21 ଜାନୁୟାରୀ 2021, ଗୁରୁବାର :- ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି, ଆନନ୍ଦଉଲ୍ଲାସରେ ଦିନଟି

21 ଜାନୁୟାରୀ 2021, ଗୁରୁବାର :- ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି, ଆନନ୍ଦଉଲ୍ଲାସରେ ଦିନଟି

21 ଜାନୁୟାରୀ 2021, ଗୁରୁବାର :- ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି, ଆନନ୍ଦଉଲ୍ଲାସରେ ଦିନଟି ଅତିବାହିତ କରିବେ ଓ ଦୂର ହେବ ଆର୍ଥିକ ଅନଟନ…

ଆଜି ଆମେ ଆପଣଙ୍କୁ ୨୧ ଜାନୁୟାରୀ ୨୦୨୧ ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ନିଜର ସ୍ଵଭାବ ଓ ବ୍ୟବହାରରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ । ଭାଗ୍ୟ ଓ କର୍ମସ୍ଥାନରେ ଏକାଧିକ ଗ୍ରହର ପ୍ରଭାବ ଯୁକ୍ତ ହେତୁ ଆପଣଙ୍କ ଆଶା ପୂରଣ ଅବଶ୍ୟ ହୋଇପାରିବ । କର୍ମକ୍ଷେତ୍ରରେ ବିଶ୍ଵାସ ଓ ନିଷ୍ଠାର ସହ କାର୍ଯ୍ୟକରି ପ୍ରଶଂସିତ ହେବେ କିନ୍ତୁ ଆଜି ପାଖପଡୋଶୀ କିିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଗୃହ ସଜ୍ଜା, ଘରେ ରହିଥିବା ପୁରୁଣା ଜିନିଷକୁ ସଜାଡିବାରେ ମନୋନିବେଶ କରିପାରନ୍ତି । ସଭାସମିତିରେ ଯୁକ୍ତିଯୁକ୍ତ ଓ ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ସାମୟିକ ସମସ୍ୟା ସୃଷ୍ଟି ହୋଇପାରେ । ଆର୍ଥିକ ଅବସ୍ଥାରେ ସୁଧାର ଆସିବା ଫଳରେ ମନ ଖୁସୀ ରହିବ । ଆକସ୍ମିକ ଭାବେ କୌଣସି ବନ୍ଧୁଙ୍କ ସହ ମତାନ୍ତର ଘଟିବା ଫଳରେ ମନରେ ସରସତା ରହିବ ନାହିଁ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ । କେନ୍ଦ୍ରାଧିପ କୋଣଭାବସ୍ଥ ହେତୁ ରହିଥିବାରୁ ଆଜିର କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟାକୁ ସୁଧାରି ନେବେ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା କରିବେ । ଚାକିରି କରୁଥିବା ବ୍ୟକ୍ତିମାନେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା କିନ୍ତୁ ଶାରୀରିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିବେ । ଆନୁଷ୍ଠାନିକ କାମରେ ସଫଳତା ମିଳିବ । ସମାଜରେ ବାକ୍‌ ଅସଂଯମତା ଯୋଗୁଁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ । ସ୍ତ୍ରୀଙ୍କ ଦେହ ଅସୁସ୍ଥା ହେତୁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ରାଶିରେ ବୁଧଙ୍କ ଅବସ୍ଥିତି ଯୋଗୁଁ ବନ୍ଧୁଙ୍କ ସହାୟତାରେ ଅର୍ଥ ଲାଭ ଅବଶ୍ୟମ୍ଭାବୀ ଅଟେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରି ନିଅନ୍ତୁ ନତୁବା ପରେ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଆପଣଙ୍କର ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି । ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ । ଜମିଜମା କାରବାର, ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବା ସୂଚନା ରହିଛି । ପାଖ ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ । ତେଣୁ ଅନ୍ୟର ବ୍ୟକ୍ତିଗତ ବା ବିବାଦୀୟ ଘଟଣାରେ ମୁଣ୍ଡ ନ ପୁରାଇବା ଭଲ ହେବ । ଦାମ୍ପତ୍ୟ ଜୀବନରେ ସମଞ୍ଜସ୍ୟତା ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ସ୍ଵଭାବ ଚଞ୍ଚଳ ପ୍ରକୃତିର ରହିବ, ମନରେ ଉଙ୍କି ମାରୁଥିବା ସ୍ଵପ୍ନକୁ ସାକାର କରିବା ପାଇଁ ପ୍ରୟାସ କରିବେ । ଚନ୍ଦ୍ରଙ୍କ ଶୁଭ ଦୃଷ୍ଟିରୁ କାମ ଅଟକିବ ନାହିଁ କିନ୍ତୁ କର୍ମକ୍ଷେତ୍ରରେ ସମସ୍ୟା ଆପଣଙ୍କ ପିଛା ଛାଡିବା ନାହିଁ । ବ୍ୟବସାୟ ବାଣିଜ୍ୟରେ ତଥାପି ହଠାତ୍ କିଛି ଧନ ଲାଭର ଯୋଗ ରହିଛି । ଅଫିସ କାମକୁ ନେଇ ମନ ଅସ୍ଥିର ରହିବ, ଯେଉଁଥି କାରଣରୁ ଆପଣ ନିମ୍ନସ୍ଥ କର୍ମଚାରୀଙ୍କ ଉପରେ ଅଯଥା କ୍ରୋଧ ପ୍ରକାଶ କରିବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମାନ ସମ୍ମାନ ମିଳିବ । ପରିସ୍ଥିତିବଶତଃ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ଅଶାନ୍ତିର ଝଡ଼ ଉଠିପାରେ । ଦାମ୍ପତ୍ୟ ଜୀବନରେ ସମ୍ୟକ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବ୍ୟସ୍ତତା ସତ୍ତ୍ୱେ ଦିନଟି ଅତି ମଙ୍ଗଳଦୟାକ ରହିବ । ରାଶିରେ ଭାଗ୍ୟାଧିପତିଙ୍କ ଏକାଦଶସ୍ଥ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ସମାଜରେ ଉଚ୍ଚସମ୍ମାନ ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତି କରିବେ । ଦୀର୍ଘ ଦିନ ଧରି ଲାଗିଥିବା ଅଭାବ ଅସୁବିଧାରୁ ମୁକ୍ତି ପାଇବେ । କିନ୍ତୁ ଋଣଭାର ଯୋଗୁଁ ମନରେ ସରସତା ରହିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ ଓ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଆପଣଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅର୍ପଣ କରିପାରନ୍ତି । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ସାମୟିକ ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ । ଜୀବନର ଲାଗି ରହିଥିବା ସଂଘର୍ଷର ସମାପ୍ତ ପାଇଁ ଭଲ ସମୟ । ଦଶମ ସ୍ଥାନରେ ଚନ୍ଦ୍ର ହେତୁ ଦକ୍ଷତାଭିତ୍ତିକ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ଓ ସଫଳତା ମଧ୍ୟ ପାଇବେ । ଅଫିସ କାମରେ ଯାତ୍ରା କରିବା ସୁଖଦ ରହିବ । ଆଜି କିଛି ଏଭଳି କାମ କରିବେ ଯାହା ଦ୍ଵାରା ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ । ଚେଷ୍ଟା କରୁଥିବା କାମରେ, ମାଙ୍ଗଳିକ କାର୍ଯ୍ୟରେ, ଜମିଜମା ବିବାଦରେ ଉପକୃତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଆକାଶି ନୀଳ । ଆରାଧନା: ମାଆ ବିମଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ମଧୁରଭାଷୀ, ସହନଶୀଳ, ଉଦାରପ୍ରେମୀ ଯୋଗୁଁ ସମାଜରେ ଖ୍ୟାତି ବଢିବ । ମୁଖଭାବସ୍ଥ ବୁଧ ଆପଣଙ୍କୁ ପ୍ରଭାବଶାଳୀ କଥା ମାଧ୍ୟମରେ ସମସ୍ୟା ସମାଧାନ ଦିଗରେ ଅନୁପ୍ରାଣିତ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ସଭାସମିତି କିମ୍ବା ଆଲୋଚନା କାଳରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିଯିବାର ସୂଚନା ରହିଛି । ପାରିବାରିକ ଜୀବନରେ ଉଚିତ ନିଷ୍ପତ୍ତି ନେଇ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଆତ୍ମୀୟସ୍ଵଜନଙ୍କ ସ୍ଵାସ୍ଥ୍ୟ ନିମନ୍ତେ ଚିନ୍ତା ବଢ଼ିପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ । ବୁଝି ବିଚାରୀ କାର୍ଯ୍ୟ କରନ୍ତୁ, ତରବାରିଆ ହୋଇ କୌଣସି ନିଷ୍ପତ୍ତି ବା କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ରାହୁ ରାଶିରେ ଅବସ୍ଥାନ କରିଥିବାରୁ ପରିସ୍ଥିତିକୁ ଆଖିଆଗରେ ରଖି ଯେସାକୁ ତେସା ନୀତିରେ କାମ କରନ୍ତୁ, ନଚେତ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଗତକାଲିର କେତେକ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରି ଅନ୍ୟମନସ୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋଣ ପରିଶୋଧ କରିପାରିବେ ନାହିଁ । ଅଫିସରେ କାର୍ଯ୍ୟର ଚାପ ଯୋଗୁଁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଏପରି କି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ ଆତ୍ମବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ପାଇବେ । ଆଜି କେନ୍ଦ୍ରରେ ତିନୋଟି ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ସଫଳତା ମିଳିବରେ ବିଳମ୍ବ ହେବ । ଗତକାଲିର ଯୋଜନା ମୁତାବକ କାମରେ କରନ୍ତୁ, ଅବଶ୍ୟ ଟେନସନ୍‌ କିଛିମାତ୍ରାରେ ଦୂରେଇ ଯିବ । ନିଜ ଆତ୍ମୀୟମାନଙ୍କ ପ୍ରତିରୋଧ କାରଣରୁ କାର୍ଯ୍ୟଗୁଡିକ ବିଶୃଙ୍ଖଳିତ ହୋଇପାରେ । ଅଫିସରେ ସହକର୍ମୀଙ୍କ ଅସହଯୋଗ ମନୋଭାବ ଯୋଗୁଁ କାର୍ଯ୍ୟ କରିବାର ଗତି ମନ୍ଥର ହୋଇପାରେ । ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । ସ୍ୱାସ୍ଥ୍ୟ ମଧ୍ୟ ବିଶେଷ ଭଲ ରହିବ ନାହିଁ । ପରିବାରରେ ପୁଅ, ଝିଅଙ୍କ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନରେ ଜୀବନ ସାଥିଙ୍କ ସହଯୋଗ ମନୋବଳକୁ ଦୃଢ କରିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ବ୍ୟସ୍ତତାରେ କଟିବ । ଭାଗ୍ୟାଧିପ କର୍ମସ୍ଥାନରେ ରହିଥିବାରୁ ଯାହା ଭାବୁଛନ୍ତିି କରି ଚାଲନ୍ତୁ, କୌଣସି ଅସୁବିଧା ହେବ ନାହିଁ । କୌଣସି ପୁରୁଣା ସଉଦାରୁ ଆପଣଙ୍କୁ ଲାଭ ମିଳିପାରେ । ଶିଳ୍ପ, ବାଣିଜ୍ୟ ଓ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ଅଫିସରେ ଏକାଧିକ କାର୍ଯ୍ୟରେ ଅନୁପ୍ରବେଶ କରିବା ଯୋଗୁଁ ବ୍ୟସ୍ତତା ରହିବାକୁ ପଡିବ । ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରିବେ । ଘରୋଇ କାମ ଲାଗି ପରିବାର ଲୋକଙ୍କ ସହିତ କଥାବର୍ତ୍ତା କରିବେ । ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ । ଭାବପ୍ରବଣତା ବଶତଃ ଅଯଥା ଅନ୍ୟର ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ସହାୟକ ରହିବ । ଶନିଙ୍କ ଶୁଭଦୃଷ୍ଟି ରାଶି ପ୍ରତି ରହିଥିବାରୁ ଦେହ ପ୍ରାୟତଃ ଭଲ ରହିବ । ଆର୍ଥିକ ସମସ୍ୟାର ସମାଧାନ ହେବ । କୌଣସି ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ । ନିଜ କାରବାରକୁ ଉନ୍ନତି କରିବା ପାଇଁ ପ୍ରୟାସ କରିବେ ଓ ସଫଳ ମଧ୍ୟ ହେବେ । ସରକାରୀ ଚାକିରିଆଙ୍କୁ ସୁଖଦ ଖବର ମିଳିବ । ଚୁକ୍ତିପତ୍ର, ସଙ୍ଗଠନ, ରାଜନୀତି କିମ୍ବା ଆଲୋଚନା କ୍ଷେତ୍ରରେ ଜଣେ ବ୍ୟକ୍ତି ଅସୁବିଧାରେ ପକାଇବାର ସୂଚନା ରହିଛି । କିନ୍ତୁ ଭୁଲ୍ ବୁଝାମଣା କାରଣରୁ ବିବାଦିୟ ଘଟଣା ଭିନ୍ନ ଆକାର ଧାରଣ କରିପାରେ, ଏଣୁ ସତର୍କ ରହିବା ଭଲ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାର ସମର୍ଥ ହେବେ । ଦାଂପତ୍ୟ ସଂପର୍କ ମଧୁର ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ସନ୍ତୋଷୀମାତା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନ ମୁତବକ କାର୍ଯ୍ୟ କରନ୍ତୁ । ସ୍ୱନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ, କାମଗୁଡିକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । କିନ୍ତୁ କର୍ମକ୍ଷେତ୍ରରେ କୈାଣସି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସହ ଯୁକ୍ତିତର୍କଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ବେଖାତିର ମନୋଭାବ ଯୋଗୁଁ ଚିନ୍ତା ପ୍ରକଟ କରିବେ । ବିଶେଷ କାରଣ ନଥାଇ ମଧ୍ୟ ଅତୀତର କେତେକ ଘଟଣାକୁ କେନ୍ଦ୍ର କରି ମନ ଉଦାସ ରହିବ । ଅନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଭାବିତ ହୋଇ ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଆଗ୍ରହ ଜନ୍ମିବ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦରେ କଟିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

Leave a Reply

Your email address will not be published. Required fields are marked *