21 ମଇ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ଲୋକ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପଡିବ । ଆର୍ଥିକ ସ୍ଥିତି

21 ମଇ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ଲୋକ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପଡିବ । ଆର୍ଥିକ ସ୍ଥିତି

21 ମଇ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ଲୋକ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପଡିବ । ଆର୍ଥିକ ସ୍ଥିତି ମାନ୍ଦା ରହିବା ସହ କେତେକ ଅସ୍ଵାଭିକ ଘଟଣା ମନକୁ ବିଚଳିତ କରିବ…!

ଆଜି ଆମେ ଆପଣଙ୍କୁ ୨୧ ମଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦୃଢତାର ସହ ସମସ୍ୟାର ସମ୍ମୁଖୀନ କରିବା ପାଇଁ ସମର୍ଥ ହେବେ । ମନ ଅସ୍ଥିରତା କାରଣରୁ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଏବଂ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ସହଯୋଗ ଲୋଡିବେ । ଅଟକିଥିବା କେତେକ କାର୍ଯ୍ୟକୁ ପୂର୍ଣ୍ଣ କରିବେ । ଅଫିସରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ, ଅନ୍ୟଥା ମାନସିକ ଚାପର ବଶବର୍ତ୍ତୀ ହୋଇପାରନ୍ତି । ଅର୍ଥ ସମ୍ପର୍କିତ ନେଣଦେଣରେ ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବାର ଆଶଙ୍କା ରହିଛି । ପରିବହନ, ନିର୍ମାଣ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ । ସନ୍ଧ୍ୟାରେ ପରିବାର ସହିତ ହସଖୁସିର ସମୟ କଟିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମାନସିକ ସ୍ତରରେ ଶାନ୍ତି ପାଇବେ । ପାରିବାରିକ, ବ୍ୟବସାୟିକ ତଥା ନୂତନ କର୍ମାରମ୍ଭ ପାଇଁ ଶୁଭ ମୂହୁର୍ତ୍ତ ଅଟେ । ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିବେ । ଅଫିସରେ ବାତାବରଣ ସୁସ୍ଥ ରହିବ । ବୃତ୍ତିଗତ କାର୍ଯ୍ୟରେ ସାମୟିକ କେତେକ ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିପାରେ । କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମାନସିକ ଅସ୍ଥିରତା ଶିକାର ହୋଇ ଅବା ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇ ପାରନ୍ତି । ତର୍କ ବିତର୍କ, ବାଦବିବାଦକୁ କେନ୍ଦ୍ର କରି କଳହ ଉପୁଜିପାରେ । ପରିବାରର ସଦସ୍ୟଙ୍କ ତରଫରୁ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ଆଶା କରୁଥିବା ଦିଗରୁ ଆର୍ଥିକ ଲାଭ ପାଇବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ତରବାରିଆ ହୋଇ କୌଣସି ପଦକ୍ଷେପ ନେଲେ ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡିପାରେ । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଅଯଥା ଆଶଙ୍କା କରି ମନ ଅସ୍ଥିର ରହିବ । ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ, ଅନ୍ୟଥା ଅପଦସ୍ଥ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ସମସ୍ୟା ଜାଣିଶୁଣି ମଧ୍ୟ ନୀରବତା ରହିବାକୁ ବାଧ୍ୟ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦୃଢ଼ ମନୋବଳ ଯୋଗୁଁ ବିଷମତା ମଧ୍ୟରେ କର୍ମକ୍ଷେତ୍ରରେ ସମ୍ୟକ ସଫଳତା ପାଇବେ । ଅଭିଳାଷ ପୂରଣ କରିବାରେ ବନ୍ଧୁଙ୍କ ଅବଦାନ୍ୟ ଗୁରୁତ୍ଵ ପୂର୍ଣ୍ଣ ରହିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କିନ୍ତୁ ପାରିବାରିକ ସ୍ତରରେ ଆର୍ଥିକ ଜନିତ କୌଣସି ଅଭାବ ଅସୁବିଧା ହେବ ନାହିଁ । ଅଫିସରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବ । ସାମାଜିକ ସ୍ତରର ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ପରିବାରରେ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ଥିଲେ ମଧ୍ୟ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦୟାକ ରହିବ । ନିଜସ୍ଵ ବିଚାରଧାରା ଓ କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁଁ ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ନୂଆ ରୂପ ନେବ । ପରିବରରେ ହସଖୁସିର ବାତାବରଣ ଖେଳି ଉଠିବ । ଅଫିସ୍ କର୍ତ୍ତୃପକ୍ଷ ଆପଣ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ଅତୀତରୁ ଲାଗି ରହିଥିବା ଚିନ୍ତା ଓ ସମସ୍ୟାର ଅବସାନ ଘଟିବ । ସ୍ଥଗିତ କାମକୁ ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ବନ୍ଧୁଙ୍କ କଥାକୁ ପ୍ରାଧ୍ୟାନ ଦେଇ ସଭାସମିତିରେ ନୀରବ ରହିବାକୁ ବାଧ୍ୟ ହେବେ । ଆତ୍ମୀୟମାନେ ପୂର୍ବବିବାଦକୁ ମନେ ପକାଇ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନ ଉଦାସ ରହିବ । ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ ଅତୀତର କେତେକ ଘଟଣାକୁ ସ୍ମରଣ କରି ମାନସିକ ସୁସ୍ଥତା ବ୍ୟାଘ୍ରାତ ପ୍ରକାଶ କରିବେ । ପ୍ରାୟତଃ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ବନ୍ଧୁମାନେ ଆପଣଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ, ଏପରି କି କିଛି ବନ୍ଧୁଙ୍କ ସହ ସମ୍ପର୍କ ହାନି ହେବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ପରୋକ୍ଷ ଶତ୍ରୁତା ଯୋଗୁଁ ପାଦେ ପାଦେ ବିପଦର ସମ୍ଭାବନାକୁ ଏଡାଇ ହେବ ନାହିଁ । ସଭାସମିତି, ପ୍ରଶାସନ, ପ୍ରକାଶନ, ରଚନାତ୍ମକ କାର୍ଯ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଦାମ୍ପତ୍ୟ ଜୀବନ ଉତ୍ଥାନପତନ ଲାଗିରହିବ । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ହନୁମାନ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

କୌଣସି ସମସ୍ୟାର ଆଶଙ୍କା କରି ମନ ବିବ୍ରତ ରହିପାରେ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହଯୋଗ ଲାଭ କରି ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ସକ୍ଷମ ହେବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ କିନ୍ତୁ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ ଅଯଥା ବିବାଦୀୟ ପରିବେଶରେ ଛନ୍ଦି ହୋଇପାରନ୍ତି । କେତେକ ସ୍ଥଳରେ ମନକଥା ମନରେ ରଖି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଅଫିସର ଆଲୋଚନା ପରିସରରେ କିମ୍ବା ସଭା ସମିତିରେ ଯୁକ୍ତିଯୁକ୍ତ କଥା କରିବେ, ବିରୋଧୀମାନେ ମୁଣ୍ଡ ନୂଆଁଇବେ । ପାରିବାରିିକ ପ୍ରତିରୋଧ କିମ୍ବା ବୃଦ୍ଧ ପିତାଙ୍କ ସ୍ବାସ୍ଥ୍ୟହାନି ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆକସ୍ମିକ ଭାବେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଯାହାଫଳରେ ଆପଣ ଚିନ୍ତିତ ରହିପାରନ୍ତି । ଯେତେ ଉପାୟ ଅବଲମ୍ବନ କଲେ ମଧ୍ୟ ସମୟଚକ୍ର ଦୁଃଖସୀମାକୁ ଆଜି ଅତିକ୍ରମ କରିପାରିବ ନାହିଁ । କାର୍ଯ୍ୟଗୁଡିକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଉଦ୍ୟମ ଜାରି ରହିଲେ ମଧ୍ୟ ମନରେ ଅଯଥା ଚିନ୍ତା ଯୋଗୁଁ ଶାନ୍ତି ଭଗ୍ନ ହୋଇପାରେ । ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ସ୍ଥଗିତ କାମର ପୁନରୁଦ୍ଧାର କରିପାରନ୍ତି । ଅନ୍ୟପଟେ ପାରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ନିର୍ମାଣାଧୀନ କାମ ଅଧାରେ ଅଟକିଯାଇପାରେ । ମନ ଉଦାସ ଥିବା ଯୋଗୁଁ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ଓ ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଅଭାବ ନ ଥିଲେ ମଧ୍ୟ ମାନସିକ ସୁସ୍ଥତା ଅଭାବରୁ କୌଣସି ସୁଖଦ ପରିସ୍ଥିତି ମଧ୍ୟ ଉପଭୋଗ୍ୟ ହେବନାହିଁ । ଉଚ୍ଚ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ ଏବଂ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବା ଫଳରେ ମାନସିକ ସ୍ଥିତି ଭଲ ରହିବ । ସଭାସମିତିରେ କିମ୍ବା ଅଫିସର ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ସହ ଯୁକ୍ତି ଯୁକ୍ତ ହେବ । ଈର୍ଷାପରାୟଣ ମନୋବୃତ୍ତି ହେତୁ ନିକଟ ସମ୍ପର୍କୀୟ ଓ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପରିସ୍ଥିତି ପ୍ରତି ସଚେତନ ରହି କାମ କରିଚାଲିଲେ କୌଣସି ଅସୁବିଧା ହେବନାହିଁବ । ପ୍ରତିରୋଧର ସାମ୍‌ନା କରି ନିଜର ଲକ୍ଷ୍ୟ ସାଧନ ଦିଗରେ ଅଗ୍ରସର ହେବେ । ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମୁଗ୍ଧ କରିବେ । ଆର୍ଥିକ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହେବ ନାହିଁ । ଅଫିସରେ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିବ, କାର୍ଯ୍ୟର ଚାପ ଅଧିକ ରହିବ । ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବ ଏବଂ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ । ନିଜ ଜିଦ୍‌ରେ ଅଟଳ ରହିବା କାରଣରୁ ଛୋଟିଆ ଛୋଟିଆ କଥାରେ କଳହର ସମ୍ମୁଖୀନ ହେବାକୁ ପଡିପାରେ । କଠିନ ପରିଶ୍ରମ ଯୋଗୁଁ ଥକ୍କାପଣ ଅନୁଭବ କରିପାରନ୍ତି । ପାରିବାରିକ ଜୀବନରେ ସାମୟିକ ଅଶାନ୍ତିର ଝଡ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ୱିତ ହେବ । ପରୋକ୍ଷ ଶତ୍ରୁତା ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ସାମୟିକ ବାଧା ସୃଷ୍ଟି ହୋଇପାରେ । ଅଫିସରେ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ସୃଷ୍ଟି ହୋଇପାରେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସ୍ଵାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ହେତୁ ଚିନ୍ତା କରିପାରନ୍ତି । ଦୂରରେ ରହୁଥିବା ନିକଟ ସମ୍ପର୍କୀୟଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ । ପାରିବାରିକ କଳହକୁ ନେଇ ମନରେ ଅଶାନ୍ତି ଲାଗି ରହିପାରେ । ଶୁଭରଙ୍ଗ: ଗୋଲାପୀ ରଙ୍ଗ । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ବିଭିନ୍ନ ପ୍ରକାରର ସମସ୍ୟା ସଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିିତିକୁ କଳୁଷିତ କରିଦେବ । ରବି ଓ ଚନ୍ଦ୍ର ଏକତ୍ର ରହିଥିବା କାରଣରୁ ମନରେ ବିଭିନ୍ନ ପ୍ରକର ଦ୍ଵନ୍ଦ ଉପୁଜିବ ଓ ମନରେ ଅସ୍ଥିରତା ଲାଗି ରହିବ । ବନ୍ଧୁଙ୍କ ସହଯୋଗରେ କର୍ମକ୍ଷେତ୍ରରେ ସାମାନ୍ୟ ସୁଧାର ଆସିଲେ ମଧ୍ୟ ପାରିବାରିକ ସ୍ଥିତି ପୂର୍ବପରି ରହିବ । ଅଫିସରେ ଅତ୍ୟାଧିକ କାର୍ଯ୍ୟ ଥିଲେ ମଧ୍ୟ ସହକର୍ମୀଙ୍କ ସାହାଯ୍ୟ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ତଥାପି ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ଅର୍ଥ ପ୍ରାପ୍ତ କରିପାରିବେ । ସହଧର୍ମୀଙ୍କ ସହଯୋଗ ପାଇବ ଫଳରେ ମନୋବଳ ଦୃଢ ହେବ । ସଭାସମିତିରେ ବନ୍ଧୁ ମିଳନରୁ ଆନନ୍ଦିତ ହେବେ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା କପିଳସ ।

Leave a Reply

Your email address will not be published. Required fields are marked *