21 ମାର୍ଚ୍ଚ 2021, ରବିବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣାଧୀନ

21 ମାର୍ଚ୍ଚ 2021, ରବିବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣାଧୀନ

21 ମାର୍ଚ୍ଚ 2021, ରବିବାର :- ଆଜି ଏହି ୪ଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣାଧୀନ ନ କରିଲେ ପରିସ୍ଥିତି ଅସମ୍ଭାଳ ହୋଇପାରେ ।

ଆଜି ଆମେ ଆପଣଙ୍କୁ ୨୧ ମାର୍ଚ୍ଚ ୨୦୨୧ ରବିବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି, ଆଧ୍ୟାତ୍ମିକ ଦିଗ ପ୍ରତି ମନ ଆକର୍ଷିତ ହେବ । ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ବଡ଼ ବଡ ଅଧିକାରୀବର୍ଗର ଲୋକଙ୍କ ସହିତ କଥାବାର୍ତ୍ତା କରିବେ । ଅଫିସର ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବା ନିମନ୍ତେ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ଆଲୋଚନ ପରିସର, ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିନେବେ । କିନ୍ତୁ କ୍ରୋଧ ବଶତଃ ଅତି ଆପଣାର ବନ୍ଧୁଙ୍କ ସହ ମନ ମାଳିନ୍ୟ ହୋଇପାରେ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ପଦବୀର ପଦାଧିକାରୀଙ୍କ ସାନ୍ନିଧ୍ୟ ମିଳିବ । କାହାର ନିମନ୍ତ୍ରଣ ପାଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ । ଅର୍ଥ ଲାଭ ସହିତ ଶାରୀରିକ ସୁସ୍ଥତା ରହିବା କାରଣରୁ ମନ ପ୍ରଫୁଲ୍ଲ ରହିବ । ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ମତ ପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ପାଇବା ଯୋଗୁଁ ଉତ୍ସାହିତ ଅନୁଭବ କରିବେ । ବ୍ୟବସାୟ, ବାଣିଜ୍ୟରେ ଆଶାନୁରୂପକ ଫଳ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ କରିବେ । କର୍ମକ୍ଷେତ୍ରରେ ସମସ୍ୟା ଦୂର ହେବ ସହ ଉଚ୍ଚ ଆଶା ଆକାଂକ୍ଷା ନେଇ ଉନ୍ନତି ପଥରେ ଅଗ୍ରସର ହେବେ । ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଅତ୍ୟନ୍ତ ଖୁସି ହୋଇପାରନ୍ତି । ବରିଷ୍ଠ ଅଧିକାରୀଙ୍କ ସାନ୍ନିଧ୍ୟ ଦ୍ୱାରା ଅଫିସରେ ବା କର୍ମକ୍ଷେତ୍ରରେ ଜଟିଳ କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରିବେ । ସଭାସମିତରେ ବନ୍ଧୁମିଳନ, ପରିବହନ, ପ୍ରଶାସନିକ କ୍ଷେତ୍ରାଦିରେ ସଫଳତା ପାଇପାରିବେ । ପରିବାରରେ ଅଯଥା ଖର୍ଚ୍ଚକୁ ଯୋଗୁଁ ମନରେ ବିରକ୍ତି ଭାବନା ଜାତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କର୍ମକ୍ଷେତ୍ରର ଅଧିକାରୀବର୍ଗଙ୍କ ସହାୟତା ମିଳିବ । ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର କୌଣସି ଅଭାବ ରହିବ ନାହିଁ । ବ୍ୟବସାୟୀମାନେ ନୂତନ ଚୁକ୍ତି ପତ୍ର ସ୍ଵାକ୍ଷର କରିବେ । ଭବିଷ୍ୟତରେ କିଛି ନୂତନ କାର୍ଯ୍ୟ କରିବାକୁ ସେମାନେ ଯୋଜନା କରିପାରିବେ । ସ୍ଥଗିତ ଥିବା କାମ ସୁବିଧାରେ ସମ୍ପନ୍ନ କରିପାରିବେ । ସାଧାରଣ କଥାରେ ଯୁକ୍ତିତର୍କ ହୋଇ ଅଫିସର କର୍ମଚାରୀଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି । ଜମିଜମା କିଣାବିକା, ପରିବହନ, ବାଣିଜ୍ୟ ପାଇଁ ଦିନଟି ଭଲ । ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ପୁରାତନ ରୋଗ ପୀଡ଼ାରୁ କଷ୍ଟ ପାଇପାରନ୍ତି । ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେହିପରି କିଛି ହେବ ନାହିଁ । ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ, ଆଜି ତାହା ଆପଣଙ୍କୁ ମିଳିବ । ସହକର୍ମୀ କିମ୍ବା ବନ୍ଧୁଙ୍କଠାରୁ ଅଯାଚିତ ସାହାଯ୍ୟ ପାଇ ଖୁସି ହେବେ । ଅଫିସ କାମରେ କାର୍ଯ୍ୟଭାର ଅଧିକ ରହିବା ସଙ୍ଗେସଙ୍ଗେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିବେ । କର୍ମକ୍ଷେତ୍ରରେ କିମ୍ବା ପ୍ରଶାସନିକ, ରାଜନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଜମିଜମା କିଣାବିକା, ପ୍ରକଳ୍ପ କାର୍ଯ୍ୟ, ସମସ୍ୟା ସମାଧାନ କ୍ଷେତ୍ରରେ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ଆଲୋଚନା ପରିସରରେ ବିଜ୍ଞ ବ୍ୟକ୍ତିଙ୍କ ନିକଟରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ଲାଗି ଅନୁକୁଲ ରହିବ । ଯାହା ବି କାମ କରିବେ, ସଫଳତା ହାସଲ କରିବେ । ବ୍ୟବସାୟରେ ନିଷ୍ପତ୍ତି ନେବା ସମୟରେ ଦ୍ଵନ୍ଦରେ ପଡ଼ିପାରନ୍ତି ଓ ଅପରିଣାମ ଦର୍ଶିତା କାରଣରୁ ସମ୍ୟକ ଝଡ଼ଝଞ୍ଜା ଦେଇ ଗତି କରିବାକୁ ପଡ଼ିପାରେ । ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ଅଟକି ଥିବା ନିର୍ମାଣଧୀନ କାମ ସକାଶେ ସମ୍ୟକ ବିବ୍ରତ ହୋଇପାରନ୍ତି । ବିଭିନ୍ନ ପ୍ରକାର କଥା ଚିନ୍ତାକରି ମନ ବିସ୍ତାପ ରହିବ । ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଆପଣଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ପ୍ରକାର କଟୁ ବଚନ କହିବେ । ପରିବାରର ପୂର୍ଣ୍ଣ ସହଯୋଗ ମିଳିବା ଯୋଗୁଁ ମନୋବଳ ଟାଣ ରହିବ । ସ୍ଵାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ହିଙ୍ଗୁଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିକଟ ସମ୍ପର୍କୀୟ ଓ ବନ୍ଧୁ ମଧ୍ୟରେ ସମ୍ପର୍କ ଅକ୍ଷୁଣ୍ଣ ରହିବ । ଆଜି ଯେକୌଣସି ନିଷ୍ପତ୍ତି ନେଲେ ମଧ୍ୟ କାହାରି ନିକଟରେ ଅପମାନିତ ହେବାକୁ ପଡିବ ନାହିଁ । ବ୍ୟବସାୟରେ ଆଶାତୀତ ଫଳ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ଉନ୍ନତମାନର ରହିବ । ବେରୋଜଗାରଙ୍କୁ କୌଣସି ନା କୌଣସି କ୍ଷେତ୍ରରେ କର୍ମ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ରାଜନୀତିରେ ମହାତ୍ଵାକାଂକ୍ଷା ପୂରା ହେବ । ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ବନ୍ଧୁମାନେ ନିଜର ଫାଇଦା ହାସଲ ମତଲବରେ ସମ୍ପର୍କ ସ୍ଥାପନ କରିବା ପାଇଁ ଆଗେଇ ଆସିପାରନ୍ତି । ଖଳ ଲୋକଙ୍କ କଥାରେ ପଡି ହଇରାଣ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ନିଜ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । କୌଣସି ଜିନିଷର ଅଭାବ ନ ଥିଲେ ମଧ୍ୟ ନିଜର ପ୍ରିୟ ବ୍ୟକ୍ତିଙ୍କ ଠାରୁ ବହୁ ଦୂରରେ ରହିବା କାରଣରୁ ଚିନ୍ତିତ ରହିବେ । ପ୍ରିୟ ବନ୍ଧୁଜନଙ୍କ ସହିତ ଦିନର ଅଧିକାଂଶ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ସାମାଜିକ ସ୍ତରରେ କିମ୍ବା ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଆର୍ଥିକ ସ୍ଥିତି ମାନ୍ଦା ରହିବା କାରଣରୁ କେତେକ କାମ ଅଧାରେ ଅଟକିଯାଇପାରେ । ଆଜି ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟ ହେବେ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପ୍ରୟାସ ରଖିବା ଫଳରେ ସଫଳତା ମଧ୍ୟ ପ୍ରାପ୍ତ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବ୍ୟବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବା ସତ୍ତ୍ୱେ ସଫଳତା ନିଶ୍ଚୟ ପାଇବେ । ହାତକୁ ନେଇଥିବା କାମଟିକୁ ପୂରା କରିବାରେ ମିତ୍ରମାନେ ସହଯୋଗ କରିବେ । ଅଫିସ କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ରହିବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କର ମାନ-ସମ୍ମାନ ଦାଗ ଲଗାଇବାକୁ ଚେଷ୍ଟା କରିବେ । ସଭାସମିତିରେ ବୁଦ୍ଧିଜୀବୀମାନଙ୍କ ଆଦରଣୀୟ ହେବେ । ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମନରେ କର୍ମ ତତ୍ପରତା ଭାବନା ଜାଗ୍ରତ ହେବ । କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ସମସ୍ୟାକୁ ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ବ୍ୟବସାୟ ସହିତ ସଂଲଗ୍ନ କାମରେ ଯାତ୍ରା କରିବେ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ କେତେକ ନୂତନ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଫିସରେ ଉଚ୍ଚାଧିକାରୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବା ଯୋଗୁଁ ସହକର୍ମୀମାନେ ଈର୍ଷାନ୍ଵିତ ହୋଇ, ଆପଣଙ୍କ ବିରୋଧରେ ଷଢଯନ୍ତ୍ର କରିବେ । ରାଜନୀତି ଓ ଗବେଷଣାରେ ଉନ୍ନତି କରିବେ । ଆଲୋଚନା ପରିସରରେ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ବୁଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ । ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ । ସାମାଜରେ ମାନ-ସମ୍ମାନ ବଢ଼ିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ପାଇବେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇପାରନ୍ତି । କମ୍ପାନୀ ତରଫରୁ ଆଦେଶପ୍ରାପ୍ତ ହୋଇ ଦୂରଭ୍ରମଣର ସୁବିଧା ଲାଭ କରିବେ । ନିଜର ହିତୈଷୀମାନଙ୍କୁ ବୃଥା ସନ୍ଦେହ କରି ଭୁଲ୍‌ଠିକ୍‌ର ସୁବିଚାର କରିପାରିବେ ନାହିଁ । ଦୂରରେ ରହୁଥିବା ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ । ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଶାରୀରିକ ଓ ମାନସିକ ସ୍ତରରେ ସ୍ଥିରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣ ପାଇଁ ଖଟାମିଠା ରହିବ । କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ଅତ୍ୟଧିକ ଖର୍ଚ୍ଚାନ୍ତ ବହନ କରି କାର୍ଯ୍ୟ ହାସଲ କରିବାକୁ ବାଧ୍ୟ ହେବେ । ବ୍ୟବସାୟିକ ସ୍ଥିତି ମାନ୍ଦା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ଅଫିସରେ କାର୍ଯ୍ୟଭାର ଅଧିକ ଥିଲେ ମଧ୍ୟ ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ଯାହାଫଳରେ ଅଫିସ କାମକୁ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବାରେ ସକ୍ଷମ ହୋଇପାରିବେ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠ ପୋଷକତା ଯୋଗୁ ଆଗେଇ ଯିବେ । ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି । ହଠାତ୍‌ ଜଣେ ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି କାର୍ଯ୍ୟଗୁଡିକ ମନ୍ଥର ଗତିରେ ପୂର୍ଣ୍ଣ ହେବା ଯୋଗୁଁ କାର୍ଯ୍ୟ କରିବା ନିମନ୍ତେ ମନରେ ଇଚ୍ଛା ଜାଗ୍ରତ ହେବ ନାହିଁ । ଆଳସ୍ୟ ଓ ଅବହେଳା କାରଣରୁ କେତେକ କାର୍ଯ୍ୟ ହାତଛଡା ହୋଇପାରେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ନୂତନ କାର୍ଯ୍ୟ କରିବା ପାଇଁ ମନରେ ଦୃଢ ଆଶା ସଂଚାର ହେବ । ବ୍ୟବସାୟ, ବାଣିଜ୍ୟ କାରବାରରେ ପରିସ୍ଥିତି ମାନ୍ଦା ହେଲେ ମଧ୍ୟ କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । କେତେକ ସାଧାରଣ କଥାକୁ କେନ୍ଦ୍ର କରି କିମ୍ବା ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ବାଦ ବିବାଦ ଓ ମାଲିମକଦ୍ଦମା ଠାରୁ ଦୂରେଇ ରହିବା ଭଲ । ସହଧର୍ମୀଙ୍କ ପ୍ରେରଣାରେ ମନୋବଳ ଦୃଢ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

Leave a Reply

Your email address will not be published. Required fields are marked *