21 ଅପ୍ରେଲ୍ 2021, ବୁଧବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ପ୍ରତ୍ୟେକ କ୍ଷେତ୍ରରେ ମିଳିବ

21 ଅପ୍ରେଲ୍ 2021, ବୁଧବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ପ୍ରତ୍ୟେକ କ୍ଷେତ୍ରରେ ମିଳିବ

21 ଅପ୍ରେଲ୍ 2021, ବୁଧବାର :- ଆଜି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । ପ୍ରତ୍ୟେକ କ୍ଷେତ୍ରରେ ମିଳିବ ମନୋବାଞ୍ଛିତ ଫଳ ! ସ୍ଥଗିତ କାର୍ଯ୍ୟକୁ ସହଜରେ ସଂପୂର୍ଣ୍ଣ କରିବେ ।

ଆଜି ଆମେ ଆପଣଙ୍କୁ ୨୧ ଅପ୍ରେଲ୍ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଧ୍ୟାତ୍ମିକ ଦିଗ ପ୍ରତି ମନରେ ଆଗ୍ରହ ବଢିବ । ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ପାଦେ ପାଦେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଧୌର୍ଯ୍ୟ ପରିସ୍ଥିତିର ମୁକାବିଲା କରନ୍ତୁ, ସଫଳତା ନିଶ୍ଚୟ ମିଳିବ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ନିମନ୍ତେ ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢାଇବେ । ଅଫିସ କାର୍ଯ୍ୟକୁ ନେଇ ସାମୟିକ ଚିନ୍ତିତ ରହିବେ । ପରିସ୍ଥିତି ବଶତଃ ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କୁ କଟୁକଥା ପ୍ରୟୋଗ କରି ସୁସମ୍ପର୍କ ହରାଇବେ । ରାଜନୀତି, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବାର ସୂଚନା ରହିଛି । ଶାରୀରିକ ସୁସ୍ଥତା ଅନୁଭବ କରିଲେ ମଧ୍ୟ ପାରିବାରିକ ସମସ୍ୟାକୁ ନେଇ ମନ ଭାରକ୍ରାନ୍ତ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ ସ୍ଥଳରେ ଭାବିଚିନ୍ତି କାର୍ଯ୍ୟ କରନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ । କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମକୁ ଛାଡି ପାରିବେ ନାହିଁ କିନ୍ତୁ ଆପଣଙ୍କ ଧୌର୍ଯ୍ୟ ଓ ସାହସ ଯୋଗୁଁ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହେବେ । ପରୋକ୍ଷ ଶତ୍ରୁତା କରୁଥିବା କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ଆର୍ଥିକ ଅବସ୍ଥା ମାନ୍ଦା ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସାମାଜିକ ସ୍ତରରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ କାର୍ଯ୍ୟ ସାଧନ କରିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଶ୍ଚିନ୍ତା ବଢାଇବ । ନିର୍ମାଣ, ପ୍ରଶାସନ, ଯାନବାହନ ଓ ଯାତ୍ରାରୁ ଆଶାନୁରୂପକ ଫଳ ପ୍ରାପ୍ତ କରିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆନନ୍ଦମୟ ରହିବ । ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଭୁଲ୍ ବୁଝାମଣା ଯୋଗୁଁ ସମ୍ପର୍କହାନୀ ହୋଇପାରେ । ବାଣିଜ୍ୟ ଓ ବ୍ୟବସାୟିକ କ୍ଷେତ୍ର ମନୋବାଞ୍ଛିତ ଫଳ ପାଇବେ । ଅଫିସରେ ବାତାବରଣ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସଭାସମିତିରେ ଯୋଗ ଦେଇପାରନ୍ତି । ପରିବହନ, ଏଜେନ୍ସିପ୍‌, କଚେରି ମାମଲାରେ ସୁଫଳ ପାଇବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିପାରିବେ ଓ ଆୟର ସ୍ରୋତ ମଧ୍ୟ ବୃଦ୍ଧି ପାଇବ । ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ମଧ୍ୟରେ ଛନ୍ଦି ହୋଇପାରନ୍ତି । ମିତ୍ରଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପୁରାତନ ରୋଗର ପାଦୁର୍ଭାବ ବୃଦ୍ଧି ଯୋଗୁଁ ମନୋବଳ ହ୍ରାସ ପାଇବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ । ଦୀର୍ଘ ଦିନର ଅପୂରଣୀୟ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଅଫିସ କାମ ଗୁଡିକ ସ୍ଥଗିତ ରହିବା କାରଣରୁ, ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ଆର୍ଥିକଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ନିଜ ଆତ୍ମୀୟ ଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଜାତ ହେବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇପାରିବ । ସ୍ୱାସ୍ଥ୍ୟ ସମସ୍ୟା ବହୁଳାଂଶରେ ସୁଧୁରି ଯିବାର ସମ୍ଭାବନା ରହିଛି । ଶୁଭ ରଙ୍ଗ ବ୍ରାଉନ୍ । ଆରାଧନା: ଶ୍ରୀଗଣେଶ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପରିବାର ସକାଶେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ । କର୍ମକ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିର ଠିକ୍‌ ସମୀକ୍ଷା କରି ପଦକ୍ଷେପ ନେବାରେ ସମର୍ଥ ହେବେ । କିନ୍ତୁ ତରବରିଆ ନ ହୋଇ ଧୀରସ୍ଥିର ପଦକ୍ଷେପ ନେଲେ ଉପକୃତ ହେବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି କରିବେ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ ଯାହାଫଳରେ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସକ୍ଷମ ହୋଇପାରିବେ । ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିପାରେ । କଳା, ସାହିତ୍ୟ, ସଙ୍ଗୀତ, ସତ୍‌ସଙ୍ଗ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ । ଅନିୟମିତା ଖାଦ୍ୟପେୟ ଓ ଗରିଷ୍ଠ ଖାଦ୍ୟ ଭୋଜନ ଜନିତ ହଠାତ୍‌ ଅଜୀର୍ଣ୍ଣ ଓ ଆମାଶୟ ପରି ସମସ୍ୟା ଦେଖାଦେଇପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା ଯୋଗୁଁ ବ୍ୟସ୍ତ ରହିବେ । ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । ରବିଙ୍କ ଦୃଷ୍ଟିରୁ ସ୍ଵାସ୍ଥ୍ୟ କେତେକାଂଶରେ ଭଲ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଚାପର ସମ୍ମୁଖୀନ ହୋଇ ମାନସିକ ସ୍ଥିତି ହୋରାଇପାରନ୍ତି । ତଥାପି କେତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ । ନୂତନ ପ୍ରକଳ୍ପ, ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାଧ୍ୟମ ଧାରଣର ରହିବ । ବନ୍ଧୁଙ୍କ ସହ ଆଲୋଚନା କରି କୌଣସି ନୂତନ କର୍ମାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ମିତ୍ରଙ୍କ ଠାରୁ ଭଲ ଖବର ପାଇବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଧ୍ୟାତ୍ମିକ ଭାବନାରେ ଉଦବୃଦ୍ଧ ହୋଇ ସତ୍-ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗ ପ୍ରତି ମନ ଆକର୍ଷିତ ହେବ । ମୁଖଭାବସ୍ଥ କେତୁଙ୍କ କୁପ୍ରଭାବରୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ । କାର୍ଯ୍ୟ ସାଧନାରେ ନିଜ ଲୋକଙ୍କ ତରଫରୁ ସହ-ଯୋଗ ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ବ୍ୟବସାୟିକ ସ୍ଥିତି ଭଲ ରହିବ । ପରିବହନ, ଶେୟାର ବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ । ସଭାସମିତ କିମ୍ବା ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତକଥା କହି ଅନ୍ୟମାନଙ୍କ ବିରୋଧୀ ହୋଇପାରନ୍ତି । ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ । ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସ୍ଥଗିତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ କର୍ମ ତତ୍ପତର ହୋଇଉଠିବେ । ମଙ୍ଗଳ ଓ କେତୁଙ୍କ ପ୍ରଭାବରେ ବିଭିନ୍ନ ସମସ୍ୟା ଭିତରେ ମନ ଭାରାକ୍ରାନ୍ତ ରହିବ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମକୁ ମୁହାଁଇବା ଠିକ୍‌ ହେବନି । ମନେ ମନେ ଭାବୁଥିବା କାମଟି ବିଧିବଦ୍ଧ ଭାବରେ କରିପାରିବେ ନାହିଁ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗିରହିବା କାରଣରୁ ମନ ବିଭ୍ରାନ୍ତ ହେବ । ଯାହାଫଳରେ ବ୍ୟବସାୟ ସମ୍ବନ୍ଧିତ କେତେକ ସୁଯୋଗ ହାତଛଡା ହୋଇପାରେ । ଅଫିସରେ ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ଉଚ୍ଚବାଚ ଓ ବିତର୍କ ଘଟିପାରେ । ପାରିବାରିକ କ୍ଷେତ୍ରରୁ, ଆତ୍ମୀୟମାନଙ୍କ ସହୃଦୟତା, ବରିଷ୍ଠ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ଲାଭ କରି କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହୋଇପାରିବେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇ ମନୋବଳ ଦୃଢ ହେବ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡିବ । କର୍ମକ୍ଷେତ୍ରରେ କାର୍ଯ୍ୟ ଦେଖାଦେଇଥିବା ସମସ୍ୟାର ସମାଧାନ କରିବାରେ ବନ୍ଧୁମାନେ ସାହାଯ୍ୟ କରିବେ । ଅଫିସରେ କାର୍ଯ୍ୟ ଚାପ ଯୋଗୁଁ ସ୍ଵସ୍ଥ୍ୟାବସ୍ଥରେ ଅବନତି ଦେଖାଦେବ । ସଭାସମିତି, ଆଲୋଚନା ପରିସରରେ ମୌନତା ରହିବା ଶ୍ରେୟସ୍କର ହେବ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ମାଲିମକଦ୍ଦମାର ସମାଧାନ ସକାଶେ ଆଲୋଚନା କରିପାରନ୍ତି । ବିଶେଷ କରି ତର୍କବିତର୍କ, ବାଦବିବାଦ ଠାରୁ ଦୂରେଇ ରହିବା ଭଲ ହେବ । ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରନ୍ତୁ, ନଚେତ୍ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଜ ପ୍ରଭାବର ଉପଯୋଗ କରିବେ । ଚନ୍ଦ୍ର ଓ ବୁଧଙ୍କ ଷଡ଼ାଷ୍ଟକ ସ୍ଥିତିଜନିତ ପ୍ରତ୍ୟେକ କାମ ଯୁକ୍ତିତର୍କ ମଧ୍ୟରେ ସମାହିତ ହେବ । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ । କର୍ମକ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଯଥା ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ଵାରା ଆପଣଙ୍କର ପ୍ରଶଂସିତ ହେବ । ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଯୋଜନା କରି ପାରନ୍ତି । ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁମାନଙ୍କ ସହାନୁଭୂତି କାମ ପାଇଁ ପ୍ରେରଣ ଯୋଗାଇବ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହାକି ସମସ୍ୟାର କାରଣ ହୋଇପାରେ । ପରିବାରଜନ ଓ ଘନିଷ୍ଟ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିର ଆମଦାନୀ କାରବାର, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବ ନାହିଁ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସମସ୍ୟା ମଧ୍ୟ ବୃଦ୍ଧି ପାଇବ । ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ନ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ କିନ୍ତୁ ସହକର୍ମୀଙ୍କ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସଙ୍ଗେ ସଙ୍ଗେ କଠିନ ଶ୍ରମଜନିତ ସାମୟିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଭାବ ଅସୁବିଧା ନ ଥିଲେ ମଧ୍ୟ ପୂର୍ବର କେତେକ କଥାକୁ ନେଇ ନିକଟ ସମ୍ପର୍କୀୟଙ୍କ ସହ କଳହ କିମ୍ବା ସମ୍ପର୍କ ହାନୀ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ଅଯଥା ଚିନ୍ତା କରି କାର୍ଯ୍ୟ ପ୍ରତି ଅବହେଳା କରିପାରନ୍ତି । ଆଜି ରବି ଓ ଚନ୍ଦ୍ରଙ୍କ ସ୍ଥିତି ହେତୁକ ପୂର୍ବାପେକ୍ଷା ପରିସ୍ଥିତି ଶାନ୍ତ ରହିବ । କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟ ବନ୍ଧୁଙ୍କ ସହାୟତା ଲାଭ କରି କେତେକାଂଶରେ ଉପକୃତ ହୋଇପାରନ୍ତି ଏବଂ ଆପଣ ନିଜ ପୂର୍ବ ପରିକଳ୍ପିତ ଯୋଜନା ଓ ଚିନ୍ତାଧାରା ଅନୁଯାୟୀ କାମଗୁଡିକ କରନ୍ତୁ, ସଫଳତା ପାଇବେ । ଅଫିସ କାମରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଭୁଲ୍‌ ବୁଝାମଣା ଓ ବୃଥା ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତିଜନିତ ଅନ୍ୟମନସ୍କ ରହିପାରନ୍ତି । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନରେ ପରସ୍ପରକୁ ସହଯୋଗ କରିବେ, ଯାହାଫଳରେ ସମ୍ପର୍କ ବୃଦ୍ଧି ହେବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *