଵାରା ମାଲିମୋକଦ୍ଦମା ଜନିତ ସମସ୍ୟାର ସମାଧାନ ହୋଇଯିବ, ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ । ଭୁଲ୍ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ବ୍ୟବସାୟ, ବାଣିଜ୍ୟରେ ଆଶାତୀତ ଲବ ପାଇବେ । ଚାକିରି କରୁଥିବା ବ୍ୟକ୍ତିମାନେ ନିଜର ପରିଶ୍ରମ ବଳରେ ଉଚ୍ଚ ପ୍ରଶଂସିତ ହେବେ । ହଠାତ୍ କାହାକୁ ବିଶ୍ଵାସ କରି ବନ୍ଧୁତା କରିଲେ ଅସୁବିଧାରେ ପଡ଼ିପାରନ୍ତି । ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । କାଉନୟ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନସ୍ଥ କରିପାରନ୍ତି, କିନ୍ତୁ ସତର୍କତା ସହ ଚଳିବାକୁ ପଡିବ; କାରଣ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ନାନା ପ୍ରକାର ବାଧାବିଘ୍ନ ସୃଷ୍ଟି କରିପାରନ୍ତି । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ବୈବାହିକ ଜୀବନରେ ଉତ୍ତମ ବୁଝାମୁଣା ରହିବ । ପୁରାତନ ରୋଗ ପୀଡାର ପାଦୁର୍ଭାବ ପୁନଶ୍ଚ ବଢିପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଅନ୍ୟମାନଙ୍କୁ ଆପଣାର କରିବା ସକାଶେ କୌଶଳ ପ୍ରୟୋଗ କରିପାରନ୍ତି । ଆଜି ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ଖର୍ଚ୍ଚାନ୍ତ ଅଧିକ ହେବାର ସମ୍ଭାବନା ରହିଛି । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ମାନସିକ ସ୍ତରରେ ଚିନ୍ତିତ ରହିବେ । ଆକସ୍ମିକ ଭାବରେ ଅନ୍ୟର କାମରେ ବାହାରକୁ ଯିବାକୁ ପଡ଼ିପାରେ । ବନ୍ଧୁଙ୍କ ଦ୍ଵାରା କେତେକ କାର୍ଯ୍ୟ ସମ୍ପାଦନ କରିବାରେ ସମର୍ଥ ହେବେ । ଅଫିସର ବାତାବରଣ ସୁସ୍ଥ ରହିବ । ସହକର୍ମୀଙ୍କ ସହମତିରେ କାର୍ଯ୍ୟ କରିଲେ ଉପକୃତ ହେବେ । ସମାଜରେ କିଛି ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ଦେଖାସାକ୍ଷାତ ହେବ । ରାଜନୈତିକରେ ଲୋକ ସମ୍ପର୍କ ବୃଦ୍ଧି ପାଇବା ସହ ଓ ଉପରିସ୍ଥ ଅଧିକାରୀ ବର୍ଗଙ୍କ ଠାରୁ ପ୍ରଶଂସିତ ହେବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ପାରିବାରିକ ଜୀବନ ଆନନ୍ଦମୟ ହେବ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

Leave a Reply

Your email address will not be published. Required fields are marked *