20 ଜାନୁୟାରୀ 2020, ବୁଧବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅଧୁରା କାର୍ଯ୍ୟକୁ

20 ଜାନୁୟାରୀ 2020, ବୁଧବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅଧୁରା କାର୍ଯ୍ୟକୁ

20 ଜାନୁୟାରୀ 2020, ବୁଧବାର :- ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅଧୁରା କାର୍ଯ୍ୟକୁ ପୂର୍ଣ୍ଣ କରିବେ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୨୦ ଜାନୁୟାରୀ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । କ୍ୟାରିଅରରେ ଉନ୍ନତି ଲାଗି ନୂଆ ପରାମର୍ଶ ମିଳିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବ ନାହିଁ । ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବ । ଅଫିସ୍‌ରେ ଆଲୋଚନା ପରିସରରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ ଏବଂ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ସମାଲୋଚିତ ହୋଇପାରନ୍ତି । ମାନସିକ ଦୁଶ୍ଚିନ୍ତାଜନିତ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ଶୁଭରଙ୍ଗ : ଧଳା । ଆରାଧନା : ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆର୍ଥିକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିଲେ ମଧ୍ୟ କେତେକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟର ଉନ୍ନତି କରିବା ପାଇଁ ଚେଷ୍ଟା କରିବେ ଓ ସଫଳ ମଧ୍ୟ ହେବେ । ଅଫିସର ଆପଣଙ୍କ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ନିଜ କାର୍ଯ୍ୟକୁ ନେଇ କୈୟିଫତ୍ ଦେବାକୁ ପଡିବ । ଇଚ୍ଛା ନ ଥାଇ ମଧ୍ୟ ପରିସ୍ଥିତିରେ ପଡି ଅନାବଶ୍ୟକ ଅର୍ଥବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି । କ୍ରୀଡା, ସାହିତ୍ୟ, ସଙ୍ଗୀତ, କଳା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । ଅନ୍ୟର ବିବାଦୀୟ ଘଟନାରେ ମୁଣ୍ଡ ପୁରନ୍ତୁ ନାହିଁ । ଦାମ୍ପତ୍ୟଜୀବନ ସୁଖମୟ ରହିବ କିନ୍ତୁ ଶାରୀରିକ ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କେତେକ ଅପ୍ରୀତିକର କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରତ୍ୟେକ କାମ ଗଡ୍‌ବଡ୍‌ ହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ପଛକୁ ରହି କାମ କରିବା ଭଲ ହେବ । ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ବଶତଃ କାର୍ଯ୍ୟ ଚାପ ଯୋଗୁଁ ଅସହିଷ୍ଣୁତା ଅନୁଭବ କରିବେ କିନ୍ତୁ ସହଯୋଗୀଙ୍କ ସହଯୋଗରେ ଦ୍ଵାରା ମନୋବଳ ଦୃଢ ହେବ । ହଠାତ୍‌ କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କରି ଦୁଃଖ ପ୍ରକାଶ କରିପାରନ୍ତି । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧୈର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଉପକୃତ ନିଶ୍ଚୟ ମିଳିବ । କିନ୍ତୁ ଅନ୍ୟର କଥାରେ ପଡି ଭୁଲ୍ ମାର୍ଗ ଅନୁସରଣ କରିଲେ ଅପଦସ୍ଥ ହୋଇପାରନ୍ତି । ସନ୍ଦେହ ଓ ଭୁଲ୍‌ ଧାରଣାରୁ, ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଯୁକ୍ତିତର୍କ ଲାଗିବାର ସୂଚନା ରହିଛି । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ବ୍ୟବସାୟୀରେ ପ୍ରଚୁର ଲାଭ ପାଇବାର ଯୋଗ ରହିଛି । ଚାକିରିଜୀବୀ ମାନେ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ଉପରିସ୍ଥ ଅଫିସର ସନ୍ତୁଷ୍ଟ ହେବେ ନାହିଁ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ପୁରୁଣା ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି । ତର୍କବିତର୍କ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବ୍ୟକ୍ତିଗତ ଜୀବନର କାର୍ଯ୍ୟକଳାପକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଭଲ ରହିବ । କର୍ମକ୍ଷେତ୍ରର ପ୍ରତ୍ୟେକ କାର୍ଯ୍ୟକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବାରେ ସମର୍ଥ ହେବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସଙ୍ଗକୁ ମତାନ୍ତର ଦେଖା ଦେଇପାରେ କିନ୍ତୁ ଆପଣଙ୍କ କାର୍ଯ୍ୟକଳାପ ଉପରେ କିଛି ପ୍ରଭାବ ପଡିବ ନାହିଁ । ବ୍ୟବସାୟରେ ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯାତ୍ରା କରିବାକୁ ପଡ଼ିପାରେ । ଅଫିସ୍‌ କାମରେ କୌଣସି ମହିଳାଙ୍କ ତରଫରୁ ସମସ୍ୟା ଆସିପାରେ । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଅନ୍ୟମାନଙ୍କ ଠାରୁ କିଛି ମିଥ୍ୟା ଗୁଜବ ଖବର ମନରେ ଆତଙ୍କ ସୃଷ୍ଟି କରିବ । ପାରିବାରିକ କ୍ଷେତ୍ରରେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆର୍ଥିକ ମାମଲା ପାଇଁ ଦିନଟି ଭଲ । ଆଜି ପ୍ରତ୍ୟେକ କାମ ଠିକ୍‌ ସମୟରେ ସମ୍ପନ୍ନ ହେବା କାରଣରୁ ଖୁସି ରହିବେ । ଅର୍ଥର ପ୍ରାଚୁର୍ଯ୍ୟ ମଧ୍ୟରେ ନୂଆ ନୂଆ କାମର ପରିକଳ୍ପନା କରିବେ । ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଧନଲାଭର ସୁଯୋଗ ରହିଛି । କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଆପଣଙ୍କ ସ୍ଵଭାବରେ କ୍ରୋଧ ଏବଂ ବ୍ୟବହାରରେ ଉଗ୍ରତା ରହିବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଆଜିର ଦୈନିକଚର୍ଯ୍ୟା ଓ କର୍ମକ୍ଷେତ୍ର ଶୃଙ୍ଖଳିତ ରହିବ ନାହିଁ । ପାଖ ପଡ଼ୋଶୀଙ୍କ ନିକଟରୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା,ଏଜେନ୍ସିପରୁ ଖୁସି ରହିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦୂର ଯାତ୍ରାରେ ଯାଇପାରନ୍ତି । ଅଧିକାରୀ ବର୍ଗଙ୍କ ସହିତ ମିଳାମିଶା ବଢ଼ିବ । ଚାକିରି କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ପୁରୁଣା ସଉଦାରୁ ଲାଭ ହେବ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ । ସତ୍‌ସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିୟୋଜିତ ହୋଇ ଖୁସି ଅନୁଭବ କରିବେ । ଘରୋଇ ସମସ୍ୟା ସମାଧାନ ହୋଇଯିବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅବସାଦ ଲାଗି ରହିପାରେ । ଏତଦ୍-ବ୍ୟତୀତ କର୍ମକ୍ଷେତ୍ରରେ ମଧ୍ୟ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିବ । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା କ୍ରମଶଃ ବୃଦ୍ଧି ପାଇବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଜମିଜମା ସମ୍ପର୍କିତ ଚିନ୍ତା ବଢ଼ିପାରେ । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ବନ୍ଧୁଙ୍କ ସହାୟତାରେ ହଠାତ୍‌ ସଂପୂର୍ଣ୍ଣ ହୋଇଯିବ । ସଭାସମିତି ଓ ଆଲୋଚନା ପରିସରରେ ନିର୍ଭିକତା ଓ ସତ୍ୟ ଭାଷଣ ଯୋଗୁଁ ପ୍ରଶଂସିତ ହେବେ । କୌଣସି ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ସ୍ଵାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ । ଅଚାନକ ଭାବରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ଘରୋଇ କାମରେ ସମୟ ଦେଇ ପାରିବେ ନାହିଁ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପୂର୍ବରୁ ଲାଗିରହିଥିବା ବିବାଦର ଅବସାନ ଘଟିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ । ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ପ୍ରେମ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ । କର୍ମକ୍ଷେତ୍ରରେ ପରୋକ୍ଷ ସାହାଯ୍ୟ ଲାଭ କରି ମନୋବଳ କ୍ରମଶଃ ବୃଦ୍ଧି ପାଇବ । ବ୍ୟବସାୟ ବାଣିଜ୍ୟରେ ଉପଯୁକ୍ତ ପରିଶ୍ରମିକ ପାଇବେ । ସମାଜର କିଛି ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ । ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ । ବେରୋଜଗାର ବ୍ୟକ୍ତିଙ୍କୁ ନୂତନ କର୍ମ ନିଯୁକ୍ତିର ସୁଯୋଗ ମିଳିବ । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । ଅନ୍ୟମନସ୍କ ରହିବା କାରଣରୁ କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମନ ଭୁଲାଣିଆ କଥା କରି ଜଟିଳରୁ ଜଟିଳ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ ଓ ଏବଂ ଯେଉଁ କାମରେ ଯାଉଛନ୍ତି ସେଥିରେ ସଫଳତା ନିଶ୍ଚିତ ପାଇବେ । ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବା କିନ୍ତୁ ପାରିବାରିକ ମତପାର୍ଥକ୍ୟ ଯୋଗୁଁ ମନରେ କ୍ଷୁବ୍ଧ ପ୍ରକାଶ କରିବେ । ଅଫିସରେ ସହକର୍ମୀଙ୍କ ସହ କଳହର ଅବସାନ ଘଟିବ । ନିର୍ମାଣ କାମ ଧିମେଇ ଯିବାରୁ ସାମୟିକ ବ୍ୟସ୍ତତା ଅନୁଭଭ କରିପାରନ୍ତି । ଯାନବାହନ କ୍ରୟ କରିପାରନ୍ତି । ମଧ୍ୟାହ୍ନରେ ଆପଣଙ୍କ କୌଣସି ଖୁସିର ସମାଚାର ଶୁଣିବାକୁ ପାଇବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । ଆଜି ଦିନଟିରେ ଯାହା କହିବେ କିମ୍ବା କରିବେ ତାହା ଆପଣଙ୍କ ବିପକ୍ଷରେ ଯାଇପାରେ । ବ୍ୟବସାୟକୁ ଭିତ୍ତି କରି ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ପ୍ରତ୍ୟେକ କ୍ଷେତ୍ରରେ କେବଳ ବିନୟପୂର୍ଣ୍ଣ କଥା କହି କାମ ହାସଲ କରିପାରିବେ । ଅଫିସରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗରେ ସମସ୍ତ କାର୍ଯ୍ୟ ଯଥାଶୀଘ୍ର ସମ୍ପାଦନ କରିପାରିବେ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *