22 ଅପ୍ରେଲ୍ 2021, ଗୁରୁବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ମିଳିବ ମନୋବାଞ୍ଛିତ ଫଳ ! ଆର୍ଥିକ କ୍ଷେତ୍ରରେ ସୁଧାର

22 ଅପ୍ରେଲ୍ 2021, ଗୁରୁବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ମିଳିବ ମନୋବାଞ୍ଛିତ ଫଳ ! ଆର୍ଥିକ କ୍ଷେତ୍ରରେ ସୁଧାର

22 ଅପ୍ରେଲ୍ 2021, ଗୁରୁବାର :- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ମିଳିବ ମନୋବାଞ୍ଛିତ ଫଳ ! ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ କର୍ମକ୍ଷେତ୍ରରେ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସହଜରେ ସଂପୂର୍ଣ୍ଣ କରିପାରିବେ ।

ଆଜି ଆମେ ଆପଣଙ୍କୁ ୨୨ ଅପ୍ରେଲ୍ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ରବି ଉଚ୍ଚଭାବରେ ରହି ରାଶ୍ୟାଧିପତି ସହ ଥିବାରୁ ଦୃଢ଼ ପଦକ୍ଷେପ ନେଇ କାମ ହାସଲର ପ୍ରେରଣା ଲାଭ କରିବେ । ବ୍ୟବସାୟ ବାଣିଜ୍ୟରେ କାରବାରରେ ଆଶାନୁରୂପ ଫଳ ପାଇବେ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ସହମତିରେ କାର୍ଯ୍ୟ କରିବେ । ଅର୍ଥନୈତିକ, ସାମାଜିକ, ପ୍ରଶାସନିକ କ୍ଷେତ୍ର ବହୁତ ଭଲ ରହିବ । କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ । ପରିବାରରେ ଛୋଟିଆ ଛୋଟିଆ କଥାକୁ ନେଇ ତର୍କବିତର୍କ କରିଲେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ । ଶୁକ୍ରଙ୍କ ପ୍ରଭାବରେ ମନୋରଞ୍ଜନକୁ ପ୍ରାଧାନ୍ୟ ଦେଇ କାମକୁ ଅବହେଳା କରିବେ । ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ । ଚାକିରୀରେ ସମ୍ମାନ ମିଳିବା ହେତୁ ସନ୍ତୁଷ୍ଟ ରହିବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସଭାସମିତି, ମାଲିମକଦ୍ଦମା କଥାରେ ଅଗ୍ରଗତି ଘଟିବ । ପ୍ରତିଶ୍ରୁତିରୁ ଓହରିବା କାରଣରୁ ଶେଷ ସମୟରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି । ପାରିବାରିକ ସମସ୍ୟା ସୁଧାର ଆସିବ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଅତୀତର କେତେକ କଥାକୁ ସ୍ମରଣ କରି ମନ ଉଦାସ ରହିବ । ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ହେବ ନାହିଁ ତଥାପି ସମସ୍ୟା ଲାଗି ରହିବ । କୌଣସି ଉନ୍ନତିମୂଳକ କାମ ଲାଗି ମୋଟାଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ । ଅଫିସରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ସାମାଜିକ ପ୍ରତିଷ୍ଠାରେ ମାନସମ୍ମାନ ବୃଦ୍ଧି ହେବ । ଆକସ୍ମିକ ଭାବରେ ଘରେ ବନ୍ଧୁ ମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନରେ ସକାରାତ୍ମକ ଭାବନା ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ରବି ଚତୁର୍ଥଭାବରେ ଥିବାରୁ ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ । କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଆଶାୟୀଥିବା କୌଣସି ସକାରାତ୍ମକ ଖବର ମନକୁ ଆନନ୍ଦିତ କରିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । କିନ୍ତୁ ସତର୍କତା ଅବଲମ୍ବନ ନ କାଲେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର ସୂଚନା ରହିଛି । ଦାମ୍ପତ୍ୟ ଜୀବନ ସୁଖଦମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ବୁଧ ଷଡ଼ାଷ୍ଟକ ସ୍ଥିତିରେ ଥିବା ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ଚେଷ୍ଟା କରୁଥିବା କାମଗୁଡିକ ସହଜରେ ହୋଇ ପାରିବ ନାହିଁ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେ କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ବିଭିନ୍ନ ପ୍ରକାର ଅସ୍ଵାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ । ସରକାରୀ ସ୍ତରରେ ଆକସ୍ମିକ ଭାବରେ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯିବାର ଆଶଙ୍କା ରହିଛି । ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ । ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର ସମ୍ପର୍କିତ କାମଟି ହଠାତ୍‌ ହୋଇଯିବାର ପୂର୍ଣ୍ଣ ସମ୍ଭାବନା ରହିଛି । ମାଲିମକଦ୍ଦମାରେ ଆପୋସ ବୁଝାମୁଣା ଦ୍ଵାରା ସମସ୍ୟାର ସମାଧାନ ହୋଇଯିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଲାଗି ଭଲ ରହିଲେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମନ ଭାରକ୍ରାନ୍ତ ରହିବ । ମୁଖ ଭାବରେ ମଙ୍ଗଳ ଯୋଗୁଁ ବାକ୍ ଅସଂଯମତା କାରଣରୁ ବନ୍ଧୁଙ୍କ ସହ ମନାନ୍ତର ଦେଖାଦେଇପାରେ । ତେଣୁ କାହା ସହିତ ମଧ୍ୟ କଥାବାର୍ତ୍ତ ହେବ ବେଳେ ନିଜକୁ ନିୟନ୍ତ୍ରଣାଧୀନ ରଖନ୍ତୁ । ନିକଟ ସମ୍ପର୍କୀୟ ଓ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ ରହିଯାଉଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିନେବେ । ବ୍ୟବସାୟ, ବାଣିଜ୍ୟରେ କାରବାର ମଧ୍ୟମ ଧରଣର ରହିବ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ପଦାଧିକାରୀଙ୍କ ଚାପରେ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବେ । ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି । ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସ୍ଵାସ୍ଥ୍ୟ ସମସ୍ୟାକୁ ସୁଧାରିବାର ପ୍ରଯତ୍ନ ନ କରି ଅବହେଳା କଲେ ଅନୁତାପ କରିବାକୁ ପଡ଼ିବ । ଦାଂପତ୍ୟ ଜୀବନରେ ସୁଖଦ ସ୍ଥିତି ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ମଙ୍ଗଳଙ୍କ ପ୍ରଭାବରେ ପ୍ରତାରିତ ହୋଇ ଅଭିଳଷିତ ଜିନିଷ ନ ପାଇବା କାରଣରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । ନିକଟସ୍ଥ କୌଣସି ବ୍ୟକ୍ତି ସମସ୍ୟାର କାରଣ ସାଜି ପାରନ୍ତି । ପରୋକ୍ଷ ଶତ୍ରୁତା ତିଳେ ମଧ୍ୟ କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ । ଆକସ୍ମିକ ଆବଶ୍ୟକ ଅର୍ଥାଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ । ଅଫିସରେ ସହକର୍ମୀମାନଙ୍କ ସହ ବାଦବିବାଦ କ୍ରମେ ଜଟିଳ ହେବ, ତଥାପି ଆପଣଙ୍କ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଆଲୋଚନା ପରିସରରେ କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ଆଜି କର୍ମକ୍ଷେତରେ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆଜି ଆକସ୍ମିକ ଭାବରେ ମୂଲ୍ୟବାନ ଦ୍ରବ୍ୟ ଲାଭ ସାଙ୍ଗକୁ ଅର୍ଥ ଓ ସମ୍ମାନ ପାଇବେ । ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରି ପାରିବେ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଅସନ୍ତୁଷ୍ଟ ହୋଇପାରନ୍ତି । ଶିକ୍ଷା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ । ପାରିବାରିକ ସମସ୍ୟା ଯୋଗୁଁ ମନ ବିଚଳିତ ରହିବ । ସ୍ଵାସ୍ଥ୍ୟହାନି ହେତୁ ନିରାକରଣ ପରିପ୍ରେକ୍ଷୀରେ ବାରମ୍ବାର ଧାଁ ଧଉଡ କରିବାକୁ ପଡ଼ିପାରେ । ଜୀବନସାଥୀଙ୍କ ପୁରା ସମର୍ଥନ ଓ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନ ଚଞ୍ଚଲ ରହିବ ଓ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ମନ ତତ୍ପର ରହିବ । ଷଷ୍ଠଚନ୍ଦ୍ର ହେତୁ ଚେଷ୍ଟା କରୁଥିବା କାମରେ ଖର୍ଚ୍ଚାନ୍ତ ସାଙ୍ଗକୁ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଯାତ୍ରା, ବ୍ୟବସାୟ, ମାଲି ମକଦ୍ଦମା, ସଙ୍ଗଠନ, ଲେଖାପଢ଼ାରେ ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମକ୍ଷେତ୍ରରେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । ଅଫିସରେ କାର୍ଯ୍ୟଭାର ଅଧିକ ରହିବ । ସମାଜରେ ମାନସମ୍ମାନ ବଜାୟ ରହିବ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ । କୌଣସି ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି । ଜୀବନସାଥୀଙ୍କ ପୂର୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ଜନ୍ମିବ । ସକାଳୁ ସକାଳୁ ଘରେ ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟି କୋଣରୁ ବିଚାର କରିବେ । କର୍ମକ୍ଷେତ୍ରରେ ଆପଣଙ୍କ କୌଣସି ନିଷ୍ପତ୍ତିକୁ କେନ୍ଦ୍ରକରି ସହକର୍ମୀମାନେ ପରସ୍ପର ମଧ୍ୟରେ ଆପଣଙ୍କ ନିଷ୍ପତ୍ତିକୁ ନେଇ ଭୁଟୁରୁଭାଟୁରୁ ହେବେ । ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରୁ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ଆତ୍ମୀୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ସଭାସମିତିରେ ଆପଣଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ପକ୍ଷରୁ ସମାଲୋଚନା କରିବେ । ପରିବାରରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଆଜି କୌଣସି ଖୁସି ଖବର ପାଇବାର ଆଶା ରହିଛି ଏହା ସଙ୍ଗକୁ ସନ୍ତାନଙ୍କ କୃତିତ୍ୱ ପାଇଁ ଗର୍ବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଉତ୍ସାହର ସହିତ ସମସ୍ତ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିବାକୁ ଯଥାସଧ୍ୟ ଚେଷ୍ଟା କରିବେ । ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମଗୁଡିକୁ ତ୍ୱରାନ୍ୱିତ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ସନ୍ଧ୍ୟା ସମୟରେ ବନ୍ଧୁଙ୍କ ସହ ଏକତ୍ର ବସି ଅତୀତର କେତେକ ଘଟଣାବଳୀକୁ ଆଲୋଚନା କରିବେ । ନିଜ ଆତ୍ମୀୟ ସ୍ଵଜନମାନେ ନିଜ ନିଜର ସ୍ଵାର୍ଥ ସାଧନ ନିମନ୍ତେ ଆପଣଙ୍କୁ ଫୁସୁଲାଫୁସୁଲି କରିବେ । ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ଆତ୍ମବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ଆଶା କରୁଥିବା କାର୍ଯ୍ୟଟିକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିଲେ ମଧ୍ୟ ମନ କଥା ମନରେ ମାରି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ କାରବାର ମାନ୍ଦା ରହିବ । ଆୟ ବ୍ୟୟର କୌଣସି ତାଳମେଳ ରହିବ ନାହିଁ । ବନ୍ଧୁ ଓ ପରିବାର ସହ ଆଲୋଚନା କରି ବ୍ୟବସାୟରେ ନୂଆ ନୀତି ଆପଣାଇବାକୁ ପ୍ରଯତ୍ନ କରିବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ କୌଣସି ଗୁରୁଦାୟିତ୍ଵ ଦେଇପାରନ୍ତି । ସାମାଜିକସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ପରିବାରରେ ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *